ପାଣି ଚିନ୍ତାରେ କନ୍ଧପଡ଼ାବାସୀ

ଢେଙ୍କାନାଳ ଅଫିସ, ୧୪।୧୨ ଢେଙ୍କାନାଳ ସଦର ବ୍ଲକ ଶୁଆଖାଇକାଟେଣୀ ପଞ୍ଚାୟତର କନ୍ଧପଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଗ୍ରାମରେ ଖୋଳାଯାଇଥିବା ବୋରୱେଲଟି ଅଚଳ ହୋଇପଡିଥିବାରୁ ୨ ମାସ ହେଲା ପିଇବା ପାଣି ଆସୁନି। ଗ୍ରାମବାସୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ ନିଆଯାଉନାହିଁ। ସବୁଆଡୁ ନିରାଶ ହେବା ପରେ ଗ୍ରାମର ମହିଳାମାନେ ସୋମବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଗ୍ରାମର ଲୋକସଂଖ୍ୟା ୭୦୦ରୁ ଅଧିକ। ଅଞ୍ଚଳବାସୀଙ୍କ ଜଳକଷ୍ଟ ଦୂର କରିବାକୁ ୫ ବର୍ଷ ତଳେ ଏକ ବୋରୱେଲ ଖୋଳାଯାଇଥିଲା। ନିମ୍ନମାନର ମୋଟର ପମ୍ପ ଲାଗିଥିବା ବେଳେ ୧୫ଦିନରେ ଖରାପ ହୋଇଯାଉଛି। ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ଉଚ୍ଚ କ୍ଷମତାସମ୍ପନ୍ନ ମୋଟର ଲଗାଇଲେ ଜଳକଷ୍ଟ ଦୂର ହୋଇପାରିବ ବୋଲି ସୁଭଦ୍ରା ବେହେରା, ଗୌରୀ ବେହେରା, ଉପମା ବେହେରା, ମୀନାକ୍ଷୀ ବେହେରା, ଯସ୍ମିନ ବେହେରା, ଅମୃତି ବେହେରା, ଅଶାନ୍ତି ବେହେରା, କେତନ ସାହୁ, ହଟ୍ଟକିଶୋର ସାହୁ, ସୁଦର୍ଶନ ବେହେରା, କୈଳାସଚନ୍ଦ୍ର ବେହେରା ପ୍ରମୁଖ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ନିର୍ବାହୀଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା କୁହନ୍ତି, ଗ୍ରାମ ବିକାଶ ପକ୍ଷରୁ କନ୍ଧପଡ଼ାରେ ବୋରୱେଲ ଖୋଳାଯାଇଥିଲା। ମୋଟର ପମ୍ପ ବାରମ୍ବାର ଖରାପ ହେଉଛି। ମଙ୍ଗଳବାର ୧ଏଚ୍‌ପିର ଏକ ମୋଟର ପମ୍ପ ଲଗାଯିବ। ସମସ୍ୟା ସମାଧାନ ନ ହେଲେ ଏହାକୁ ବଦଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଘରଚଟିଆ ଦିବସ: ସୁରକ୍ଷା ପାଇଁ ସଚେତନ କଲେ ପରିବେଶବିତ୍‌

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଘରଚଟିଆ ଏବେ ବିଲୁପ୍ତ ହେବାକୁ ବସିଲାଣି। ତେଣୁ ଏହି କ୍ଷୁଦ୍ର ପକ୍ଷୀଟିକୁ ସୁରକ୍ଷା ଦେବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ...

ସୁରକ୍ଷା ମିଳିଲେ ସମୃଦ୍ଧ ହେବେ

ଢେଙ୍କାନାଳ ଅଫିସ,୩।୩(ରତନ ନାୟାର): ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ବନଖଣ୍ଡକୁ ସମୃଦ୍ଧ କରିଛନ୍ତି ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ। ହାତୀ, ହରିଣ, ଶମ୍ବର, ବାର୍‌ହା, କୁଟୁରା, ଗୟଳ,...

ଶ୍ରୀମନ୍ଦିର ଜଗମୋହନର ଭିତର ଦୃଶ୍ୟ ଭାଇରାଲ

ପୁରୀ ଅଫିସ,୨୦ା୬: ଶ୍ରୀମନ୍ଦିର ପରିସର ମହାଲକ୍ଷ୍ମୀ ମନ୍ଦିର ଜଗମୋହନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ପାଟରା ସେବାୟତ ଚତୁର୍ଦ୍ଧା ବିଗ୍ରହଙ୍କ ଲାଗି ପଇତା...

ଦେଖାଦେଲାଣି ଷ୍ଟେଜ୍‌-୩ ଆଶଙ୍କା, ସାମାଜିକ ସଂକ୍ରମଣକୁ ନେଇ ଅଧିକ ସତର୍କ ହେବାକୁ ପଡ଼ିବ: ବାଗ୍‌ଚୀ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ...

ଆଜି ରାଜ୍ୟରେ ୧୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ...

ସୁନାମି ଭୟରେ ଓଡ଼ିଶାର ୩୨୬ ଗାଁ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ାର ୩୨୬ ଗ୍ରାମକୁ ସୁନାମି ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ସେହି ଗ୍ରାମଗୁଡ଼ିକର ଲୋକଙ୍କୁ ସୁନାମିରୁ...

ପୁଣି ବିବାଦରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ: ସେମିଷ୍ଟର ପରୀକ୍ଷାଫଳରେ ତ୍ରୁଟି ଅଭିଯୋଗ

ବ୍ରହ୍ମପୁର ଅଫିସ,୧୯ା୬-ପରୀକ୍ଷା ପରିଚାଳନା ଏବଂ ଖାତା ମୂଲ୍ୟାୟାନକୁ ନେଇ ପୁଣି ଥରେ ବିବାଦକୁ ଆସିଛି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ। ଶେଷ ସେମିଷ୍ଟର ପରୀକ୍ଷାଖାତା ଦେଖାରେ ତ୍ରୁଟି ହୋଇଥିବା...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୩୭୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୨୩୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୯୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୨୦୪, ବାଲେଶ୍ୱରରୁ ୧୬୨,...

Advertisement
Archives

Model This Week