ଢେଙ୍କାନାଳ

ବଢ଼ିବ ମହିଳାଙ୍କ ଗୁରୁତ୍ୱ

ଢେଙ୍କାନାଳ ଅଫିସ, ୧୦।୧୦: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶୁକ୍ରବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲାର ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ସଂରକ୍ଷଣ ପରିସଂଖ୍ୟାନରୁ ଚଳିତ ନିର୍ବାଚନରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ଜିଲାର ମୋଟ୍‌ ୨୭ ଜିଲା...

ଦୀର୍ଘଦିନ ଧରି ଚାଲିଥିଲା ଦେଶୀ ବନ୍ଧୁକ କାରଖାନା, ଜଣଙ୍କୁ ବାନ୍ଧିଲା ପୋଲିସ

ପରଜଙ୍ଗ,୮।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ବାମ ଗ୍ରାମରେ ଦେଶୀ ବନ୍ଧୁକ କାରଖାନା ଠାବ କରାଯାଇଛି। ପୋଲିସ ଚଢ଼ାଉ କରି ଏଥିରେ ସମ୍ପୃକ୍ତ ବାମ ଗ୍ରାମର ମଙ୍ଗୁଳୁ ମହାରଣାଙ୍କୁ ଗିରଫ କରିଛି। ତେବେ ବିଶେଷ ସୂତ୍ରରୁ...

ଡ୍ୟୁଟିରେ ଶୋଇପଡ଼ିଲେ ଡାକ୍ତର

ଢେଙ୍କାନାଳ ଅଫିସ,୮।୧୦: ଡ୍ୟୁଟିରେ ଥାଇ ନିଘୋଡ଼ ନିଦରେ ଶୋଇପଡ଼ିଲେ ଡାକ୍ତର। ତାଙ୍କୁ ଉଠାଇବାକୁ ସହକର୍ମୀ ଏବଂ ସୁରକ୍ଷାକର୍ମୀଙ୍କୁ କରିବାକୁ ପଡ଼ିଲା ବେଶ୍‌ କିଛି ସମୟ କସରତ, ତଥାପି ଡାକ୍ତରଙ୍କ ନିଦ ଭାଙ୍ଗିଲାନି କି ଅପେକ୍ଷାରତ ରୋଗୀଙ୍କୁ ମିଳିଲାନି ଚିକିତ୍ସା ପରାମର୍ଶ।...

ବଳଦ ବିନା ବଳଦଯାତ୍ରା

ଭୁବନ, ୭।୧୦:  ମେଲାଣି ନେଉଥିବେ ଜଗଜ୍ଜନନୀ, ଅଥଚ ସାଥିରେ ନ ଥିବେ ପରମ୍ପରାର ବାହକ ବଳଦ। ସୁସଜ୍ଜିତ ବଳଦ ବିନା ସରିବ ମା’ ଦୁର୍ଗାଙ୍କ ଭସାଣି। କରୋନା କଟକଣା ପାଇଁ ଦୁଇବର୍ଷ ହେଲା ପଶୁ-ମଣିଷ ସମ୍ପର୍କର ମୂକସାକ୍ଷୀ ଭୁବନର ଐତିହାସିକ...

କନ୍ଧରା, ନନ୍ଦିନିଆ ହେବ ବାଘ କରିଡର

ଢେଙ୍କାନାଳ ଅଫିସ,୫ା୧୦ ଅନୁଗୋଳ ଜିଲା ସାତକୋଶିଆ ବନଖଣ୍ଡ ବାଘ କରିଡର ଢେଙ୍କାନାଳ ଜିଲାକୁ ସମ୍ପ୍ରସାରିତ ହେବ। ଢେଙ୍କାନାଳ ଜିଲା ବନଖଣ୍ଡ ଅଧୀନରେ ଥିବା ହିନ୍ଦୋଳ ରେଞ୍ଜ୍‌ର କନ୍ଧରା ଓ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲକୁ ଏହି କରିଡରରେ ଅନ୍ତର୍ଭୁକ୍ତ କରିବା ପାଇଁ...

ଅଢ଼େଇ ବର୍ଷ ପରେ ଅନ୍ଧାର

ଢେଙ୍କାନାଳ ଅଫିସ, ୪।୧୦: ସାଢ଼େ ୪ କୋଟି ଟଙ୍କାର ଛାତ୍ରାବାସ। ଉଦ୍‌ଘାଟନକୁ ବିତିଲାଣି ଅଢ଼େଇ ବର୍ଷ। ଅଥଚ କାର୍ଯ୍ୟକ୍ଷମ ହୋଇପାରୁନାହିଁ। କାରଣ ହଷ୍ଟେଲରେ ନାହିଁ ଫର୍ନିଚର କି ବିଦ୍ୟୁତ୍‌ ସଂଯୋଗ। ଅନ୍ଧକାରମୟ କୋଠାରେ ରହିବା ଅନ୍ତେବାସୀଙ୍କ ପକ୍ଷେ ସମ୍ଭବ ନ...

ପଞ୍ଚାୟତ କାର୍ଯ୍ୟାଳୟରୁ ୫ ଲକ୍ଷ ଟଙ୍କାର କୋଭିଡ୍‌ ସାମଗ୍ରୀ ଚୋରି

ପରଜଙ୍ଗ,୩।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ପଙ୍ଗାତିରା ପଞ୍ଚାୟତ କାର୍ଯ୍ୟାଳୟରୁ ବିପୁଳ ପରିମାଣର କୋଭିଡ ସାମଗ୍ରୀ ଚୋରି ହୋଇଛି। ଏନେଇ ଥାନାରେ ଏତଲା ମଧ୍ୟ ହୋଇଛି। ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ...

୧୨ ଫୁଟର ଅଜଗର ଉଦ୍ଧାର

ପରଜଙ୍ଗ,୩।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ଏକ ୧୨ ଫୁଟ ଲମ୍ବର ଅଜଗର ସାପ ଉଧାର ହୋଇଛି। ତେବେ ସାପଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଶନିବାର ରାତିରେ ସାପଟି ବ୍ଲକ...

ୟୁରିଆ ଅଭାବ ଉଜାଡ଼ିବ ଚାଷ

ଗଁଦିଆ, ୩।୧୦: ଚଳିତ ବର୍ଷ ଖରିଫ ଧାନ ଉପରେ ଘନେଇବାରେ ଲାଗିଛି ବିପଦ। ପ୍ରଥମେ ସ୍ବଳ୍ପବୃଷ୍ଟି, ଏହାପରେ ଲଘୁଚାପଜନିତ ଲଗାଣ ବର୍ଷା ଏବଂ ଏବେ ଧାନ ଗଛ ବଢ଼ିବା ବେଳକୁ ଦେଖାଦେଇଛି ୟୁରିଆର ଉତ୍କଟ ଅଭାବ। ଠିକ୍‌ ସମୟରେ ସାର ପ୍ରୟୋଗ...

ମହାତ୍ମାଙ୍କ ସ୍ମୃତି ସାଉଁଟୁଛି ମେରାମଣ୍ଡଳୀ

ଢେଙ୍କାନାଳ ଅଫିସ, ୨।୧୦ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମେରାମଣ୍ଡଳୀ ରେଳଷ୍ଟେଶନକୁ ପୂରିଲାଣି ୯୮ ବର୍ଷ। ୧୯୨୩ରେ ପ୍ରତିଷ୍ଠିତ ଏହି ରେଳଷ୍ଟେଶନ ପାଇଁ ୧୯୩୪ ଥିଲା ଐତିହାସିକ ବର୍ଷ। କାରଣ ସେହି ବର୍ଷ ମେ’ରେ ପଞ୍ଚମ ଥର ଓଡ଼ିଶା ପଦାର୍ପଣ...

ବ୍ରାହ୍ମଣୀରେ ବୁଡ଼ିବ ‘କଙ୍କା’

ଗଁଦିଆ, ୧ା୧୦ ଜନବସତିକୁ ଗିଳିବାକୁ ଜିଭ ବଢ଼ାଇଛି ବ୍ରାହ୍ମଣୀ। ବର୍ଷକୁ ବର୍ଷ କୂଳ ଖାଇ ମାଡ଼ି ଆସୁଛି ଆଗକୁ। ଅନ୍ୟପଟେ ନଦୀରୁ ବାହାରିଥିବା ଶାଖା ନାଳ ତିନି ପଟୁ ଘେରାବନ୍ଦୀ କରି ରଖିଛି ସମ୍ପୂର୍ଣ୍ଣ ଗ୍ରାମକୁ। ଫଳରେ ଶିଳ୍ପସମୃଦ୍ଧ ଢେଙ୍କାନାଳ...

ହାତୀଙ୍କ ଚରାଭୂଇଁ ହଳଦିଆବାହାଳ

ଢେଙ୍କାନାଳ ଅଫିସ, ୩୦।୯:  ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ଓଡ଼ାପଡ଼ା ବ୍ଲକର ହଳଦିଆବାହାଳ ପାଲଟିଛି ହାତୀଙ୍କ ଚରାଭୂଇଁ। ଅଞ୍ଚଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥକୁ ଦୈନିକ ଦୁଇଥର ହାତୀ ପାର୍‌ ହେଉଛନ୍ତି। ହାତୀଙ୍କ ସମାଗମ ଦେଖିବାକୁ ପଥଚାରୀ ଭିଡ଼ ଲଗାଉଥିବାବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri