ବ୍ୟାଙ୍କ ଧର୍ମଘଟ: କାରବାର ପ୍ରଭାବିତ

ଢେଙ୍କାନାଳ ଅଫିସ,୧୮।୧୨ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୋଧରେ ସର୍ବଭାରତୀୟସ୍ତରରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ (ୟୁଏଫ୍‌ବିୟୁ) ଆହ୍ବାନରେ ଚାଲିଥିବା ୨ଦିନିଆ ଧର୍ମଘଟ ଶୁକ୍ରବାର ଶେଷ ହୋଇଛି। ଦେଶରେ ସାମାଜିକ ସୁରକ୍ଷା ଯୋଜନାର ସଫଳ ରୂପାୟନରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଏହାର ଘରୋଇକରଣ ହେଲେ ସାଧାରଣ ଜନତା ପ୍ରଭାବିତ ହେବ। ଏହାର ପ୍ରତିବାଦରେ ଏହି ଧର୍ମଘଟ ଡାକରା ଦିଆଯାଇଥିଲା। ଢେଙ୍କାନାଳ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମୁଖ୍ୟ ଶାଖା ସମ୍ମୁଖରେ ୟୁଏଫ୍‌ବିୟୁର ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ମନମୋହନ ନାୟକ, ନିରଞ୍ଜନ ମିଶ୍ର, ଗୋପାଳ ସାହୁ, ସୌମ୍ୟ ମିଶ୍ର, ବିଭାସ ମହାନ୍ତି, ସନ୍ତୋଷ ବରାଳ, ମନୋଜ ସାହୁ, ଆଶିଷ ସାମଲ, ତାପସ ସାହୁ, ରାଜୁ ଦାସ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ। ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପଟେ ବ୍ୟାଙ୍କ କାରବାର ବନ୍ଦ ଥିବାରୁ ବ୍ୟବସାୟୀ, ସାଧାରଣ ଜନତା ସମସ୍ୟାରେ ପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଶିତଳାପଲିରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ: ୨୦୦ ଶଯ୍ୟା,୧୫ ଆଇସିୟୁ ବେଡ୍‌

ଛତ୍ରପୁର, ୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିଠାରେ ଥିବା ଟାଟା ଷ୍ଟିଲ ମେଡିକାଲ, ହସ୍ପିଟାଲକୁ ଟାଟା ଗ୍ରୁପ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ହସ୍ପିଟାଲ କରାଯାଇଛି।...

କୋଟିଆରେ ଆନ୍ଧ୍ରର ଜବରଦସ୍ତି କାର୍ଯ୍ୟ

ପଟ୍ଟାଙ୍ଗୀ,୨୦ା୮(ଡି.ଏନ୍‌.ଏ.): ସରକାରଙ୍କ ତୀବ୍ର ବିରୋଧ ସତ୍ତ୍ୱେ କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତରେ ଜବରଦସ୍ତ ପଶିଛି ଆନ୍ଧ୍ର। ଗୁରୁବାର କୋଟିଆର ୨ ଗ୍ରାମ ଫାଟୁସିନେରି...

ନୂଆ ଷ୍ଟ୍ରେନ୍‌ର ଗତି ପ୍ରଖର, ପଡିଛି ଭାଳେଣି

ଭୁବନେଶ୍ୱର, ୪।୪(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ବହୁଶୀଘ୍ର ଚାରିଆଡକୁ ବ୍ୟାପିଯାଇଛି। ଦୈନିକ ପଜିଟିଭ୍‌ ସଂଖ୍ୟା ୫ଶହ ପାଖାପାଖି ପହଞ୍ଚତ୍ଥିବାବେଳେ ନୂଆ ଷ୍ଟ୍ରେନ୍‌କୁ ନେଇ ଭାଳେଣି...

ଜେଲରୁ ମୁକୁଳିଲେ ଆଇଏଏସ୍‌ ଅଫିସର ବିଜୟ କେତନ

ଭୁବନେଶ୍ୱର,୫-୨(ବ୍ୟୁରୋ):ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ସୋମବାର ହାଇକୋର୍ଟ ଜାମିନ ଦେଇଥିଲେ। ନିମ୍ନ...

ନେତାଜୀ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ

ବ୍ୟାଙ୍କକ୍‌/ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ ଦେଶପ୍ରେମୀ, ତେଜସ୍ବୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସତ୍ୟ ସୂତାର ଥାଇଲାଣ୍ଡରେ...

ଶିଶୁଭବନ କଟକ: ୮୦୦ ରୋଗୀଙ୍କ ଲାଗି ୨୧ ଆଇସିୟୁ

କଟକ ଅଫିସ, ୧୫ା୯: କଟକ ଶିଶୁଭବନରେ ଦିନକୁ ଦିନ ଶିଶୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସମେତ ରାଜ୍ୟ ବାହାରୁ ମଧ୍ୟ ଲୋକମାନେ...

ଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ରତ୍ନ ସିଂହାସନକୁ ବାହୁଡ଼ି ଗଲେ ମହାପ୍ରଭୁ

ପୁରୀ ଅଫିସ,୧୨।୭: ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ମଙ୍ଗଳବାର ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହୋଇଛି। ସନ୍ଧ୍ୟାଧୂପ ଶେଷ ପରେ...

ଭଡ଼ା ଘରେ ମହିଳାଙ୍କୁ ହତ୍ୟା: ଅନ୍ୟ ଜଣେ ଗୁରୁତର, ସ୍ବାମୀ କହିଲେ…

ଭୁବନେଶ୍ୱର,୫।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳିଯାଇଛି। ଜଣେ ମହିଳାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇ ଥିବା ବେଳେ ଭଡ଼ା ଘରୁ ତାଙ୍କ ମୃତଦେହକୁ ପୋଲିସ...

Advertisement
Archives

Model This Week