ଗଭୀରକୁ ଲମ୍ବିଛି ଦୁର୍ନୀତି ଚେର

ଢେଙ୍କାନାଳ, ୨୩।୮(ରତନ ନାୟାର): ଢେଙ୍କାନାଳ ପୌରସଂସ୍ଥାରେ ଦୁର୍ନୀତି ଚେର ଗଭୀରକୁ ଲମ୍ବିଛି। ଯେତିକି ଖୋଳତାଡ଼ ହେଉଛି, ସେତେ ବଡ଼ ବଡ଼ ଆର୍ଥିକ ଅନିୟମିତତା ଧରାପଡୁଛି। ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ଏବଂ ବିଭିନ୍ନ ପ୍ରକଳ୍ପରେ ଠିକାଦାରଙ୍କ ପକ୍ଷରୁ ଡିପୋଜିଟ୍‌ ହୋଇଥିବା ଆର୍‌ନେଷ୍ଟ ମନି ଡିପୋଜିଟ୍‌ (ଇଏମ୍‌ଡି) ବାବଦ ୮୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗର ଭିଜିଲାନ୍ସ ତନାଘନା ଆରମ୍ଭ ହୋଇଥିବାବେଳେ ଏବେ ୧୦ଟି ମନି ରିସିପ୍ଟ ମିଳୁ ନ ଥିବା ଜଣାପଡ଼ିଛି। ଫଳରେ ସହରାଞ୍ଚଳର ହୋଲ୍‌ଡିଂ ଟାକ୍ସ, ମାହାସୁଲ ସମେତ ଅନ୍ୟାନ୍ୟ କର ବାବଦରେ ଆଦାୟ ହୋଇଥିବା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ହିସାବ ମିଳୁନାହିଁ। ଲୋକାଲ ଫଣ୍ଡ ଅଡିଟ୍‌ରୁ ଏଭଳି କେଳେଙ୍କାରୀ ଧରାପଡ଼ିଛି। ତେବେ ଏତେବଡ଼ ଦୁର୍ନୀତିରେ କେବଳ ଅଧସ୍ତନ କର୍ମଚାରୀ ନୁହନ୍ତି, ଅନେକ ବଡ଼ବଡ଼ିଆଙ୍କ ହାତ ରହିଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ।
ଢେଙ୍କାନାଳ ପୌରସଂସ୍ଥାରେ ୨୦୨୧-୨୨ ଆର୍ଥତ୍କ ବର୍ଷରେ ମଞ୍ଜୁର ହୋଇଥିବା ଅନୁଦାନ, ବିନିଯୋଗ, ପୌରସଂସ୍ଥାର ଆୟ ଏବଂ ବିଭିନ୍ନ ସାମଗ୍ରୀ କିଣାରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ଲାଗି ଲୋକାଲ ଫଣ୍ଡ୍‌ ଅଡିଟ୍‌ ବିଭାଗ ପକ୍ଷରୁ ଅଡିଟ୍‌ କରାଯାଇଥିଲା। ୨୦୨୨ ଡିସେମ୍ବର ୧ରୁ ୨୦୨୩ ମାର୍ଚ୍ଚ ୨୫ ଯାଏ ଖୋଳତାଡ଼ କରାଯାଇଥିବାବେଳେ ଗତ ମେ’ ୧୨ରେ ରିପୋର୍ଟ ଦାଖଲ କରାଯାଇଥିଲା। ଷ୍ଟକ୍‌ ରେଜିଷ୍ଟର ଯାଞ୍ଚ କରିବା ବେଳେ ମନି ରିସିପ୍ଟ ବହି ଫେରସ୍ତ ହୋଇ ନ ଥିବା ଜଣାପଡ଼ିଥିଲା। କେବଳ ଏତିକି ନୁହେଁ, ରେଜିଷ୍ଟରରେ ଏ ସମ୍ପର୍କରେ କୌଣସି ତଥ୍ୟ ମଧ୍ୟ ଉଲ୍ଲେଖ କରାଯାଇ ନ ଥିଲା। ସିରିଏଲ ନଂ. ୧ରୁ ୧୦ ପର୍ଯ୍ୟନ୍ତ ଥିବା ମନି ରିସିପ୍ଟ ବାବଦ ବହି ୫୧୩, ୫୨୬, ୫୩୪, ୫୪୪, ୫୦୦, ୪୩୮, ୪୬୯, ୪୮୩, ୪୮୪, ୪୯୧ ସମ୍ପର୍କରେ କୌଣସି ସୂଚନା ମିଳି ନ ଥିଲା।
ଏଭଳି ମହାଦୁର୍ନୀତିରେ ଜଣେ ତଳିଆ କର୍ମଚାରୀଙ୍କ ସମ୍ପୃକ୍ତି ଚର୍ଚ୍ଚା ହେଉଥିବାବେଳେ ସେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଅଛନ୍ତି। ସେହିପରି ନିର୍ବାହୀ ଅଧିକାରୀ ମଧ୍ୟ ମଙ୍ଗଳବାରଠାରୁ ଛୁଟିରେ ଅଛନ୍ତି। ତେଣୁ ତାଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ। ଫଳରେ ସମସ୍ତ ଘଟଣା ରହସ୍ୟାବୃତ୍ତ ହୋଇ ରହିଛି। କେବଳ ତଳିଆ କର୍ମଚାରୀ ନୁହନ୍ତି, ଏଥିରେ ଏକାଧିକ ପୂର୍ବତନ ଏବଂ ଏବେକାର କର୍ମଚାରୀ, ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଆଲୋଚନା ହେଉଛି। ଭିଜିଲାନ୍ସ ପକ୍ଷରୁ ନିରପେକ୍ଷ ତଦନ୍ତ ହେଲେ ଆହୁରି ଅନେକ ଦୁର୍ନୀତି ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର କୁହନ୍ତି, ଅଡିଟ୍‌ ରିପୋର୍ଟରୁ ମନି ରିସିପ୍ଟ ବହି ମିଳୁ ନ ଥିବା ଜଣାପଡ଼ିଥିଲା। ଏହାର ତଦନ୍ତ କରିବା ଲାଗି ଭିଜିଲାନ୍ସ ବିଭାଗକୁ ଲିଖିତ ଭାବେ ଜଣାଯାଇଛି। ୧୪ଟି ମନି ରିସିପ୍ଟ ବହି ହଜିଥିବା ଅନୁମାନ କରାଯାଉଛି। ଭିଜିଲାନ୍ସ ତଦନ୍ତ ହେଲେ ସମସ୍ତ ତଥ୍ୟ ପଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?