ଏସ୍ସିବି ପୁନର୍ବିନ୍ୟାସ ଲାଗି ଉଚ୍ଛେଦ କାର୍ଯ୍ୟ ଆରମ୍ଭ
କଟକ ଅଫିସ,୨୯।୧: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍ସିବି)ର ନବକଳେବର ହେବ। ଏହାକୁ ଅନ୍ତର୍ଜାତୀୟସ୍ତରର ମେଡିକାଲ କରିବା ପାଇଁ ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିଲାଗି ଆବଶ୍ୟକ ପଡ଼ୁଥିବା ଜମି ଲାଗି ବୁଧବାରଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ…
ପରିବହନ ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ ଅଫିସ,୨୮।୧: ହାଇକୋର୍ଟ ମଙ୍ଗଳବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାଗତ ଯୋଗ୍ୟତା ନେଇ ପଦ୍ମନାଭ ତଥ୍ୟ ବଦଳାଉଥିବା ଅଭିଯୋଗର ଶୁଣାଣି କରି ବୀରମହାରାଜପୁର ଥାନା ଆଇଆଇସିଙ୍କୁ ଏହାର ତଦନ୍ତ କରିବା ଲାଗି କୋର୍ଟ ନିର୍ଦ୍ଦେଶ…
ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ : ନନ୍ଦନକାନନ ପାଦଚଲା ବିହଙ୍ଗ ସରଣୀ ବନ୍ଦ
ବାରଙ୍ଗ,୨୮।୧(ଡି.ଏନ୍.ଏ.): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ମିଳିଛି। ଏହା ସ୍ପଷ୍ଟ ହେବା ପରେ ନନ୍ଦନକାନନ ପାଦଚଲା ବିହଙ୍ଗ ସରଣୀକୁ ମଙ୍ଗଳବାରଠାରୁ କର୍ତ୍ତୃପକ୍ଷ ବନ୍ଦ କରିଦେଇଛନ୍ତି। ଏ ନେଇ ନନ୍ଦନକାନନ ଆସୁଥିବା ପର୍ଯ୍ୟଟକମାନେ…
ମା’ ତାରିଣୀ ଇଷ୍ଟକନ୍ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ
କଟକ ଅଫିସ, ୨୮।୧: ଚିଟ୍ଫଣ୍ଡ ସଂସ୍ଥା ମା’ ତାରିଣୀ ଇଷ୍ଟକନ୍ ପ୍ରାଇଭେଟ ଲିମିଟେଡ୍ର ଜବତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ। ପରେ ଉକ୍ତ ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ ଡକାଯାଇ ବିକ୍ରି କରାଯିବ। ଏଥିରୁ ଯେଉଁ ଅର୍ଥ ମିଳିବ ତାହାକୁ କ୍ଷତିଗ୍ରସ୍ତ…
ବସ୍ତାନି ବୋଝ: ଗଣଶିକ୍ଷା ବିଭାଗକୁ ରିପୋର୍ଟ ତଲବ; ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ
କଟକ ଅଫିସ,୨୭।୧: ଶିଶୁ କାନ୍ଧରେ ବହିବସ୍ତାନି ବୋଝକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ସୋମବାର ଆବେଦନକାରୀ ଆଡଭୋକେଟ କହ୍ନେୟାଲାଲ ଶର୍ମା ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ ଶର୍ମା ଉଲ୍ଲେଖ କରିଛନ୍ତି ଯେ, ବସ୍ତାନି ବୋଝକୁ ହାଲୁକା କରିବା ପାଇଁ ହାଇକୋର୍ଟଙ୍କ…
ଆନ୍ଦୋଳନରୁ ଓହରିଲେ ୪ ବାର୍ ଆସୋସିଏଶନ
କଟକ ଅଫିସ,୨୭।୧: ପଶ୍ଚିମ ଓଡ଼ିଶାର ୪ ବାର୍ ଆସୋସିଏଶନ ବିଧିବଦ୍ଧ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଯାଇଛନ୍ତି। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସୋନପୁର ବାର୍ ଆସୋସିଏଶନ, ବିନିକା ବାର୍ ଆସୋସିଏଶନ, ବୀରମହାରାଜପୁର ବାର୍ ଆସୋସିଏଶନ ଓ…
ରେଭେନ୍ଶାରେ ସାଧାରଣତନ୍ତ୍ର ଦିବସ,୧୫୨ ମିଟର ତ୍ରିରଙ୍ଗା ଧରି ବିଶ୍ୱବିଦ୍ୟାଳୟ ପରିକ୍ରମା କଲେ ଛାତ୍ରୀଛାତ୍ର
କଟକ ଅଫିସ, ୨୬।୧- ରେଭେନ୍ଶା ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଛାତ୍ରୀଛାତ୍ରଙ୍କୁ ସବୁବେଳେ ସକାରାତ୍ମକ…
ଚୌଦ୍ୱାର ଜେଲରେ ରହି ଦାଦାବଟି ଆଦାୟ: ୪ ଗିରଫ
କଟକ ଅଫିସ, ୨୬।୧: ଚୌଦ୍ୱାର ଜେଲରେ ଥାଇ ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣାରେ ଚାଉଳିଆଗଞ୍ଜ ଥାନା ପୋଲିସ ଶନିବାର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିଡାନାସୀ ଗୋପାଳ ସାହିର ପ୍ରତାପ ବେହେରା(୫୪), ତାଙ୍କ ସ୍ତ୍ରୀ ପୁଷ୍ପଲତା ବେହେରା(୪୯), ବିଡାନାସୀ…
ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳଙ୍କଠାରୁ ପଦକ ଗ୍ରହଣ କରିବେ ୭ ଭିଜିଲାନ୍ସ ଅଧିକାରୀ
କଟକ ଅଫିସ,୨୫।୧: ରବିବାର ସାଧାରଣତନ୍ତ୍ର ଦିବସ ଅବସରରେ ୭ଜଣ ଭିଜିଲାନ୍ସ ଅଧିକାରୀଙ୍କୁ ରାଜ୍ୟସ୍ତରୀୟ ପଦକ ପ୍ରଦାନ କରାଯିବ। ଭୁବନେଶ୍ୱରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କଠାରୁ ଅଧିକାରୀମାନେ ପଦକ ଗ୍ରହଣ କରି ସମ୍ମାନିତ ହେବେ। ଭିଜିଲାନ୍ସ ସ୍ବତନ୍ତ୍ର ସେଲ୍ର ଡିଏସ୍ପି ସରୋଜ କୁମାର ସାମଲ,…
ଏସ୍ସିବି ପୁନର୍ବିନ୍ୟାସ: କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫।୧(ବ୍ୟୁରୋ): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍ସିବି) ପୁନର୍ବିନ୍ୟାସ କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଏବଂ ସହାୟତା ପ୍ୟାକେଜକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ପ୍ୟାକେଜରେ ସ୍ଥାୟୀ ବାସଗୃହ, ଅନଧିକୃତ ଭାବେ ନିର୍ମିତ ବାସଗୃହ,…
ଓମ୍ଫେଡ୍ ଗୋଖାଦ୍ୟ ଦୁର୍ନୀତି: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ ଅଫିସ,୨୪।୧: ଓମ୍ଫେଡ୍ ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ କରାଯିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କ ଅର୍ଜିକୁ ଏତଲା ଭାବେ ଗ୍ରହଣ କରି ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଯେ, ଓମ୍ଫେଡ୍ କଟକ ଜିଲା ଦୁଗ୍ଧ ସଂଘରେ ୧୩…
ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି
କଟକ ଅଫିସ,୨୪ା୧:ହାଇକୋର୍ଟ ଆଡଭୋକେଟ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ। ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ସାବିତ୍ରୀଙ୍କ ନାମ ଗତ ବୁଧବାର ସୁପାରିସ କରାଯାଇଥିଲା। କଲେଜିୟମର ସୁପାରିସ ଉପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ମୋହର ମାରିବା ପରେ ରଥ ନିଯୁକ୍ତି ପାଇବେ।…

