ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ

ରଘୁନାଥପୁର,୧୭ା୬(ଡି.ଏନ୍‌.ଏ.): ଭତ୍ତା ତାଲିକାକୁ ସାର୍ବଜନୀନ କରିବା ଓ ସମସ୍ତ ହିତାଧିକାରୀଙ୍କୁ ବ୍ୟାଙ୍କ ଜରିଆରେ ଭତ୍ତା ପ୍ରଦାନ କରିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ରଘୁନାଥପୁର ବ୍ଲକରେ ମଧୁବାବୁ ପେନସନ ଯୋଜନାରେ ଅଧିକାଂଶ ହିତାଧିକାରୀ ଭତ୍ତାପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ପିଇଓଙ୍କ(ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ)ଦାୟିତ୍ୱହୀନତା ତଥା ଖାମଖିଆଲ ମନୋଭାବ ଯୋଗୁ ଏପରି ସମସ୍ୟା ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ଫଳରେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ହିତାଧିକାରୀମାନେ ବାରମ୍ବାର ଆସି ନିରାଶ ହେଉଛନ୍ତି।
ମେ ୨୦ ତାରିଖରେ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଉଥିବା ସମସ୍ତ ହିତାଧିକାରୀଙ୍କ ଆଧାର ଓ ବ୍ୟାଙ୍କ ପାସବୁକ ସହ ମୋବାଇଲ ନମ୍ବର ବ୍ଲକ ସାମାଜିକ ଅଧିକାରୀଙ୍କ ନିକଟରେ ଦାଖଲ କରିବା ପାଇଁ ପ୍ରତି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। କେବଳ ଛପଡା, ରାଢଙ୍ଗ ଓ ଚିକିଣିଆ ପଞ୍ଚାୟତ ତଥ୍ୟ ଯୋଗାଇ ଦେଇଥିବାବେଳେ ବାକି ୧୬ ପଞ୍ଚାୟତରୁ ତଥ୍ୟ ହସ୍ତଗତ ହୋଇ ନ ଥିବା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ପଣ୍ଡା କହିଛନ୍ତି।
ଉକ୍ତ ହିତାଧିକାରୀଙ୍କ ନାମ ଓ ଆକାଉଣ୍ଟ ନଂ.ପୋର୍ଟାଲରେ ଅପଲୋଡ଼ ହୋଇ ନ ପାରିବାରୁ ଅଧିକାଂଶ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ଯାଇପାରୁନାହିଁ ବୋଲି ସେ କହିଛନ୍ତି। ଗତ କିଛି ମାସ ଧରି ଭିନ୍ନକ୍ଷମ, ବିକଳାଙ୍ଗ, ସ୍ବାମୀ ପରିତ୍ୟକ୍ତ, ଅବିବାହିତ ଓ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବ୍ୟକ୍ତିମାନେ ଏନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଣେ ପିଇଓ ୨ରୁ ୩ ପଞ୍ଚାୟତ ଦାୟିତ୍ୱରେ ରହୁଥିବା ଯୋଗୁ ତଥ୍ୟ ଦେବାରେ ବିଳମ୍ବ ହେଉଥିବା କୁହାଯାଉଛି। ଅନେକ ପଞ୍ଚାୟତରେ ହିତାଧିକାରୀଙ୍କ ଫର୍ମ ଅନଲାଇନରେ ଅପଲୋଡ କରା ନ ଯାଇ ଫାଇଲରେ ବାନ୍ଧି ରଖାଯାଇଥିବା ଅଭିଯୋଗ ହୋଇଛି। କେତେକ ଯୋଗ୍ୟ ବ୍ୟକ୍ତିଙ୍କ ଭତ୍ତା ୬ ମାସ ତଳୁ ସାଂକ୍ସନ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ସେମାନଙ୍କୁ ମିଳିପାରି ନାହିଁ। ଭତ୍ତା ଭଳି ଅତ୍ୟନ୍ତ ଜରୁରୀ କାର୍ଯ୍ୟକୁ ପ୍ରାଧାନ୍ୟ ନ ଦେବା ଚିନ୍ତାର ବିଷୟ କେତେଜଣ ହିତାଧିକାରୀ କହିଛନ୍ତି। ଇତି ମଧ୍ୟରେ ୭ ଜଣ ପିଇଓଙ୍କ ବଦଳି ଆଦେଶ ଆସିଯାଇଛି। ସାତଦିନ ମଧ୍ୟରେ ସେମାନେ ବ୍ଲକରୁ ବଦଳି ହୋଇ ଚାଲିଯିବେ। ଏହା ମଧ୍ୟରେ ହିତାଧିକାରୀଙ୍କ ନାମ ଓ ଆକାଉଣ୍ଟ ନଂ ପୋର୍ଟାଲରେ ନ ଚଢିଲେ ସମସ୍ୟା ଦ୍ୱିଗୁଣିତ ହୋଇଯିବ ବୋଲି କୁହାଯାଇଛି। ଏ ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଯାଇଥିବାବେଳେ ତୁରନ୍ତ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ଓ ଆକାଉଣ୍ଟ ନଂ ଦେବା ପାଇଁ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ସାମାଜିକ ସୁରକ୍ଷା ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri