ଢେଙ୍କାନାଳ

ନନ୍ଦିନୀଙ୍କ ପାଇଁ ଓଡ଼ିଶା ଗର୍ବିତ

ଢେଙ୍କାନାଳ, ୫ା୮(ରତନ ନାୟାର): ନନ୍ଦିନୀ ଶତପଥୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରିଣୀ। ତାଙ୍କ ପାଇଁ ଓଡ଼ିଶା ଗର୍ବିତ। ପୂର୍ବତନ ମୁଖ୍ୟମନ୍ତ୍ରୀ, ମହାନ ଜନନାୟିକା ତଥା ସୁସାହିତି୍ୟକା ନନ୍ଦିନୀ ଦେବୀଙ୍କ ସପ୍ତଦଶ ପୁଣ୍ୟତିଥିରେ ଏଭଳି ମତପ୍ରକାଶ ପାଇଛି। ଢେଙ୍କାନାଳର ସାମାଜିକ ସଙ୍ଗଠନ ଉଫୁନା,…

ବିଦ୍ୟାଳୟ ଖୋଲିବା ଦାବିରେ ତେଜିଲା ଆନ୍ଦୋଳନ

ଢେଙ୍କାନାଳ,୪।୮(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରି ଗ୍ରାମ ପଞ୍ଚାୟତ ବନ୍ଧନୂଆଗାଁରେ ୩ ବର୍ଷ ହେଲା ବନ୍ଦ ପଡିଥିବା ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବିରେ ଶୁକ୍ରବାର ଗ୍ରାମବାସୀ, ଅଭିଭାବକ ଏବଂ ଛାତ୍ରୀଛାତ୍ର ରାସ୍ତା ଅବରୋଧ କରି ଧାରଣାରେ ବସି ଆନ୍ଦୋଳନ…

ଅସୁରକ୍ଷିତ ଅହିରାଜ

ଢେଙ୍କାନାଳ,୪ା୮(ରତନ ନାୟାର): ଢେଙ୍କାନାଳର ବିସ୍ତୀର୍ଣ୍ଣ ସଂରକ୍ଷିତ ଜଙ୍ଗଲରେ କ୍ରମାଗତ ଭାବେ ଅହିରାଜଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର ଶୀତଳ ପରିବେଶ ଏହି ପ୍ରଜାତିର ସର୍ପଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଛି। ହେଲେ ଏମାନଙ୍କ ସଂରକ୍ଷଣ ଲାଗି ରାଜ୍ୟସ୍ତରରେ ଅଦ୍ୟାବଧି ସ୍ବତନ୍ତ୍ର…

ଗାଁରେ ପଶିଲେ ହାତୀ, ଲୋକେ ଆତଙ୍କିତ

ଢେଙ୍କାନାଳ,୩ା୮(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଖଜୁରିଆକଟା , ବେଡ଼ା ଗ୍ରାମ ମଧ୍ୟରେ ଯାଇଥିବା ରାସ୍ତାରେ ଗୁରୁବାର ସକାଳେ ୨ଟି ବଡ଼ ହାତୀ ଉପଦ୍ରବ କରୁଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ୨ଟି ଯାକ ଦନ୍ତାହାତୀ ଗୋଠଛଡ଼ା ହୋଇ ଗ୍ରାମ…

ରାଧାଦେଇପୁରରେ ପଶିଲା ବ୍ରାହ୍ମଣୀ ବନ୍ୟାଜଳ: ବୁଡ଼ିଲା ମନ୍ଦିର, ଭାସିଗଲେ ଜଣେ

ଢେଙ୍କାନାଳ,,୩ା୮(ରତନ ନାୟାର): ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକ କରି କରମୁଳ, କଙ୍କା, ଓ ସଦର ବ୍ଲକ ରାଧାଦେଇପୁର ଅଞ୍ଚଳରେ ବ୍ରାହ୍ମଣୀ ନଦୀର ବନ୍ୟାଜଳ ପ୍ରବେଶ କରିଛି। ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କଙ୍କା ଓ ବାଇସିଙ୍ଗା ଗ୍ରାମ ମଧ୍ୟରେ ଯୋଗାଯୋଗ…

ଯାଜପୁର-ଢେଙ୍କାନାଳ ଯୋଗାଯୋଗ ବିଚ୍ଛିନ୍ନ

କାଳିଆପାଣି,୩।୮(ଅସିତ ମହାନ୍ତ):ଲଘୁଚାପ ଜନିତବର୍ଷା ଲାଗି ରହିଥିବାରୁ ଡମଶାଳ ନାଳେରେ ପାଣିଆସି ୨ ଯାଜପୁର ଓ ଢେଙ୍କାନାଳ ଜିଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବହୁ ବର୍ଷ ପୂର୍ବରୁ ଡମଶାଳ ନାଳରେ ନିର୍ମାଣ ହୋଇଥିବା ପୋଲ ଭାଙ୍ଗି ଅସୁରକ୍ଷିତ ଅବସ୍ଥାରେ ରହିଥିବାବେଳେ ଦୁଇପଟ ସୁରକ୍ଷା…

ଢେଙ୍କାନାଳ ବାଘ ଶୂନ୍ୟ

ଢେଙ୍କାନାଳ, ୨।୮(ରତନ ନାୟାର): ଢେଙ୍କାନାଳରୁ ହଜିଗଲେ କଲରାପତରିଆ। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ପ୍ରକାଶିତ ରିପୋର୍ଟରେ ଏଭଳି ଚମକାଇଦେବା ଭଳି ତଥ୍ୟ ଉଲ୍ଲେଖ ରହିଛି। ମାତ୍ର ବର୍ଷେ ଭିତରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଘୂରି ବୁଲୁଥିବା…

କେ.ଜି. ପିଛା ୫୦ ଗ୍ରାମ୍‌

କାମାକ୍ଷାନଗର,୩୦ା୭(ସୁଧୀର ପରିଡ଼ା)ଗରିବଙ୍କୁ ମିଳୁଥିବା ଚାଉଳ ବିକ୍ରି ଟଙ୍କାରେ ହେବ ଗଁାର ବିକାଶ। ଏଥିଲାଗି ବାଧ୍ୟତାମୂଳକ ଭାବେ କିଲୋଗ୍ରାମ୍‌ ପିଛା କଟାଯାଉଛି ୫୦ ଗ୍ରାମ୍‌ ଚାଉଳ। ଢେଙ୍କାନାଳ ଜିଲା ଭୁବନ ବ୍ଲକ ଜିରାଳ ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ଗ୍ରାମାଞ୍ଚଳରେ ଖାଦ୍ୟ ସୁରକ୍ଷା…

ଅନୁକମ୍ପା ରାଶିକୁ ଅପେକ୍ଷା

ଢେଙ୍କାନାଳ,୨୮।୭(ରତନ ନାୟାର): ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାର ଦେଉଛନ୍ତି ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ)ଙ୍କ ପକ୍ଷରୁ ଏ ସମ୍ପର୍କିତ ଅର୍ଥରାଶି ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଥାଏ। ବ୍ୟବଚ୍ଛେଦ…

୨୫ ଲକ୍ଷର ଜେନେରେଟର ପରିତ୍ୟକ୍ତ

ଢେଙ୍କାନାଳ, ୨୮।୭(ରତନ ନାୟାର): ଢେଙ୍କାନାଳ ବାଜିଚୌକସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ଷଣାବେକ୍ଷଣ ଅଭାବରୁ ୨୫ ଲକ୍ଷ ଟଙ୍କାର ଦୁଇଟି ବଡ଼ ଜେନେରେଟର ଖତ ଖାଉଛି। ଜିଲା ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ…

ଗୋରୁପଲ କବ୍‌ଜାରେ ବସ୍‌ଷ୍ଟାଣ୍ଡ

ଢେଙ୍କାନାଳ, ୨୬।୭(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଇନ୍ଦିପୁର ଗ୍ରାମ ବସ୍‌ଷ୍ଟାଣ୍ଡ ଏବେ ଗୋରୁପଲ କବ୍‌ଜାରେ। ପଞ୍ଚାୟତ ପକ୍ଷରୁ ବୁଲା ଗୋରୁଙ୍କୁ ନିୟନ୍ତ୍ରଣ କରାଯାଉ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏହାଯୋଗୁ ଯାତ୍ରୀମାନେ ନାହିଁ ନ ଥିବା…

ନିଷ୍ପତ୍ତିକୁ ଅଣଦେଖା କରୁଛି ଏନ୍‌ଏଚ୍‌ଏଆଇ

ଢେଙ୍କାନାଳ, ୨୬।୭(ରତନ ନାୟାର): ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପ୍ରଶାସନର ନିଷ୍ପତ୍ତିକୁ ଅଣଦେଖା କରିଚାଲିଛନ୍ତି। ଫଳରେ ମରଣଯନ୍ତା ପାଲଟିଥିବା ଢେଙ୍କାନାଳ ଜିଲାର ୫୫ ଏବଂ ୫୩ନଂ. ଜାତୀୟ ରାଜପଥରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଗତ ୬ ମାସ ମଧ୍ୟରେ ୧୦୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?