ଏସ୍‌ସିବି ମେଡିକାଲରେ ଖୋଲିଲା ଜରୁରୀକାଳୀନ ଲୋକସମ୍ପର୍କ କାର୍ଯ୍ୟାଳୟ

କଟକ ଅଫିସ,୧୫।୨: କଟକ ଏସ୍‌ସିବି ମେଡିକାଲ ପରିସରରେ ୨୪ ଘଣ୍ଟିଆ ଜରୁରିକାଳୀନ ଲୋକ ସମ୍ପର୍କ କାର୍ଯ୍ୟାଳୟ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏହାକୁ ଉଦ୍‌ଘାଟନ କରି କହିଛନ୍ତି, ଦୁର୍ଘଟଣାର ଶିକାର ହୋଇ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହେଉଥିବା ଆହତ ଏବଂ ମୃତକଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ପୂର୍ବରୁ ସମ୍ପର୍କୀୟମାନେ ହଇରାଣ ହେଉଥିଲେ। ଏଣିକି ଏହି କାର୍ଯ୍ୟାଳୟ ଖୋଲାଯିବା ଦ୍ୱାରା ଏଠାରେ ସମସ୍ତ ପ୍ରକାର ସୂଚନା ମିଳିପାରିବ। ଏଥିସହ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୮୦୦-୩୪୫-୯୫୯୫ ଏକ ଟୋଲ ଫ୍ରି ନମ୍ବର ଏବଂ ଲ୍ୟାଣ୍ଡ ଫୋନ ନଂ- ୦୬୭୧-୨୪୧୧୪୭୭ ମଧ୍ୟ ଜାରି କରାଯାଇଛି ବୋଲି ମନ୍ତ୍ରୀ ଦାସ କହିଥିଲେ। ଏହି ନମ୍ବରରେ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବ। ସେଣ୍ଟ୍ରାଲ ସିକ୍ୟୁରିଟି କଣ୍ଟ୍ରୋଲ ରୁମ୍‌ (ନଂ.୮୮୯୫୦୦୨୨୧୩)କୁ କଲ୍‌ ଆସିଲେ ସେଠାରେ ଥିବା ଅପରେଟରମାନେ ଯଥାଶୀଘ୍ର ସମସ୍ତ ବିଭାଗର ମୁଖ୍ୟ, କାଜୁଆଲ୍‌ଟି ଓ ସମସ୍ତ ବିଭାଗକୁ ସୂଚନା ପ୍ରଦାନ କରିବେ। ସରକାରଙ୍କ ସହ ସହବନ୍ଧିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀ ଯଦି ଏସ୍‌ସିବି ମେଡିକାଲକୁ ଚିକିତ୍ସା ପାଇଁ ଆସିବାକୁ ଚାହିଁବେ, ତାହା ହେଲେ ଏହି କଣ୍ଟ୍ରୋଲ ରୁମ୍‌ ମାଧ୍ୟମରେ ଯୋଗାଯୋଗ କଲେ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଏହି ବ୍ୟବସ୍ଥା ଫଳରେ ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ଅନେକ ସୁବିଧା ପାଇପାରିବେ। ବଡଧରଣର ଆକସ୍ମିକ ଦୁର୍ଘଟଣା, ନିଅଁାରେ ଆହତ ହୋଇଥିବା ବ୍ୟକ୍ତି ଓ ମେଡିକାଲ ପରିସରରେ ଉପୁଜୁଥିବା ବିଭିନ୍ନ ସମସ୍ୟା, ଜନସାଧାରଣଙ୍କ ଅନ୍ୟ କିଛି ଗୁରୁତର ବିଷୟ ସମ୍ପର୍କରେ ଜିଲା ପ୍ରଶାସନ, ଅଗ୍ନିଶମ ବିଭାଗ, ଉଚ୍ଚପଦସ୍ଥ ଅଧିକାରୀ ଓ ସ୍ବେଚ୍ଛାସେବୀ ସଙ୍ଗଠନଗୁଡିକୁ ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ସୂଚନା ପ୍ରଦାନ କରିପାରିବେ। ସେହିପରି ଆମ୍ବୁଲାନ୍ସ, ଶବବାହକ ଗାଡି ପାଇଁ ରୋଗୀ ମଧ୍ୟ ଏହି କେନ୍ଦ୍ରରୁ ସେବା ପାଇପାରିବେ।
ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟିକା ଉଷା ଦେବୀ, ବିଧାୟକ ସୌଭିକ ବିଶ୍ୱାଳ, ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡ଼ଙ୍ଗୀ, ଏସ୍‌ସିବି ମେଡିକାଲ କଲେଜ ଅଧୀକ୍ଷକ ଡା. ସରୋଜ କୁମାର ସାହୁ, ଅଧ୍ୟକ୍ଷ ଡା. ଜୟଶ୍ରୀ ମହାନ୍ତି, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଜରୁରୀ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କ ସମେତ ଅନ୍ୟ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏସ୍‌ସିବି ମେଡିକାଲରେ ଉନ୍ନତ ଚିକିତ୍ସା ସେବାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏହାକୁ ଏମ୍‌ସ ପ୍ଲସ ଢାଞ୍ଚାରେ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମୋ ସରକାର ଏବଂ ୫-ଟି କାର୍ଯ୍ୟକ୍ରମ ଜରିଆରେ ଏହି କାର୍ଯ୍ୟାଳୟ ଖୋଲାଯାଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri