କଟକରେ ବିକ୍ଷୋଭ, ଉତ୍ତେଜନା

କଟକ ଅଫିସ, ୧୮ା୬:  ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ବିଶେଷକରି ଏହା ହିଂସାତ୍ମକ ରୂପ ଧାରଣ କରୁଛି। ଏହାର ପ୍ରଭାବ କଟକରେ ମଧ୍ୟ ଦେଖିବାକୁ ମିଳିଛି । ଶୁକ୍ରବାର ଶତାଧିକ ଆଶାୟୀ ସକାଳ ପ୍ରାୟ ୯.୪୦ ମିନିଟରେ କଟକ ଚଣ୍ଡୀ ଛକ ନିକଟରେ ହାତରେ ଢେଲା, ବାଡ଼ି, ଠେଙ୍ଗାଧରି ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତାକୁ ଓହ୍ଲାଇଥିଲେ। ନିଜ ଭବିଷ୍ୟତ ଚିନ୍ତାରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରିଛନ୍ତି। ଏଥିସହ ୨୦୨୧ରେ ଦେଇଥିବା ପରୀକ୍ଷାର ଲିଖିତ ପରୀକ୍ଷା ବାତିଲକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେଠାରୁ ଶତାଧିକ ଆଶାୟୀ ପ୍ରାର୍ଥୀ କଟକ କ୍ୟାଣ୍ଟନ୍‌ମେଣ୍ଟସ୍ଥିତ ସ୍ଥଳସେନା ନିଯୁକ୍ତି କାର୍ଯ୍ୟାଳୟ ଆଗରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ରିଙ୍ଗ୍‌ ରୋଡ୍‌ରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଥିଲେ। ଏହାପରେ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଜଟିଳ ହେବାରୁ ପୋଲିସ ପକ୍ଷରୁ ଲାଠିମାଡ଼ ମଧ୍ୟ ହୋଇଥିଲା। ତେବେ ବିକ୍ଷୋଭକାରୀଙ୍କ ରାସ୍ତା ଅବରୋଧ କାରଣରୁ ଯାତାୟାତ କରୁଥିବା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହିପରି କିଛି ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ମଧ୍ୟ ରଖିଛି। ଘଟଣାସ୍ଥଳରେ ଡିସିପି ପିନାକ ମିଶ୍ର ପହଞ୍ଚତ୍ ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିଥିଲେ। ଏହି ଯୋଜନାରେ ପିଲାଙ୍କ ପାଇଁ ଭବିଷ୍ୟତ ଥିବା ଡିସିପି କହିଛନ୍ତି। ଆଇନକୁ ହାତକୁ ନେଲେ ପୋଲିସ କେସ୍‌ ହେବା ସହ ଭବିଷ୍ୟତ ଉପରେ ପ୍ରଭାବ ପଡ଼ିବ। ଅଗ୍ନିପଥ ଯୋଜନାକୁ ନେଇ ଯଦି କିଛି ଅଭିଯୋଗ ଅଛି ତେବେ ଠିକ୍‌ ଫୋରମରେ ଅଭିଯୋଗ କରନ୍ତୁ। ଭଙ୍ଗାରୁଜା ଓ ବେଆଇନ୍‌ କାମ ନ କରି ଶୃଂଖଳା ରକ୍ଷା କରିବାକୁ ଆନ୍ଦୋଳନକାରୀଙ୍କୁ ଡିସିପି ବୁଝାଉଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କୁ ଦର୍ଶନ କଲେ କଙ୍ଗନା

ପୁରୀ ଅଫିସ୍‌,୧୯।୨: ବଲିଉଡ ଅଭିନେତ୍ର୍ରୀ କଙ୍ଗନା ରାଣାୱତ ଶୁକ୍ରବାର ସକାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ...

ପ୍ରଯୁକ୍ତି କୌଶଳ ଶିଖାଇଲା ଆତ୍ମନିଯୁକ୍ତି ବାଟ

ଖଇରା, ୨୭।୧୧(ଡି.ଏନ.ଏ.)-ଆଧୁନିକ ପ୍ରଯୁକ୍ତି କୌଶଳ ଶିଖି ଏହାକୁ କାର୍ଯ୍ୟରେ ଲଗାଇଲେ, ଆତ୍ମନିଯୁକ୍ତି ସୁଯୋଗ ଆପଣାଛାଏଁ ହାତରେ ପହଞ୍ଚିଯିବ । ଏକଥା କହନ୍ତି, ବାଲେଶ୍ୱର ଜିଲା ଅଧୀନ...

ହତ୍ୟାକାରୀଙ୍କୁ ଗିରଫ ଦାବି: ଭେଜିପୁଟ ଫାଣ୍ଡି ଘେରିଲେ ଗ୍ରାମବାସୀ

ଖଲ୍ଲିକୋଟ,୧ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପଥରା ପଞ୍ଚାୟତ ଖଟିଆ ସାହିର ୩ଶହରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଶନିବାର ପୂର୍ବାହ୍ନ ୧୦ଟାରୁ ଭେଜିପୁଟ ଫାଣ୍ଡି ଘେରାଉ...

ପଥର ମାରି ୪ ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ : କାର୍‌ ଡ୍ରାଇଭରଙ୍କ ସମେତ ୬ ଗିରଫ

ବଲାଙ୍ଗୀର ଅଫିସ, ୨ା୨: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବଲାଙ୍ଗୀର-ଦେଓଗଁା ୨୬ ନମ୍ବର ଜାତୀୟ ରାଜପଥର ସିନ୍‌ଖମନ ଢ଼ାବା ନିକଟରେ ଗତ ୨୨ତାରିଖ ଦିନ ଏକ...

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

ବ୍ରହ୍ମପୁର ଅଫିସ,୩ା୧: ବିଦ୍ୟୁତ୍‌ ଆଘାତରେ ଗୁରୁତର ଜଣେ ଶ୍ରମିକଙ୍କ ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ସେ ହେଲେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମରଝୋଳ...

ଟ୍ରେନରେ କଟି ଯୁବକଙ୍କ ଜୀବନ ଗଲା

ଭଦ୍ରକ ଅଫିସ,୩।୧: ଗୁରୁବାର ବିଳମ୍ବିତ ରାତିରେ ଟ୍ରେନରେ କଟି ଭଦ୍ରକ ନୂଆ ବଜାର ଅଂଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଜଣକ ପଙ୍କଜ...

ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ ଅଚାନକ ପହଞ୍ଚିଲେ ମନ୍ତ୍ରୀ

ଭୁବନେଶ୍ୱର, ୩୦-୮(ବ୍ୟୁରୋ):ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଗୁରୁବାର ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପରିଦର୍ଶନ କରିଛନ୍ତି ା ମନ୍ତ୍ରୀ ସାହୁ ପୂର୍ବାହ୍ନ ୧୦ଟାରେ ନିର୍ଦ୍ଦେଶାଳୟରେ ଅଚାନକ ପହଞ୍ଚତ୍ଥିଲେ।...

ଘାଇ ପଛର କାରଣ ଜାଣିବା ପାଇଁ ଆରମ୍ଭ ହେଲା ତନାଘନା

ଭବାନୀପାଟଣା/କୋକସରା,୧ା୮(ସ୍ବ.ପ୍ର/ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝିଗୁଡ଼ା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରେ ଘାଇ ସୃଷ୍ଟି ହୋଇଥିଲା। ରବିବାର ଘଟଣାର...

Advertisement
Archives

Model This Week