ମା’ ଆଗରେ ଚାଲିଗଲା ପୁଅ ଜୀବନ

ଢେଙ୍କାନାଳ ଅଫିସ, ୧୬।୧୨: ମାମୁ ଘରକୁ ଯାଇ ଫେରୁଥିବାବେଳେ ବାଇକ୍‌କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍‌। ମା’ଙ୍କ ଆଖି ଆଗରେ ଛଟପଟ ହୋଇଚାଲିଗଲା ୧୨ ବର୍ଷର ପୁଅ ଜୀବନ। ବୁଧବାର ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ୫୫ନଂ. ଜାତୀୟ ରାଜପଥ ଅନ୍ତର୍ଗତ ପଞ୍ଚୁପଟି ବ୍ରିଜ୍‌ ନିକଟରେ। ମୃତକ ହେଲେ ଶୁଭମ୍‌ ଦାସ। ମା’ ସତ୍ୟଭାମା ଦାସ (୪୨) ଏବଂ ସମ୍ପର୍କୀୟ ଭାଇ ରାଜେଶ ଦାସ (୧୯) ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣା ଘଟାଇଥିବା କୋଇଲା ବୋଝେଇ ଟ୍ରକ୍‌କୁ ପୋଲିସ ଜବତ କରିଥିବା ବେଳେ ଚାଳକ ଫେରାର ଅଛନ୍ତି।
ସତ୍ୟଭାମା, ଶୁଭମ୍‌ଙ୍କୁ ନେଇ ରାଜେଶ ଏକ ବାଇକ୍‌ରେ ବଉଳପୁରସ୍ଥିତ ମାମୁ ଘରୁ ନିଜ ଗ୍ରାମ ଅସନପାଟିଆକୁ ଫେରୁଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପଞ୍ଚୁପଟି ବ୍ରିଜ୍‌ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶୁଭମ୍‌ଙ୍କ ମୃତ୍ୟୁ ଘଟିଥିଲା। ସଦର ଥାନାଧିକାରୀ ଅଭିନବ ଡାଳୁଆ ସଦଳବଳ ପହଞ୍ଚତ୍ ସତ୍ୟଭାମା ଏବଂ ରାଜେଶଙ୍କୁ ଜିଲା ଚିକିତ୍ସାଳୟକୁ ପଠାଇଥିଲେ। ରାଜେଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ସାମୟିକ ଭାବେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ଏ ସଂକ୍ରାନ୍ତରେ ନଂ. ୬୪୩/୨୧ରେ ଏକ ମାମଲା ରୁଜୁ କରାଯାଇଛି ା ଶୁଭମ ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ତାଙ୍କ ମୃତ୍ୟୁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାରିଲାଣି କର୍ଲାପାଟ ଭୟ

ଢେଙ୍କାନାଳ ଅଫିସ, ୨୧।୨ : ଢେଙ୍କାନାଳ ବନ ବିଭାଗକୁ ଘାରିଛି କର୍ଲାପାଟ ଅଭୟାରଣ୍ୟ ହାତୀ ମଡ଼କ ଭୟ। ହେମୋରେଜ୍‌ ସେପ୍ଟିସେମିଆ ସଂକ୍ରମଣରେ ୬ ହାତୀଙ୍କ ଜୀବନ ଯିବା...

ଧିମେଇଛି ଗଜ ସୁରକ୍ଷା ପ୍ରକଳ୍ପ

ରତନ ନାୟାର ଢେଙ୍କାନାଳ ଅଫିସ୍‌, ୮।୧୦: ସାଇରନ୍‌ ବଜାଇ ବୁଲୁଛି ‘ଐରାବତ’। ନିଯୁକ୍ତ ହୋଇଛନ୍ତି ‘ଗଜବନ୍ଧୁ’। ଅଭୟାରଣ୍ୟ ନିକଟବର୍ତ୍ତୀ ଗ୍ରାମରେ କରାଯାଇଛି ‘ସୋଲାର ଫ୍ୟାନ୍ସିଂ’ ବ୍ୟବସ୍ଥା।...

ଖଡ଼ଗପ୍ରସାଦରେ କୁମ୍ଭୀର ଆତଙ୍କ

ଓଡାପଡା,୧୯ା୧୧(ଡି.ଏନ.ଏ) ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଖଡଗପ୍ରସାଦ ଗ୍ରାମ ବାଲିଘାଟ ନିକଟରେ କୁମ୍ଭୀର ଦେଖିଥିବା ନେଇ ଅଞ୍ଚଳବାସୀ ପ୍ରକାଶ କରିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।...

ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ବେଳେ ବାଇକ୍‌କୁ ଧକ୍କାଦେଲା ଆମ୍ବୁଲାନ୍ସ

କାମାକ୍ଷାନଗର,୨୯।୪: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଧୀନ ମୁକ୍ତାପଶି କେନାଲ ଛକ ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ଧକ୍କାରେ ଜଣେ ଦଶମ ଶ୍ରେଣୀ...

ବିପଦରେ ଛୁଆ ହାତୀ

ଢେଙ୍କାନାଳ ଅଫିସ/ ଭାପୁର(ଡି.ଏନ୍‌.ଏ.) ୧।୪ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ସିଧାସଳଖ ପ୍ରଭାବ ଢେଙ୍କାନାଳର ବନ୍ୟଜୀବନ ଉପରେ ପଡ଼ିଲାଣି। ଜଙ୍ଗଲରେ ଖାଦ୍ୟ ଓ ପାଣି ଅଭାବ ହାତୀ ଭଳି...

ଜୁନିୟର କିକ୍‌ ବକ୍ସିଂ ପ୍ରତିଯୋଗିତା: ଢେଙ୍କାନାଳକୁ ୧୧ ପଦକ

ଢେଙ୍କାନାଳ ଅଫିସ, ୨୫।୯-ତେଲେଙ୍ଗାନାର କରିମ୍‌ନଗରସ୍ଥିତ ଆମ୍ବେଡକର ସ୍ପୋଟର୍‌ସ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ୱାକୋ ଇଣ୍ଡିଆ ଜୁନିୟର କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଢେଙ୍କାନାଳର କ୍ରୀଡ଼ାବିତ୍‌ମାନେ ପ୍ରଭାବୀ ପ୍ରଦର୍ଶନ...

ପ୍ରଦୂଷଣ ବଳୟରେ ବ୍ରାହ୍ମଣୀ : କମୁଛନ୍ତି ଜଳଚର ଜୀବ

ଭୁବନ, ୬।୬(ଡି.ଏନ.ଏ.)- ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ପ୍ରଦୂଷଣ ବଳୟରେ। କଳକାରଖାନାର ବର୍ଜ୍ୟବସ୍ତୁ ସିଧାସଳଖ ନଦୀରେ ମିଶୁଥିବାବେଳେ ଏହାର ପାଣି ପ୍ରଦୂଷିତ ହେବାରେ ଲାଗିଛି।...

‘ଅର୍ଥ ଥାଇ ଉନ୍ନତି ହେଉନି’

ଢେଙ୍କାନାଳ ଅଫିସ, ୩୦।୯ – ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ଅର୍ଥ ଥାଇ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହେଉନାହିଁ। ଏଥିପାଇଁ ପ୍ରଶାସନିକ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଏମ୍‌ପି...

Advertisement
Archives

Model This Week