ବଢୁଛି ବଜ୍ରପାତ ବିପତ୍ତ

ଢେଙ୍କାନାଳ ଅଫିସ, ୧୨।୬ ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ବଜ୍ରପାତ ବିପତ୍ତି ବଢ଼ିବାରେ ଲାଗିଛି। ଜିଲାରେ ଗତ ୩ ବର୍ଷ ମଧ୍ୟରେ ଚଡ଼କ ୪୮ ଜଣଙ୍କ ଜୀବନ ନେଲାଣି। କାଳବୈଶାଖୀ, ଝଡ଼ବର୍ଷା ସମୟରେ ଆବଶ୍ୟକ ସଚେତନ ଅଭାବ ଯୋଗୁ ଏଭଳି ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ପୋଲିସ, ରାଜସ୍ବ ଏବଂ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ରିପୋର୍ଟ ପ୍ରଦାନରେ ବିଳମ୍ବ ହେଉଛି। ତେଣୁ ମୃତକଙ୍କ ପରିବାରକୁ ଠିକ୍‌ ସମୟରେ କ୍ଷତିପୂରଣ ମିଳିପାରୁ ନ ଥିବା ଅଭିଯୋଗ ହେଉଛି।
ଜିଲା ଜରୁରୀ ଓ ଆପାତକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାମାକ୍ଷାନଗର ବ୍ଲକରେ ୨୦୧୯-୧୮ରେ ୬, ୨୦୧୯-୨୦ରେ ୩ଜଣ ବଜ୍ରପାତର ଶିକାର ହୋଇଛନ୍ତି। ଏହିକ୍ରମରେ ଭୁବନ ବ୍ଲକରେ ୨୦୧୮-୧୯ରେ ୩, ୨୦୧୯-୨୦ରେ ୪, ୨୦୨୦-୨୧ରେ ୩, କଙ୍କଡ଼ାହାଡ଼ ବ୍ଲକରେ ୨୦୧୮-୧୯ରେ ୪, ୨୦୧୯-୨୦ରେ ୨, ୨୦୨୦-୨୧ରେ ୨, ହିନ୍ଦୋଳ ବ୍ଲକରେ ୨୦୧୮-୧୯ରେ ୨, ପରଜଙ୍ଗ ବ୍ଲକରେ ୨୦୧୮-୧୯ରେ ୨, ୨୦୧୯-୨୦ରେ ୧, ୨୦୨୦-୨୧ରେ ୫, ଓଡ଼ାପଡ଼ା ବ୍ଲକରେ ୨୦୧୯-୨୦ରେ ଜଣେ ବ୍ୟକ୍ତିଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ସେହିପରି ସଦର ବ୍ଲକରେ ୨୦୧୯-୨୦ରେ ୩, ୨୦୨୦-୨୧ରେ ୨ ଏବଂ ଗଁଦିଆ ବ୍ଲକରେ ୨୦୧୯-୨୦ରେ ୪, ୨୦୨୦-୨୧ରେ ଜଣେ ବ୍ୟକ୍ତି ବଜ୍ରପାତ ଶିକାର ହୋଇଥିବା ଜଣାପଡ଼ିଛି। ସମଗ୍ର ଜିଲାରେ ୨୦୧୮-୧୯ରେ ୧୭, ୨୦୧୯-୨୦ରେ ୧୮ ଏବଂ ୨୦୨୦-୨୧ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ବଜ୍ରପାତରେ ମୃତ୍ୟୁ ଘଟିଲାଣି।
ବଜ୍ରପାତଜନିତ ମୃତ୍ୟୁ ବଢ଼ିବାର ପ୍ରମୁଖ କାରଣ ସଚେତନତା ଅଭାବ ବୋଲି କୁହାଯାଉଛି। ମୁଖ୍ୟତଃ କାଳବୈଶାଖୀ ଏବଂ ଅଦିନିଆ ଝଡ଼ବର୍ଷା ସମୟରେ ଗଛ ତଳେ ଆଶ୍ରୟ ନେଉଥିବା ଗୋରୁ ଚରାଳି, ତୋଟାରେ ଆମ୍ବ ଗୋଟାଉଥିବାବେଳେ ଅଧିକ ଜୀବନ ଯାଇଥିବା ରିପୋର୍ଟରେ କୁହାଯାଇଛି। ଅନ୍ୟପଟେ ଜିଲାରେ ଆଗୁଆ ପାଣିପାଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବାକୁ କୌଣସି ବ୍ୟବସ୍ଥା ନାହିଁ। ଗ୍ରାମାଞ୍ଚଳବାସୀ କାଳବୈଶାଖୀ, ଝଡ଼ବର୍ଷା, ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ପାଇପାରୁ ନ ଥିବାରୁ ଏଭଳି ଦୁର୍ବିପାକ ବଢ଼ିବାରେ ଲାଗିଥିବା ଜଣାପଡ଼ିଛି।
ଅପରପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବଜ୍ରପାତ ମୃତ୍ୟୁକୁ ପ୍ରାକୃତିକ ଦୁର୍ବିପାକଜନିତ ମୃତ୍ୟୁ ତାଲିକାଭୁକ୍ତ କରାଯାଇଛି। ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି। ସେହିପରି ସାମାନ୍ୟ ଆହତଙ୍କ ଲାଗି ୪ ହଜାର ଟଙ୍କା ଏବଂ ଗୁରୁତରଙ୍କ ଚିକିତ୍ସା ଲାଗି ୧୨ ହଜାର ଟଙ୍କା ଯାଏ ସହାୟତା ରାଶି ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ଥାନା, ଫାଣ୍ଡିରୁ ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ, ସ୍ଥାନୀୟ ଆର୍‌ଆଇଙ୍କ ତଦନ୍ତ ରିପୋର୍ଟ ଦାଖଲ ପରେ ଏହି ସହାୟତା ମିଳିଥାଏ। ହେଲେ ଅଧିକାଂଶ ସମୟରେ ସମନ୍ବୟ ଅଭାବରୁ ରିପୋର୍ଟ ଦାଖଲରେ ବିଳମ୍ବ କାରଣରୁ ମୃତକଙ୍କ ପରିବାର ସହାୟତା ରାଶି ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଜରୁରୀ ଓ ଆପାତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର କୁହନ୍ତି, ଗତ ୩ ବର୍ଷରେ ଜିଲାରେ ବଜ୍ରପାତ ଘଟି ୪୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯାଉଛି। ଆବଶ୍ୟକ କାଗଜପତ୍ର ହୋଇ ନ ଥିବାରୁ ୨୦୨୦-୨୧ ବର୍ଷର କେତେଜଣ ମୃତକଙ୍କ ପରିବାର ସହାୟତା ପାଇପାରିନାହାନ୍ତି। ଖୁବ୍‌ଶୀଘ୍ର ସେମାନଙ୍କ ସମସ୍ୟା ଦୂର କରିବା ଲାଗି ଉଦ୍ୟମ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri