ଢେଙ୍କାନାଳ

ଦିନ ଗଡୁଛି, ଚିନ୍ତା ବଢୁଛି

ଭୁବନ,୬।୬(ଡି.ଏନ୍‌.ଏ.) ଗହଳି ଚହଳିରେ ଫାଟି ପଡୁଥିବା ବସ୍‌ଷ୍ଟାଣ୍ଡରେ ଅସମ୍ଭବ ନୀରବତାର ରାଜୁତି। ଛିଡ଼ା ହୋଇଛି ବସ୍‌। ହେଲେ ନା ଅଛନ୍ତି କର୍ମଚାରୀ, ନା ଯାତ୍ରୀଙ୍କୁ ଅପେକ୍ଷା କରିବାର ଆବଶ୍ୟକତା ଅଛି। ରାଜ୍ୟର ଅଧିକାଂଶ ବସ୍‌ଷ୍ଟାଣ୍ଡରେ ଏବେ ଏଭଳି ଦୃଶ୍ୟ ଅତି ସାଧାରଣ।…

ମନ କିଣୁଛି କିଚେନ ଗାର୍ଡେନ

କାମାକ୍ଷାନଗର, ୫।୬ ଗୁଣ୍ଠେରୁ ସାମାନ୍ୟ ଅଧିକ ଜମି। ସବୁଜ କିଆରିରେ ଭରପୂର। କେଉଁଠି ଭେଣ୍ଡି ତ ଆଉ କେଉଁଠି ଜହ୍ନି। ଗୁଆଁର, ବାଇଗଣ, ଝୁଡ଼ଙ୍ଗ, ଅମୃତଭଣ୍ଡା ସାଙ୍ଗକୁ ଭଳିକି ଭଳି ଶାଗର ସବୁଜ କିଆରିରେ ପୂରି ଉଠିଛି ପରିବେଶ। କେଉଁ ଚାଷ…

କରୋନା ପାଇଁ କଇଁଚି ବନ୍ଦ

ଭୁବନ, ୪।୬(ବିପିନ ବିହାରୀ ସେଠୀ) କରୋନା ଆସିଲାନି ଯେ, ଉଜାଡ଼ିଦେଲା ଜୀବିକା। ମହାମାରୀର ବିଭୀଷିକା, ଭୂତାଣୁ ଭୟ ଭିତରେ ଜୀବନ ବଞ୍ଚାଇବା ଯେଉଁଠି କାଠିକର ପାଠ, ସେଇଠି ବୃତ୍ତିଗତ କ୍ଷେତ୍ରର ଦୁଃଖ ବଖାଣିବା କଳ୍ପନାବାହାରେ। ରାତି ପାହିଲେ ଶହ ଶହ ଟଙ୍କା…

ବଞ୍ଚାଇଦେଲା ପୋଷା କୁକୁର

ଢେଙ୍କାନାଳ ଅଫିସ, ୩।୬: କୁହାଯାଏ କୁକୁର ହେଉଛି ଭାରି ବିଶ୍ୱସ୍ତ। ଏହି ଗୃହପାଳିତ ପ୍ରାଣୀର ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚତ୍ୟାଇଥିବା ନଜିର ରହିଛି। ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଷଡଙ୍ଗୀ ରେଞ୍ଜ୍‌ ଖଙ୍କିରା…

ସ୍ବାମୀଙ୍କୁ ଛାଡ଼ି ଥାନାରେ ପ୍ରେମିକଙ୍କୁ ବିବାହ

ହିନ୍ଦୋଳ,୩।୬: ବିବାହିତା ଥିଲେ। ହସଖୁସିର ପରିବାର ଥିଲା। ତଥାପି ଆଉ ଜଣଙ୍କୁ ମନ ଦେଇଥିଲେ ମହିଳା। ସ୍ବାମୀଙ୍କୁ ଛାଡ଼ି ୧୫ ଦିନ ତଳେ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ। ଗୁରୁବାର ସମ୍ପୃକ୍ତ ପ୍ରେମୀଯୁଗଳଙ୍କୁ ପୋଲିସ ଉଦ୍ଧାର କରିବା ପରେ ଥାନା ପରିସରରେ…

ଦଦରା ଘରେ ଡାକ୍ତରଖାନା

ପରଜଙ୍ଗ, ୨।୬(ଡି.ଏନ.ଏ.) – କରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟସେବାର ଗୁରୁତ୍ୱ ଅନେକାଂଶରେ ବଢ଼ିଯାଇଛି। ଜରୁରିକାଳୀନ ସମୟରେ ହାତପାହାନ୍ତାରେ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି।…

ପୋଲିସ କଲା ରାଜପଥ ମରାମତ

କାମାକ୍ଷାନଗର,୧।୬(ଡି.ଏନ.ଏ.) ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ରାଜପଥ ମରାମତି ପରି କାର୍ଯ୍ୟ କରି ବେଶ୍‌ ପ୍ରଶଂସା ସାଉଣ୍ଟିଛି। ଏହି ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନାର କର୍ମଚାରୀମାନେ। ପ୍ରକାଶ ଯେ, କାମାକ୍ଷାନଗର…

ମୃତଦେହ ରଖିବାକୁ ମର୍ଚୁରି ନାହିଁ

କାମାକ୍ଷାନଗର, ୩୧।୫(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ମର୍ଚୁରି ନାହିଁ। ଫଳରେ ଅକସ୍ମାତ ମୃତ୍ୟୁ ଘଟୁଥିବା ରୋଗୀ ଏବଂ ପରିଚୟ ନ ଥିବା ମୃତଦେହଗୁଡ଼ିକ ଘଣ୍ଟାଘଣ୍ଟା ଧରି ବାହାରେ ପଡ଼ିରହୁଛି। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରକୁ…

କରୋନା ବେଳେ କର୍ମଚାରୀ ଅଭାବ

ଭୁବନ, ୨୫।୫(ଡି.ଏନ.ଏ.) – ମହାମାରୀ ସମୟରେ କର୍ମଚାରୀ ଅଭାବ, ଯାହାକୁ ନେଇ ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୃଷ୍ଟି ହୋଇଛି ଅଚଳାବସ୍ଥା। ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେଲା ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡ଼ିଛି। ଏବେ ୨ଜଣ ଡାକ୍ତର ଏବଂ ୭ ଜଣ…

ଭୋକ ସହ ୫ ପ୍ରାଣୀଙ୍କ ଲଢ଼େଇ

କାମାକ୍ଷାନଗର, ୨୪ା୫(ଡି.ଏନ.ଏ.): ‘ଗରିବଗୁରୁବାଙ୍କୁ ମାଗଣାରେ ଖାଇବାକୁ ଦେଉଥିବା ଜାଣିବା ପରେ ଧାଇଁ ଆସିଥିଲି। ହେଲେ ଆସିବା ବେଳକୁ ସବୁ ସରିଗଲାଣି। ଲୋକମାନେ ପଳାଇଲେଣି। ମତେ ନ ହେଲା ନାହିଁ, ମୋ ପାଗଳା ପୁଅଟା ପାଇଁ ଦି ମୁଠା ଖାଇବାକୁ ଦିଅ। ଖରାରେ…

ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ବଡ଼ପୁଅଙ୍କ ପରଲୋକ

ଢେଙ୍କାନାଳ ଅଫିସ,୨୨ା୫: ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ବଡ଼ପୁଅ ସମ୍ବିତ୍‌ ନନ୍ଦଙ୍କ ଶନିବାର ମଧ୍ୟାହ୍ନରେ ପରଲୋକ ଘଟିଛି। ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ ହୋଇ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୫…

ସୁରକ୍ଷା ଚିନ୍ତାରେ ସମ୍ମୁଖଯୋଦ୍ଧା

ଭୁବନ, ୨୧ା୫(ଡି.ଏନ.ଏ.) କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି। ଦ୍ରୁତଗତିରେ ବଢୁଥିବା ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି। ସଂକ୍ରମଣ ଚେନ୍‌ ଭାଙ୍ଗିବା ଏବଂ ମହାମାରୀକୁ ପ୍ରତିରୋଧ କରିବାକୁ ମେ ୨୪ରୁ ଘରକୁ ଘର ବୁଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?