ଆସନ୍ତା ବର୍ଷ ବାଘଗଣନା

ଢେଙ୍କାନାଳ ଅଫିସ, ୯।୧୨: ଆସନ୍ତା ବର୍ଷ ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ହେବ ବାଘଗଣନା। ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛି ବନ ବିଭାଗ। ବାଘଗଣନା ଲାଗି ପ୍ରାଥମିକ ପର୍ଯ୍ୟାୟରେ ୮ ରେଞ୍ଜ୍‌ର ୨ ଜଣ ଲେଖାଏ ଦକ୍ଷ କର୍ମଚାରୀଙ୍କୁ ଅନୁଗୋଳରେ ପ୍ରଶିକ୍ଷଣ ଦିଆଯାଉଛି। ତାଲିମପ୍ରାପ୍ତ କର୍ମଚାରୀମାନେ ବନଖଣ୍ଡ ଅଧୀନ ବିଭିନ୍ନ ରେଞ୍ଜ୍‌ର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ। ସବୁକିଛି ଠିକ୍‌ଠାକ ରହିଲେ ଆସନ୍ତା ଜାନୁୟାରୀ କିମ୍ବା ଫେବୃୟାରୀରେ ବାଘଗଣନା ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଢେଙ୍କାନାଳର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ପ୍ରଜାତିର ବାଘବଂଶ ବୃଦ୍ଧି ଘଟିଛି। ଜିଲାରେ ବର୍ତ୍ତମାନ ଲିଓପାର୍ଡ ପ୍ରଜାତିର ୭ ବାଘ ଥିବା ଜଣାପଡ଼ିଛି। ଏମାନଙ୍କ ଚିତ୍ର ଟ୍ରାପ୍‌ କ୍ୟାମେରାରେ ଏକଦ ହୋଇଛି। ହେଲେ ପ୍ରକୃତରେ ବାଘସଂଖ୍ୟା କେତେ ତାହା ସ୍ପଷ୍ଟ ହୋଇପାରିନାହିଁ। ତେଣୁ ବିଧିବଦ୍ଧ ଭାବେ ବାଘଗଣନା କରିବାକୁ ଅଣ୍ଟା ଭିଡ଼ିଛି ବନ ବିଭାଗ। ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ଟ୍ରାପ୍‌ କ୍ୟାମେରା, ଜଙ୍ଗଲ ମଧ୍ୟରେ ଥିବା ଜଳାଶୟରେ ପାଦଚିହ୍ନ ଆଦିକୁ ଅନୁଧ୍ୟାନ କରି ବାଘ ଗଣନା ହେବ।
କାର୍ଯ୍ୟକ୍ରମ ସମ୍ପର୍କରେ ସହକାରୀ ବନ ସଂରକ୍ଷକ ରଶ୍ମିରଞ୍ଜନ ସ୍ବାଇଁ କୁହନ୍ତି, ଢେଙ୍କାନାଳ ଜିଲାରେ ବାଘଗଣନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରତି ରେଞ୍ଜର ୨ଜଣ ଲେଖାଏ କର୍ମଚାରୀଙ୍କୁ ତାଲିମ ଦିଆଯିବ। ପରେ ସେମାନେ ଅନ୍ୟମାନଙ୍କୁ ତାଲିମ ଦେବେ। ପ୍ରଶିକ୍ଷଣ ଶେଷ ହେବା ପରେ ବାଘ ଗଣନା ଆରମ୍ଭ ହେବ। ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ଟ୍ରାପ୍‌ କ୍ୟାମରାରେ ଉତ୍ତୋଳନ ହୋଇଥିବା ଫଟୋରୁ ଜିଲାର ବିଭିନ୍ନ ଜଙ୍ଗଲରେ ୭ଟି କଲରାପତରିଆ ବାଘ ରହିଥିବା ଜଣାପଡ଼ିଛି। ବାଘ ସଂଖ୍ୟା ବଢ଼ିବା ଶୁଭସଙ୍କେତ। ନନ୍ଦିନିଆ ଏବଂ କନ୍ଧରା ସଂରକ୍ଷିତ ଜଙ୍ଗଲକୁ ସାତକୋଶିଆ ବ୍ୟାଘ୍ର କରିଡରରେ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ଅନୁମୋଦନ ହେଲେ ଏହି ୨ଜଙ୍ଗଲ ସାତକୋଶିଆ ବନଖଣ୍ଡ ଅଧୀନରେ ରହିବ। ଜଙ୍ଗଲ ସୁରକ୍ଷିତ ରହିଲେ ଏବଂ ତୃଣଭୋଜୀଙ୍କ ସଂଖ୍ୟା ବଢ଼ିଲେ ବାଘଙ୍କ ସଂଖ୍ୟା ବଢ଼ିବ। ଏଥିଲାଗି ବହୁବିଧ ପଦକ୍ଷେପ ହାତକୁ ନିଆଯାଇଛି ବୋଲି ଜିଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri