ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ବାରଣ

ଢେଙ୍କାନାଳ ଅଫିସ, ୭।୧୨-ଢେଙ୍କାନାଳ ଜିଲାରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍‌ ପ୍ରତିହତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ନୂତନ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ବିଦେଶାଗତଙ୍କୁ ଚିହ୍ନଟ କରିବା, ଆର୍‌ଟି-ପିସିଆର ଟେଷ୍ଟ କରାଇବା, ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖି ସେମାନଙ୍କ ଉପରେ ନଜର ରଖିବାକୁ ଜିଲାପାଳ ସରୋଜ କୁମାର ସେଠୀ ସୋମବାର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣ ବଢୁଥିବାରୁ ଜିଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରାକୁ ବାରଣ କରାଯାଇଛି। ବିବାହ, ବ୍ରତ ଭଳି ଉତ୍ସବ, ସରକାରୀ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି ଦିଆଯାଇଛି। ବ୍ୟବସାୟିକ ପ୍ରତିଷ୍ଠାନରେ ଗାଇଡ୍‌ଲାଇନ୍‌ ଭାଙ୍ଗିଲେ ଜରିମାନା ଆଦାୟ କରାଯିବ। ସଚେତନ କରିବାକୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର, ଘରକୁ ଘର ବୁଲି ଟିକାକରଣ, ଅଧିକରୁ ଅଧିକ ଟେଷ୍ଟିଂ କରିବାକୁ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଜିଲା କାର୍ଯ୍ୟାଳୟ ଓସ୍‌ଓ୍ବାନ୍‌ ହଲ୍‌ରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲାପାଳ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବିଦ୍ୟାଳୟ ରୂପାନ୍ତରଣ ଲାଗି ପ୍ରସ୍ତାବିତ ୯୮ ବିଦ୍ୟାଳୟର ଶିକ୍ଷକ ଏବଂ ପରିଚାଳନା କମିଟି ସହିତ ଆଲୋଚନା କରିବା, ରୂପାନ୍ତରିତ ହୋଇଥିବା ୪୧ ସ୍କୁଲର ସ୍ଥିତି ଅନୁଧ୍ୟାନ କରି ଅଧିକ ଆକର୍ଷଣୀୟ କରିବା ଲାଗି ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଜଙ୍ଗଲକୁ ନିଅଁାଦାଉରୁ ରକ୍ଷା କରିବା ଏବଂ ଏଥିଲାଗି ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରିବାକୁ ଡିଏଫ୍‌ଓ ଡା. ପ୍ରକାଶଚାନ୍ଦ ଗୋଗିନେନି ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାସ, ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ସିଡିଏମ୍‌ଓ ଡା. ସୁଜାତାରାଣୀ ମିଶ୍ର, ଆପାତକାଳୀନ ଆଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର, ଡିଇଓ ନିବେଦିତା ପାଣି, ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଷ୍ଟିନି ୧୨୫-ଏକ୍ସଟେକ୍‌ ବଜାର ପ୍ରବେଶ

ଢେଙ୍କାନାଳ/ ଅନୁଗୋଳ ଅଫିସ,୧୦।୫ ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ହିରୋ ମୋଟୋକର୍ପର ଅଧିକୃତ ବିକ୍ରେତା ସୋମ୍‌ ଅଟୋ ପକ୍ଷରୁ ସୋମବାର ଡେଷ୍ଟିନି ୧୨୫ ଏକ୍ସଟେକ୍‌ ସ୍କୁଟରର...

ପାଠ ପଢ଼ାଇବାକୁ ନାହାନ୍ତି ଶିକ୍ଷକ: ଅନିଶ୍ଚିତତାରେ ବିଇଡି ଶିକ୍ଷା

ଢେଙ୍କାନାଳ ଅଫିସ, ୨୬।୯ – ହାଇସ୍କୁଲସ୍ତରୀୟ ଶିକ୍ଷା ପାଇଁ ଖୋଜାପଡ଼ନ୍ତି ଅନୁଭୂତିସମ୍ପନ୍ନ ଶିକ୍ଷକ। ଶିକ୍ଷକ ଅଭାବ ପୂରଣ କରିବା ଏବଂ ଏଥିଲାଗି ମାନସିକସ୍ତରରେ ପ୍ରସ୍ତୁତ ହେଉଥିବା...

ଟ୍ରେନ୍‌ ଧକ୍କାରେ ୩୧ ମଇଁଷି ମୃତ

ଢେଙ୍କାନାଳ ଅଫିସ, ୨୮।୧୧: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ରୋଡ୍‌ ରେଳଷ୍ଟେଶନ ନିକଟରେ ଶୁକ୍ରବାର ଅପରାହ୍ନ ୩ଟା ୧୧ରେ ଛାତିଥରା ଦୁର୍ଘଟଣା...

ଆଡ଼ପ ମଣ୍ଡପରେ ଜମୁଛି ଭିଡ଼: ସାନ୍ଧ୍ୟ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧୦।୭: ରତ୍ନବେଦି ଛାଡ଼ି ଜନ୍ମବେଦିରେ ଚାଲିଛି ଶ୍ରୀଜୀଉଙ୍କ ଲୀଳାଖେଳା। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ପ୍ରମୁଖ ଅଂଶ ହେଉଛି ଆଡ଼ପ ଦର୍ଶନ। ଠାକୁର...

ଚାରା ଲାଗାଇ ପାଳିଲେ ଜାତୀୟ ଦିବସ

ରାସୋଳ, ୧୫।୮(ଡି.ଏନ୍‌.ଏ.)-ଦେଶ ପାଳନ କରୁଛି ୭୩ତମ ସ୍ବାଧୀନତା ଦିବସ। ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇଛନ୍ତି ସଭିଁଏ। ତ୍ରିରଙ୍ଗା ପତାକା ତଳେ ନେଇଛନ୍ତି ଦେଶ ପାଇଁ ବଳିଦାନ ଆଉ...

ସହକାରୀ ଯନ୍ତ୍ରୀଙ୍କ ୨୮ ପ୍ଲଟ୍‌, ୩ କୋଠା ଠାବ

ଢେଙ୍କାନାଳ ଅଫିସ,୧୨।୭: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ସବ୍‌ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ...

ଝିଅ ବାହାଘର ଗୁଆ ଦେବାକୁ ଯାଇ ଫେରିଲେନି

ଢେଙ୍କାନାଳ ଅଫିସ, ୨୫ ।୧ ଝିଅ ବାହାଘର ପାଇଁ ମାମୁ ଘରକୁ ଦେବାକୁ ଯାଉଥିଲେ ଗୁଆ। ହେଲେ ରାସ୍ତାରେ ଆଇରନ୍‌ ବୋଝେଇ ଟ୍ରକ୍‌ ସାଜିଲା ମୃତ୍ୟୁର...

ସୋମବାରଠାରୁ କାମାକ୍ଷାନଗର ଏନ୍‌ଏସି ଶଟ୍‌ଡାଉନ

କାମାକ୍ଷାନଗର,୨।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିକୁ ଆସନ୍ତାକାଲିଠାରୁ ୫ ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏନ୍‌ଏସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଥିବା...

Advertisement
Archives

Model This Week