ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ

ରଘୁନାଥପୁର,୧୭ା୬(ଡି.ଏନ୍‌.ଏ.): ଭତ୍ତା ତାଲିକାକୁ ସାର୍ବଜନୀନ କରିବା ଓ ସମସ୍ତ ହିତାଧିକାରୀଙ୍କୁ ବ୍ୟାଙ୍କ ଜରିଆରେ ଭତ୍ତା ପ୍ରଦାନ କରିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ରଘୁନାଥପୁର ବ୍ଲକରେ ମଧୁବାବୁ ପେନସନ ଯୋଜନାରେ ଅଧିକାଂଶ ହିତାଧିକାରୀ ଭତ୍ତାପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ପିଇଓଙ୍କ(ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ)ଦାୟିତ୍ୱହୀନତା ତଥା ଖାମଖିଆଲ ମନୋଭାବ ଯୋଗୁ ଏପରି ସମସ୍ୟା ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ଫଳରେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ହିତାଧିକାରୀମାନେ ବାରମ୍ବାର ଆସି ନିରାଶ ହେଉଛନ୍ତି।
ମେ ୨୦ ତାରିଖରେ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଉଥିବା ସମସ୍ତ ହିତାଧିକାରୀଙ୍କ ଆଧାର ଓ ବ୍ୟାଙ୍କ ପାସବୁକ ସହ ମୋବାଇଲ ନମ୍ବର ବ୍ଲକ ସାମାଜିକ ଅଧିକାରୀଙ୍କ ନିକଟରେ ଦାଖଲ କରିବା ପାଇଁ ପ୍ରତି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। କେବଳ ଛପଡା, ରାଢଙ୍ଗ ଓ ଚିକିଣିଆ ପଞ୍ଚାୟତ ତଥ୍ୟ ଯୋଗାଇ ଦେଇଥିବାବେଳେ ବାକି ୧୬ ପଞ୍ଚାୟତରୁ ତଥ୍ୟ ହସ୍ତଗତ ହୋଇ ନ ଥିବା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ପଣ୍ଡା କହିଛନ୍ତି।
ଉକ୍ତ ହିତାଧିକାରୀଙ୍କ ନାମ ଓ ଆକାଉଣ୍ଟ ନଂ.ପୋର୍ଟାଲରେ ଅପଲୋଡ଼ ହୋଇ ନ ପାରିବାରୁ ଅଧିକାଂଶ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ଯାଇପାରୁନାହିଁ ବୋଲି ସେ କହିଛନ୍ତି। ଗତ କିଛି ମାସ ଧରି ଭିନ୍ନକ୍ଷମ, ବିକଳାଙ୍ଗ, ସ୍ବାମୀ ପରିତ୍ୟକ୍ତ, ଅବିବାହିତ ଓ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବ୍ୟକ୍ତିମାନେ ଏନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଣେ ପିଇଓ ୨ରୁ ୩ ପଞ୍ଚାୟତ ଦାୟିତ୍ୱରେ ରହୁଥିବା ଯୋଗୁ ତଥ୍ୟ ଦେବାରେ ବିଳମ୍ବ ହେଉଥିବା କୁହାଯାଉଛି। ଅନେକ ପଞ୍ଚାୟତରେ ହିତାଧିକାରୀଙ୍କ ଫର୍ମ ଅନଲାଇନରେ ଅପଲୋଡ କରା ନ ଯାଇ ଫାଇଲରେ ବାନ୍ଧି ରଖାଯାଇଥିବା ଅଭିଯୋଗ ହୋଇଛି। କେତେକ ଯୋଗ୍ୟ ବ୍ୟକ୍ତିଙ୍କ ଭତ୍ତା ୬ ମାସ ତଳୁ ସାଂକ୍ସନ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ସେମାନଙ୍କୁ ମିଳିପାରି ନାହିଁ। ଭତ୍ତା ଭଳି ଅତ୍ୟନ୍ତ ଜରୁରୀ କାର୍ଯ୍ୟକୁ ପ୍ରାଧାନ୍ୟ ନ ଦେବା ଚିନ୍ତାର ବିଷୟ କେତେଜଣ ହିତାଧିକାରୀ କହିଛନ୍ତି। ଇତି ମଧ୍ୟରେ ୭ ଜଣ ପିଇଓଙ୍କ ବଦଳି ଆଦେଶ ଆସିଯାଇଛି। ସାତଦିନ ମଧ୍ୟରେ ସେମାନେ ବ୍ଲକରୁ ବଦଳି ହୋଇ ଚାଲିଯିବେ। ଏହା ମଧ୍ୟରେ ହିତାଧିକାରୀଙ୍କ ନାମ ଓ ଆକାଉଣ୍ଟ ନଂ ପୋର୍ଟାଲରେ ନ ଚଢିଲେ ସମସ୍ୟା ଦ୍ୱିଗୁଣିତ ହୋଇଯିବ ବୋଲି କୁହାଯାଇଛି। ଏ ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଯାଇଥିବାବେଳେ ତୁରନ୍ତ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ଓ ଆକାଉଣ୍ଟ ନଂ ଦେବା ପାଇଁ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ସାମାଜିକ ସୁରକ୍ଷା ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri