୮୦ ଲକ୍ଷର ହିସାବ ମିଳୁନାହିଁ

ଢେଙ୍କାନାଳ,୨୦ା୮(ରତନ ନାୟାର)ଚଳୁ କରିଦେଲେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ପାଇଁ ଆସିଥିବା ଅର୍ଥ। ଏର୍ନେଷ୍ଟ ମନି ଡିପୋଜିଟ୍‌ (ଇଏମ୍‌ଡି) ବାବଦ ଠିକାଦାରଙ୍କ ଟଙ୍କା ବି ଖାଇଗଲେ। ଏଭଳି ବିଭିନ୍ନ ପର୍ଯ୍ୟାୟରେ ୮୦ ଲକ୍ଷ ଟଙ୍କା କେଉଁବାଟରେ ଖର୍ଚ୍ଚ ହେଲା, ତାହାର ହିସାବ ମିଳୁନାହିଁ। ଢେଙ୍କାନାଳ ସହର ଉପକଣ୍ଠରେ ଜମି ଦୁର୍ନୀତି ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଏବେ ପୌରସଂସ୍ଥାରେ ପୁଣି ଏଭଳି ଏକ କେଳେଙ୍କାରି ଆଲୋଡ଼ନ ସୃଷ୍ଟି କରିଛି। ପୌରସଂସ୍ଥାରେ ସ୍ବତନ୍ତ୍ର ଅଡିଟ୍‌ରୁ ଏଭଳି ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ପଦାକୁ ଆସିଛି। ଏଥିରେ ଅଧସ୍ତନ କର୍ମଚାରୀଙ୍କଠାରୁ ଆରମ୍ଭ କରି ପଦସ୍ଥ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି।
ପୌର ପରିଷଦ ଗଠନ ପୂର୍ବରୁ ୨୦୨୦-୨୧ ଏବଂ ୨୦୨୧-୨୨ରେ ଢେଙ୍କାନାଳ ପୌରସଂସ୍ଥାର ପ୍ରମୁଖ ରାସ୍ତା, ବିଭିନ୍ନ ଓ୍ବାର୍ଡରେ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଯାଇଥିଲା। ସେତେବେଳେ ଏକ ସଂସ୍ଥାକୁ ଏହି କାର୍ଯ୍ୟଲାଗି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଚର୍ଚ୍ଚା ହୋଇଥିଲା। ହେଲେ ବିଭାଗୀୟ ଅଧିକାରୀ ତଦନ୍ତ କରିବା ତ ଦୂରର କଥା ଏ ସମ୍ପର୍କରେ ମୁହଁ ମଧ୍ୟ ଖୋଲି ନ ଥିଲେ। ତେବେ ୨୦୨୨ରେ ନୂତନ ପୌର ପରିଷଦ ଗଠନ ହେବା ପରେ ଏହି କାର୍ଯ୍ୟର ସ୍ବତନ୍ତ୍ର ଅଡିଟ୍‌ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ତଦନ୍ତରୁ ୯ ଲକ୍ଷ ଟଙ୍କାର ଦୁର୍ନୀତି ପଦାକୁ ଆସିଥିଲା। ଏଥିରେ ଜଣେ ଅଧସ୍ତନ କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ସ୍ପଷ୍ଟ ହୋଇଥିଲା। ତାଙ୍କୁ ପଚରାଉଚରା କରାଯିବା ପରେ ସେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଫେରାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଏହାପରେ ସହରାଞ୍ଚଳରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିବା ଠିକାଦାରମାନେ ଇଏମ୍‌ଡି ବାବଦକୁ ଜମା କରିଥିବା ୫୧ ଲକ୍ଷ ଟଙ୍କା ପୌରସଂସ୍ଥା ଆକାଉଣ୍ଟରେ ପୈଠ ହୋଇ ନ ଥିବା ଜଣାପଡ଼ିଥିଲା। ଏହାକୁ ମଧ୍ୟ କୌଶଳକ୍ରମେ ହଡ଼ପ କରାଯାଇଛି। ଏଥିରେ ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କ ହାତ ଥିବା ଜଣାପଡ଼ିଛି। ଶନିବାର ଏଥିରେ ଯୋଡ଼ିହୋଇଛି ଆଉ ଏକ ଫର୍ଦ୍ଦ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଲାଇଟ୍‌ କିଣା ବାବଦରେ ଯୋଗାଣକାରୀ ସଂସ୍ଥା ଦାଖଲ କରିଥିବା ୧୭ ଲକ୍ଷ ୫୦ ହଜାର ଟଙ୍କା ଫାଇଲ୍‌ରେ ଚଢ଼ି ନ ଥିବା ଜଣାପଡ଼ିଛି। ପୌର କାର୍ଯ୍ୟାଳୟର ଜଣେ କିରାଣି ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଯାହାକୁ ନେଇ ନିର୍ବାହୀ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ଅଜାଣତରେ ଏତେବଡ଼ ଆର୍ଥିକ ଅନିୟମିତତା ହେବା ସମ୍ଭବ ନୁହେଁ। ବିଶେଷ କରି ପୌର ପରିଷଦ ଗଠନ ହୋଇ ନ ଥିବା ବେଳେ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ଏହା ଜାଣି ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଙ୍ଖାନୁଫୁଙ୍ଖ ତଦନ୍ତ କରାଗଲେ ଅନେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀ ଧରାପଡ଼ିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କ ପ୍ରତିକ୍ରିୟା ଲୋଡ଼ିବାରେ ସେ କୌଣସି ସୂଚନା ଦେବାକୁ ମନା କରିଦେଇଥିଲେ। ଏପରି କି ଏ ସମ୍ପର୍କରେ ଜାଣି ନ ଥିବା କହି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ। ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର କୁହନ୍ତି, ଢେଙ୍କାନାଳ ପୌରସଂସ୍ଥାରେ ଏଭଳି ଅନେକ ଦୁର୍ନୀତି ହୋଇଛି। ବିଧିବଦ୍ଧ ତଦନ୍ତ କରାଗଲେ ଏହାର ରହସ୍ୟ ଉନ୍ମୋଚନ ହେବ। ଏ ନେଇ ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଛି। ଦୁର୍ନୀତିର ତଦନ୍ତ କରାଯିବ। ଯେଉଁମାନେ ଏଥିରେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ପୌରାଧ୍ୟକ୍ଷ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ କଲେ ଡା. ଆଶିଷ ଶତପଥୀ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଡା. ଆଶିଷ ଶତପଥୀ ବୁଧବାର ନାମାଙ୍କନ...

ମାମୁଙ୍କୁ ପଥରରେ ଛେଚି ହତ୍ୟା କଲେ ଭଣଜା

ବଣାଇ,୧ା୫(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନାର ଗଉଡ଼ ଗ୍ରାମରେ ରହୁଥିବା ଭଉଣୀ ଘରକୁ ଲହୁଣିପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବର୍ଣ୍ଣ କଂସୁରିଆ (୬୦)...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ନାମାଙ୍କନପତ୍ର ଦାଖଲ କଲେ ରୀତା ସାହୁ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ରୀତା ସାହୁ ବୁଧବାର ତାଙ୍କର ନାମାଙ୍କନପତ୍ର ଦାଖଲ...

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।...

ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri