ବିନା ମଉଜରେ ରଜ

ସାତମାଇଲ, ୧୪।୬:  ସ୍ଥିତି ଠିକ୍‌ ଥିଲେ ଏତେବେଳକୁ କମ୍ପୁଥାଆନ୍ତା ମହୋତ୍ସବ ପଡ଼ିଆ। ବନ୍ଧା ସରନ୍ତାଣି ଦୋଳି। ପସରା ମେଲାଇ ସାରନ୍ତେଣି ବ୍ୟବସାୟୀ। ଖୋଲି ସାରିଥାଆନ୍ତା ମିନାବଜାର। ବନ୍ଧୁବାନ୍ଧବଙ୍କ ଗହଳିଚହଳିରେ ଫାଟି ପଡୁଥାଆନ୍ତା ଘରଦ୍ୱାରା। ହେଲେ ଭୂତାଣୁ ପାଇଁ ଗତବର୍ଷ ଭଳି ଏଥର ବି ମଳିନ ପଡ଼ିଛି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରଞ୍ଜାଗୋଳର ୨୦୦ ବର୍ଷ ପୁରୁଣା ପ୍ରସିଦ୍ଧ ରଜ ମହୋତ୍ସବ। ଅନ୍ୟପଟେ ଧନଜୀବନ ସୁରକ୍ଷା ପାଇଁ ବିନା ମଉଜରେ ଘରେ ରହି ରଜ ପାଳନ କରିବାକୁ ଅଞ୍ଚଳବାସୀଙ୍କୁ ନିବେଦନ କରିଛି ପ୍ରଶାସନ।
ରଜ ମହୋତ୍ସବ ପାଇଁ ସୁନାମ ଅର୍ଜନ କରିଛି ରଞ୍ଜାଗୋଳ। ଦୀର୍ଘ ୨୦୦ ବର୍ଷରୁ ଅଧିକ ସମୟ ଧରି ଏଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ୪ ଦିନ ଧରି ମହୋତ୍ସବ ପାଳନ କରାଯାଇଥାଏ। ମେଳା ଦେଖିବାକୁ ଢେଙ୍କାନାଳ ସମେତ ପଡ଼ୋଶୀ ଜିଲାର ବହୁ ଲୋକଙ୍କ ସମାଗମ ହୋଇଥାଏ। ଆମ୍ବ, ପଣସ, ଖଜୁରି ଭଳି ଖରାଦିନିଆ ସୁସ୍ବାଦୁ ଫଳ ପ୍ରଦର୍ଶନୀ ବେଶ୍‌ ଆକର୍ଷଣୀୟ ସାଜେ। ଦୋଳି, ମିନାବଜାର, ଫାଷ୍ଟଫୁ୍‌ଡ୍‌ ସହିତ ଶତାଧିକ ବ୍ୟବସାୟୀ ଭଲ ବ୍ୟବସାୟ କରିଥାଆନ୍ତି। ମେଳା ବୁଲିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ସ୍ଥାନୀୟ ସିଦ୍ଧମଠ ବୁଲିବା ପରମ୍ପରା ରହିଛି। ରଜ ଉତ୍ସବ ଉପଲକ୍ଷେ ଏଠାରେ ୪ଦିନ କେବଳ ଫଳ ଭୋଗ ହୋଇଥାଏ। ତେଣୁ ଶ୍ରଦ୍ଧାଳୁମାନେ ପ୍ରଦର୍ଶନୀରୁ ଫଳ କିଣି ଠାକୁରଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାଆନ୍ତି। ତେବେ ଦୁଇବର୍ଷ ହେଲା କରୋନା ମହାମାରୀ ପାଇଁ ରଜ ମହୋତ୍ସବ ବନ୍ଦ ରହିଛି, ଯାହା ଅଞ୍ଚଳବାସୀ ଏବଂ ବ୍ୟବସାୟୀଙ୍କୁ ନିରାଶ କରିଛି।
ଏ ସଂକ୍ରାନ୍ତରେ ହିନ୍ଦୋଳ ଉପଜିଲାପାଳ ଉଦୟ କୁମାର ମହାପାତ୍ର କୁହନ୍ତି, କରୋନାର ଦ୍ୱିତୀୟ ଲହର ଅଧିକ ମାରାତ୍ମକ ହୋଇଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସମସ୍ତ ମେଳା, ମହୋତ୍ସବ ବନ୍ଦ ରହିଛି। ତେଣୁ ରଞ୍ଜାଗୋଳ ରଜ ଉତ୍ସବରେ କଟକଣା ଜାରି କରାଯାଇଛି। ବାଲିମୀ ପୋଲିସ ରଜ ମହୋତ୍ସବ ପଡ଼ିଆରେ ନଜର ରଖିଛି। କଟକଣା ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମହୋତ୍ସବ ଅପେକ୍ଷା ଜୀବନ ମୂଲ୍ୟବାନ। ତେଣୁ ଘରେ ରହି ନିରାଡମ୍ବରରେ ରଜ ପାଳନ କରିବାକୁ ଉପଜିଲାପାଳ ନିବେଦନ କରିଛନ୍ତି।

ଶାନ୍ତି ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଥିଲା
ଅଞ୍ଚଳରେ ଶାନ୍ତିପ୍ରତିଷ୍ଠା ଉଦ୍ଦେଶ୍ୟରେ ବାବା ବାଙ୍କଟବିହାରୀ ସିଦ୍ଧମଠ ପ୍ରତିଷ୍ଠା କରିବା ସହ ମେଳା ଆରମ୍ଭ କରିଥିଲେ। ୨ବର୍ଷ ହେଲା କରୋନା ପାଇଁ ରଜ ଉତ୍ସବ ବନ୍ଦ ରହିଛି। ମହାମାରୀ କବଳରୁ ବିଶ୍ୱବାସୀଙ୍କ ସୁରକ୍ଷା କାମନା କରି ମଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବ।
-ମାଧବାନନ୍ଦ ଦାସ, ମହନ୍ତ

ମହାମାରୀ ଖୁସି ଛଡ଼ାଇନେଇଛି
ରଞ୍ଜାଗୋଳ ରଜ ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି ଦୋଳି, ମିନାବଜାର। ରଜ ଆସିଲେ ବନ୍ଧୁବାନ୍ଧବଙ୍କ ଗହଳି ଚହଳିରେ ଘର ପୂରି ଉଠେ। ପିଠାପଣାର ଆସର ଜମେ। ହେଲେ ୨ବର୍ଷ ହେଲା ମହାମାରୀ ସବୁ ଖୁସି ଛଡ଼ାଇନେଇଛି।
-ପୁଷ୍ପାଞ୍ଜଳି ସାହୁ, ଗୃହିଣୀ

ଫିକା ପଡ଼ିଛି ଭାଇଚାରା ପରମ୍ପରା
ଭାଇଚାରାର ପରମ୍ପରା ସୃଷ୍ଟି କରିଥିବା ରଞ୍ଜାଗୋଳ ରଜ ଉତ୍ସବ ୨ବର୍ଷ ହେଲା ବନ୍ଦ ରହିଛି। କରୋନା ମହାମାରୀ ସବୁକିଛି ବିଗାଡ଼ି ଦେଇଛି। ସବୁକିଛି ଠିକ୍‌ଠାକ୍‌ ରହିଲେ ଆଗାମୀ ବର୍ଷ ପୁଣି ଜାକଜମକର ସହିତ ଉତ୍ସବ ପାଳନ ହେବ।
-ରମେଶ ଚନ୍ଦ୍ର ମିଶ୍ର, ଶିକ୍ଷାବିତ୍‌

ଆଗାମୀ ବର୍ଷକୁ ଅପେକ୍ଷା
୨ବର୍ଷ ହେଲା ରଞ୍ଜାଗୋଳ ରଜ ମହୋତ୍ସବକୁ କରୋନା ଗ୍ରହଣ ଲାଗିଛି। ବ୍ୟବସାୟୀମାନେ ସବୁଠାରୁ ବେଶି କ୍ଷତି ସହିଛନ୍ତି। ଧନଜୀବନର ସୁରକ୍ଷା ଲାଗି ପ୍ରଶାସନର କଟକଣା ମାନିବାକୁ ପଡ଼ିବ। ଆଗାମୀ ବର୍ଷକୁ ଅପେକ୍ଷା ଛଡ଼ା ଅନ୍ୟ ଉପାୟ ନାହିଁ।
-ଯୁଗଳ ଚାନ୍ଦ, ବ୍ୟବସାୟୀ

ଦୁଃଖ ଲାଗୁଛି
କରୋନା ମହାମାରୀ ଓଡ଼ିଆ ଘରର ସବୁ ପରମ୍ପରାକୁ ଫିକା କରିଦେଇଛି। ସଂକ୍ରମଣ ଆଶଙ୍କାରେ ୨ବର୍ଷ ହେଲା ଅଞ୍ଚଳର ପ୍ରମୁଖ ପର୍ବ ରଜ ମହୋତ୍ସବ ବନ୍ଦ ହୋଇଯାଇଛି। ପୁରୁଣା ଦିନକୁ ମନେପକାଇଲେ ଦୁଃଖ ଲାଗୁଛି।
-ସୁଶ୍ରୀ ସୁଦୀପ୍ତା


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri