ଗଛ ବିନା ଶ୍ରୀହୀନ ରାଜପଥ

ଢେଙ୍କାନାଳ ଅଫିସ, ୧୯।୬
ଜାତୀୟ ରାଜପଥ (ଏନ୍‌ଏଚ୍‌) ଉପରେ ନିର୍ଭର କରେ ଦେଶର ଆର୍ଥିକ ପ୍ରଗତି। ଆନ୍ତଃଜିଲା ଏବଂ ଆନ୍ତଃରାଜ୍ୟ ଗମନାଗମନ ବ୍ୟବସ୍ଥାକୁ ଉନ୍ନତ କରିବା, ବାଣିଜ୍ୟ ବ୍ୟବସାୟ ଲାଗି ମାର୍ଗ ପ୍ରଶସ୍ତ କରିବାକୁ ସରକାର ଏନ୍‌ଏଚ୍‌ ନିର୍ମାଣ ତଥା ସମ୍ପ୍ରସାରଣ କରିବା ଦିଗରେ ଅଜସ୍ର ଅର୍ଥ ବ୍ୟୟ କରୁଛନ୍ତି। ହେଲେ ରାସ୍ତା ନିର୍ମାଣ ବେଳେ କଟାଯାଇଥିବା ଗଛର କ୍ଷତି ଭରଣା ହୋଇପାରୁନାହିଁ। ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ ରାସ୍ତାପାର୍ଶ୍ୱ ବନୀକରଣରେ ବାଧକ ସାଜିଥିବାବେଳେ ଗଛ ବିନା ଶ୍ରୀହୀନ ହୋଇପଡ଼ିଛି ଢେଙ୍କାନାଳ ଜିଲାର ୫୫ନଂ. ରାଜପଥ। ଉକ୍ତ ପ୍ରକଳ୍ପ ନିର୍ମାଣରେ ୧୧ହଜାର ୭୦୦ ଗଛ କଟାଯାଇଥିବାବେଳେ ଗତ ୫ ବର୍ଷ ଭିତରେ ଗୋଟିଏ ବି ଲାଗିପାରିନି, ଯାହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ପରିବେଶବିତ୍‌।
ଏକଦା ଢେଙ୍କାନାଳ ଜିଲା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଅସଂଖ୍ୟ ଗଛ ପଥଚାରୀଙ୍କ କ୍ଲାନ୍ତି ମେଣ୍ଟାଉଥିଲା। ହେଲେ ଏବେ ପରିସ୍ଥିତି ବଦଳିଯାଇଛି। ଏନ୍‌ଏସ୍‌ ସମ୍ପ୍ରସାରଣରେ ପର୍ଯ୍ୟାୟକ୍ରମେ ୧୧ହଜାର ୭୦୦ ଗଛ କଟାଯାଇଛି। ଯେଉଁ ରାସ୍ତାରେ ଘଞ୍ଚ ବୃକ୍ଷରାଜି ଲାଗି ଖରାଦିନେ ସୂର୍ଯ୍ୟ କିରଣ ପଡ଼ିବା କଷ୍ଟକର ହେଉଥିଲା, ସେଠାରେ ଖରାଦିନେ ବାଟୋଇ ଛାଇ ଟିକିଏ ପାଉନାହାନ୍ତି। ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ବନ ବିଭାଗର ଚାରା ରୋପଣରେ ସମସ୍ୟା ସୃଷ୍ଟି କରିଥିବାବେଳେ ପରିବେଶର ଏଭଳି ଅବକ୍ଷୟ ଚିନ୍ତାଜନକ ହୋଇଛି।
ସୂଚନାଯୋଗ୍ୟ, ଢେଙ୍କାନାଳ ସଦର ଥାନା ବଦଳଦିଆବନ୍ଧଠାରୁ ଓଡ଼ାପଡ଼ା ବ୍ଲକର ମେରାମଣ୍ଡଳୀ ପର୍ଯ୍ୟନ୍ତ ଏନ୍‌ଏଚ୍‌ ୫୫ର ପ୍ରାୟ ୬୦ କିଲୋମିଟର ରାସ୍ତା ସମ୍ପ୍ରସାରଣ ଚାଲିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରୁ ଶାଳ, ପିଆଶାଳ, ଶିଶୁ, ଶାଗୁଆନ, ବର, ଆମ୍ବ, ନିମ୍ବ, ବଡ ଚାକୁଣ୍ଡା, ଜାମୁ ଭଳି ମୂଲ୍ୟବାନ ଗଛ କାଟି ପଦା କରିଦିଆଯାଇଛି। ନିୟମ ଅନୁଯାୟୀ, ଯେତିକି ଗଛ କଟାଯିବ ଜଙ୍ଗଲ ଜମି କ୍ଷେତ୍ରରେ ଏହାର ୨ ଗୁଣା ଏବଂ ଅଣ ଜଙ୍ଗଲ ଜମି କ୍ଷେତ୍ରରେ ୧୦ ଗୁଣା ଚାରା ରୋପଣ କରାଯିବାକୁ ଗାଇଡ୍‌ ଲାଇନ୍‌ ରହିଛି। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣରେ ଅଣଜଙ୍ଗଲ ଜମିରୁ ୧୧ ହଜାର ୭୦୦ ଗଛ କଟାଯାଇଛି। ତଦନୁଯାୟୀ ୧ଲକ୍ଷ ୭୦ହଜାର ଚାରା ରୋପଣ କରାଯିବା କଥା। ଏଥିଲାଗି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ବନ ବିଭାଗକୁ ଅର୍ଥ ପ୍ରଦାନ କରାଯାଇଛି। କିନ୍ତୁ ପ୍ରକଳ୍ପ ଶେଷ ହୋଇପାରୁ ନ ଥିବାରୁ ଚାରା ରୋପଣରେ ଅନିଶ୍ଚିତତା ଲାଗି ରହିଛି।
ସୂଚନାଯୋଗ୍ୟ, ୫୫ନଂ. ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ୨୦୨୦ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କରୋନା ମହାମାରୀ କାରଣରୁ ଏଥିରେ ବିଳମ୍ବ ହୋଇଥିଲା। ଏହାପରେ ପୁନର୍ବାର ୨୦୨୧ ସେପ୍ଟେମ୍ବର ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ଯୋଜନା କରିଥିଲେ। ତେବେ କରୋନାର ଦ୍ୱିତୀୟ ଲହର ଏବଂ ଏବେ ବର୍ଷା ଆରମ୍ଭ ହୋଇସାରିଥିବାରୁ କାର୍ଯ୍ୟ କେବେ ସରିବ ତାହା ସ୍ପଷ୍ଟ ହୋଇପାରୁନାହିଁ। ତେଣୁ ବନ ବିଭାଗ ପକ୍ଷରୁ ଅଦ୍ୟାବଧି କାର୍ଯ୍ୟ ଶେଷ ହୋଇଥିବା ରାସ୍ତା ପାର୍ଶ୍ୱରେ ଚାରା ରୋପଣ କରିବାକୁ ପରିବେଶପ୍ରେମୀମାନେ ଦାବି କରିଛନ୍ତି।
ଛାଇ ଖୋଜୁଛନ୍ତି ପଥଚାରୀ
ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ପୁରୁଣା ମୂଲ୍ୟବାନ ଗଛକାଟି ପଦା କରିଦିଆଗଲା। ଏନ୍‌ଏଚ୍‌ କାର୍ଯ୍ୟ ପାଇଁ ପରିବେଶ ଶ୍ରୀହୀନ ହୋଇପଡ଼ିଛି। ରାସ୍ତା କଡ଼ରେ ସାମୟିକ ବିଶ୍ରାମ ନେବା ଲାଗି ପଥଚାରୀ ଛାଇ ଖୋଜୁଛନ୍ତି। ୫ବର୍ଷ ହେଲା ଚାରା ରୋପଣ କାର୍ଯ୍ୟ ହୋଇପାରୁନାହିଁ।
-ସୁରେନ୍ଦ୍ର ମିଶ୍ର, ଆଇନଜୀବୀ
ପ୍ରକଳ୍ପ ସରିଲେ ଚାରାରୋପଣ
୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟ ଶେଷ ହେଉନାହିଁ। ଫଳରେ ଚାରା ରୋପଣ କରିବାରେ ସମସ୍ୟା ଉପୁଜୁଛି। ଚାରା ଲଗାଇବା ଲାଗି ଏନ୍‌ଏଚ୍‌ଏଆଇ ଟଙ୍କା ଡିପୋଜିଟ୍‌ କରି ସାରିଲେଣି। ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ବନ ବିଭାଗ ପକ୍ଷରୁ ଚାରା ରୋପଣ କରାଯିବ।
– ଡ. ପ୍ରକାଶଚାନ୍ଦ ଗୋଗିନେନି, ଡିଏଫ୍‌ଓ

ରାଜ୍ୟ ସରକାର ଗୁରୁତ୍ୱ ଦେବା ଜରୁରୀ
କୌଣସି ପ୍ରକଳ୍ପ ଲାଗି ଗଛ କଟାଗଲେ ଚାରା ରୋପଣ କରି କ୍ଷତି ଭରଣା କରାଯିବ ବୋଲି କେନ୍ଦ୍ରୀୟ ଗାଇଡ୍‌ ଲାଇନ୍‌ ରହିଛି। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣରେ କଟାଯାଇଥିବା ଗଛ ସ୍ଥାନରେ ନୂଆ ଚାରା ଲଗାଇବାକୁ ଜାଗା ନିରୂପଣ ସରିଛି। ହେଲେ ଅଦ୍ୟାବଧି ଗଛ ଲାଗୁନାହିଁ। ମୌସୁମୀ ବର୍ଷା ବନୀକରଣ ଲାଗି ପ୍ରକୃଷ୍ଠ ସମୟ ହୋଇଥିବାବେଳେ ଏଥି ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେବା ଜରୁରୀ।
– ପ୍ରଦ୍ୟୁମ୍ନ ରଥ, ପରିବେଶବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri