ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ବାରଣ

ଢେଙ୍କାନାଳ ଅଫିସ, ୭।୧୨-ଢେଙ୍କାନାଳ ଜିଲାରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍‌ ପ୍ରତିହତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ନୂତନ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ବିଦେଶାଗତଙ୍କୁ ଚିହ୍ନଟ କରିବା, ଆର୍‌ଟି-ପିସିଆର ଟେଷ୍ଟ କରାଇବା, ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖି ସେମାନଙ୍କ ଉପରେ ନଜର ରଖିବାକୁ ଜିଲାପାଳ ସରୋଜ କୁମାର ସେଠୀ ସୋମବାର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣ ବଢୁଥିବାରୁ ଜିଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରାକୁ ବାରଣ କରାଯାଇଛି। ବିବାହ, ବ୍ରତ ଭଳି ଉତ୍ସବ, ସରକାରୀ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି ଦିଆଯାଇଛି। ବ୍ୟବସାୟିକ ପ୍ରତିଷ୍ଠାନରେ ଗାଇଡ୍‌ଲାଇନ୍‌ ଭାଙ୍ଗିଲେ ଜରିମାନା ଆଦାୟ କରାଯିବ। ସଚେତନ କରିବାକୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର, ଘରକୁ ଘର ବୁଲି ଟିକାକରଣ, ଅଧିକରୁ ଅଧିକ ଟେଷ୍ଟିଂ କରିବାକୁ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଜିଲା କାର୍ଯ୍ୟାଳୟ ଓସ୍‌ଓ୍ବାନ୍‌ ହଲ୍‌ରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲାପାଳ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବିଦ୍ୟାଳୟ ରୂପାନ୍ତରଣ ଲାଗି ପ୍ରସ୍ତାବିତ ୯୮ ବିଦ୍ୟାଳୟର ଶିକ୍ଷକ ଏବଂ ପରିଚାଳନା କମିଟି ସହିତ ଆଲୋଚନା କରିବା, ରୂପାନ୍ତରିତ ହୋଇଥିବା ୪୧ ସ୍କୁଲର ସ୍ଥିତି ଅନୁଧ୍ୟାନ କରି ଅଧିକ ଆକର୍ଷଣୀୟ କରିବା ଲାଗି ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଜଙ୍ଗଲକୁ ନିଅଁାଦାଉରୁ ରକ୍ଷା କରିବା ଏବଂ ଏଥିଲାଗି ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରିବାକୁ ଡିଏଫ୍‌ଓ ଡା. ପ୍ରକାଶଚାନ୍ଦ ଗୋଗିନେନି ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାସ, ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ସିଡିଏମ୍‌ଓ ଡା. ସୁଜାତାରାଣୀ ମିଶ୍ର, ଆପାତକାଳୀନ ଆଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର, ଡିଇଓ ନିବେଦିତା ପାଣି, ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri