୨୫ରେ ସ୍ବାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଗଣଧାରଣା

ଢେଙ୍କାନାଳ, ୧୯ା୮(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ କପିଳାସରେ ଅବ୍ୟବସ୍ଥା ସୀମା ଟପିଲାଣି। ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ଆର୍ଥିକ ଶୋଷଣ କରାଯାଉଛି। ମାନସିକ ନିର୍ଯାତନା ଦିଆଯାଉଛି। ଏହାର ପ୍ରତିବାଦରେ ଆସନ୍ତା ୨୫ ତାରିଖ ପୂର୍ବାହ୍ନ ୯ଟାରୁ କପିଳାସ ମୁଖ୍ୟ ଫାଟକ ସମ୍ମୁଖରେ ଢେଙ୍କାନାଳ ସ୍ବାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଆବାହକ ତଥା ପୂର୍ବତନ ବିଧାୟକ ନବୀନ ନନ୍ଦ ସୂଚନା ଦେଇଛନ୍ତି।
ପୂର୍ବତନ ବିଧାୟକ ନନ୍ଦ କହିଛନ୍ତି, ୨ମାସ ହେଲା ଏସ୍‌ପି ଶୋଷଣକାରୀଙ୍କୁ ତାଗିଦ୍‌ କରୁଛନ୍ତି। ହେଲେ ଏଥିପ୍ରତି କେହି ଖାତିର କରୁନାହାନ୍ତି। ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ସୁଫଳ ମିଳୁନାହିଁ। ନିର୍ଦ୍ଦେଶକୁ ବେଖାତିର କରି କେତେଜଣ ଅସାଧୁ ବ୍ୟକ୍ତି ଦେବୋତ୍ତର ବିଭାଗ ଅଧିକାରୀଙ୍କ ସହ ସାମିଲ ହୋଇ ଶ୍ରଦ୍ଧାଳୁଙ୍କୁ ଶୋଷଣ କରୁଛନ୍ତି। ପୀଠର ସୁନାମରେ ଆଞ୍ଚ ଆସୁଛି। ଏହାର ପ୍ରତିକାର ଲାଗି ଶୁକ୍ରବାର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଯାଇଛି। ଶ୍ରଦ୍ଧାଳୁଙ୍କଠାରୁ ଆର୍ଥିକ ଶୋଷଣ ବନ୍ଦ, ଦେବୋତ୍ତର ବିଭାଗ ଦ୍ୱାରା ନିଲାମ କରାଯାଉଥିବା ସଇରାତ ଦର ତାଲିକା ସର୍ବସାଧାରଣରେ ଲଗାଇବା, ଚାରିଚକିଆ ଯାନ ପାଇଁ ଉଦ୍ଦିଷ୍ଟ ଟୋଲ୍‌ ଗେଟ୍‌କୁ ପୁରୁଣା ବିଟ୍‌ ହାଉସ ନିକଟକୁ ସ୍ଥାନାନ୍ତର କରିବା, ଏହାକୁ ବୈଦ୍ୟୁତିକ ଚେକ୍‌ଗେଟ୍‌ରେ ରୂପାନ୍ତରିତ କରିବା, କେବଳ କପିଳାସକୁ ଯାଉଥିବା ଗାଡ଼ିଗୁଡ଼ିକରୁ ଟୋଲ୍‌ ଫି’ ଆଦାୟ କରିବା, ସୁଚିନ୍ତିତ ପାର୍କିଂ ବ୍ୟବସ୍ଥା, ପୂର୍ତ୍ତ ବିଭାଗ ରାସ୍ତାରେ ବାଇକ୍‌ ଆରୋହୀଙ୍କଠାରୁ ଆଦାୟ କରାଯାଉଥିବା ଟୋଲ୍‌ ଫି’ ସମ୍ପୂର୍ଣ୍ଣ ବନ୍ଦ କରିବା, ଶ୍ରୀମନ୍ଦିର ଢାଞ୍ଚାରେ କପିଳାସ ମୁଖ୍ୟ ଫାଟକଠାରୁ ବଡ଼ଦାଣ୍ଡ ପାହାଚ ରାସ୍ତା ପର୍ଯ୍ୟନ୍ତ ଆମିଷ ଭୋଜି ଓ ଆମିଷ ହୋଟେଲ ବନ୍ଦ, ଠାକୁରଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକଙ୍କୁ ନିଯୁକ୍ତି ଦେବା, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି, ଜବରଦଖଲରେ ଥିବା ଠାକୁରଙ୍କ ଭୂସମ୍ପତ୍ତିର ପୁନରୁଦ୍ଧାର କରି ଉପଯୁକ୍ତ ରକ୍ଷଣାବେକ୍ଷଣା କରିବାକୁ ପୂର୍ବତନ ବିଧାୟକ ଦାବି କରିଛନ୍ତି। ଏଥିସହ ଦୀର୍ଘଦିନ ଧରି ଠାକୁରଙ୍କ ସେବା କରି ଆସୁଥିବା ସ୍ଥାନୀୟ ପୂଜକଙ୍କୁ ଅନ୍ୟାୟ ଭାବେ କାର୍ଯ୍ୟରୁ ଅନ୍ତର କରାଯାଇଛି। ସେମାନଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ପୂର୍ବତନ ବିଧାୟକ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନାମାଙ୍କନ ଭରିଲେ କହ୍ନାଇ, ସରୋଜ

ବୌଦ୍ଧ,୧।୫(ଅଜିତ କୁମାର ବାରିକ): ମେ’ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର...

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ନାମାଙ୍କନ ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ମୂରଲୀ ଶର୍ମା

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିନରେ ଭାଜପାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୂରଲୀ ଶର୍ମା ବୁଧବାର...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri