ବନ ବିଭାଗର ନିରସ୍ତ୍ର ମୁକାବିଲା

ଢେଙ୍କାନାଳ ଅଫିସ୍‌, ୩୧।୭: ବଦଳିଗଲାଣି ଶିକାର କୌଶଳ। ଏକଦା ତୀର, ବିଦ୍ୟୁତ୍‌ ଫାଶରେ ବନ୍ୟପ୍ରାଣୀଙ୍କୁ ମାରୁଥିବା ଶିକାରୀ ଏବେ ଧରିଲେଣି ଅତ୍ୟାଧୁନିକ ବନ୍ଧୁକ। ବନ ବିଭାଗ ଡାଳେ ଡାଳେ ଗଲେ ସେମାନେ ଯାଉଛନ୍ତି ପତ୍ରେ ପତ୍ରେ। କେଉଁଠି ହାତୀ ବିଚରଣ କରୁଛନ୍ତି, କେଉଁ ସ୍ଥାନରେ ବାଘ ରହୁଛନ୍ତି, କେଉଁ ଜଳାଶୟ ନିକଟକୁ କେଉଁ ସମୟରେ ବନ୍ୟଜନ୍ତୁ ପାଣି ପିଇବାକୁ ଆସୁଛନ୍ତି, ଯାହା ବନ କର୍ମଚାରୀ ଜାଣିପାରୁନାହାନ୍ତି ସେସବୁର ସବିଶେଷ ସୂଚନା ସେମାନଙ୍କ ପାଖରେ। ଏବେ ଓଡ଼ିଶାରେ ଯେଉଁଭଳି ଭାବେ ଐତିହ୍ୟ ପ୍ରାଣୀ ହାତୀ, ବାଘ ସମେତ ଅନ୍ୟ ଜଙ୍ଗଲୀ ଜୀବଙ୍କ ଶିକାର ଚାଲିଛି, ଏମିତି ଲାଗୁଛି ମାତ୍ର ବର୍ଷ କେଇଟାରେ ଅନେକ ସଂରକ୍ଷିତ ଜଙ୍ଗଲରୁ ସେମାନଙ୍କ ସତ୍ତା ଲିଭିଯିବ। ହେଲେ ଏହାକୁ ଗୁରୁତ୍ୱର ସହ ନେଉନାହାନ୍ତି ରାଜ୍ୟ ସରକାର। ବନ ବିଭାଗର ଢାଞ୍ଚାଗତ ପରିବର୍ତ୍ତନ ହେଉ ନ ଥିବାବେଳେ ଆଧୁନିକ ଅସ୍ତ୍ର ଓ କୌଶଳ ବ୍ୟବହାରରେ ଅନଭିଜ୍ଞ କର୍ମଚାରୀ ଶିକାରୀ ଏବଂ କାଠଚୋରଙ୍କ ଉଚିତ ମୁକାବିଲା କରିପାରୁନାହାନ୍ତି। ଆଇନ ଶୃଙ୍ଖଳା ରକ୍ଷା ଲାଗି ପୋଲିସ, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଅଗ୍ନିଶମ ବାହିନୀକୁ ଆଧୁନିକୀକରଣ କରାଯାଉଥିବାବେଳେ ଏ କ୍ଷେତ୍ରରେ ବହୁ ପଛରେ ପଡ଼ିଛି ବନ ବିଭାଗ। ଏବେ ବି ପୁରୁଣାକାଳିଆ ଢଙ୍ଗରେ କର୍ମଚାରୀମାନେ ଠେଙ୍ଗା ଧରି ଜଙ୍ଗଲରେ ପଇଁତରା ମାରୁଥିବାବେଳେ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଶିକାରୀଙ୍କ ସମ୍ମୁଖୀନ କିପରି ହେବେ, ତାହା ସବୁଠାରୁ ବଡ଼ ପ୍ରଶ୍ନ ପାଲଟିଛି।
ଜଙ୍ଗଲ ସମ୍ପଦରେ ସମୃଦ୍ଧ ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, କର୍ନାଟକ ଭଳି ରାଜ୍ୟରେ ଶିକାରୀଙ୍କ ମୁକାବିଲା ଲାଗି ସେଠାକାର ସରକାର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଅତ୍ୟାଧୁନିକ ବନ୍ଧୁକ, ଯାନବାହନଠାରୁ ଆରମ୍ଭ କରି ଆନୁଷଙ୍ଗିକ ଉପକରଣ ପ୍ରଦାନ କରାଯାଇଛି। ଡ୍ରୋନ୍‌, ଜିପିଏସ୍‌ ଟେକ୍ନୋଲୋଜି ସହାୟତାରେ ସଂରକ୍ଷିତ ଜଙ୍ଗଲ ଉପରେ କଡ଼ା ନଜର ରଖାଯାଉଛି। ହେଲେ ଓଡ଼ିଶାରେ ଏହା କ୍ୱଚିତ ଦେଖିବାକୁ ମିଳୁଛି। ବନ କର୍ମଚାରୀ ଠେଙ୍ଗା, ପୁରୁଣା ବନ୍ଧୁକଠାରୁ ଉପରକୁ ଉଠିପାରୁନାହାନ୍ତି। ଜଙ୍ଗଲରେ ବନ୍ଧୁକଧାରୀ ଶିକାରୀଙ୍କ ସହ ମୁହଁାମୁହିଁ ହେଲେ ଜୀବନ ବଞ୍ଚାଇବାକୁ ବନ କର୍ମଚାରୀ
ବନ ବିଭାଗର ନିରସ୍ତ୍ର …
ଛତ୍ରଭଙ୍ଗ ଦେଉଛନ୍ତି। ମାଓବାଦୀ ପ୍ରଭାବିତ କୋରାପୁଟ, କନ୍ଧମାଳ, ମାଲକାନଗିରି ଜିଲାରେ ବିପଦ ମୁଣ୍ଡାଇ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି। ତଥାପି ରାଜ୍ୟ ସରକାର ବନ ବିଭାଗକୁ ଶକ୍ତିଶାଳୀ, ସୁଦୃଢ଼ କିମ୍ବା ବ୍ୟବସ୍ଥିତ କରିବା ଲାଗି ପଦକ୍ଷେପ ନ ନେବା ପରିତାପର ବିଷୟ ହୋଇଛି।
ଜଙ୍ଗଲ ସମ୍ପଦରେ ଭରପୂର ଢେଙ୍କାନାଳ ଜିଲାର ସ୍ଥିତି ସମୀକ୍ଷା କଲେ ରାଜ୍ୟରେ ବନ ବିଭାଗର ଦୟନୀୟ ଅବସ୍ଥା ସ୍ପଷ୍ଟ ବାରିହେବ। ଜିଲାର ୮ ରେଞ୍ଜ୍‌ରେ ମୋଟ୍‌ ୧ ଲକ୍ଷ ୭୦ ହଜାର ହେକ୍ଟର ଜଙ୍ଗଲ ମଧ୍ୟରୁ ୧ଲକ୍ଷ ୪୦ ହଜାର ହେକ୍ଟର ସଂରକ୍ଷିତ। କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ତଥା ଦଦରାଘାଟି ଜଳଭଣ୍ଡାରକୁ ଲାଗିଥିବା ଅନନ୍ତପୁର, କଙ୍କଡ଼ାହାଡ଼ ବ୍ଲକର ରଞ୍ଜାଗଡ଼, ହିନ୍ଦୋଳର କନ୍ଧରା, ଢେଙ୍କାନାଳର କପିଳାସ ଅଭୟାରଣ୍ୟର ଆୟତନ, ଘନତ୍ୱ ଏବଂ ଜୈବ ବିବିଧତା ଦୃଷ୍ଟିରୁ ସମ୍ବେଦନଶୀଳ। ଜିଲାରେ ଜଙ୍ଗଲ ସମ୍ପଦ, ସେଠାରେ ବସବାସ କରୁଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ୧୦୪ଟି ବିଟ୍‌ ହାଉସ୍‌ ରହିଛି। ହେଲେ ଅଧିକାଂଶ ସ୍ଥାନରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ୨୦୦୫ରୁ ଜିଲାରେ ଜଙ୍ଗଲ ପୂର୍ବାପେକ୍ଷା ବଢ଼ିଥିବାବେଳେ ସୁରକ୍ଷା ବ୍ୟବସ୍ଥା ହୁଗୁଳି ଯାଇଛି। ହାତୀ ଉପଦ୍ରୁତ ମହାବିରୋଡ ରେଞ୍ଜ୍‌ରେ ରେଞ୍ଜର ପଦବୀ ଖାଲିପଡ଼ିଛି। ସେହିପରି ୧୩୦ ଫରେଷ୍ଟ ଗାର୍ଡ ପଦବୀ ମଧ୍ୟରୁ ୭୧ଟିରେ କେହି ନାହାନ୍ତି। ଜିଲାରେ ହାତୀ ସୁରକ୍ଷା ପାଇଁ ୩୦୦ ସ୍କ୍ବାଡ୍‌ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ସେମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉନାହିଁ। ନିକଟରେ ଶିକାରୀ ଉପଦ୍ରୁତ ଅଞ୍ଚଳରେ ବନ୍ୟଜୀବଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ୩ ପୋଲିସ କନଷ୍ଟେବଳ, ଜଣେ ମୁଖ୍ୟ କନଷ୍ଟେବଳଙ୍କୁ ନେଇ ଏପିଆର୍‌ ଫୋର୍ସ ଗଠନ କରାଯାଇଛି। ବନ ବିଭାଗ ସେମାନଙ୍କୁ ଦରମା ମଧ୍ୟ ଦେଉଛି। କିନ୍ତୁ ଏହି ଏପିଆର ଫୋର୍ସ ଅଧିକାରୀମାନେ ବନ ବିଭାଗର କୌଣସି କଥା ଶୁଣୁ ନ ଥିବାରୁ ଏହାର ଉଦ୍ଦେଶ୍ୟ ପଥଭ୍ରଷ୍ଟ ହୋଇଥିବା ଅଭିଯୋଗ ହେଉଛି। କଲରାପତରିଆ ବଂଶ ବଢୁଥିବା ସମ୍ବେଦନଶୀଳ କନ୍ଧରା ଜଙ୍ଗଲରେ ମୁତୟନ ହାତଗଣତି କର୍ମଚାରୀଙ୍କୁ ବନ ବିଭାଗ ବନ୍ଧୁକ ପ୍ରଦାନ କରିଥିବାବେଳେ ଏହା ସମୁଦ୍ରକୁ ଶଙ୍ଖେ ଭଳି। ଏସବୁ ଅବ୍ୟବସ୍ଥା ଘେରରେ ବନ ବିଭାଗ ରହିଥିବାବେଳେ ସଂରକ୍ଷିତ ଜଙ୍ଗଲରେ କାଠମାଫିଆ, ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, କନ୍ଧରା ସଂରକ୍ଷିତ ଜଙ୍ଗଲରେ ମୁତୟନ ସ୍ବଳ୍ପସଂଖ୍ୟକ କର୍ମଚାରୀଙ୍କୁ ବାଦ୍‌ ଦେଲେ ଅନ୍ୟ କାହାରିକୁ ବନ୍ଧୁକ ଦିଆଯାଇନାହିଁ। ଖୁବ୍‌ଶୀଘ୍ର ହାତୀ ସ୍କ୍ବାଡ୍‌ ସଦସ୍ୟଙ୍କୁ ବନ୍ଧୁକ ପ୍ରଶିକ୍ଷଣ ଦିଆଯିବା ଯୋଜନା ରହିଛି। ଢେଙ୍କାନାଳ ରିଜର୍ଭ ପୋଲିସ ଲାଇନ ଫାୟାରିଂ ରେଞ୍ଜ୍‌ରେ ସେମାନଙ୍କୁ ତାଲିମ ଦେବାକୁ ଏସ୍‌ପିଙ୍କ ସହ ଆଲୋଚନା କରାଯିବ। ଖୁବ୍‌ ଶୀଘ୍ର ଫରେଷ୍ଟ ଗାର୍ଡ ପଦବୀ ପୂରଣ କରାଯିବ ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି।
ଘାରିଛି ମାମଲା ଭୟ
ଶିକାରୀଙ୍କ ମୁକାବିଲା ପାଇଁ ଆସାମରେ ବନ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ପ୍ରଶିକ୍ଷଣ ଦିଆଯାଇଛି। କୌଣସି ସମୟରେ ଶିକାରୀଙ୍କ ସହ ମୁହଁାମୁହିଁ ହେଲେ ସେମାନଙ୍କୁ ଗୁଳି ଚଳାଇବାକୁ ଅନୁମତି ଦିଆଯାଇଛି। ଏ ସଂକ୍ରାନ୍ତରେ ମାମଲା ହେଲେ ସରକାର ଉତ୍ତର ଦେଇଥାଆନ୍ତି। କିନ୍ତୁ ଓଡ଼ିଶାରେ ଏଭଳି ଘଟଣା ଘଟିଲେ ପ୍ରଥମେ ସମ୍ପୃକ୍ତ ବନ କର୍ମଚାରୀଙ୍କ ନାମରେ ମାମଲା ରୁଜୁ ହୋଇଥାଏ। ତେଣୁ ହାତରେ ବନ୍ଧୁକ ଥିଲେ ବି ମାମଲା ଭୟରେ ଅନେକ ସମୟରେ କର୍ମଚାରୀମାନେ ଶିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୟ କରୁଛନ୍ତି।
ସୀମାନ୍ତ ଜଙ୍ଗଲରେ ସୁରକ୍ଷା ବିପନ୍ନ
କଟକ ଜିଲା ଆଠଗଡ, ବଡ଼ମ୍ବା, ନରସିଂହପୁର ସୀମାନ୍ତ କନ୍ଧରା ଜଙ୍ଗଲରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏଠାରେ ପ୍ରାୟ ୨ବର୍ଷ ତଳେ ଶିକାରୀମାନେ ଗୁଳି କରି ଏକ ଦନ୍ତାହାତୀକୁ ଶିକାର କରିବା ପରେ ଦାନ୍ତ ଲୁଟି ନେଇଥିଲେ। ବନ କର୍ମଚାରୀ ଅଭିଯୁକ୍ତଙ୍କୁ ଧରିବାକୁ ଜଙ୍ଗଲରେ ପଶିଥିବାବେଳେ ଶିକାରୀ ଆଖିବୁଜା ଗୁଳି ଚଳାଇଥିଲେ। ଫଳରେ ଠେଙ୍ଗାଧାରୀ କର୍ମଚାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହି ଘଟଣାର ଅଭିଯୁକ୍ତମାନେ ଅଦ୍ୟାବଧି ଧରାପଡ଼ିନାହାନ୍ତି। ସେହିପରି ୪ବର୍ଷ ତଳେ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରେ ୨ଟି ବାଘ ଶିକାର ହୋଇଥିଲା। ବାଘ ଚମଡ଼ା ବିକ୍ରି କରିବାକୁ ଯୋଜନା ଚାଲିଥିବାବେଳେ ଅଭିଯୁକ୍ତଙ୍କୁ କାବୁ କରିଥିଲା ବନ ବିଭାଗ। ନିକଟରେ କନ୍ଧରା ସଂରକ୍ଷିତ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ଫାଶରେ ପଡ଼ି ଏକ କଲରାପତରିଆର ମୃତ୍ୟୁ ଘଟିଛି। ନରସିଂହପୁର ବନାଞ୍ଚଳ ହାତୀଙ୍କ କବରସ୍ଥଳ ପାଲଟିଥିବାବେଳେ ଶିକାରୀମାନେ କନ୍ଧରା ଜଙ୍ଗଲ ଉପରେ ପକାଇଛନ୍ତି ଲୋଲୁପ ଦୃଷ୍ଟି। ସୀମାନ୍ତରେ ଜଙ୍ଗଲ ସୁରକ୍ଷା ବିପନ୍ନ ହେଉଥିବାବେଳେ ପ୍ରଶିକ୍ଷିତ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହେଉଛି।
୨ ବର୍ଷରେ ୨୫୫ କାଠଚୋର, ୧୭୪ ଶିକାରୀ ଗିରଫ
ଢେଙ୍କାନାଳ ଜିଲାରେ ଗତ ୨ବର୍ଷ ମଧ୍ୟରେ ୨୫୫ କାଠଚୋର ଏବଂ ୧୭୪ ଶିକାରୀ ଗିରଫ ହୋଇଛନ୍ତି। ୨୦୨୦-୨୧ରେ ସଂରକ୍ଷିତ ଜଙ୍ଗଲରୁ କାଠ ଚାଲାଣ ଅଭିଯୋଗରେ ୧୬୪ ଏବଂ ବନ୍ୟପ୍ରାଣୀ ଶିକାର ଅଭିଯୋଗରେ ୧୦୪ ଜଣଙ୍କୁ ଗିରଫ କରାଯାଇଥିଲା। ସେହିପରି ୨୦୨୧-୨୨ରେ ଅଦ୍ୟାବଧି କାଠଚୋରି ମାମଲାରେ ୯୧ ଏବଂ ବନ୍ୟପ୍ରାଣୀ ଶିକାର ଅଭିଯୋଗରେ ୭୦ଜଣଙ୍କୁ ଗିରଫ କରାଯାଇଥିବା ବନ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି।

 

ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?