ଜମି ବିବାଦରୁ ଗୁଳି, ବୋମାମାଡ଼

ବଡ଼ମ୍ବା,୭ା୪(ଡି.ଏନ୍‌.ଏ.): ସରକାରୀ ଜମି ଦଖଲକୁ ନେଇ ବଡ଼ମ୍ବା ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଓ ଭଗବତପୁର ଗ୍ରାମବାସୀଙ୍କ ମଧ୍ୟରେ ମଙ୍ଗଳବାର ସକାଳେ ଗୋଷ୍ଠୀସଂଘର୍ଷ ଘଟି ଉଗ୍ରରୂପ ଧାରଣ କରିଛି। ଉଭୟ ଗ୍ରାମର ସୀମାରେ ଗୁଳି ଫୁଟିବା ସହ ବୋମା ମାଡ଼ ହୋଇଛି। ଏଥିରେ ଭଗବତପୁର ଗ୍ରାମର ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକମାନେ ହେଲେ ଅଶ୍ୱିନୀ ପାଳ (୩୪) ଓ ପବିତ୍ର ଅକ୍ଷିତ୍‌ (୨୭)। ଆହତମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନା ପଠାଯାଇଛି। ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାକୁ ନେଇ ଭଗବତପୁର ଗ୍ରାମବାସୀ କଟକ-ନରସିଂହପୁର ମୁଖ୍ୟ ରାସ୍ତାର ଅଭିମାନପୁର ଛକରେ ଉଭୟ ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ସରକାରୀ ଜମିର ସ୍ଥାୟୀ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି। ଖବରପାଇ ଧାରଣାସ୍ଥଳରେ ମାଣିଆବନ୍ଧ ଫାଣ୍ଡି ଅଧିକାରୀ, ବଡମ୍ବା, କାନପୁର ଓ ଆଠଗଡ ଥାନା ଅଧିକାରୀଙ୍କ ସମେତ ଆଠଗଡ ଉପଜିଲାପାଳ, ଏସ୍‌ଡିପିଓ, ବଡ଼ମ୍ବା ତହସିଲଦାର, ଅତିରିକ୍ତ ତହସିଲଦାର, ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଛନ୍ତି।
ବଡମ୍ବା ଅତିରିକ୍ତ ତହସିଲଦାର ସୁରଥ ଚନ୍ଦ୍ର ରାଉତ ବିବାଦ ସମ୍ପର୍କରେ କହିଛନ୍ତି, ଉଭୟ ଗ୍ରାମବାସୀ ବହୁ ସରକାରୀ ଜମି ଜବରଦଖଲ କରି ରଖିଛନ୍ତି। ଏହାସତ୍ତ୍ୱେ ଅଧିକ ସରକାରୀ ଜମି ହାତେଇବାକୁ ନେଇ ବିବାଦ ଉପୁଜିଛି। ସୋମବାର ଉଭୟ ଗ୍ରାମର ସୀମାରେ ଥିବା ଏକ ସରକାରୀ ଜାଗାରେ ନିର୍ମାଣ କାର୍ଯ୍ୟ କରିବାକୁ ବୁଢ଼ାପଙ୍କ ଗ୍ରାମର କେତେଜଣ ଲୋକ ପହଞ୍ଚତ୍ ସଫାସଫି କରିଥିଲେ। ଭଗବତପୁର ଗ୍ରାମବାସୀ ଏହା ଜାଣିବା ପରେ ଗ୍ରାମର କେତେଜଣ ଲୋକ ମଙ୍ଗଳବାର ସକାଳେ ଉକ୍ତ ଜାଗାରେ ପହଞ୍ଚତ୍ ବିରୋଧ କରିଥିଲେ। ଏ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବୁଢ଼ାପଙ୍କ ଗ୍ରାମରୁ ଆସିଥିବା ଗୋଷ୍ଠୀ ଭଗବତପୁରର ଲୋକଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେମାନେ ଗୁଳି ଫୁଟାଇବା ସହ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଏହି ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରଯାଉଛି ବୋଲି ଜିଲା ଅତିରିକ୍ତ ପୋଲିସ ଅଧୀକ୍ଷକ ପ୍ରଦ୍ୟୁମ୍ନ କୁମାର ଜେନା ସୂଚନା ଦେଇଛନ୍ତି। ଏସମ୍ପର୍କରେ ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି କହିଛନ୍ତି, ବିବାଦର ସ୍ଥାୟୀ ସମାଧାନ ପାଇଁ ବୈଠକ ଜାରି ରହିଛି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସମାଧାନର ବାଟ ବାହାରିପାରି ନ ଥିଲା।
ସୂଚନାଯୋଗ୍ୟ,ସରକାରୀ ଜମିକୁ କେନ୍ଦ୍ର କରି ବୁଢାପଙ୍କ ଓ ଭଗବତପୁର ଗ୍ରାମ ମଧ୍ୟରେ ଦୀଘର୍ର୍ ଦିନ ହେବ ବିବାଦ ଲାଗି ରହିଛି। ଏନେଇ ଶାନ୍ତି କମିଟି ମାଧ୍ୟମରେ ବାରମ୍ବାର ବିବାଦର ସମାଧାନ କରିବାକୁ ଚେଷ୍ଟା କରାଯାଇଛି। ଏହି ଜମିକୁ କେହି ଦଖଲରେ ନ ରଖିବାକୁ ପ୍ରଶାସନ ପକ୍ଷରୁ ପୂର୍ବରୁ ଚେତାବନୀ ଦିଆଯାଇଛି। ଏହାସତ୍ତ୍ୱେ ସରକାରୀ ଜମିକୁ ନେଇ ୨ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri