ଦୁର୍ବଳ ଭିତ୍ତିଭୂମି ଯୋଗୁ ଦୟନୀୟ

ଆଠମଲ୍ଲିକ,୨୦ା୮(ଉଦୀପ୍ତ ପୁରୋହିତ)ଆଠମଲ୍ଲିକ କଲେଜ ପ୍ରତିଷ୍ଠାତା ସଭ୍ୟ ତଥା କଲେଜର ପ୍ରଥମ ଅଧ୍ୟକ୍ଷ ରାମକୃଷ୍ଣ ମିଶ୍ରଙ୍କ କହିବା ଅନୁଯାୟୀ, ରାଜା ପ୍ରଦୀପ ଚନ୍ଦ୍ର ଦେଓ, ଡ. ବ୍ରଜମୋହନ ପାଣିଗ୍ରାହୀ, ତତ୍କାଳୀନ ବିଧାୟକ ବାଳକୃଷ୍ଣ ପଟ୍ଟନାୟକଙ୍କ ସମେତ ଅଞ୍ଚଳର କେତେଜଣ ସୁଯୋଗ୍ୟ ସନ୍ତାନ ଏକତ୍ର ହୋଇ ଆଠମଲ୍ଲିକ କଲେଜ ପ୍ରତିଷ୍ଠାର ପରିକଳ୍ପନା କରିଥିଲେ। କଲେଜ ଗଠନ ନେଇ ହୋଇଥିବା କମିଟିର ସଭାପତି ଭାବେ ତତ୍କାଳୀନ ଉପଜିଲାପାଳ ପର୍ଶୁରାମ କର ଓ ସମ୍ପାଦକ ଭାବେ ରାଜା ଦେଓଙ୍କୁ ଚୟନ କରାଯାଇଥିଲା। ଅବିଭକ୍ତ ଢେଙ୍କାନାଳ ଜିଲାର ତତ୍କାଳୀନ ଜିଲାପାଳ ସରିତା ଜୟନ୍ତ ଦାସଙ୍କ ସହଯୋଗରେ ଉକ୍ତ ପରିକଳ୍ପନା ବାସ୍ତବ ରୂପ ନେଇପାରିଥିଲା। ୧୯୭୮ ମସିହାରେ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ କଲେଜର ପ୍ରଥମ ବର୍ଷ ପାଠପଢା ଆରମ୍ଭ ହୋଇଥିଲା। ତେବେ କଲେଜର ନିଜସ୍ବ ଗୃହ ନ ଥିବାରୁ ସହରର ହରିବନ୍ଧୁ ହୋତା ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ନିଜସ୍ବ କୋଠା ନିର୍ମାଣ ପାଇଁ ସେ ୭୦ ହଜାରରୁ ଅଧିକ ଟଙ୍କା ଦାନ କରିଥିଲେ। ଏଥିସହ ଦାନ ସୂତ୍ରରେ ମିଳିଥିବା ଆଉ କିଛି ଅର୍ଥକୁ ମିଶାଇ ୧୯୭୯ରେ ହରିବନ୍ଧୁ ଛାତ୍ରାବାସ ନିର୍ମାଣ କରାଯାଇଥିଲା। ସେହି ଛାତ୍ରାବାସରେ ହିଁ ଯୁକ୍ତ ୨ ଓ ଯୁକ୍ତ ୩ ପାଠପଢ଼ା ଆରମ୍ଭ ହୋଇଥିଲା। ହେଲେ ଧୀରେ ଧୀରେ ହରିବନ୍ଧୁ ଛାତ୍ରାବାସ ଭିତ୍ତିଭୂମି ଦୁର୍ବଳ ହୋଇପଡ଼ିବାରୁ ୧୯୯୪ରେ ନୂତନ ଛାତ୍ରାବାସକୁ +୩ କଳା ଅନର୍ସର ଛାତ୍ରୀଛାତ୍ରଙ୍କୁ ପଠାଯାଇ ସେଠାରେ ଶିକ୍ଷାଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଯୁକ୍ତ ୩ ବିଜ୍ଞାନ ପିଲାଙ୍କୁ ମଧ୍ୟ ସେଠାରେ ଶିକ୍ଷାଦାନ କରାଯାଉଛି। ତେଣୁ ଦୀର୍ଘ ୫୦ ବର୍ଷ ପୂରଣ ହେବାକୁ ବସିଥିବା ଏହି କଲେଜରେ ଯୁକ୍ତ ୩ କଳା ଅନର୍ସ ଓ ବିଜ୍ଞାନ ପିଲାଙ୍କ ପାଇଁ ଆବଶ୍ୟକ କୋଠା ନିର୍ମାଣ କରାଯାଇ ନାହିଁ। କେବଳ ଏହି ଗୋଟିଏ ସମସ୍ୟା ନୁହେଁ, କଲେଜରେ ବିଶୁଦ୍ଧ ପାଇପ୍‌ ପାଣିର ସୁବିଧା କରାଯାଇ ନାହିଁ। ଅଫିସ କାର୍ଯ୍ୟ ତୁଲାଇବା ପାଇଁ ୪ ଜଣ ଅଣଶିକ୍ଷକ କର୍ମଚାରୀଙ୍କ ଆବଶ୍ୟକତା ଥିଲାବେଳେ ମାତ୍ର ଜଣେ କର୍ମଚାରୀ ଦାୟିତ୍ୱ ତୁଲାଉଛନ୍ତି। ୬ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସ୍ଥାନରେ ୨ ଜଣ ଅଛନ୍ତି। ଇତିହାସ, ଅର୍ଥନୀତି, ଉଦ୍ଭିଦ ବିଜ୍ଞାନ, ତର୍କ ଶାସ୍ତ୍ର, ରାଜନୀତି ବିଜ୍ଞାନ ଓ ଓଡ଼ିଆ ବିଭାଗରେ ଗୋଟିଏ ଲେଖାଏ ଅଧ୍ୟାପକ ପଦବୀ ଖାଲି ରହିଛି। ଗ୍ରନ୍ଥାଗାରିକ ଓ ସହାୟକ ପଦବୀ ଫାଙ୍କା ପଡ଼ିଛି। କଲେଜ ପ୍ରବେଶ ଦ୍ୱାର ନିକଟରେ ଥିବା ବିଶ୍ରାମାଗାର ବିପଦସଙ୍କୁଳ ଅବସ୍ଥାରେ ଥିବା ସତ୍ତ୍ୱେ ସେଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ବାରମ୍ବାର ଦାବି ହେଉଥିଲେ ମଧ୍ୟ ରାଜ୍ୟ ସରକାର ଆଠମଲ୍ଲିକ କଲେଜର ଭିତ୍ତିଭୂମି ସୁଦୃଢ଼ ଦିଗରେ ଦୃଷ୍ଟି ଦେଉ ନ ଥିବାରୁ ଶିକ୍ଷାବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?