ଭରସା ଭାଙ୍ଗୁଛି

ଭୁବନ,୧୪।୮(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। କେବଳ ଭୁବନ ବ୍ଲକ କିମ୍ବା ଏନ୍‌ଏସି ନୁହେଁ, ଏହା ଉପରେ ନିର୍ଭର କରନ୍ତି ସୀମାନ୍ତ ଯାଜପୁର ଜିଲାର ରୋଗୀ। ତେବେ ବିଶେଷଜ୍ଞ ଡାକ୍ତର ଏବଂ ସହାୟକ କର୍ମଚାରୀଙ୍କ ଅଭାବରୁ ଏବେ ଏଠାରେ ଗୁରୁତର ସଙ୍କଟ ସୃଷ୍ଟି ହୋଇଛି। ଫଳରେ ରୋଗ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଆରୋଗ୍ୟ ହେବା ବଦଳରେ ରୋଗ ନେଇ ଘରକୁ ଫେରୁଥିବା ଅଭିଯୋଗ ହେଉଛି।
ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭୁବନ ଏନ୍‌ଏସିର ୧୫ ଓ୍ବାର୍ଡ, ବ୍ଲକର ୧୮ ପଞ୍ଚାୟତ ମଧ୍ୟରୁ ୧୩ଟି, ଗଁଦିଆ ବ୍ଲକ, ଏଥିସହ ସୀମାନ୍ତ ଯାଜପୁର ଜିଲାର ଖଣି ପ୍ରଭାବିତ ସୁକିନ୍ଦା, ହରିପୁର, ରାଜଗୋଲା, ହାତୀବାରି ଆଦି ଅଞ୍ଚଳର ରୋଗୀ ନିର୍ଭର କରୁଛନ୍ତି। ଦୈନିକ ରୋଗୀସଂଖ୍ୟା ୩୦୦ ଟପିଲାଣି। ତନ୍ମଧ୍ୟରୁ ଅଧିକାଂଶ ଦୁର୍ଘଟଣାଗ୍ରସ୍ତ। ହେଲେ ସେମାନଙ୍କୁ ମିଳିପାରୁନାହିଁ ଜରୁରୀ ଚିକିତ୍ସା। ଏଠାରେ ମୋଟ ୧୩ ଡାକ୍ତର ଓ ବିଶେଷଜ୍ଞ ପଦବୀ ମଧ୍ୟରୁ ୫ଟି ପୂରଣ ହୋଇଛି। ୮ ଡାକ୍ତରଙ୍କ ସ୍ଥାନରେ ୪ ଏବଂ ୪ ବିଶେଷଜ୍ଞ ବଦଳରେ ଜଣକରେ କାମ ଚାଲିଛି। କେବଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପଦବୀ ପୂରଣ ହୋଇଥିବାବେଳେ ଭେଷଜ, ଅସ୍ଥିଶଲ୍ୟ, ଶିଶୁରୋଗ, ଦନ୍ତରୋଗ ବିଶେଷଜ୍ଞ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡ଼ିଛି। ଫଳରେ ରୋଗ ଭଲ ହେବା ଆଶା ନେଇ ଆସୁଥିବା ରୋଗୀ ଗୁଣାତ୍ମକ ସେବା ମିଳିପାରୁ ନ ଥିବା ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ, ସାମାନ୍ୟ ଗୁରୁତର ରୋଗୀଙ୍କୁ ଜିଲା ଚିକିତ୍ସାଳୟକୁ ରେଫର କରିଦିଆଯାଉଛି।
ଏହାକୁ ବାଦ୍‌ଦେଲେ ଆନୁଷଙ୍ଗିକ ଭିତ୍ତିଭୂମି ମଧ୍ୟ ଅତ୍ୟନ୍ତ ଦୁର୍ବଳ। ଟେକ୍ନିସିଆନ ନ ଥିବାରୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଇସିଜି ମେଶିନରେ କଳଙ୍କି ଲାଗିଗଲାଣି। ଚିକିତ୍ସା ପ୍ରକୋଷ୍ଠ, ନିରାମୟ ଔଷଧ ବିତରଣ କେନ୍ଦ୍ରରୁ ପାଣି ଗଳୁଛି। ବର୍ଷା ହେଲେ ଡାକ୍ତରଖାନାରେ ଆଣ୍ଠୁଏ ଉଚ୍ଚତାର ପାଣି ଜମି ରହୁଛି। ମୃତଦେହ ବ୍ୟବଚ୍ଛେଦ ଗୃହ ଅଧିକାଂଶ ସମୟ ବନ୍ଦ ରହୁଛି। ମୃତକଙ୍କ ବ୍ୟବଚ୍ଛେଦ ପାଇଁ ଅନ୍ୟ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ସମ୍ପର୍କୀୟ ବାଧ୍ୟ ହେଉଛନ୍ତି। ନବନିର୍ମିତ କୋଭିଡ୍‌ ଡାକ୍ତରଖାନାରୁ ରାସ୍ତା ନିର୍ମାଣ ହୋଇ ନ ଥିବାରୁ ତାହା କାମରେ ଲାଗୁନାହିଁ। କର୍ମଚାରୀଙ୍କ ପାଇଁ ଆବଶ୍ୟକ ସଂଖ୍ୟକ କ୍ୱାର୍ଟର୍ସ ନ ଥିବାରୁ ସେମାନେ ଘରଭଡ଼ା ନେଇ ରହୁଛନ୍ତି। ବିଦ୍ୟୁତ୍‌ କାଟ ହେଲେ ଅଚଳାବସ୍ଥା ସୃଷ୍ଟି ହେଉଛି। ଇନଭର୍ଟର, ଡିଜି କୌଣସି କାମରେ ଆସୁନାହିଁ।
ପ୍ରତିଥର ରୋଗୀ କଲ୍ୟାଣ ସମିତି ବୈଠକରେ ଦିଆଯାଉଥିବା ପ୍ରସ୍ତାବ ଫାଇଲ୍‌ରେ ସୀମିତ ହୋଇ ରହିଯାଉଛି। ଏ ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ବରିଷ୍ଠ ନାଗରିକମାନେ ଜିଲା ସ୍ବାସ୍ଥ୍ୟ ବିଭାଗ, ଜିଲା ପ୍ରଶାସନର ପଦସ୍ଥ ଅଧିକାରୀ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ଶିଳ୍ପ ଜିଲାର ସ୍ବାସ୍ଥ୍ୟସେବା ଲାଗି ଅର୍ଥର ଅଭାବ ନ ଥିବା ଜନପ୍ରତିନିଧିମାନେ ଜୋର୍‌ ଦେଇ କହୁଥିବାବେଳେ ୨ ଜିଲାବାସୀ ନିର୍ଭର କରୁଥିବା ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନରେ ସ୍ବାସ୍ଥ୍ୟସେବା ଫେଲ୍‌ ମାରିବା ଜନ ଅସନ୍ତୋଷ ତୀବ୍ର କରିଥିବାବେଳେ ବଡ଼ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଅଞ୍ଚଳବାସୀ। ଏ ନେଇ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ଡା. ରମେଶ ଚନ୍ଦ୍ର ସାହୁ କୁହନ୍ତି ସମସ୍ୟା ସମ୍ପର୍କରେ ବାରମ୍ବାର ଜିଲା ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ପ୍ରତିଶ୍ରୁତି ମିଳିଛି। ଆସ୍ତେ ଆସ୍ତେ ଏସବୁର ସମାଧାନ କରାଯିବ।

ଅବ୍ୟବସ୍ଥା ନିରାଶ କରୁଛି
ଡାକ୍ତର ଅଭାବରୁ ଭୁବନ ଡାକ୍ତରଖାନାରେ ସମସ୍ୟା ହେଉଛି। ନିରାମୟ ଯୋଜନାରେ ମାଗଣାରେ ଔଷଧ ମିଳୁନାହିଁ। ଏଭଳି ଅନେକ ଅବ୍ୟବସ୍ଥା ରୋଗୀ, ସମ୍ପର୍କୀୟଙ୍କୁ ନିରାଶ କରୁଛି।

-ଦୁଃଶାସନ ସାହୁ, ମନ୍ଦାର, ଗଁଦିଆ ବ୍ଲକ
ଧାଡ଼ିରେ ଠିଆ ହେବା ବାଧୁଛି
ଦେହର ରୋଗ ଧରି ମେଡିକାଲ ଆସିବାର କଷ୍ଟଠାରୁ ଧାଡ଼ିରେ ଛିଡ଼ା ହେବା ଆହୁରି ବାଧୁଛି। ଅନେକ ସମୟରେ ରୋଗ ଚିକିତ୍ସା ନ କରି ଫେରିବାକୁ ପଡୁଛି। କମ୍‌ ଡାକ୍ତର ଥିବାରୁ ଭରସା ତୁଟୁଛି।

-ସୋଲି ସେଠୀ, ନବନି ଗଁା, କରମୂଳ ପଞ୍ଚାୟତ


Enter your email to get our daily news in your inbox.

All Right Reserved By Dharitri.Com

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ…

ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ

ଅହମ୍ମଦାବାଦ,୨୫।୯: ଗୁଜରାଟର ଗାନ୍ଧୀନଗରସ୍ଥିତ ଏକ ସେସନ୍ସ କୋର୍ଟ ଗୁରୁବାର ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଦାନୀ ଏଣ୍ଟରପ୍ରାଇଜେସ ଦ୍ୱାରା ଦାଖଲ ଏକ ଆପରାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?