କଟକ

ମହାନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ ସଦର,୨୯ା୩(ଡି.ଏନ୍‌.ଏ.)- କିଶନ ନଗର ଥାନା ଅନ୍ତର୍ଗତ କିଶୋର ନଗର ବଜାର ନିକଟସ୍ଥ ମହାନଦୀରୁ ରବିବାର ସକାଳେ ଜଣେ ଯୁବକ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ସ୍ଥାନୀୟ ଅଞ୍ଚଳର ବିଶ୍ୱନାଥ ନନ୍ଦୀ। ଖବରପାଇ ଅଗ୍ନିଶମ ବିଭାଗ ଓ ପୋଲିସ...

୫ ଗ୍ୟାରେଜ୍‌ ଖୋଲା ରଖିବାକୁ ଅନୁମତି

କଟକ ଅଫିସ୍‌,୨୯ା୩: ଲକ୍‌ଡାଉନ୍‌ ଯୋଗୁ କଟକ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଗ୍ୟାରେଜ ଗୁଡ଼ିକ ବନ୍ଦ ରହିଛି। ଫଳରେ ରାଜପଥରେ ଚଳାଚଳ କରୁଥିବା ମାଲ୍‌ବାହୀ ଗାଡ଼ିଗୁଡ଼ିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି ୫ଟି...

ଥାନାକୁ ନ ଯାଇ ଫୋନ୍‌ରେ କରିହେବ ଅଭିଯୋଗ

କଟକ ଅଫିସ୍‌,୨୯ା୩: ଲକ୍‌ଡାଉନ୍‌ ଯୋଗୁ ଜନସାଧାରଣ ଯେମିତି ହଇରାଣ ନ ହୁଅନ୍ତି, ସେ ଦିଗରେ ପୋଲିସ ବିଭାଗ ତରଫରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଥାନା କିମ୍ବା ଜିଲା ପୋଲିସ କାର୍ଯ୍ୟାଳୟକୁ ନ ଯାଇ ଲୋକମାନେ ଅଭିଯୋଗ...

କରୋନା ଭୟରେ ପାରୋଲ୍‌ କୋହଳ: ମୁକୁଳିବେ ୭ବର୍ଷ ଦଣ୍ଡ ପାଇଥିବା ଦୋଷୀ

କଟକ ଅଫିସ୍‌,୨୯ା୩: ଜେଲ୍‌ରେ ବହୁ ସଂଖ୍ୟକ ଅନ୍ତେବାସୀ ଗୋଟିଏ ସ୍ଥାନରେ ରହୁଥିବାରୁ ସେମାନେ କରୋନା ଭୂତାଣୁରେ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି। ଏଣୁ ଜେଲ୍‌ଗୁଡ଼ିକରେ ଯଥାସମ୍ଭବ ଭିଡ଼କୁ କମାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚକ୍ଷମତା...

ଭୁବନେଶ୍ୱର ରେଳଧାରଣାରେ ୫୫କିମି ଚାଲି ଚାଲି ଆସିଲେ ରାଧାକିଶୋରପୁର

ଖୁଣ୍ଟୁଣୀ,୨୮ା୩(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱ ଏବେ ଅଚଳାବସ୍ଥା ହୋଇପଡ଼ିଛି। ଅଚାନକ ଲକଡାଉନ ଘୋଷଣା ହେବା ପରେ ଅନେକ ଲୋକ ନିଜ ଗନ୍ତବ୍ୟସ୍ଥଳରେ ନ ପହଞ୍ଚତ୍ପାରି ଅଧାବାଟରେ ଫସିଯାଇଛନ୍ତି। ସେହିଭଳି ପଶ୍ଚିମବଙ୍ଗର ଜଣେ ଦିନ ମଜୁରିଆ ପୁରଲିଆର...

ଲକ୍‌ଡାଉନ ଆଇନ ଉଲ୍ଲଂଘନ କରି ୩ ଗିରଫ

କଣ୍ଟାପଡା,୨୮ା୩(ଡି.ଏନ୍‌.ଏ.)- କଣ୍ଟାପଡ଼ା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଲକଡାଉନ ଆଇନ ଉଲ୍ଲଂଘନ କରିଥିବାରୁ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଏ ନେଇ ଗୋବିନ୍ଦପୁର ଥାନାଧିକାରୀ ମାନସର ରଞ୍ଜନ ମିଶ୍ର ନଂ. ୩୬, ୩୭ ଏବଂ ୩୮/୨୦ରେ ମାମଲା ରୁଜୁ କରିଛନ୍ତିି। ମହାମାରୀ...

ଘନଉଛି ପରିବା ସଙ୍କଟ, ଚିନ୍ତାରେ ଚାଷୀ

କଟକ ଅଫିସ/ ଆଠଗଡ଼(ସ୍ବ.ପ୍ର),୨୮ା୩:ବାଦାମବାଡ଼ି ମୁଖ୍ୟରାସ୍ତାରେ ଶୁକ୍ରବାରଠାରୁ ଖୋଲିଛି ପରିବା ହାଟ। ଛତ୍ରବଜାରରେ ମାତ୍ରାଧିକ ଜନଗହଳି ହେବାରୁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବାଦାମବାଡ଼ି ମୁଖ୍ୟ ରାସ୍ତାକୁ ଏହି ହାଟକୁ ଉଠାଇ ଅଣାଯାଇଛି। ‘ଲକ୍‌ଡାଉନ୍‌’ ବଳବତ୍ତର ଥିବାରୁ ଏହି ରାସ୍ତା...

ଆଇସିୟୁ ପାଇଁ ଏମ୍‌ପି ପାଣ୍ଠିରୁ ୧କୋଟି ଦେଲେ ଭର୍ତ୍ତୃହରି

କଟକ ଅଫିସ, ୨୮ା୩: କଟକ ଏମ୍‌ପି ଭର୍ତ୍ତୃହରି ମହତାବ ରାଜ୍ୟରେ ‘କରୋନା’ ମୁକାବିଲା ପାଇଁ ଏମ୍‌ପି ପାଣ୍ଠିରୁ ୧କୋଟି ଟଙ୍କା ଏବଂ ୩ ମାସର ଦରମା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଠଗଡ଼...

ଡ୍ରିମ୍ସ ଇଞ୍ଜିନିୟରିଂ କଲେଜରେ ହେବ ସ୍ବତନ୍ତ୍ର କରୋନା ହସ୍ପିଟାଲ

କଟକ ଅଫିସ,୨୮ା୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ମଧ୍ୟ ଗୁରୁବାର ତୃତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଶେଷକରି କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ...

କାଟୁ କରୁନି କରୋନା କଟକଣା

କଟକ ଅଫିସ୍‌,୨୮ା୩: ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ୨୪ତାରିଖ ମଧ୍ୟରାତ୍ରିରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଲକ୍‌ଡାଉନ୍‌ ନିର୍ଦ୍ଦେଶନାମା ଜାରି ହୋଇଛି। ହେଲେ ଓଡ଼ିଶାରେ ବହୁ ଲୋକ ନିୟମିତ...

ଦୁଇ ଦିନରେ କଟିଲାଣି ୭ ଲକ୍ଷ ଟଙ୍କାର ଚାଲାଣ

କଟକ ଅଫିସ,୨୭ା୩: ରାଜ୍ୟରେ ‘ଲକ୍‌ଡାଉନ୍‌’ ନିର୍ଦ୍ଦେଶ ବଳବତ୍ତର ଥିଲେ ସୁଦ୍ଧା ଲୋକେ ଏହାକୁ ଖାମଖିଆଲ ଭାବେ ନେଉଛନ୍ତି। ଫଳସ୍ବରୂପ ଗତ ଦୁଇ ଦିନରେ କଟକ ସହରରେ ଗାଡ଼ିଚାଳକମାନଙ୍କଠାରୁ ପୋଲିସ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚାଲାଣ କାଟିସାରିଲାଣି। ବିଭିନ୍ନ ଥାନା...

ହେଲ୍ପଲାଇନ୍‌ ନମ୍ବର ଜାରି କଲା ପୋଲିସ

କଟକ ଅଫିସ,୨୭ା୩: ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଜାରି ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri