କରୋନା ପାଇଁ କଇଁଚି ବନ୍ଦ

ଭୁବନ, ୪।୬(ବିପିନ ବିହାରୀ ସେଠୀ) କରୋନା ଆସିଲାନି ଯେ, ଉଜାଡ଼ିଦେଲା ଜୀବିକା। ମହାମାରୀର ବିଭୀଷିକା, ଭୂତାଣୁ ଭୟ ଭିତରେ ଜୀବନ ବଞ୍ଚାଇବା ଯେଉଁଠି କାଠିକର ପାଠ, ସେଇଠି ବୃତ୍ତିଗତ କ୍ଷେତ୍ରର ଦୁଃଖ ବଖାଣିବା କଳ୍ପନାବାହାରେ। ରାତି ପାହିଲେ ଶହ ଶହ ଟଙ୍କା ରୋଜଗାର କରି ଘର ଚଳାଉଥିବା ରୋଜଗାରିଆ ମଣିଷ ଏବେ ହାତବାନ୍ଧି ବସିଛନ୍ତି। ସକାଳ ହେଲେ କେମିତି ପରିବାର ପାଇଁ ଦାନା ମୁଠାଏ ଯୋଗାଡ଼ ହେବ ତାହାକୁ ନେଇ ଚିନ୍ତା ବଢ଼ିଛି। କ୍ଷୁଦ୍ର ବ୍ୟବସାୟୀ, ଖଟିଖିଆ, ମଧ୍ୟବିତ୍ତ ବର୍ଗ କରୋନା କଷଣ ଭିତରେ ଘାଣ୍ଟି ହେଉଥିବାବେଳେ ଏଥିରେ ପ୍ରଭାବିତ ହୋଇଥିବା ଅନ୍ୟତମ ଗୋଷ୍ଠୀ ହେଉଛନ୍ତି ସେଲୁନ ଏବଂ ବିୟୁଟି ପାର୍ଲର ମାଲିକ। ଲକ୍‌ଡାଉନ୍‌ କଟକଣାରେ କଇଞ୍ଚତ୍ ବନ୍ଦ ହୋଇଯାଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ଭୁବନ ସହରାଞ୍ଚଳର ୨୦ରୁ ଊର୍ଦ୍ଧ୍ୱ ସେଲୁନ ଏବଂ ପାର୍ଲର ମାଲିକ।

ଭୁବନ ଏନ୍‌ଏସି ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ସେଲୁନ ଏବଂ ପାର୍ଲର ରହିଛି। ଗତ ମେ ୫ରେ ଲକ୍‌ଡାଉନ୍‌ ଜାରି କରାଯିବା ପରେ ପାଖାପାଖି ମାସେ ହେଲା ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି। ବିକଳ୍ପ ବୃତ୍ତି ପାଇଁ ହାତରେ ସମ୍ବଳ ନ ଥିବାରୁ କେତେଜଣ ଦୋକାନୀ ବାଧ୍ୟ ହୋଇ ଘର ଘର ବୁଲି ସେବା ଯୋଗାଇ ଦେଉଛନ୍ତି। ତେବେ ଏହା ବି ଏତେ ସହଜ ହେଉନାହିଁ। କାରଣ ଲୋକଙ୍କ ପାଖକୁ ଯିବା ପୂର୍ବରୁ ସମସ୍ତ ସାମଗ୍ରୀକୁ ସାନିଟାଇଜ୍‌ କରିବାକୁ ପଡୁଛି। ଗ୍ଲୋବସ୍‌ ସହିତ ଆବଶ୍ୟକ ସୁରକ୍ଷା ସାମଗ୍ରୀ ପିନ୍ଧିବାକୁ ପଡୁଛି। ଏଥିରେ ଖର୍ଚ୍ଚ ଅଧିକ ହେଉଥିବାବେଳେ ଗ୍ରାହକଙ୍କୁ ତଦନୁଯାୟୀ ଦାବି କରିବା ସବୁକ୍ଷେତ୍ରରେ ସମ୍ଭବ ହେଉନାହିଁ। ପୂର୍ବାହ୍ନ ୧୧ଟା ଭିତରେ ବୁଲି ବୁଲି ସେବା ଯୋଗାଇଦେବା ବି କାଠିକର ପାଠ ହେଉଛି। ପୂର୍ବରୁ ଦୋକାନରେ ୫୦୦ଟଙ୍କାରୁ ଅଧିକ ରୋଜଗାର ହେଉଥିବାବେଳେ ଏବେ ସଂଘର୍ଷ କଲେ ୨୦୦ ଟଙ୍କା ବି ମିଳୁନି ବୋଲି ସେଲୁନ ଦୋକାନୀ କହିଛନ୍ତି।

ଗତବର୍ଷ କରୋନା ମହାମାରୀ ସମୟରେ ବେସରକାରୀ ଏବଂ ସରକାରୀସ୍ତରରେ ସହାୟତା ମିଳିଥିଲା। ହେଲେ ଚଳିତ ବର୍ଷ କୌଣସି ପ୍ରୋତ୍ସାହନ ମିଳିନାହିଁ। ସେଲୁନ ଖୋଲିବା ଉପରେ ସରକାରୀସ୍ତରରେ କଡ଼ା କଟକଣା ଜାରି କରାଯାଇଥିବାବେଳେ ସମସ୍ୟାକୁ ପ୍ରଶାସନ ଗୁରୁତ୍ୱ ନ ଦେଲେ ଏହାକୁ ବୃତ୍ତିକରି ଚଳୁଥିବା ବ୍ୟବସାୟୀ ଦୁଇଓଳି ଖାଇବା ସଂଗ୍ରହ କରିବାକୁ ଅକ୍ଷମ ହୋଇଯିବେ ବୋଲି ସେଲୁନ ଦୋକାନୀମାନେ କହିଛନ୍ତି।

ନିୟମ କୋହଳ ହେଉ
ଗତବର୍ଷ କରୋନା ମହାମାରୀ କାରଣରୁ ଦୋକାନ ପ୍ରାୟତଃ ବନ୍ଦ ରହିଥିଲା। ବର୍ଷ ଶେଷ ଆଡ଼କୁ କଟକଣା କୋହଳ ପରେ ବ୍ୟବସାୟ ଜୋର୍‌ ଧରିବା ଆରମ୍ଭ କରିଥିଲା। ହେଲେ ଏବେ ପୁଣି ମେ ପ୍ରଥମ ସପ୍ତାହରୁ ଲକ୍‌ଡାଉନ୍‌ ଜାରି ରହିଛି। ଦିନକୁ ୧୦୦ ଟଙ୍କା ରୋଜଗାର ହେବା କାଠିକର ପାଠ ହୋଇଗଲାଣି। ଏମିତିରେ ପରିବାର କେମିତି ଚଳାଇବୁ ତାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ସରକାର ସେଲୁନ ଦୋକାନୀଙ୍କ ପାଇଁ କଟକଣାରେ ସାମାନ୍ୟ କୋହଳ କଲେ ବହୁ ବ୍ୟବସାୟୀ ଉପକୃତ ହୋଇପାରନ୍ତେ।
-ଅଜିତ କୁମାର ବାରିକ, ସେଲୁନ ଦୋକାନୀ, କାଳୀବଜାର

ଭୂତାଣୁଠାରୁ ଭୋକ ଭୟ ବେଶି
କରୋନା ଆସିବା ଆଗରୁ ସବୁକିଛି ସ୍ବାଭାବିକ ଚାଲିଥିଲା। ପରିବାର ଚଳାଇବା ସହିତ ଅଳ୍ପବହୁତ ସଞ୍ଚୟ କରି ହେଉଥିଲା। ସହରଠାରୁ ୭ କିମି ଦୂର ଗ୍ରାମରୁ ଆସି ବ୍ୟବସାୟ କରିବା ସେତେଟା ବାଧୁ ନ ଥିଲା। ହେଲେ ମହାମାରୀ ଆସିବା ଦିନରୁ ସବୁକିଛି ବଦଳି ଯାଇଛି। ଭୂତାଣୁଠାରୁ ଭୋକ ଭୟ ବେଶି ହୋଇଯାଇଛି। ସରକାର ପ୍ରୋତ୍ସାହନ ନ ଦେଲେ ସେଲୁନ ବ୍ୟବସାୟୀଙ୍କ ପରିବାର ଉଜୁଡ଼ିଯିବ।
-ଅଜୟ କୁମାର ବାରିକ, ସେଲୁନ ଦୋକାନୀ

କରଜରେ ବୁଡ଼ିଗଲୁଣି
ପାଖାପାଖି ଦେଢ଼ ବର୍ଷ ହେଲା କରୋନା କଟକଣା ପ୍ରଭାବରେ ସେଲୁନ ବ୍ୟବସାୟ ପ୍ରଭାବିତ ହୋଇଛି। ବିକଳ୍ପ ନ ଥିବାରୁ ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି। ହୋମ୍‌ ସର୍ଭିସ୍‌ରୁ ରୋଜଗାର ସମୁଦ୍ରକୁ ଶଙ୍ଖେ ହୋଇଛି। ସଞ୍ଚତ୍ତ ଅର୍ଥ ସରିଯିବା ପରେ ଧାରକରଜରେ ବୁଡ଼ିଗଲୁଣି। ଲୋକମାନଙ୍କ ମନରେ ଭୂତାଣୁକୁ ନେଇ ଏମିତି ଭୟ ରହିଛି ଯେ, କଟକଣା କୋହଳ ପରେ ବି ବ୍ୟବସାୟ ସ୍ବାଭାବିକ ହେବାକୁ ସମୟ ଲାଗିବ। ସରକାର ଏଭଳି ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେବା ଜରୁରୀ।
-ପବିତ୍ର କୁମାର ବାରିକ, ସେଲୁନ ଦୋକାନୀ


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri