କରୋନା ପାଇଁ କଇଁଚି ବନ୍ଦ

ଭୁବନ, ୪।୬(ବିପିନ ବିହାରୀ ସେଠୀ) କରୋନା ଆସିଲାନି ଯେ, ଉଜାଡ଼ିଦେଲା ଜୀବିକା। ମହାମାରୀର ବିଭୀଷିକା, ଭୂତାଣୁ ଭୟ ଭିତରେ ଜୀବନ ବଞ୍ଚାଇବା ଯେଉଁଠି କାଠିକର ପାଠ, ସେଇଠି ବୃତ୍ତିଗତ କ୍ଷେତ୍ରର ଦୁଃଖ ବଖାଣିବା କଳ୍ପନାବାହାରେ। ରାତି ପାହିଲେ ଶହ ଶହ ଟଙ୍କା ରୋଜଗାର କରି ଘର ଚଳାଉଥିବା ରୋଜଗାରିଆ ମଣିଷ ଏବେ ହାତବାନ୍ଧି ବସିଛନ୍ତି। ସକାଳ ହେଲେ କେମିତି ପରିବାର ପାଇଁ ଦାନା ମୁଠାଏ ଯୋଗାଡ଼ ହେବ ତାହାକୁ ନେଇ ଚିନ୍ତା ବଢ଼ିଛି। କ୍ଷୁଦ୍ର ବ୍ୟବସାୟୀ, ଖଟିଖିଆ, ମଧ୍ୟବିତ୍ତ ବର୍ଗ କରୋନା କଷଣ ଭିତରେ ଘାଣ୍ଟି ହେଉଥିବାବେଳେ ଏଥିରେ ପ୍ରଭାବିତ ହୋଇଥିବା ଅନ୍ୟତମ ଗୋଷ୍ଠୀ ହେଉଛନ୍ତି ସେଲୁନ ଏବଂ ବିୟୁଟି ପାର୍ଲର ମାଲିକ। ଲକ୍‌ଡାଉନ୍‌ କଟକଣାରେ କଇଞ୍ଚତ୍ ବନ୍ଦ ହୋଇଯାଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ଭୁବନ ସହରାଞ୍ଚଳର ୨୦ରୁ ଊର୍ଦ୍ଧ୍ୱ ସେଲୁନ ଏବଂ ପାର୍ଲର ମାଲିକ।

ଭୁବନ ଏନ୍‌ଏସି ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ସେଲୁନ ଏବଂ ପାର୍ଲର ରହିଛି। ଗତ ମେ ୫ରେ ଲକ୍‌ଡାଉନ୍‌ ଜାରି କରାଯିବା ପରେ ପାଖାପାଖି ମାସେ ହେଲା ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି। ବିକଳ୍ପ ବୃତ୍ତି ପାଇଁ ହାତରେ ସମ୍ବଳ ନ ଥିବାରୁ କେତେଜଣ ଦୋକାନୀ ବାଧ୍ୟ ହୋଇ ଘର ଘର ବୁଲି ସେବା ଯୋଗାଇ ଦେଉଛନ୍ତି। ତେବେ ଏହା ବି ଏତେ ସହଜ ହେଉନାହିଁ। କାରଣ ଲୋକଙ୍କ ପାଖକୁ ଯିବା ପୂର୍ବରୁ ସମସ୍ତ ସାମଗ୍ରୀକୁ ସାନିଟାଇଜ୍‌ କରିବାକୁ ପଡୁଛି। ଗ୍ଲୋବସ୍‌ ସହିତ ଆବଶ୍ୟକ ସୁରକ୍ଷା ସାମଗ୍ରୀ ପିନ୍ଧିବାକୁ ପଡୁଛି। ଏଥିରେ ଖର୍ଚ୍ଚ ଅଧିକ ହେଉଥିବାବେଳେ ଗ୍ରାହକଙ୍କୁ ତଦନୁଯାୟୀ ଦାବି କରିବା ସବୁକ୍ଷେତ୍ରରେ ସମ୍ଭବ ହେଉନାହିଁ। ପୂର୍ବାହ୍ନ ୧୧ଟା ଭିତରେ ବୁଲି ବୁଲି ସେବା ଯୋଗାଇଦେବା ବି କାଠିକର ପାଠ ହେଉଛି। ପୂର୍ବରୁ ଦୋକାନରେ ୫୦୦ଟଙ୍କାରୁ ଅଧିକ ରୋଜଗାର ହେଉଥିବାବେଳେ ଏବେ ସଂଘର୍ଷ କଲେ ୨୦୦ ଟଙ୍କା ବି ମିଳୁନି ବୋଲି ସେଲୁନ ଦୋକାନୀ କହିଛନ୍ତି।

ଗତବର୍ଷ କରୋନା ମହାମାରୀ ସମୟରେ ବେସରକାରୀ ଏବଂ ସରକାରୀସ୍ତରରେ ସହାୟତା ମିଳିଥିଲା। ହେଲେ ଚଳିତ ବର୍ଷ କୌଣସି ପ୍ରୋତ୍ସାହନ ମିଳିନାହିଁ। ସେଲୁନ ଖୋଲିବା ଉପରେ ସରକାରୀସ୍ତରରେ କଡ଼ା କଟକଣା ଜାରି କରାଯାଇଥିବାବେଳେ ସମସ୍ୟାକୁ ପ୍ରଶାସନ ଗୁରୁତ୍ୱ ନ ଦେଲେ ଏହାକୁ ବୃତ୍ତିକରି ଚଳୁଥିବା ବ୍ୟବସାୟୀ ଦୁଇଓଳି ଖାଇବା ସଂଗ୍ରହ କରିବାକୁ ଅକ୍ଷମ ହୋଇଯିବେ ବୋଲି ସେଲୁନ ଦୋକାନୀମାନେ କହିଛନ୍ତି।

ନିୟମ କୋହଳ ହେଉ
ଗତବର୍ଷ କରୋନା ମହାମାରୀ କାରଣରୁ ଦୋକାନ ପ୍ରାୟତଃ ବନ୍ଦ ରହିଥିଲା। ବର୍ଷ ଶେଷ ଆଡ଼କୁ କଟକଣା କୋହଳ ପରେ ବ୍ୟବସାୟ ଜୋର୍‌ ଧରିବା ଆରମ୍ଭ କରିଥିଲା। ହେଲେ ଏବେ ପୁଣି ମେ ପ୍ରଥମ ସପ୍ତାହରୁ ଲକ୍‌ଡାଉନ୍‌ ଜାରି ରହିଛି। ଦିନକୁ ୧୦୦ ଟଙ୍କା ରୋଜଗାର ହେବା କାଠିକର ପାଠ ହୋଇଗଲାଣି। ଏମିତିରେ ପରିବାର କେମିତି ଚଳାଇବୁ ତାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ସରକାର ସେଲୁନ ଦୋକାନୀଙ୍କ ପାଇଁ କଟକଣାରେ ସାମାନ୍ୟ କୋହଳ କଲେ ବହୁ ବ୍ୟବସାୟୀ ଉପକୃତ ହୋଇପାରନ୍ତେ।
-ଅଜିତ କୁମାର ବାରିକ, ସେଲୁନ ଦୋକାନୀ, କାଳୀବଜାର

ଭୂତାଣୁଠାରୁ ଭୋକ ଭୟ ବେଶି
କରୋନା ଆସିବା ଆଗରୁ ସବୁକିଛି ସ୍ବାଭାବିକ ଚାଲିଥିଲା। ପରିବାର ଚଳାଇବା ସହିତ ଅଳ୍ପବହୁତ ସଞ୍ଚୟ କରି ହେଉଥିଲା। ସହରଠାରୁ ୭ କିମି ଦୂର ଗ୍ରାମରୁ ଆସି ବ୍ୟବସାୟ କରିବା ସେତେଟା ବାଧୁ ନ ଥିଲା। ହେଲେ ମହାମାରୀ ଆସିବା ଦିନରୁ ସବୁକିଛି ବଦଳି ଯାଇଛି। ଭୂତାଣୁଠାରୁ ଭୋକ ଭୟ ବେଶି ହୋଇଯାଇଛି। ସରକାର ପ୍ରୋତ୍ସାହନ ନ ଦେଲେ ସେଲୁନ ବ୍ୟବସାୟୀଙ୍କ ପରିବାର ଉଜୁଡ଼ିଯିବ।
-ଅଜୟ କୁମାର ବାରିକ, ସେଲୁନ ଦୋକାନୀ

କରଜରେ ବୁଡ଼ିଗଲୁଣି
ପାଖାପାଖି ଦେଢ଼ ବର୍ଷ ହେଲା କରୋନା କଟକଣା ପ୍ରଭାବରେ ସେଲୁନ ବ୍ୟବସାୟ ପ୍ରଭାବିତ ହୋଇଛି। ବିକଳ୍ପ ନ ଥିବାରୁ ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି। ହୋମ୍‌ ସର୍ଭିସ୍‌ରୁ ରୋଜଗାର ସମୁଦ୍ରକୁ ଶଙ୍ଖେ ହୋଇଛି। ସଞ୍ଚତ୍ତ ଅର୍ଥ ସରିଯିବା ପରେ ଧାରକରଜରେ ବୁଡ଼ିଗଲୁଣି। ଲୋକମାନଙ୍କ ମନରେ ଭୂତାଣୁକୁ ନେଇ ଏମିତି ଭୟ ରହିଛି ଯେ, କଟକଣା କୋହଳ ପରେ ବି ବ୍ୟବସାୟ ସ୍ବାଭାବିକ ହେବାକୁ ସମୟ ଲାଗିବ। ସରକାର ଏଭଳି ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେବା ଜରୁରୀ।
-ପବିତ୍ର କୁମାର ବାରିକ, ସେଲୁନ ଦୋକାନୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri