ଗଭୀରକୁ ଲମ୍ବିଛି ଦୁର୍ନୀତି ଚେର

ଢେଙ୍କାନାଳ, ୨୩।୮(ରତନ ନାୟାର): ଢେଙ୍କାନାଳ ପୌରସଂସ୍ଥାରେ ଦୁର୍ନୀତି ଚେର ଗଭୀରକୁ ଲମ୍ବିଛି। ଯେତିକି ଖୋଳତାଡ଼ ହେଉଛି, ସେତେ ବଡ଼ ବଡ଼ ଆର୍ଥିକ ଅନିୟମିତତା ଧରାପଡୁଛି। ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ଏବଂ ବିଭିନ୍ନ ପ୍ରକଳ୍ପରେ ଠିକାଦାରଙ୍କ ପକ୍ଷରୁ ଡିପୋଜିଟ୍‌ ହୋଇଥିବା ଆର୍‌ନେଷ୍ଟ ମନି ଡିପୋଜିଟ୍‌ (ଇଏମ୍‌ଡି) ବାବଦ ୮୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗର ଭିଜିଲାନ୍ସ ତନାଘନା ଆରମ୍ଭ ହୋଇଥିବାବେଳେ ଏବେ ୧୦ଟି ମନି ରିସିପ୍ଟ ମିଳୁ ନ ଥିବା ଜଣାପଡ଼ିଛି। ଫଳରେ ସହରାଞ୍ଚଳର ହୋଲ୍‌ଡିଂ ଟାକ୍ସ, ମାହାସୁଲ ସମେତ ଅନ୍ୟାନ୍ୟ କର ବାବଦରେ ଆଦାୟ ହୋଇଥିବା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ହିସାବ ମିଳୁନାହିଁ। ଲୋକାଲ ଫଣ୍ଡ ଅଡିଟ୍‌ରୁ ଏଭଳି କେଳେଙ୍କାରୀ ଧରାପଡ଼ିଛି। ତେବେ ଏତେବଡ଼ ଦୁର୍ନୀତିରେ କେବଳ ଅଧସ୍ତନ କର୍ମଚାରୀ ନୁହନ୍ତି, ଅନେକ ବଡ଼ବଡ଼ିଆଙ୍କ ହାତ ରହିଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ।
ଢେଙ୍କାନାଳ ପୌରସଂସ୍ଥାରେ ୨୦୨୧-୨୨ ଆର୍ଥତ୍କ ବର୍ଷରେ ମଞ୍ଜୁର ହୋଇଥିବା ଅନୁଦାନ, ବିନିଯୋଗ, ପୌରସଂସ୍ଥାର ଆୟ ଏବଂ ବିଭିନ୍ନ ସାମଗ୍ରୀ କିଣାରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ଲାଗି ଲୋକାଲ ଫଣ୍ଡ୍‌ ଅଡିଟ୍‌ ବିଭାଗ ପକ୍ଷରୁ ଅଡିଟ୍‌ କରାଯାଇଥିଲା। ୨୦୨୨ ଡିସେମ୍ବର ୧ରୁ ୨୦୨୩ ମାର୍ଚ୍ଚ ୨୫ ଯାଏ ଖୋଳତାଡ଼ କରାଯାଇଥିବାବେଳେ ଗତ ମେ’ ୧୨ରେ ରିପୋର୍ଟ ଦାଖଲ କରାଯାଇଥିଲା। ଷ୍ଟକ୍‌ ରେଜିଷ୍ଟର ଯାଞ୍ଚ କରିବା ବେଳେ ମନି ରିସିପ୍ଟ ବହି ଫେରସ୍ତ ହୋଇ ନ ଥିବା ଜଣାପଡ଼ିଥିଲା। କେବଳ ଏତିକି ନୁହେଁ, ରେଜିଷ୍ଟରରେ ଏ ସମ୍ପର୍କରେ କୌଣସି ତଥ୍ୟ ମଧ୍ୟ ଉଲ୍ଲେଖ କରାଯାଇ ନ ଥିଲା। ସିରିଏଲ ନଂ. ୧ରୁ ୧୦ ପର୍ଯ୍ୟନ୍ତ ଥିବା ମନି ରିସିପ୍ଟ ବାବଦ ବହି ୫୧୩, ୫୨୬, ୫୩୪, ୫୪୪, ୫୦୦, ୪୩୮, ୪୬୯, ୪୮୩, ୪୮୪, ୪୯୧ ସମ୍ପର୍କରେ କୌଣସି ସୂଚନା ମିଳି ନ ଥିଲା।
ଏଭଳି ମହାଦୁର୍ନୀତିରେ ଜଣେ ତଳିଆ କର୍ମଚାରୀଙ୍କ ସମ୍ପୃକ୍ତି ଚର୍ଚ୍ଚା ହେଉଥିବାବେଳେ ସେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଅଛନ୍ତି। ସେହିପରି ନିର୍ବାହୀ ଅଧିକାରୀ ମଧ୍ୟ ମଙ୍ଗଳବାରଠାରୁ ଛୁଟିରେ ଅଛନ୍ତି। ତେଣୁ ତାଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ। ଫଳରେ ସମସ୍ତ ଘଟଣା ରହସ୍ୟାବୃତ୍ତ ହୋଇ ରହିଛି। କେବଳ ତଳିଆ କର୍ମଚାରୀ ନୁହନ୍ତି, ଏଥିରେ ଏକାଧିକ ପୂର୍ବତନ ଏବଂ ଏବେକାର କର୍ମଚାରୀ, ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଆଲୋଚନା ହେଉଛି। ଭିଜିଲାନ୍ସ ପକ୍ଷରୁ ନିରପେକ୍ଷ ତଦନ୍ତ ହେଲେ ଆହୁରି ଅନେକ ଦୁର୍ନୀତି ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର କୁହନ୍ତି, ଅଡିଟ୍‌ ରିପୋର୍ଟରୁ ମନି ରିସିପ୍ଟ ବହି ମିଳୁ ନ ଥିବା ଜଣାପଡ଼ିଥିଲା। ଏହାର ତଦନ୍ତ କରିବା ଲାଗି ଭିଜିଲାନ୍ସ ବିଭାଗକୁ ଲିଖିତ ଭାବେ ଜଣାଯାଇଛି। ୧୪ଟି ମନି ରିସିପ୍ଟ ବହି ହଜିଥିବା ଅନୁମାନ କରାଯାଉଛି। ଭିଜିଲାନ୍ସ ତଦନ୍ତ ହେଲେ ସମସ୍ତ ତଥ୍ୟ ପଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri