ସ୍ବାମୀଙ୍କ ଅନୁପସ୍ଥିତିରେ ଅସଂଯତ ଅବସ୍ଥାରେ ପ୍ରେମିକଙ୍କ ସହ ଧରାପଡ଼ିଲେ ମହିଳା, ବିବାହ କରାଇଦେଲେ ଗ୍ରାମବାସୀ

ହିନ୍ଦୋଳ,୧୧ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା କୁକୁଟା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହାକୁ ନେଇ ଅଞ୍ଚଳରେ ନାନା ଆଲୋଚନା ହେଉଛି। ଖବରରୁ ପ୍ରକାଶ ଯେ, ଖଣ୍ଡତିରି ଗ୍ରାମର ଜନୈକା ମହିଳା କୁକୁଟା ଗ୍ରାମରେ ୬ ବର୍ଷ ତଳେ ବିବାହ କରିଥିଲେ। ମହିଳାଙ୍କ ସ୍ବାମୀ ବମ୍ବେରେ ଏକ କମ୍ପାନୀରେ କାମ କରନ୍ତି । ଏହି ସୁଯୋଗରେ ମହିଳା ଜଣକ ଗ୍ରାମର ଜଣେ ଯୁବକଙ୍କ ଶହ ଗତ ଦୁଇ ବର୍ଷ ଧରି ଅନୈତିକ ସମ୍ପର୍କ ରଖିଥିଲେ। ତେବେ ଗୁରୁବାର ରାତିରେ ପ୍ରେମିକ ଯୁବକ ଜଣଙ୍କ ପ୍ରେମିକାଙ୍କ ଝରକା ତାଡ଼ି ଘରେ ପଶିଥିଲେ। କିଛି ସମୟ ପରେ ଘର ଲୋକମାନେ ଅସଂଯତ ଅବସ୍ଥାରେ ଦୁହିଁଙ୍କୁ ଧରିଥିଲେ। ଶୁକ୍ରବାର ସକାଳେ ଗ୍ରାମ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କୁ ଗ୍ରାମସ୍ଥିତ ବାସୁଦେବଙ୍କ ମନ୍ଦିରରେ ବିବାହ ସମ୍ପନ୍ନ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନତା କାଗଜ କଲମରେ ସୀମିତ: ଡ୍ରଗ୍ସ କବଳରେ ଯୁବପିଢ଼ି

କେନ୍ଦୁଝର, ୧।୭(ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଡ୍ରଗ୍ସ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ସଚେତନତା କାର୍ଯ୍ୟକ୍ରମ କାଗଜକଲମରେ ସୀମିତ ରହିଛି। ଏ...

‘ଓଡ଼ିଶା ଚାଷୀଙ୍କୁ ମିଳୁନି କେନ୍ଦ୍ରୀୟ ଅନୁଦାନ’

ଢେଙ୍କାନାଳ ଅଫିସ, ୨୭ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି କ୍ଷେତ୍ର ପାଇଁ ଓଡ଼ିଶାକୁ ବିପୁଳ ଆର୍ଥତ୍କ ଅନୁଦାନ ଦେଉଛନ୍ତି। ରାଜ୍ୟର ଚାଷୀଙ୍କ ପାଖରେ ଏହା ପହଞ୍ଚୁନାହିଁ।...

ଜୁଆଆଡ୍ଡାରେ ଚଢ଼ାଉ: ୩୮ ହଜାର ଟଙ୍କା, ୩ ବାଇକ୍‌ ସହ କାର୍‌ ଜବତ

କୁଆଁରମୁଣ୍ଡା,୮ା୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳ ଏବେ ଅସାମାଜିକ ଓ ଅପରାଧିକ ଗୋଷ୍ଠୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଚାରିଆଡ଼େ କୁକୁଡ଼ା ଲଢ଼େଇ ଓ ଜୁଆଖେଳ ଖୁଲମ୍‌ଖୁଲା...

ଖୋଜାପଡ଼ିଲା ଡିବିରି, ଲଣ୍ଠନ

ନିଶ୍ଚିନ୍ତକୋଇଲି,୨୬ା୫: ଡିଜିଟାଲ ଯୁଗରେ ଅଲୋଡ଼ା ହୋଇପଡ଼ିଥିବା ଡିବିରି, ଲଣ୍ଠନ, ଚେମେଣି ଓ ମହମବତି ଏବେ ପୁଣି ଖୋଜା ପଡିଛି। ବାତ୍ୟା ‘ୟାସ’ ପ୍ରଭାବରେ ବିଦ୍ୟୁତ୍‌ ସରବରାହ...

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ପାଟଣା,୯।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମ ପାତୁ ସାହିର ରୟା ମୁଣ୍ଡା (୧୬) ନାମକ ଜଣେ ଯୁବକଙ୍କର ଶନିବାର ସକାଳୁ ମୃତ୍ୟୁ...

ଆରପାରିରେ ପ୍ରବଚକ ଚାରଣ ରାମଦାସ

ପୁରୀ ଅଫିସ,୨୫।୫: ପ୍ରସିଦ୍ଧ ପ୍ରବଚକ ପଣ୍ଡିତ ଚାରଣ ରାମଦାସଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ...

ଗଞ୍ଜାମରେ ଶଟ୍‌ଡାଉନ ପ୍ରଭାବ, ରାସ୍ତାଘାଟ ଜନଶୂନ୍ୟ

ଗଞ୍ଜାମ,୪।୭(ଡି.ଏନ୍‌.ଏ.): ମହାମାରୀ କରୋନା ଭାଇରସ୍‌ ବା କୋଭିଡ-୧୯ ମୁକାବିଲା ନିମନ୍ତେ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ କରାଯାଉଛି l...

ସାପ କାମୁଡ଼ାରେ ସ୍ବାସ୍ଥ୍ୟ କର୍ମଚାରୀ ଗୁରୁତର

ବୁଗୁଡ଼ା,୪ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଧୀନ ଆଦିପୁର ଗ୍ରାମ ବଡ଼ଦାଣ୍ଡ ସାହିରେ ସାପ କାମୁଡ଼ାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ସୁରେନ୍ଦ୍ର ନାଥ...

Advertisement
Archives

Model This Week