ମନ କିଣୁଛି କିଚେନ ଗାର୍ଡେନ

କାମାକ୍ଷାନଗର, ୫।୬  ଗୁଣ୍ଠେରୁ ସାମାନ୍ୟ ଅଧିକ ଜମି। ସବୁଜ କିଆରିରେ ଭରପୂର। କେଉଁଠି ଭେଣ୍ଡି ତ ଆଉ କେଉଁଠି ଜହ୍ନି। ଗୁଆଁର, ବାଇଗଣ, ଝୁଡ଼ଙ୍ଗ, ଅମୃତଭଣ୍ଡା ସାଙ୍ଗକୁ ଭଳିକି ଭଳି ଶାଗର ସବୁଜ କିଆରିରେ ପୂରି ଉଠିଛି ପରିବେଶ। କେଉଁ ଚାଷ ଜମି କି ଫାର୍ମ ହାଉସ୍‌ ନୁହେଁ, ବରଂ ସ୍କୁଲ ହତା ପରିସରରେ ଶୋଭାବର୍ଦ୍ଧନ କରୁଛି ଏଭଳି ଏକ କିଚେନ ଗାର୍ଡେନ। ସରକାରଙ୍କ ଓ୍ବାର୍କ ଏଜୁକେଶନ ଆନୁକୂଲ୍ୟରେ ପିଲାଙ୍କୁ ପାଠପଢ଼ା ସହ ସ୍ବାବଲମ୍ବୀ ହେବାର କୌଶଳ ଶିକ୍ଷା ଦିଆଯାଉଥିବାବେଳେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରାସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲର କର୍ମଚାରୀ ଏବଂ ଛାତ୍ରୀଛାତ୍ରଙ୍କ ନିଷ୍ଠାପର ଉଦ୍ୟମ ବଳରେ ଏହା ସମ୍ଭବପର ହୋଇଛି।

ଶିକ୍ଷା, କ୍ରୀଡ଼ା, କଳା, ବିଜ୍ଞାନରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଛି କାନପୁରା ପଞ୍ଚାୟତିରାଜ ହାଇସ୍କୁଲ। ଜିଲାର ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଏବଂ କର୍ମଚାରୀମାନେ ଏବେ ଚାଷରେ ବି ଉଦାହରଣ ସୃଷ୍ଟି କରିଛନ୍ତି। ସମସ୍ତଙ୍କ ଉଦ୍ୟମରେ ସ୍କୁଲ ପରିସରରେ ଥିବା ଜମିରେ ହସୁଛି ପନିପରିବା ବଗିଚା, ଯାହା ଏବେ ଉଦାହରଣ ସୃଷ୍ଟି କରିଛି।
୧୯୯୨ରେ ଗଢ଼ିଉଠିଥିବା ଏହି ଶିକ୍ଷାନୁଷ୍ଠାନରେ ପ୍ରାୟ ୫ ବର୍ଷ ତଳେ କିଚେନ ଗାର୍ଡେନର ପରିକଳ୍ପନା କରାଯାଇଥିଲା। ଏଥିଲାଗି ସ୍ବତନ୍ତ୍ର ଭାବେ ଦୈନିକ କିଛି ସମୟ ଦେବାକୁ ନିଷ୍ପତ୍ତି ହୋଇଥିଲା। ସ୍କୁଲର ୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ଛାତ୍ରାବାସରେ ନିୟୋଜିତ ଜଣେ ଅସ୍ଥାୟୀ କର୍ମଚାରୀ ଏବଂ ପିଲାମାନଙ୍କ ସହାୟତାରେ ଏହାକୁ ସଫଳ ରୂପ ଦିଆଯାଇପାରିଛି। ପାଖାପାଖି ଦେଢ଼ ବର୍ଷ ହେଲା କରୋନା ମହାମାରୀ ଯୋଗୁ ଶିକ୍ଷାକ୍ଷେତ୍ର ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍କୁଲ ମଧ୍ୟ ବନ୍ଦ ରହିଛି। ହେଲେ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମରେ ଏବେ ବି କିଚେନ ଗାର୍ଡେନ ଭର୍ତ୍ତି ହୋଇଛି ତଟକା ପନିପରିବାରେ।
ଚାଷ ସମ୍ପର୍କିତ ଜ୍ଞାନ ପ୍ରଦାନ ଲାଗି ଶିକ୍ଷକ, କର୍ମଚାରୀ ଏବଂ ପିଲାମାନଙ୍କ ସହଯୋଗରେ ଏଭଳି ଏକ ପରିବା ବଗିଚା କରାଯାଇଥିଲା। ପିଲାମାନେ ଏହାର ଯତ୍ନ ନେଉଥିଲେ। ଏଥିଲାଗି ସ୍ବତନ୍ତ୍ର ସରଣୀ ପ୍ରସ୍ତୁତ କରାଯାଇଥିଲା। ଛାତ୍ରୀଛାତ୍ରଙ୍କ ଉଦ୍ୟମରେ କିଚେନ ଗାର୍ଡେନର କଳେବର ବଢ଼ିବା ପରେ ସ୍ଥାନୀୟ ଅଞ୍ଚଳର ବଦାନ୍ୟ ବ୍ୟକ୍ତି ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି। କେତେଜଣ ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି। ଶୀତଦିନେ ଫୁଲ ଏବଂ ପରିବା ଚାଷରେ ହାରାହାରି ୫୦,୦୦୦ ଟଙ୍କା ଏବଂ ଖରାଦିନେ ୧୦ରୁ ୨୫ ହଜାର ଟଙ୍କା ଯାଏ ଖର୍ଚ୍ଚ ହେଉଛି। ବିଦ୍ୟାଳୟ ଅଧୀନରେ ଥିବା ଛାତ୍ରାବାସ, ଛାତ୍ରୀନିବାସରେ ପାଖାପାଖି ୪୦୦ ଜଣ ରହିବା ବ୍ୟବସ୍ଥା ଅଛି। ଋତୁ ଅନୁଯାୟୀ ଛାତ୍ରାବାସର ଦୈନନ୍ଦିନ ଆବଶ୍ୟକତାର ପାଖାପାଖି ୨୫ରୁ ୪୦% ପନିପରିବା କିଚେନ ଗାର୍ଡେନରୁ ବାହାରେ, ଯାହା ଅନ୍ତେବାସୀଙ୍କ ଚାହିଦା ମେଣ୍ଟାଉଥିଲା। ଏବେ ସ୍କୁଲ ବନ୍ଦ ଥିବାରୁ ଉତ୍ପାଦିତ ପରିବା କାର୍ଯ୍ୟରତ କର୍ମଚାରୀ, ଅଭିଭାବକ ଏବଂ ଶୁଭେଚ୍ଛୁଙ୍କୁ ବାଣ୍ଟି ଦିଆଯାଉଛି। ଛାତ୍ରୀଛାତ୍ରଙ୍କ ଅନୁପସ୍ଥିତିରେ କର୍ମଚାରୀମାନେ ଗାର୍ଡେନର ତଦାରଖ କରୁଛନ୍ତି। ଫସଲରେ ଜୈବିକ ଖତସାର ପ୍ରୟୋଗକୁ ଅଗ୍ରାଧିକାର ଦିଆଯାଉଥିବାବେଳେ ଦୈନିକ ଅପରାହ୍ନରେ ୨ରୁ ୩ ଘଣ୍ଟା ଶ୍ରମ ବିନିଯୋଗ କରାଯାଉଥିବା ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଆନନ୍ଦ ମିଳୁଛି

ଛାତ୍ରୀଛାତ୍ରଙ୍କ ସାମଗ୍ରିକ ବିକାଶ ଲାଗି ସରକାର ଓ୍ବାର୍କ ଏଜୁକେଶନ ଆରମ୍ଭ କରିଛନ୍ତି। ଏଥିଲାଗି ପାଠପଢ଼ା ସାଙ୍ଗକୁ ବିଭିନ୍ନ ବିଷୟରେ ଶିକ୍ଷାଦାନ କରାଯାଉଛି। ପିଲାମାନେ ଶ୍ରମ ବିନିଯୋଗ କରି କିଚେନ ଗାର୍ଡେନ ତିଆରି କରିଛନ୍ତି। ବଗିଚାରୁ ଉତ୍ପାଦିତ ପରିବା ସେମାନେ ବ୍ୟବହାର କରୁଛନ୍ତି। ହାତପାଆନ୍ତାରେ ତଟକା ପରିବା ମିଳୁଥିବାରୁ ଆନନ୍ଦ ମିଳୁଛି।
-ଶ୍ରୀରାମ ରାଉତ, ପ୍ରଧାନ ଶିକ୍ଷକ

ପ୍ରଶଂସନୀୟ ଉଦ୍ୟମ
କାନପୁରା ପଞ୍ଚାୟତିରାଜ ହାଇସ୍କୁଲ ଅଞ୍ଚଳବାସୀଙ୍କ ଗର୍ବ ଓ ଗୌରବର ପ୍ରତୀକ। ଏଠାରେ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରୀଛାତ୍ରମାନେ ସବୁବେଳେ ଭିନ୍ନ କରି ଦେଖାଇଥାଆନ୍ତି। ସ୍କୁଲ ପ୍ରଶାସନର ଉଦ୍ୟମରେ କରାଯାଇଥିବା କିଚେନ ଗାର୍ଡେନ ଏକ ନିଆରା ପରିକଳ୍ପନା। ଏଭଳି ଉଦ୍ୟମ ପ୍ରଶଂସନୀୟ।
-ସର୍ବେଶ୍ବର ପାତ୍ର, ବୁଦ୍ଧିଜୀବୀ

ପରାମର୍ଶ କାମରେ ଆସିଲା
ଏକ ଚାରାବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପ୍ରଧାନ ଶିକ୍ଷକଙ୍କ ସହିତ ସ୍କୁଲରେ ଏକ କିଚେନ ଗାର୍ଡେନ କରିବା ବିଷୟରେ ଆଲୋଚନା ହୋଇଥିଲା। ବିଦ୍ୟାଳୟ ପ୍ରଶାସନ ପରାମର୍ଶକୁ ଗୁରୁତ୍ୱ ଦେଇଥିଲା, ଯାହା ଏବେ କାମରେ ଆସିଛି। ଛାତ୍ରୀଛାତ୍ର ଏବଂ କର୍ମଚାରୀ ନିଷ୍ଠାପର ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇଛି। ଏଭଳି କାର୍ଯ୍ୟରେ ଅଞ୍ଚଳର ବୁଦ୍ଧିଜୀବୀ, ଅଭିଭାବକ ସହଯୋଗ କରିବା ସ୍ବାଗତଯୋଗ୍ୟ।
-ଅଖିଳ କୁମାର ପଣ୍ଡା, ପ୍ରକୃତିପ୍ରେମୀ


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri