‘ଗୃହରକ୍ଷୀ ବାହିନୀ ସେବା ଅତୁଳନୀୟ’

ଢେଙ୍କାନାଳ ଅଫିସ, ୭।୧୨-ଢେଙ୍କାନାଳ ରିଜର୍ଭ ପୋଲିସ ପଡ଼ିଆରେ ସୋମବାର ପୂର୍ବାହ୍ନ ସାଢ଼େ ୮ଟାରେ ୫୯ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏସ୍‌ପି ଏଲ୍‌. ଦିବ୍ୟା ଭି ଯୋଗଦେଇ କହିଲେ, ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସବୁଥିରେ ଗୃହରକ୍ଷୀ ବାହିନୀର ସେବା ଅତୁଳନୀୟ। ସାମାଜିକ ସୁରକ୍ଷା କ୍ଷେତ୍ରରେ ଗୃହରକ୍ଷୀଙ୍କ ତ୍ୟାଗ ଏବଂ ସେବା ପାଇଁ ସେମାନେ ବିଶ୍ୱାସର ପାତ୍ର ହୋଇପାରିଛନ୍ତି। ଏହି ଅବସରରେ ଏସ୍‌ପି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ବାର୍ତ୍ତା ପାଠ କରିଥିଲେ। ରିଜର୍ଭ ଇନ୍ସପେକ୍ଟର କବିରଞ୍ଜନ ସେଠୀ ପରେଡ୍‌ ପରିଚାଳନା କରିଥିବାବେଳେ ଅତିରିକ୍ତ ଏସ୍‌ପି ଶିଶୁରଞ୍ଜନ ମହାପାତ୍ର, ଏସ୍‌ଡିପିଓ ବିକାଶ ବେଉରା, ଡିଏସ୍‌ପି ଅରୁଣ ସାହୁ, ଟାଉନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ, ଜିଲା ହାବିଲଦାର ଓ କନଷ୍ଟେବଳ ସଂଘ ସଭାପତି ପରମାନନ୍ଦ ମିଶ୍ର, ସମ୍ପାଦକ ପ୍ରଫୁଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri