ବିନା ମଉଜରେ ରଜ

ସାତମାଇଲ, ୧୪।୬:  ସ୍ଥିତି ଠିକ୍‌ ଥିଲେ ଏତେବେଳକୁ କମ୍ପୁଥାଆନ୍ତା ମହୋତ୍ସବ ପଡ଼ିଆ। ବନ୍ଧା ସରନ୍ତାଣି ଦୋଳି। ପସରା ମେଲାଇ ସାରନ୍ତେଣି ବ୍ୟବସାୟୀ। ଖୋଲି ସାରିଥାଆନ୍ତା ମିନାବଜାର। ବନ୍ଧୁବାନ୍ଧବଙ୍କ ଗହଳିଚହଳିରେ ଫାଟି ପଡୁଥାଆନ୍ତା ଘରଦ୍ୱାରା। ହେଲେ ଭୂତାଣୁ ପାଇଁ ଗତବର୍ଷ ଭଳି ଏଥର ବି ମଳିନ ପଡ଼ିଛି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରଞ୍ଜାଗୋଳର ୨୦୦ ବର୍ଷ ପୁରୁଣା ପ୍ରସିଦ୍ଧ ରଜ ମହୋତ୍ସବ। ଅନ୍ୟପଟେ ଧନଜୀବନ ସୁରକ୍ଷା ପାଇଁ ବିନା ମଉଜରେ ଘରେ ରହି ରଜ ପାଳନ କରିବାକୁ ଅଞ୍ଚଳବାସୀଙ୍କୁ ନିବେଦନ କରିଛି ପ୍ରଶାସନ।
ରଜ ମହୋତ୍ସବ ପାଇଁ ସୁନାମ ଅର୍ଜନ କରିଛି ରଞ୍ଜାଗୋଳ। ଦୀର୍ଘ ୨୦୦ ବର୍ଷରୁ ଅଧିକ ସମୟ ଧରି ଏଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ୪ ଦିନ ଧରି ମହୋତ୍ସବ ପାଳନ କରାଯାଇଥାଏ। ମେଳା ଦେଖିବାକୁ ଢେଙ୍କାନାଳ ସମେତ ପଡ଼ୋଶୀ ଜିଲାର ବହୁ ଲୋକଙ୍କ ସମାଗମ ହୋଇଥାଏ। ଆମ୍ବ, ପଣସ, ଖଜୁରି ଭଳି ଖରାଦିନିଆ ସୁସ୍ବାଦୁ ଫଳ ପ୍ରଦର୍ଶନୀ ବେଶ୍‌ ଆକର୍ଷଣୀୟ ସାଜେ। ଦୋଳି, ମିନାବଜାର, ଫାଷ୍ଟଫୁ୍‌ଡ୍‌ ସହିତ ଶତାଧିକ ବ୍ୟବସାୟୀ ଭଲ ବ୍ୟବସାୟ କରିଥାଆନ୍ତି। ମେଳା ବୁଲିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ସ୍ଥାନୀୟ ସିଦ୍ଧମଠ ବୁଲିବା ପରମ୍ପରା ରହିଛି। ରଜ ଉତ୍ସବ ଉପଲକ୍ଷେ ଏଠାରେ ୪ଦିନ କେବଳ ଫଳ ଭୋଗ ହୋଇଥାଏ। ତେଣୁ ଶ୍ରଦ୍ଧାଳୁମାନେ ପ୍ରଦର୍ଶନୀରୁ ଫଳ କିଣି ଠାକୁରଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାଆନ୍ତି। ତେବେ ଦୁଇବର୍ଷ ହେଲା କରୋନା ମହାମାରୀ ପାଇଁ ରଜ ମହୋତ୍ସବ ବନ୍ଦ ରହିଛି, ଯାହା ଅଞ୍ଚଳବାସୀ ଏବଂ ବ୍ୟବସାୟୀଙ୍କୁ ନିରାଶ କରିଛି।
ଏ ସଂକ୍ରାନ୍ତରେ ହିନ୍ଦୋଳ ଉପଜିଲାପାଳ ଉଦୟ କୁମାର ମହାପାତ୍ର କୁହନ୍ତି, କରୋନାର ଦ୍ୱିତୀୟ ଲହର ଅଧିକ ମାରାତ୍ମକ ହୋଇଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସମସ୍ତ ମେଳା, ମହୋତ୍ସବ ବନ୍ଦ ରହିଛି। ତେଣୁ ରଞ୍ଜାଗୋଳ ରଜ ଉତ୍ସବରେ କଟକଣା ଜାରି କରାଯାଇଛି। ବାଲିମୀ ପୋଲିସ ରଜ ମହୋତ୍ସବ ପଡ଼ିଆରେ ନଜର ରଖିଛି। କଟକଣା ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମହୋତ୍ସବ ଅପେକ୍ଷା ଜୀବନ ମୂଲ୍ୟବାନ। ତେଣୁ ଘରେ ରହି ନିରାଡମ୍ବରରେ ରଜ ପାଳନ କରିବାକୁ ଉପଜିଲାପାଳ ନିବେଦନ କରିଛନ୍ତି।

ଶାନ୍ତି ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଥିଲା
ଅଞ୍ଚଳରେ ଶାନ୍ତିପ୍ରତିଷ୍ଠା ଉଦ୍ଦେଶ୍ୟରେ ବାବା ବାଙ୍କଟବିହାରୀ ସିଦ୍ଧମଠ ପ୍ରତିଷ୍ଠା କରିବା ସହ ମେଳା ଆରମ୍ଭ କରିଥିଲେ। ୨ବର୍ଷ ହେଲା କରୋନା ପାଇଁ ରଜ ଉତ୍ସବ ବନ୍ଦ ରହିଛି। ମହାମାରୀ କବଳରୁ ବିଶ୍ୱବାସୀଙ୍କ ସୁରକ୍ଷା କାମନା କରି ମଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବ।
-ମାଧବାନନ୍ଦ ଦାସ, ମହନ୍ତ

ମହାମାରୀ ଖୁସି ଛଡ଼ାଇନେଇଛି
ରଞ୍ଜାଗୋଳ ରଜ ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି ଦୋଳି, ମିନାବଜାର। ରଜ ଆସିଲେ ବନ୍ଧୁବାନ୍ଧବଙ୍କ ଗହଳି ଚହଳିରେ ଘର ପୂରି ଉଠେ। ପିଠାପଣାର ଆସର ଜମେ। ହେଲେ ୨ବର୍ଷ ହେଲା ମହାମାରୀ ସବୁ ଖୁସି ଛଡ଼ାଇନେଇଛି।
-ପୁଷ୍ପାଞ୍ଜଳି ସାହୁ, ଗୃହିଣୀ

ଫିକା ପଡ଼ିଛି ଭାଇଚାରା ପରମ୍ପରା
ଭାଇଚାରାର ପରମ୍ପରା ସୃଷ୍ଟି କରିଥିବା ରଞ୍ଜାଗୋଳ ରଜ ଉତ୍ସବ ୨ବର୍ଷ ହେଲା ବନ୍ଦ ରହିଛି। କରୋନା ମହାମାରୀ ସବୁକିଛି ବିଗାଡ଼ି ଦେଇଛି। ସବୁକିଛି ଠିକ୍‌ଠାକ୍‌ ରହିଲେ ଆଗାମୀ ବର୍ଷ ପୁଣି ଜାକଜମକର ସହିତ ଉତ୍ସବ ପାଳନ ହେବ।
-ରମେଶ ଚନ୍ଦ୍ର ମିଶ୍ର, ଶିକ୍ଷାବିତ୍‌

ଆଗାମୀ ବର୍ଷକୁ ଅପେକ୍ଷା
୨ବର୍ଷ ହେଲା ରଞ୍ଜାଗୋଳ ରଜ ମହୋତ୍ସବକୁ କରୋନା ଗ୍ରହଣ ଲାଗିଛି। ବ୍ୟବସାୟୀମାନେ ସବୁଠାରୁ ବେଶି କ୍ଷତି ସହିଛନ୍ତି। ଧନଜୀବନର ସୁରକ୍ଷା ଲାଗି ପ୍ରଶାସନର କଟକଣା ମାନିବାକୁ ପଡ଼ିବ। ଆଗାମୀ ବର୍ଷକୁ ଅପେକ୍ଷା ଛଡ଼ା ଅନ୍ୟ ଉପାୟ ନାହିଁ।
-ଯୁଗଳ ଚାନ୍ଦ, ବ୍ୟବସାୟୀ

ଦୁଃଖ ଲାଗୁଛି
କରୋନା ମହାମାରୀ ଓଡ଼ିଆ ଘରର ସବୁ ପରମ୍ପରାକୁ ଫିକା କରିଦେଇଛି। ସଂକ୍ରମଣ ଆଶଙ୍କାରେ ୨ବର୍ଷ ହେଲା ଅଞ୍ଚଳର ପ୍ରମୁଖ ପର୍ବ ରଜ ମହୋତ୍ସବ ବନ୍ଦ ହୋଇଯାଇଛି। ପୁରୁଣା ଦିନକୁ ମନେପକାଇଲେ ଦୁଃଖ ଲାଗୁଛି।
-ସୁଶ୍ରୀ ସୁଦୀପ୍ତା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri