ମଉଳିଲା ରଜମଉଜ

କାମାକ୍ଷାନଗର, ୧୬।୬(ଡି.ଏନ.ଏ.) – କରୋନା ଆସିବା ଦିନରୁ ଓଡ଼ିଆ ଘରର ସବୁ ପର୍ବପର୍ବାଣି ମଉଳିଯାଇଛି। ଜନସମାଗମ ଉପରେ କଟକଣା ଜାରି କରାଯାଇଥିବାରୁ ଏକାଠି ହୋଇ ଉତ୍ସବ ପାଳନ କରିବା ସମ୍ଭବପର ହେଉନାହିଁ। ଗଣପର୍ବ ହୋଲି ପରେ ଏବେ କୃଷିଭିତ୍ତିକ ପର୍ବ ରଜ ଉତ୍ସବ ମଧ୍ୟ ଫିକା ପଡ଼ିଛି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସାମୂହିକ ଉତ୍ସବ ବନ୍ଦ ରହିଛି। ଗ୍ରାମାଞ୍ଚଳରେ କାଁ ଭାଁ ଆମ୍ବ ତୋଟାରେ ଦୋଳି ଖେଳ ହେଉଥିବାବେଳେ ସହରବାସୀଙ୍କୁ ନିରାଶ ହେବାକୁ ପଡ଼ିଛି। ଭୂତାଣୁ ଭୟ ଭିତରେ ପରମ୍ପରା ବଞ୍ଚାଇବାକୁ ଘରେ ପିଠାପଣା କରି ଅଧିକାଂଶ ପରିବାର ରଜଉତ୍ସବ ପାଳନ କରିଛନ୍ତି।
ଢେଙ୍କାନାଳ ଜିଲାର ରଞ୍ଜାଗୋଳ ପରେ କାମାକ୍ଷାନଗର ଉପଖଣ୍ଡରେ ଜାକଜମକର ସହିତ ରଜ ଉତ୍ସବ ପାଳନ କରାଯାଇଥାଏ। ବିଭିନ୍ନ ସ୍ଥାନରେ ମେଳା ଆୟୋଜିତ ହେଉଥିବାବେଳେ ମିନାବଜାର ଖୋଲିଥାଏ। ତେବେ ଚଳିତବର୍ଷ କରୋନାର ଦ୍ୱିତୀୟ ଲହର ପାଇଁ ଲକ୍‌ଡାଉନ୍‌ ଜାରି କରାଯାଇଥିବାବେଳେ ଉତ୍ସବ ପାଳନ ଉପରେ ରୋକ୍‌ ଲଗାଇ ଦିଆଯାଇଛି। କରୋନାର ହଟ୍‌ସ୍ପଟରେ ପରିଣତ ହୋଇଥିବା ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ରଜ ପାଳନ ହେଉଥିବା ପ୍ରମୁଖ ସ୍ଥାନଗୁଡ଼ିକ ଉପରେ ନଜର ରଖାଯିବା ସହ ମୁଖ୍ୟ ମନ୍ଦିରଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି। ତେଣୁ ଶ୍ରଦ୍ଧାଳୁମାନେ ଦିଅଁ ଦର୍ଶନରୁ ମଧ୍ୟ ବଞ୍ଚତ୍ତ ହୋଇଛନ୍ତି। ସରକାରଙ୍କ କଟକଣାକୁ ସଚେତନ ନାଗରିକ ସ୍ବାଗତ କରିଥିବାବେଳେ ସବୁକିଛି ଠିକ୍‌ ରହିଲେ, ଆସନ୍ତାବର୍ଷ ଆଡମ୍ବର ସହକାରେ ରଜ ପାଳନ କରିବେ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି।

ଜୀବନକୁ ପ୍ରାଥମିକତା
ମହାମାରୀ ସମୟରେ ଜନସାଧାରଣଙ୍କ ଜୀବନକୁ ପ୍ରାଥମିକତା ଦିଆଯାଉଛି। ପୋଲିସ ବିଭାଗର ଦାୟିତ୍ୱ ବଢିଯାଇଛି। ଇଚ୍ଛା ଥିଲେ ମଧ୍ୟ ଛୁଟି ନ ଥିବାରୁ ଘରକୁ ଯାଇ ହେଉନି। ଲୋକମାନେ ଯେତେ ସଚେତନ ହେବେ, ସେତେ ଶୀଘ୍ର କରୋନା ହାରିବ।
-ନିବେଦିତା ପ୍ରିୟଦର୍ଶିନୀ, କାମାକ୍ଷାନଗର ଥାନା ଏସ୍‌ଆଇ
ଆସନ୍ତାବର୍ଷକୁ ଅପେକ୍ଷା
କରୋନା ମହାମାରୀ ପାଇଁ ଦୁଇବର୍ଷ ହେଲା ରଜ ଉତ୍ସବ ଫିକା ପଡ଼ିଛି। ସଂକ୍ରମଣ କମାଇବାକୁ ସରକାର ଲାଗୁ କରିଥିବା ଲକ୍‌ଡାଉନ୍‌ ମାନିବାକୁ ପଡୁଛି। ରଜ ଆସିଛି, ଅଥଚ ମଉଜ ନାହିଁ। ଆସନ୍ତାବର୍ଷକୁ ଅପେକ୍ଷା ଛଡ଼ା ଅନ୍ୟ ଉପାୟ ନାହିଁ।
-ସ୍ମୃତି ସ୍ବାଗତିକା, ଛାତ୍ରୀ
ସୁରକ୍ଷା ଆଗ, ପର୍ବ ପରେ
ଢେଙ୍କାନାଳରେ ରଜକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଏ। ପଶ୍ଚିମ ଓଡ଼ିଶାରୁ ନୂଆ କରି ବୋହୂ ହୋଇ ଆସିଥିବାରୁ ରଜର ମଜା ନେବାକୁ ଆଶା ଥିଲା। ହେଲେ କରୋନା ପାଇଁ ସବୁ ଆଶା ଧୂଳିସାତ ହୋଇଗଲା। ଯାହାହେଲେ ଜୀବନ ସୁରକ୍ଷା ଆଗ, ତା’ ପରେ ପର୍ବ।
-ରାଧାରାଣୀ ମୁଦୁଲି, ଗୃହିଣୀ
ଜୀବିକା ବୁଡ଼ିଗଲା
ରଜ ପାଖେଇ ଆସିଲେ ଉତ୍କଣ୍ଟା ବଢ଼ିଯାଏ। ରଜ ପୂର୍ବରୁ ଯୁବତୀ, ମହିଳାମାନେ ସଜେଇ ହୋଇଥାଆନ୍ତି। ଭଲ ଦି ପଇସା ରୋଜଗାର ହୁଏ। ହେଲେ କରୋନା ମାଡ଼ରେ ଦୁଇବର୍ଷ ହେଲା ବେପାର ପ୍ରଭାବିତ ହେଉଛି। କହିବାକୁ ଗଲେ ଜୀବନ ପାଇଁ ଜୀବିକା ବୁଡ଼ିଯାଇଛି।
-ତୃପ୍ତିମୟୀ ସାହୁ, ବିୟୁଟିଆନ୍‌


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri