ଢେଙ୍କାନାଳ

‘ଶିକ୍ଷକଙ୍କୁ ଗୁରୁତ୍ୱ ଦେଲେ ଶିକ୍ଷାର ମାନ ବଢ଼ିବ’

ଭୁବନ, ୪।୨(ଡି.ଏନ.ଏ.): କାରିଗର ମାଟି ପିଣ୍ଡୁଳାକୁ ଜୀବନ୍ତ ରୂପ ଦେଇଥାଏ। ଠିକ୍‌ ସେହିପରି ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ିଥାଆନ୍ତି। ତେଣୁ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଅଭିଭାବକ, ଶିକ୍ଷାର୍ଥୀ ଉପଯୁକ୍ତ ସମ୍ମାନ ଏବଂ ଗୁରୁତ୍ୱ ଦେଲେ ଶିକ୍ଷାର ମାନ ବଢ଼ିବ ବୋଲି କହିଛନ୍ତି ଭୁବନ...

ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌: ନେଇଗଲେ ୫ ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ଅଳଙ୍କାର

ପରଜଙ୍ଗ,୩।୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ଠାରୁ ପ୍ରାୟ ୧କିଲୋମିଟର ଦୂରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ୍‌ ହୋଇଛି। ୪ ଜଣ ଦୁର୍ବୃତ୍ତ ୫ ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ସୁନା ଅଳଙ୍କାର...

ସଜେଇ ହେଉଛି ମହିମାପୀଠ

ଢେଙ୍କାନାଳ ଅଫିସ,୨ା୨: ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଆସନ୍ତା ୪ ତାରିଖରୁ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମେଳା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ବାହାର...

ଟ୍ରକ୍‌ ସହ ଜଳିଗଲେ ଚାଳକ

ପରଜଙ୍ଗ,୩୧।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ. ଜାତୀୟ ରାଜପଥର ବଡ଼ଝରା ଗ୍ରାମସ୍ଥିତ ରେଙ୍ଗାଲି ବାମପାର୍ଶ୍ୱ କେନାଲ ନିକଟରେ ସୋମବାର ସାରେ ଏକ କୋଇଲା ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହେବା ସହ ନିଅଁା ଲାଗି ଜଳିଯାଇଛି। ଫଳରେ ଗାଡ଼ି...

ପରୀକ୍ଷାମୂଳକ ଭାବେ ଗଡ଼ିଲା ମାଲବାହୀ ଟ୍ରେନ୍‌

କାମାକ୍ଷାନଗର,୩୧ା୧(ଡି.ଏନ.ଏ):ଢେଙ୍କାନାଳ ଜିଲା କାମାକ୍ଷାନଗର ଦେଇ ଯାଇଥିବା ବହୁ ପ୍ରତୀକ୍ଷିତ ଅନୁଗୋଳ-ସୁକିନ୍ଦା ୯୫ କିଲୋମିଟର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିଛିଦିନ ତଳେ ଏହି ରେଳ ଲାଇନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍‌ ଇଞ୍ଜିନ୍‌ ଗଡିଥିବା ବେଳେ ସୋମବାର...

ଉପକୃତ ହେବେ ପକ୍ଷାଘାତ ରୋଗୀ

ପରଜଙ୍ଗ,୩୦।୧(ଡି.ଏନ୍‌.ଏ.):ପକ୍ଷାଘାତର ଶିକାର କିମ୍ବା ଦୁର୍ଘଟଣାରେ ଅଙ୍ଗ ହରାଇ ଅକର୍ମଣ୍ୟ ହୋଇପଡ଼ିଥିବା ରୋଗୀ ଜିଅନ୍ତି ଅଭିଶପ୍ତ ଜୀବନ। ଦୈନନ୍ଦିନ କାର୍ଯ୍ୟ ହେଉ କି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଚଳପ୍ରଚଳ କରିବା, ଏଭଳି ସମସ୍ତ ଛୋଟବଡ଼ କାମରେ ସେମାନେ ଅନ୍ୟ ଉପରେ ମାତ୍ରାଧିକ...

ହାଣ୍ଡିରୁ ଭାତ ଖାଇଗଲା ଦନ୍ତା

ଢେଙ୍କାନାଳ ଅଫିସ, ୨୯।୧: ଜଙ୍ଗଲ ତଳି ଅଞ୍ଚଳରେ ରହୁଥିବା ପରିବାରର ବାସିପଖାଳ ବାସ୍ନା ହାତୀପଲକୁ ମତୁଆଲା କରୁଛି। ଜମିରୁ ଧାନ ଅମଳ ସରିଯାଇଥିବାବେଳେ ଏବେ ବଣୁଆ ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହଁା ହେଉଛନ୍ତି। ପଖାଳ ଖାଇବାକୁ ଯାଇ ସେମାନେ...

ମହିମାଗାଦି ବିବାଦର ସ୍ଥାୟୀ ସମାଧାନ ହେଉ

ଢେଙ୍କାନାଳ ଅଫିସ, ୨୮।୧: କୌପୀନଧାରୀ ମହିମା ସମାଜର ଉପାସନାସ୍ଥଳୀ ଉଚ୍ଛେଦ ପରେ ଯୋରନ୍ଦା ମହିମାଗାଦିରେ ସୃଷ୍ଟି ହୋଇଛି ଅପ୍ରୀତିକର ସ୍ଥିତି। ଏହାର ସ୍ଥାୟୀ ସମାଧାନ କରିବା ଲାଗି ଶୁକ୍ରବାର ଅଞ୍ଚଳବାସୀ, ମହିମା ଅନୁଗାମୀଙ୍କ ସମେତ ବହୁ ସାଧୁସନ୍ଥ ଦାବି କରିଛନ୍ତି।...

ବନ୍ଦ ପ୍ରକୋଷ୍ଠରୁ ୨ ଶିଶୁ ଉଦ୍ଧାର

ପରଜଙ୍ଗ, ୨୮।୧(ଡି.ଏନ.ଏ.): ପାଳିତ ମା’ବାପାଙ୍କ ଦ୍ୱାରା ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ୨ କୋମଳମତି ଶିଶୁଙ୍କୁ ବନ୍ଦ ପ୍ରକୋଷ୍ଠରୁ ଉଦ୍ଧାର କରିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ପୋଲିସ। ଡମୋଳ ଗ୍ରାମରୁ ଆସିଥିବା ଏଭଳି ହୃଦୟ ବିଦାରକ...

ଢେଙ୍କାନାଳରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

ଢେଙ୍କାନାଳ ଅଫିସ,୨୬ା୧: ଢେଙ୍କାନାଳ ସଦର ମହକୁମାରେ ୭୪ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ସ୍ଥାନୀୟ ଷ୍ଟାଡିୟମଠାରେ ସକାଳେ ସାଢ଼େ ୮ ଟାରେ ପରେଡ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ...

ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ମୃତଦେହ ଠାବ

ଢେଙ୍କାନାଳ ଅଫିସ୍‌/ସାତମାଇଲ(ଡି.ଏନ୍‌.ଏ.), ୨୬।୧: ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ଜିଲାରୁ କେବେଠାରୁ ଲୋପ ପାଇଯାଇଛନ୍ତି ମହାବଳ ବାଘ। ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବଂଶବୃଦ୍ଧି ଏହି ଅଭାବବୋଧକୁ ସାମାନ୍ୟ ପୂରଣ କରିବ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଏହି ପ୍ରଜାତି...

ଚେତିଲା ଏନ୍‌ଏଚ୍‌ଏଆଇ: ଦୁର୍ଘଟଣାସ୍ଥଳରେ ଲାଗିଲା ସାଇନେଜ୍‌

ଢେଙ୍କାନାଳ ଅଫିସ, ୨୪।୧: ଢେଙ୍କାନାଳ ସଦର ଥାନା ୫୫ନଂ. ଜାତୀୟ ରାଜପଥର ପଞ୍ଚୁପଟିଠାରେ ସୋମବାର ଭୋର୍‌ ସମୟରେ ଏକ ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗସ୍ତ ହୋଇ ୨ ମହିଳା ଯାତ୍ରୀଙ୍କୁ ମୃତ୍ୟୁ ଘଟିଥିଲା। ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଡାଇଭର୍ସନ କିମ୍ବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri