୮୦ ଲକ୍ଷର ହିସାବ ମିଳୁନାହିଁ

ଢେଙ୍କାନାଳ,୨୦ା୮(ରତନ ନାୟାର)ଚଳୁ କରିଦେଲେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ପାଇଁ ଆସିଥିବା ଅର୍ଥ। ଏର୍ନେଷ୍ଟ ମନି ଡିପୋଜିଟ୍‌ (ଇଏମ୍‌ଡି) ବାବଦ ଠିକାଦାରଙ୍କ ଟଙ୍କା ବି ଖାଇଗଲେ। ଏଭଳି ବିଭିନ୍ନ ପର୍ଯ୍ୟାୟରେ ୮୦ ଲକ୍ଷ ଟଙ୍କା କେଉଁବାଟରେ ଖର୍ଚ୍ଚ ହେଲା, ତାହାର ହିସାବ ମିଳୁନାହିଁ। ଢେଙ୍କାନାଳ ସହର ଉପକଣ୍ଠରେ ଜମି ଦୁର୍ନୀତି ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଏବେ ପୌରସଂସ୍ଥାରେ ପୁଣି ଏଭଳି ଏକ କେଳେଙ୍କାରି ଆଲୋଡ଼ନ ସୃଷ୍ଟି କରିଛି। ପୌରସଂସ୍ଥାରେ ସ୍ବତନ୍ତ୍ର ଅଡିଟ୍‌ରୁ ଏଭଳି ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ପଦାକୁ ଆସିଛି। ଏଥିରେ ଅଧସ୍ତନ କର୍ମଚାରୀଙ୍କଠାରୁ ଆରମ୍ଭ କରି ପଦସ୍ଥ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି।
ପୌର ପରିଷଦ ଗଠନ ପୂର୍ବରୁ ୨୦୨୦-୨୧ ଏବଂ ୨୦୨୧-୨୨ରେ ଢେଙ୍କାନାଳ ପୌରସଂସ୍ଥାର ପ୍ରମୁଖ ରାସ୍ତା, ବିଭିନ୍ନ ଓ୍ବାର୍ଡରେ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଯାଇଥିଲା। ସେତେବେଳେ ଏକ ସଂସ୍ଥାକୁ ଏହି କାର୍ଯ୍ୟଲାଗି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଚର୍ଚ୍ଚା ହୋଇଥିଲା। ହେଲେ ବିଭାଗୀୟ ଅଧିକାରୀ ତଦନ୍ତ କରିବା ତ ଦୂରର କଥା ଏ ସମ୍ପର୍କରେ ମୁହଁ ମଧ୍ୟ ଖୋଲି ନ ଥିଲେ। ତେବେ ୨୦୨୨ରେ ନୂତନ ପୌର ପରିଷଦ ଗଠନ ହେବା ପରେ ଏହି କାର୍ଯ୍ୟର ସ୍ବତନ୍ତ୍ର ଅଡିଟ୍‌ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ତଦନ୍ତରୁ ୯ ଲକ୍ଷ ଟଙ୍କାର ଦୁର୍ନୀତି ପଦାକୁ ଆସିଥିଲା। ଏଥିରେ ଜଣେ ଅଧସ୍ତନ କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ସ୍ପଷ୍ଟ ହୋଇଥିଲା। ତାଙ୍କୁ ପଚରାଉଚରା କରାଯିବା ପରେ ସେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଫେରାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଏହାପରେ ସହରାଞ୍ଚଳରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିବା ଠିକାଦାରମାନେ ଇଏମ୍‌ଡି ବାବଦକୁ ଜମା କରିଥିବା ୫୧ ଲକ୍ଷ ଟଙ୍କା ପୌରସଂସ୍ଥା ଆକାଉଣ୍ଟରେ ପୈଠ ହୋଇ ନ ଥିବା ଜଣାପଡ଼ିଥିଲା। ଏହାକୁ ମଧ୍ୟ କୌଶଳକ୍ରମେ ହଡ଼ପ କରାଯାଇଛି। ଏଥିରେ ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କ ହାତ ଥିବା ଜଣାପଡ଼ିଛି। ଶନିବାର ଏଥିରେ ଯୋଡ଼ିହୋଇଛି ଆଉ ଏକ ଫର୍ଦ୍ଦ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଲାଇଟ୍‌ କିଣା ବାବଦରେ ଯୋଗାଣକାରୀ ସଂସ୍ଥା ଦାଖଲ କରିଥିବା ୧୭ ଲକ୍ଷ ୫୦ ହଜାର ଟଙ୍କା ଫାଇଲ୍‌ରେ ଚଢ଼ି ନ ଥିବା ଜଣାପଡ଼ିଛି। ପୌର କାର୍ଯ୍ୟାଳୟର ଜଣେ କିରାଣି ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଯାହାକୁ ନେଇ ନିର୍ବାହୀ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ଅଜାଣତରେ ଏତେବଡ଼ ଆର୍ଥିକ ଅନିୟମିତତା ହେବା ସମ୍ଭବ ନୁହେଁ। ବିଶେଷ କରି ପୌର ପରିଷଦ ଗଠନ ହୋଇ ନ ଥିବା ବେଳେ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ଏହା ଜାଣି ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଙ୍ଖାନୁଫୁଙ୍ଖ ତଦନ୍ତ କରାଗଲେ ଅନେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀ ଧରାପଡ଼ିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କ ପ୍ରତିକ୍ରିୟା ଲୋଡ଼ିବାରେ ସେ କୌଣସି ସୂଚନା ଦେବାକୁ ମନା କରିଦେଇଥିଲେ। ଏପରି କି ଏ ସମ୍ପର୍କରେ ଜାଣି ନ ଥିବା କହି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ। ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର କୁହନ୍ତି, ଢେଙ୍କାନାଳ ପୌରସଂସ୍ଥାରେ ଏଭଳି ଅନେକ ଦୁର୍ନୀତି ହୋଇଛି। ବିଧିବଦ୍ଧ ତଦନ୍ତ କରାଗଲେ ଏହାର ରହସ୍ୟ ଉନ୍ମୋଚନ ହେବ। ଏ ନେଇ ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଛି। ଦୁର୍ନୀତିର ତଦନ୍ତ କରାଯିବ। ଯେଉଁମାନେ ଏଥିରେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ପୌରାଧ୍ୟକ୍ଷ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?