‘କଲେଜ ଭିତ୍ତିଭୂମି ସୁଦୃଢ଼ କର’

ଢେଙ୍କାନାଳ ଅଫିସ, ୧୮।୧୨ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ କଲେଜଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ଲାଗି ଏକ ବୈଠକ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନ ପରିବେଶ ୟ ସବୁଜିମା ଭରା, ପରିଚ୍ଛନ୍ନ ଓ ଶାନ୍ତ ରହିଲେ ବିଦ୍ୟାର୍ଥୀମାନେ ଶିକ୍ଷା ପ୍ରତି ଆଗ୍ରହୀ ହେବେ। ଏ ଦିଗରେ ଗୁରୁତ୍ୱ ଦେଇ ବିକାଶମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ବିତ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ବୈଠକରେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସବିତା ହରିଚନ୍ଦନ କହିଲେ, ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସକାରାତ୍ମକ ବିଚାରଧାରା ସୃଷ୍ଟି କରିବ। ଏ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମ ସ୍ବାଗତଯୋଗ୍ୟ ବୋଲି ସେ କହିଥିଲେ।
ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ଆବଶ୍ୟକ ନିର୍ମାଣ, ନବୀକରଣ କରାଯିବ। ଫୁଲ, ଫଳ ଗଛ ଲଗାଇ ପରିବେଶକୁ ଆକର୍ଷଣୀୟ କରାଯିବ। ମହାପୁରୁଷମାନଙ୍କ ପରାକାଷ୍ଠା ସମ୍ବଳିତ ବାର୍ତ୍ତା, ଫଟୋଚିତ୍ର ଲଗାଯିବ। କଲେଜ ହତାରେ ଅସାମାଜିକ ବ୍ୟକ୍ତି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ନଜରକୁ ଆସିଲେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିଜସ୍ବ ଜମିପଟ୍ଟା ନ ଥିବା କଲେଜଗୁଡ଼ିକୁ ପଟ୍ଟା ପ୍ରଦାନ ଲାଗି ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାଶ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଜ୍ୟୋତିଶଙ୍କର ସାହୁ, ଉଦୟ କୁମାର ମହାପାତ୍ର, ଆସିଷ୍ଟାଣ୍ଟ କଲେକ୍ଟର ସୌମ୍ୟା ଶତାଭୀଷାଙ୍କ ସମେତ ୨୨ ମହାବିଦ୍ୟାଳୟର ଅଧ୍ୟକ୍ଷ, ପୋଲିସ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଫର୍ନିଆ ଆଲମଣ୍ଡ ବୋର୍ଡ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୧୧: କାଲିଫର୍ନିଆ ଆଲମଣ୍ଡ ବୋର୍ଡ ପକ୍ଷରୁ ଗୁରୁବାର ସ୍ଥାନୀୟ ଜୟଦେବ ବିହାରସ୍ଥିତ ଏକ ହୋଟେଲରେ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି ‘ପ୍ରାୟୋରିଟାଇଜିଂ ମାଇଣ୍ଡଫୁଲ୍‌ ଇଟିଂ:...

ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ୱର,୨୨। ୧୨(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଶୀତ ଆରମ୍ଭ ହୋଇଛି। ସାରା ଓଡିଶା ଶୀତରେ ଥରୁଛି। ପାରଦ ୫ରୁ ୭ ଡିଗ୍ରୀ ସେଲସିୟସ ତଳକୁ ଖସି ଯାଇଛି।...

୨ ମାସରେ ପ୍ରସ୍ତାବିତ ଖଣିର ସ୍ଥିତି ଜଣାଅ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ):ଖଣିଗୁଡ଼ିକ ନିଲାମ ପରେ ଉତ୍ତୋଳନ କରିବା ନେଇ ଅନେକ ସମୟ ଗଡ଼ିଯାଉଛି। ତେଣୁ ପ୍ରସ୍ତାବିତ ଖଣିଗୁଡ଼ିକର ବାସ୍ତବିକ ସ୍ଥିତି କ’ଣ ସେ ସମ୍ପର୍କରେ ଏକ ସାର୍ଟିଫିକେଟ...

CORONAVIRUS UPDATE: ରାଜ୍ୟରେ ଆଉ ୨୩ କରୋନା ପଜିଟିଭ୍‌ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ସକାଳେ ଆଉ ୨୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ...

ଆଇନଜୀବୀଙ୍କୁ ମିଳିବ ୧୦ ହଜାର ସହାୟତା

କଟକ ଅଫିସ୍‌,୧୧।୫: କରୋନା ପ୍ରଭାବରେ ରୋଜଗାର ହରାଇଥିବା ଆଇନଜୀବୀଙ୍କୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥତ୍କ ସହାୟତା ମିଳିବ। ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦ ପକ୍ଷରୁ ଏ...

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ

ଜୟପୁର, ୧୭ା୩ (ନି.ପ୍ର.): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାର ବିଚାର ଗୁରୁବାର ଫାଷ୍ଟଟ୍ରାକ୍‌ ସ୍ପୋଶାଲ କୋର୍ଟରେ...

ଆଖି ବୁଜିଲା ଗୁଳିବିଦ୍ଧ ହାତୀ

ଭୁବନେଶ୍ୱର, (ବ୍ୟୁରୋ)/ନରସିଂହପୁର, ୩୦।୭ (ସ୍ବ.ପ୍ର.): ହାତୀ ମୃତ୍ୟୁକୁ ନେଇ ଯେଉଁଠି ଏସ୍‌ଆଇଟି ତଦନ୍ତ ଚାଲିଥିଲା, ସେଇଠି ହୋଇଥିଲା ହାତୀ ଶିକାର। ଶିକାରୀଙ୍କ ଗୁଳିରେ ଛଟପଟ ହେଉଥିଲା...

ତିଆରି ଚାଲିଛି ପହଣ୍ଡି, ଅଣସର ଗାମୁଛା

ଖୋର୍ଦ୍ଧା ଅଫିସ,୧୩ା୫: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ଶ୍ରୀନଅର ସମ୍ମୁଖ ଅସ୍ଥାୟୀ ରଥଖଳାରେ ତିନି ରଥ ନିର୍ମାଣରେ ଲାଗିଛନ୍ତି ରଥ...

Advertisement
Archives

Model This Week