ପାଣି ଥାଇ ଜମି ପଡ଼ିଆ

ରାସୋଳ,୧୪।୮(ସରୋଜ ମିଶ୍ର): ଲଘୁଚାପଜନିତ ଲଗାଣ ବର୍ଷା ପରେ ଭର୍ତ୍ତି ହୋଇଛି ଡ୍ୟାମ୍‌। ମୋଟ ଜଳଧାରଣ କ୍ଷମତାର ୭୮% ପାଣି ମହଜୁଦ ଅଛି। ହେଲେ ଠିକ୍‌ ସମୟରେ ଗେଟ୍‌ ଖୋଲାଗଲାନାହିଁ କି ପାଣି ଛଡ଼ାଗଲାନାହିଁ। ଫଳରେ ଯେଉଁ ସମୟରେ ରୁଆ ବେଉଷଣ ଶେଷ ହେବା କଥା, ସେହି ସମୟରେ ତଳି ଉପାଡ଼ିବା ପାଇଁ ଜମିରେ ଜଳ ନାହିଁ। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଦଣ୍ଡିରିସ୍ଥିତି ସାପୁଆ କ୍ଷୁଦ୍ର ସେଚ ପ୍ରକଳ୍ପରେ ଜଳ ପରିଚାଳନାରେ ଏଭଳି ବିଭ୍ରାଟ ଯୋଗୁ ଚଳିତବର୍ଷ କେନାଲ ତଟବର୍ତ୍ତୀ ଜମି ପଡ଼ିଆ ପଡ଼ିଥିବାବେଳେ ଖରିଫ୍‌ ଚାଷ ଉଜୁଡ଼ିଯିବା ଆଶଙ୍କା ଦେଖାଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି।
ହିନ୍ଦୋଳ ବ୍ଲକର ରାସୋଳ, ଦଣ୍ଡିରି, କୁନୁଆ, ବୁହାଳିପାଳ, କଳିଙ୍ଗା, ନୂଆବଗ ପଞ୍ଚାୟତର ଚାଷୀଙ୍କ ଜଳସେଚନର ପ୍ରମୁଖ ମାଧ୍ୟମ ସାପୁଆ କ୍ଷୁଦ୍ର ସେଚ ପ୍ରକଳ୍ପ। ୮୫୦ ହେକ୍ଟରରେ ପରିବ୍ୟାପ୍ତ ଏହି ଡ୍ୟାମ୍‌ ମାଧ୍ୟମରେ ପ୍ରାୟ ୨୪୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଛି। ବିଶେଷ କରି ଖରିଫ୍‌ ଚାଷ ସମୟରେ ଚାଷୀ ଡ୍ୟାମ୍‌ ପାଣି ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଆନ୍ତି। ଚଳିତବର୍ଷ ମୌସୁମୀର ଲୁଚକାଳି ଯୋଗୁ ରାସୋଳ ଅଞ୍ଚଳରେ ଆବଶ୍ୟକ ପରିମାଣର ବର୍ଷା ହୋଇ ନ ଥିବାରୁ ଆଗୁଆ ପାଣି ଛାଡ଼ିବା କଥା। ହେଲେ ଡ୍ୟାମ୍‌ କର୍ତ୍ତୃପକ୍ଷ ପ୍ରାୟ ସପ୍ତାହେ ପରେ ଗତ ୩ଦିନ ତଳେ ପାଣି ଛାଡ଼ିଛନ୍ତି। ତଥାପି ରବିବାର ସୁଦ୍ଧା ତଳମୁଣ୍ଡରେ ପାଣି ପହଞ୍ଚତ୍ପାରିନାହିଁଁ। ତେଣୁ ରୁଆ ବେଉଷଣ ଆଗେଇ ପାରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ନାଉକିଆରୀର କାଳିଆ ପ୍ରଧାନ, ଦଣ୍ଡଧର ବିଶ୍ୱାଳ, କୁନୁଆର କିର୍ଲୋସ୍କର ରାଉତ, କୃଷ୍ଣ ସାମଲ, ବାଙ୍କଟିଆର ନରେଶ ଚନ୍ଦ୍ର ପାଳ, ରଘୁନାଥ ପାଳ ପ୍ରମୁଖ ଅଭିଯୋଗ କରିଛନ୍ତି, ୨୦ଦିନ ହେଲା ବର୍ଷା ନାହିଁ। ପାଣି ଅଭାବରୁ ଚାଷ କାର୍ଯ୍ୟ ବନ୍ଦ ହୋଇଯାଇଛି। ଅଧାରୁ ଅଧିକ ଜମି ପଡ଼ିଆ ପଡ଼ିଛି। ବିଭାଗୀୟ ଅଧିକାରୀ ଓ ଜଳ ପରିଚାଳନା ଦାୟିତ୍ୱରେ ଥିବା ପାଣି ପଞ୍ଚାୟତର ଅବହେଳା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଯଦି ଡ୍ୟାମରେ ପାଣି ଥାଇ ଚାଷୀ ପାଇବେ ନାହିଁ, ତେବେ ଜଳସେଚନ ପ୍ରକଳ୍ପ କାହାସ୍ବାର୍ଥରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏ ନେଇ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିବେ ବୋଲି ସମ୍ପୃକ୍ତ ଚାଷୀମାନେ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ସାପୁଆ ପାଣି ପଞ୍ଚାୟତ ଅଧ୍ୟକ୍ଷ ପ୍ରେମାନନ୍ଦ ପଟ୍ଟନାୟକ କୁହନ୍ତି, ପାଣି ଛଡ଼ାଯାଇଛି। ଏତେ ବ୍ୟସ୍ତ କାହିଁକି। ପାଣି ପହଞ୍ଚତ୍ବ ବୋଲି କହି ସେ ପ୍ରସଙ୍ଗ ଏଡ଼ାଇ ଯାଇଥିଲେ। ସାପୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ଦିବାକର ବେହେରା କୁହନ୍ତି, ୩ଦିନ ହେଲା ପାଣି ଛଡ଼ାଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ଗୋଖରକୁଦା ରାସ୍ତାରେ ଭାଙ୍ଗିଲା ଗଛ, ଘରେ ପଶିଲା ବର୍ଷା ଜଳ

ଗଞ୍ଜାମ,୨୫।୯(ବିଦ୍ୟାଧର ସାହୁ ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତୁହାକୁ ବର୍ଷା ପାଇଁ ଲୋକେ ଘରୁ ପଦାକୁ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?