ଭଙ୍ଗାହେଲା ୧୦ ମନ୍ଦିର

କଟକ ଅଫିସ,୧୩ା୨: କଟକସ୍ଥ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ସଂପ୍ରସାରଣ ଓ ଉନ୍ନତୀକରଣ ଯୋଜନା କାର୍ଯ୍ୟକାରୀ କ୍ରମରେ ଏହାର ଆଖପାଖ ଅଞ୍ଚଳକୁ ଖାଲି କରାଯାଉଛି। ଏ ନେଇ ବୁଧବାରଠାରୁ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଯୋବ୍ରା ଓ ରାଣୀହାଟ ନିକଟ ତଥା ଲଞ୍ଚ ଘାଟ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୦ଟି ମନ୍ଦିର ଏବଂ ୪ଟି କ୍ଲବଘରକୁ ଭଙ୍ଗାଯାଇଛି। ଏହି ସମୟରେ ପ୍ରଶାସନିକ ଅଧିକାରୀ ଏବଂ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ମେଶିନ୍‌ ମାଡ଼ରେ ଅଳ୍ପ ସମୟ ମଧ୍ୟରେ ବର୍ଷ ବର୍ଷର ମନ୍ଦିର ଏବଂ କ୍ଲବଘର ମାଟିରେ ମିଶିଯାଇଥିଲା। ସ୍ଥାନୀୟ ଲୋକେ ବିରୋଧ କରି ନ ଥିଲେ ମଧ୍ୟ ମନ୍ଦିର ଭଙ୍ଗା ହେଉଥିବା ଦେଖି ଦୁଃଖରେ କାନ୍ଦି ପକାଇଥିଲେ। ଅନ୍ୟପଟେ ଏହି ଅଞ୍ଚଳରେ ଥିବା ଦର୍‌ଘାକୁ ଭଙ୍ଗାଯାଇ ନାହିଁ।
ସକାଳ ପ୍ରାୟ ୯ଟାରେ ଜେସିବି ମେଶିନ୍‌ ସହ ପ୍ରଶାସନିକ ଅଧିକାରୀମାନେ ଲଞ୍ଚ୍‌ଘାଟଠାରେ ପହଞ୍ଚିଥିଲେ। ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର ଏବଂ ସିଏମ୍‌ସି ଡେପୁଟି କମିଶନର୍‌ ଅବିନାଶ ରାଉତ ଉଚ୍ଛେଦ ଅଭିଯାନର ନେତୃତ୍ୱ ନେଇଥିଲେ। ଗୋଟିଏ ପରେ ଗୋଟିଏ ମନ୍ଦିର ଉପରେ ଜେସିବି ମେଶିନ୍‌ ଚାଲିଥିଲା। ଉଚ୍ଛେଦ ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଉକ୍ତ ଅଞ୍ଚଳରେ ଥିବା ତାରିଣୀ ଏବଂ ମଙ୍ଗଳା ମନ୍ଦିରକୁ ଅଞ୍ଚଳବାସୀ ଖାଲି କରିଦେଇଥିଲେ। ବୁଧବାର ଏହି ଦୁଇଟି ମନ୍ଦିର ସମେତ ଅନ୍ୟ ୮ଟି ମନ୍ଦିରକୁ ଭଙ୍ଗାଯାଇଥିଲା। ତେବେ ଯୋବ୍ରା କେନାଲ ପାର୍ଶ୍ୱସ୍ଥ ଏକ ମନ୍ଦିର ଭଙ୍ଗାଯିବାକୁ ବିରୋଧ କରି ସେଠାକାର ମହିଳାମାନେ ମନ୍ଦିର ବାରଣ୍ଡାରେ ବସିରହିଥିଲେ। ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ବୁଝାଶୁଝା କରିବା ପରେ ସେମାନେ ହଟିଯାଇଥିଲେ। ମନ୍ଦିର ଭଙ୍ଗାଯିବାବେଳେ ଭାବବିହ୍ବଳ ହୋଇପଡ଼ିଥିଲେ ଅଞ୍ଚଳବାସୀ। ଦୀର୍ଘବର୍ଷ ହେଲା ସେମାନେ ଯେଉଁ ଦେବୀଦେବଙ୍କୁ ପୂଜା କରୁଥିଲେ, ଆଖି ଆଗରେ ବିଗ୍ରହଗୁଡ଼ିକୁ ଭଙ୍ଗାଯିବାର ଦୃଶ୍ୟ ସେମାନଙ୍କୁ ବ୍ୟଥିତ କରିଥିଲା। ସେମାନେ ଧୈର୍ଯ୍ୟ ଧରି ନ ପାରି ଭୋ ଭୋ କାନ୍ଦି ପକାଇଥିଲେ। ଭାବାବେଗ ସହ ଜଡ଼ିତ ମନ୍ଦିରଗୁଡ଼ିକୁ ଭଙ୍ଗାଯିବା ନେଇ ସେମାନଙ୍କ ମନରେ ଦୁଃଖ ଛାଇଯାଇଥିଲା। ସେହିଭଳି କ୍ଲବ ଘରଗୁଡ଼ିକ ଭଙ୍ଗାଯିବାବେଳେ ମଧ୍ୟ ସଦସ୍ୟମାନଙ୍କ ମୁହଁରେ ଦୁଃଖର ଛାପ ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷେ ସେହି ଅଞ୍ଚଳରେ ଥିବା ଦର୍‌ଘାକୁ ଭାଙ୍ଗିବାକୁ ଯିବାବେଳେ ପ୍ରଶାସନକୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। କିଛି ଘଣ୍ଟା ଧରି ଆଲୋଚନା ପରେ ପ୍ରଶାସନ ସମୟ ଦେଇ ସେଠାରୁ ଫେରିଥିଲା। ବିଏମ୍‌ସି ଡେପୁଟି କମିଶନର ରାଉତଙ୍କ କହିବାନୁଯାୟୀ, ୩ଦିନ ପୂର୍ବେ ଦର୍‌ଘା କର୍ତ୍ତୃପକ୍ଷ ୭ଦିନ ସମୟ ମାଗିଥିଲେ। ସେମାନଙ୍କୁ ସମୟ ଦିଆଯାଇଥିବାରୁ ବୁଧବାର ଭଙ୍ଗାଯାଇନାହିଁ। କେବେ ଭଙ୍ଗାଯିବ, ସେ ନିଷ୍ପତ୍ତି କେବଳ ଜିଲାପାଳ ହିଁ ନେଇପାରିବେ। ମନ୍ଦିର କିମ୍ବା କ୍ଲବ ଭଙ୍ଗାଯିବାବେଳେ କୌଣସି ପ୍ରକାର ବିରୋଧ ହୋଇନାହିଁ। ଶାନ୍ତିଶୃଙ୍ଖଳାରେ ଉଚ୍ଛେଦ କରାଯାଇଛି। ଶୁକ୍ରବାର ପରବର୍ତ୍ତୀ ପର୍ଯ୍ୟାୟ ଉଚ୍ଛେଦ ହେବ ବୋଲି ସେ କହିଛନ୍ତି।
କେବଳ ଉଚ୍ଛେଦ ନୁହେଁ, ଥଇଥାନ ଏବଂ ପୁନର୍ବାସକୁ ମଧ୍ୟ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ, ସିଏମ୍‌ସି ଆୟୁକ୍ତ ଅନନ୍ୟା ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସମସ୍ତ ଉଚ୍ଛେଦ ସ୍ଥଳ ବୁଲି ଦେଖିଥିଲେ। ନିମପୁରରେ ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ହେଉଥିବା କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ସହ କାର୍ଯ୍ୟସ୍ଥଳ ବୁଲି ଦେଖିଥିଲେ। ଆଗାମୀ ଏକ ସପ୍ତାହ ପରେ ପ୍ରଥମ ଦଫା ବସ୍ତିବାସିନ୍ଦାଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri