ଜମି ବିବାଦରୁ ଗୁଳି, ବୋମାମାଡ଼

ବଡ଼ମ୍ବା,୭ା୪(ଡି.ଏନ୍‌.ଏ.): ସରକାରୀ ଜମି ଦଖଲକୁ ନେଇ ବଡ଼ମ୍ବା ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଓ ଭଗବତପୁର ଗ୍ରାମବାସୀଙ୍କ ମଧ୍ୟରେ ମଙ୍ଗଳବାର ସକାଳେ ଗୋଷ୍ଠୀସଂଘର୍ଷ ଘଟି ଉଗ୍ରରୂପ ଧାରଣ କରିଛି। ଉଭୟ ଗ୍ରାମର ସୀମାରେ ଗୁଳି ଫୁଟିବା ସହ ବୋମା ମାଡ଼ ହୋଇଛି। ଏଥିରେ ଭଗବତପୁର ଗ୍ରାମର ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକମାନେ ହେଲେ ଅଶ୍ୱିନୀ ପାଳ (୩୪) ଓ ପବିତ୍ର ଅକ୍ଷିତ୍‌ (୨୭)। ଆହତମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନା ପଠାଯାଇଛି। ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାକୁ ନେଇ ଭଗବତପୁର ଗ୍ରାମବାସୀ କଟକ-ନରସିଂହପୁର ମୁଖ୍ୟ ରାସ୍ତାର ଅଭିମାନପୁର ଛକରେ ଉଭୟ ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ସରକାରୀ ଜମିର ସ୍ଥାୟୀ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି। ଖବରପାଇ ଧାରଣାସ୍ଥଳରେ ମାଣିଆବନ୍ଧ ଫାଣ୍ଡି ଅଧିକାରୀ, ବଡମ୍ବା, କାନପୁର ଓ ଆଠଗଡ ଥାନା ଅଧିକାରୀଙ୍କ ସମେତ ଆଠଗଡ ଉପଜିଲାପାଳ, ଏସ୍‌ଡିପିଓ, ବଡ଼ମ୍ବା ତହସିଲଦାର, ଅତିରିକ୍ତ ତହସିଲଦାର, ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଛନ୍ତି।
ବଡମ୍ବା ଅତିରିକ୍ତ ତହସିଲଦାର ସୁରଥ ଚନ୍ଦ୍ର ରାଉତ ବିବାଦ ସମ୍ପର୍କରେ କହିଛନ୍ତି, ଉଭୟ ଗ୍ରାମବାସୀ ବହୁ ସରକାରୀ ଜମି ଜବରଦଖଲ କରି ରଖିଛନ୍ତି। ଏହାସତ୍ତ୍ୱେ ଅଧିକ ସରକାରୀ ଜମି ହାତେଇବାକୁ ନେଇ ବିବାଦ ଉପୁଜିଛି। ସୋମବାର ଉଭୟ ଗ୍ରାମର ସୀମାରେ ଥିବା ଏକ ସରକାରୀ ଜାଗାରେ ନିର୍ମାଣ କାର୍ଯ୍ୟ କରିବାକୁ ବୁଢ଼ାପଙ୍କ ଗ୍ରାମର କେତେଜଣ ଲୋକ ପହଞ୍ଚତ୍ ସଫାସଫି କରିଥିଲେ। ଭଗବତପୁର ଗ୍ରାମବାସୀ ଏହା ଜାଣିବା ପରେ ଗ୍ରାମର କେତେଜଣ ଲୋକ ମଙ୍ଗଳବାର ସକାଳେ ଉକ୍ତ ଜାଗାରେ ପହଞ୍ଚତ୍ ବିରୋଧ କରିଥିଲେ। ଏ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବୁଢ଼ାପଙ୍କ ଗ୍ରାମରୁ ଆସିଥିବା ଗୋଷ୍ଠୀ ଭଗବତପୁରର ଲୋକଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେମାନେ ଗୁଳି ଫୁଟାଇବା ସହ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଏହି ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରଯାଉଛି ବୋଲି ଜିଲା ଅତିରିକ୍ତ ପୋଲିସ ଅଧୀକ୍ଷକ ପ୍ରଦ୍ୟୁମ୍ନ କୁମାର ଜେନା ସୂଚନା ଦେଇଛନ୍ତି। ଏସମ୍ପର୍କରେ ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି କହିଛନ୍ତି, ବିବାଦର ସ୍ଥାୟୀ ସମାଧାନ ପାଇଁ ବୈଠକ ଜାରି ରହିଛି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସମାଧାନର ବାଟ ବାହାରିପାରି ନ ଥିଲା।
ସୂଚନାଯୋଗ୍ୟ,ସରକାରୀ ଜମିକୁ କେନ୍ଦ୍ର କରି ବୁଢାପଙ୍କ ଓ ଭଗବତପୁର ଗ୍ରାମ ମଧ୍ୟରେ ଦୀଘର୍ର୍ ଦିନ ହେବ ବିବାଦ ଲାଗି ରହିଛି। ଏନେଇ ଶାନ୍ତି କମିଟି ମାଧ୍ୟମରେ ବାରମ୍ବାର ବିବାଦର ସମାଧାନ କରିବାକୁ ଚେଷ୍ଟା କରାଯାଇଛି। ଏହି ଜମିକୁ କେହି ଦଖଲରେ ନ ରଖିବାକୁ ପ୍ରଶାସନ ପକ୍ଷରୁ ପୂର୍ବରୁ ଚେତାବନୀ ଦିଆଯାଇଛି। ଏହାସତ୍ତ୍ୱେ ସରକାରୀ ଜମିକୁ ନେଇ ୨ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?