ପୂର୍ବତନ ବିଧାୟକ ଅନାମ ନାଏକ ଗିରଫ
କଟକ ଅଫିସ, ୨୪ା୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭବାନୀପାଟଣା ବିଧାନସଭା ଆସନର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଛି। ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା(ନଂ. ୩/୨୦୨୦) ରୁଜୁ କରାଯାଇଛି। ଭବାନୀପାଟଣା…
କଟକ ପାଇବ ନୂଆ ରୂପ
କଟକ ଅଫିସ, ୨୪।୧ :ନୂଆ ରୂପ ନେବ କଟକ। ଅନେକ ଐତିହାସିକ ସ୍ମୃତି ବହନ କରୁଛି ଏହି ସହର। ତେଣୁ ଏହାର ସମୁଚିତ ବିକାଶ ସମସ୍ତଙ୍କର ମିଳିତ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କଟକ ସହରର ବିକାଶ ପାଇଁ…
ସାବିତ୍ରୀ ରଥ ହେବେ ହାଇକୋର୍ଟ ବିଚାରପତି
କଟକ ଅଫିସ,୨୩।୧: ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ ସାବିତ୍ରୀ ରଥ। ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି। ଏବେ ସେ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ସାବିତ୍ରୀଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଓ୍ବେବ୍ସାଇଟ୍ରେ ସୂଚନା…
କଟକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୬ ଲେନ୍ ହେବ ରିଂ ରୋଡ୍, ମାର୍ଚ୍ଚରୁ ଆରମ୍ଭ ହେବ ଏସ୍ସିବି ନବନିର୍ମାଣ କାର୍ଯ୍ୟ
କଟକ ଅଫିସ,୨୩।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଟକ ଗସ୍ତ କରି ହାଡ଼ିଆପଠାରେ ବିଭିନ୍ନ ସମୀକ୍ଷା କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି, କଟକ ଚତୁଃପାର୍ଶ୍ୱ ରିଂ ରୋଡ୍ ୬ ଲେନ୍ ହେବ। କଟକ ଏସ୍ସିବି ମେଡିକାଲ ବିଶ୍ୱସ୍ତରୀୟ ହେବ।…
କେନ୍ଦ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଟିସ
କଟକ ଅଫିସ,୨୩ା୧: ଚୌଦ୍ୱାରସ୍ଥିତ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ (ଇମ୍ଫା) କମ୍ପାନୀ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ବିଚାରପତି ଜଷ୍ଟିସ ଏସ୍.କେ. ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ…
ନକଲି ତେଲ କାରଖାନାରେ ଚଢ଼ାଉ ଘଟଣା, ମାଲିକ ଗିରଫ
ଟାଙ୍ଗୀ(କଟକ),୨୩ା୧(ଡି.ଏନ୍.ଏ.): ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଅଞ୍ଚଳରେ ଗତ ନଭେମ୍ବର ୨୩ ତାରିଖରେ ପୋଲିସ ପକ୍ଷରୁ ଏକ ଖାଇବା ତେଲ କାରଖାନାରେ ଚଢ଼ାଉ କରାଯାଇଥିଲା। ଖାଇବା ତେଲ ଅପମିଶ୍ରଣ ସମ୍ପର୍କରେ ପ୍ରମାଣ ମିଳିବା ପରେ ବୁଧବାର ଟାଙ୍ଗୀ ପୋଲିସ ସମ୍ପୃକ୍ତ କାରଖାନାର…
ବାଲିଯାତ୍ରା ପଡ଼ିଆରେ ସମାଜର ସାଂସ୍କୃତିକ ସମାରୋହ
କଟକ ଅଫିସ, ୨୩ା୧: ‘ସମାଜ’ର ସାଂସ୍କୃତିକ ସମାରୋହ ଦ୍ୱିତୀୟ ସନ୍ଧ୍ୟା ବୁଧବାର ଉପର ବାଲିଯାତ୍ରା ପଡ଼ିିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ କହିଥିଲେ, ସମାଜ ବିଗତ ଶହେ ବର୍ଷ ମଧ୍ୟରେ…
ପୁଞ୍ଜିଲାଲଙ୍କୁ ୪ ଦିନିଆ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ
କଟକ ଅଫିସ,୨୨।୧: ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବୁଧବାର ଅନ୍ତରୀଣ ଜାମିନ ମିଳିଛି। ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ଲାଗି ହାଇକୋର୍ଟ ତାଙ୍କୁ ୪ ଦିନ ଜାମିନ ଦେଇଥିବା…
କଟକରେ ବ୍ୟବସାୟୀଙ୍କଠାରୁ ଜାଲନୋଟ ଜବତ, ଜମା ପାଇଁ ବ୍ୟାଙ୍କ ନେଇଥିବା ବେଳେ ଧରାପଡ଼ିଲେ
କଟକ ଅଫିସ,୨୨।୧: ମର୍କତନଗର ଥାନା ପୋଲିସ ବୁଧବାର ଜଣେ ବ୍ୟବସାୟୀଙ୍କଠାରୁ ଜାଲ ନୋଟ ଜବତ କରିଛି। ବ୍ୟବସାୟୀ ଜଣକ ସେକ୍ଟର -୯ରେ ଥିବା ଏସ୍ବିଆଇ ଶାଖାରେ ୧ ଲକ୍ଷ ୬୦ହଜାର ଜମା ରଖିବା ଲାଗି ଆଣିଥିଲେ। ଏହି ସମୟରେ ବ୍ୟାଙ୍କ କର୍ମଚାରୀ…
କୋଇଲା ବୋଝେଇ ଟ୍ରକ୍ ସହ ସ୍କୁଟି ମୁହାଁମୁହିଁ : ୨ ଗୁରୁତର
ନିଶ୍ଚିନ୍ତକୋଇଲି,୨୨।୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରରେ ବୁଧବାର ସକାଳେ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍ ସ୍କୁଟିକୁ ଧକ୍କା ଦେବା ଫଳରେ ସ୍କୁଟି ଚାଳକଙ୍କ ସମେତ ତାଙ୍କ ଭାଇ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ କଟିକଟା ପଞ୍ଚାୟତ…
କଟକରେ ୫ଟି ସଚିବ: ବିଭିନ୍ନ ପ୍ରକଳ୍ପର କଲେ ଅନୁଧ୍ୟାନ
କଟକ ଅଫିସ,୨୨।୧: କଟକରେ ପହଞ୍ଚିଛନ୍ତି ୫ଟି ସଚିବ ଭି.ପାଣ୍ଡିଆନ। ବୁଧବାର ସକାଳ ୫ଟାରେ କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ମୁଖ୍ୟତଃ ହାଡ଼ିଆପଡାଠାରେ ପ୍ରସ୍ତାବିତ ବରଫି ପ୍ରକଳ୍ପ କାର୍ଯ୍ୟ ଉପରେ ପାଣ୍ଡିଆନ ସମୀକ୍ଷା କରିବା ସହିତ ଉକ୍ତ…
ଜାତୀୟ ଚାମ୍ପିୟନ୍ଶିପ୍ରେ ଭାଗନେବ ହକି ଓଡ଼ିଶା: ହାଇକୋର୍ଟ
କଟକ ଅଫିସ,୨୨ା୧:ଜାତୀୟ ହକି ଚାମ୍ପିୟନ୍ଶିପ୍ରେ ହକି ଓଡ଼ିଶା ଭାଗ ନେବ। ହାଇକୋର୍ଟ ଦେଇଛନ୍ତି ଏହି ଆଦେଶ। ହକି ଇଣ୍ଡିଆ ପକ୍ଷରୁ ଆସନ୍ତା ୨୩ରୁ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଝାନ୍ସିଠାରେ ଜାତୀୟ ହକି ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଉଭୟ ମହିଳା…

