୨୫ରେ ସ୍ବାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଗଣଧାରଣା

ଢେଙ୍କାନାଳ, ୧୯ା୮(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ କପିଳାସରେ ଅବ୍ୟବସ୍ଥା ସୀମା ଟପିଲାଣି। ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ଆର୍ଥିକ ଶୋଷଣ କରାଯାଉଛି। ମାନସିକ ନିର୍ଯାତନା ଦିଆଯାଉଛି। ଏହାର ପ୍ରତିବାଦରେ ଆସନ୍ତା ୨୫ ତାରିଖ ପୂର୍ବାହ୍ନ ୯ଟାରୁ କପିଳାସ ମୁଖ୍ୟ ଫାଟକ ସମ୍ମୁଖରେ ଢେଙ୍କାନାଳ ସ୍ବାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଆବାହକ ତଥା ପୂର୍ବତନ ବିଧାୟକ ନବୀନ ନନ୍ଦ ସୂଚନା ଦେଇଛନ୍ତି।
ପୂର୍ବତନ ବିଧାୟକ ନନ୍ଦ କହିଛନ୍ତି, ୨ମାସ ହେଲା ଏସ୍‌ପି ଶୋଷଣକାରୀଙ୍କୁ ତାଗିଦ୍‌ କରୁଛନ୍ତି। ହେଲେ ଏଥିପ୍ରତି କେହି ଖାତିର କରୁନାହାନ୍ତି। ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ସୁଫଳ ମିଳୁନାହିଁ। ନିର୍ଦ୍ଦେଶକୁ ବେଖାତିର କରି କେତେଜଣ ଅସାଧୁ ବ୍ୟକ୍ତି ଦେବୋତ୍ତର ବିଭାଗ ଅଧିକାରୀଙ୍କ ସହ ସାମିଲ ହୋଇ ଶ୍ରଦ୍ଧାଳୁଙ୍କୁ ଶୋଷଣ କରୁଛନ୍ତି। ପୀଠର ସୁନାମରେ ଆଞ୍ଚ ଆସୁଛି। ଏହାର ପ୍ରତିକାର ଲାଗି ଶୁକ୍ରବାର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଯାଇଛି। ଶ୍ରଦ୍ଧାଳୁଙ୍କଠାରୁ ଆର୍ଥିକ ଶୋଷଣ ବନ୍ଦ, ଦେବୋତ୍ତର ବିଭାଗ ଦ୍ୱାରା ନିଲାମ କରାଯାଉଥିବା ସଇରାତ ଦର ତାଲିକା ସର୍ବସାଧାରଣରେ ଲଗାଇବା, ଚାରିଚକିଆ ଯାନ ପାଇଁ ଉଦ୍ଦିଷ୍ଟ ଟୋଲ୍‌ ଗେଟ୍‌କୁ ପୁରୁଣା ବିଟ୍‌ ହାଉସ ନିକଟକୁ ସ୍ଥାନାନ୍ତର କରିବା, ଏହାକୁ ବୈଦ୍ୟୁତିକ ଚେକ୍‌ଗେଟ୍‌ରେ ରୂପାନ୍ତରିତ କରିବା, କେବଳ କପିଳାସକୁ ଯାଉଥିବା ଗାଡ଼ିଗୁଡ଼ିକରୁ ଟୋଲ୍‌ ଫି’ ଆଦାୟ କରିବା, ସୁଚିନ୍ତିତ ପାର୍କିଂ ବ୍ୟବସ୍ଥା, ପୂର୍ତ୍ତ ବିଭାଗ ରାସ୍ତାରେ ବାଇକ୍‌ ଆରୋହୀଙ୍କଠାରୁ ଆଦାୟ କରାଯାଉଥିବା ଟୋଲ୍‌ ଫି’ ସମ୍ପୂର୍ଣ୍ଣ ବନ୍ଦ କରିବା, ଶ୍ରୀମନ୍ଦିର ଢାଞ୍ଚାରେ କପିଳାସ ମୁଖ୍ୟ ଫାଟକଠାରୁ ବଡ଼ଦାଣ୍ଡ ପାହାଚ ରାସ୍ତା ପର୍ଯ୍ୟନ୍ତ ଆମିଷ ଭୋଜି ଓ ଆମିଷ ହୋଟେଲ ବନ୍ଦ, ଠାକୁରଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକଙ୍କୁ ନିଯୁକ୍ତି ଦେବା, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି, ଜବରଦଖଲରେ ଥିବା ଠାକୁରଙ୍କ ଭୂସମ୍ପତ୍ତିର ପୁନରୁଦ୍ଧାର କରି ଉପଯୁକ୍ତ ରକ୍ଷଣାବେକ୍ଷଣା କରିବାକୁ ପୂର୍ବତନ ବିଧାୟକ ଦାବି କରିଛନ୍ତି। ଏଥିସହ ଦୀର୍ଘଦିନ ଧରି ଠାକୁରଙ୍କ ସେବା କରି ଆସୁଥିବା ସ୍ଥାନୀୟ ପୂଜକଙ୍କୁ ଅନ୍ୟାୟ ଭାବେ କାର୍ଯ୍ୟରୁ ଅନ୍ତର କରାଯାଇଛି। ସେମାନଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ପୂର୍ବତନ ବିଧାୟକ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri