କଟକ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ଭୋଟ ଦେଲେନି ବିଧାୟକ ମୋକିମ

କଟକ ଅଫିସ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସୋମବାର ମତଦାନ ପ୍ରକ୍ରିୟା ଶେଷ ହୋଇଛି। ଇତି ମଧ୍ୟରେ କଂଗ୍ରେସର ପଦାଧିକାରୀ ନିଜ ମତ ସାବ୍ୟସ୍ତ କରିଥିବା ବେଳେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଭୋଟ ଦେଇ ନ ଥିବା ଜଣାପଡିଛି। ଏହାକୁ…

ନବୀନଙ୍କ ଜନ୍ମଦିନରେ ରକ୍ତଦାନ କଲେ ସଂଖ୍ୟାଲଘୁ ମହିଳା, ପୁରୁଷ

ନିଶ୍ଚିନ୍ତକୋଇଲି,୧୬ା୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡ଼ା ଡାକବଙ୍ଗଳାରେ ନିଶ୍ଚିନ୍ତକୋଇଲି ସଂଖ୍ୟାଲଘୁ ସେଲ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ନବୀନଙ୍କ ଦୀର୍ଘ ନିରାମୟ ଜୀବନ କାମନା…

ଥାନାର ଦ୍ୱାରସ୍ଥ ହେଲେ ଅନୁଭବ

କଟକ ଅଫିସ,୧୬।୧୦: ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି । ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମ ଏବଂ ଫେସ୍‌ବୁକ୍‌ରେ ତାଙ୍କ ନାମରେ ନକଲି ଆକାଉଣ୍ଟ ଖୋଲାଯିବା ନେଇ ସେ କଟକ ସାଇବର ଓ ଅର୍ଥନୈତିକ ଅପରାଧ…

ବାଲିଯାତ୍ରା: ୮ ଦିନରେ ୮୬୮ ପ୍ଲଟ୍‌ ପଞ୍ଜୀକରଣ

କଟକ ଅଫିସ,୧୬ା୧୦: ଓଡ଼ିଶାର ଐତିହ୍ୟ ସହ ଜଡ଼ିତ ବାଲିଯାତ୍ରା ଏବେ ବ୍ୟବସାୟ ତଥା ମନୋରଞ୍ଜନର ଭିତ୍ତିଭୂମି ପାଲଟିଛି। ଚଳିତବର୍ଷ ବାଲିଯାତ୍ରାରୁ ଜିଲା ପ୍ରଶାସନ ରେକର୍ଡ ପରିମାଣର ଆୟ ବୃଦ୍ଧି ନିମନ୍ତେ ଲକ୍ଷ୍ୟ ରଖିଛି। ଯାହାକି ଅନ୍‌ଲାଇନ୍‌ ମାଧ୍ୟମରେ ବାଲିଯାତ୍ରା ପଡ଼ିଆର ପ୍ଲଟ୍‌ଗୁଡ଼ିକୁ…

ମେଡିସିନ୍‌ କିଣା ଉପରେ ଲାଗିଲା କଟକଣା

କଟକ ଅଫିସ,୧୫।୧୦: ଓଡ଼ିଶା ବାହାରୁ ମେଡିସିନ୍‌ କିଣା ଉପରେ ଲାଗିଲା କଟକଣା। ନକଲି ଔଷଧ କାରବାର ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏଶନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହ ପଞ୍ଜୀକୃତ କମ୍ପାନୀରୁ ମେଡିସିନ୍‌ ବ୍ୟବସାୟୀ…

‘ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ତଦନ୍ତ କରୁ ଇଡି’

କଟକ ଅଫିସ,୧୫ା୧୦: ବହୁଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲା ଏବେ ହାଇକୋର୍ଟରେ ପହଞ୍ଚତ୍ଛି। ପୋଲିସ ତଦନ୍ତ ଆଗେଇ ପାରୁ ନ ଥିବାରୁ ମାମଲାର ତଦନ୍ତ ଭାର କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା…

ଓସିଏ ସଭାପତି ପ୍ରାର୍ଥୀ ହେବେ ପ୍ରଣବ

ପୁରୀ ଅଫିସ/କଟକ ଅଫିସ୍‌, ୧୫ା୧୦: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ୍‌ (ଓସିଏ) ନିର୍ବାଚନ ନେଇ ଶୁକ୍ରବାର ପୁରୀସ୍ଥିତ ଏକ ଘରୋଇ ହୋଟେଲରେ ଅନୌପଚାରିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଓସିଏର…

୪ରେ ବର୍ଷାଙ୍କ ଆବେଦନର ଶୁଣାଣି

କଟକ ଅଫିସ,୧୪।୧୦: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ସୋସିଆଲ ମିଡିଆରେ ଆକ୍ଷେପକୁ ନେଇ ବର୍ଷାଙ୍କ ଆବେଦନ ଶୁଣାଣି ନଭେମ୍ବର ୪ରେ ହେବ ବୋଲି ସୂଚନା ମିଳିଛି।…

ରାଷ୍ଟ୍ରପତିଙ୍କ ଜୀବନୀ ଲେଖି ଚର୍ଚ୍ଚାରେ ତେଜସ୍ବିନୀ

ରଘୁନାଥପୁର,୧୪ା୧୦(ଡି.ଏନ.ଏ.): ମାତ୍ର ୧୭ ବର୍ଷ ବୟସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ସମ୍ପର୍କରେ ଲେଖି ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ସାଦେଇପୁର ଗ୍ରାମର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ତେଜସ୍ବିନୀ ପଣ୍ଡା ଚର୍ଚ୍ଚାରେ ରହିଛନ୍ତି। ବାପା ଶୁଭେନ୍ଦୁ ବର୍ତ୍ତମାନ ପୋଲିସ ବିଭାଗରେ…

ହାଇକୋର୍ଟରେ ବିଧାୟକ ମହମ୍ମଦ ମୋକିମଙ୍କ ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ ଅଫିସ,୧୪ା୧୦: ବାରବାଟୀ-କଟକ ବିଧାୟକ ତଥା ମେଟ୍ରୋ ବିଲ୍‌କଡର୍ସର ପରିଚାଳନା ନିର୍ଦ୍ଦେଶକ ଇଂ. ମହମ୍ମଦ ମୋକିମଙ୍କ ପକ୍ଷରୁ ନିମ୍ନ ଅଦାଲତର ଦଣ୍ଡାଦେଶ ରାୟ ବିରୋଧରେ ହାଇକୋର୍ଟରେ ଆଗତ ମାମଲାର ଶୁଣାଣି ଶେଷ ହୋଇଛି। ବିଚାରପତି ବିଭୁପ୍ରସାଦ ରାଉତରାୟଙ୍କ ଇଜଲାସରେ ଗୁରୁବାର ଶୁଣାଣି…

ପତିତପାବନଙ୍କୁ ଏନ୍‌ଆଇଏଲ୍‌ଡି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

କଣ୍ଟାପଡ଼ା, ୧୪ା୧୦(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରଣାଳୟ ଅଧୀନ କଟକ ଜିଲା ଓଲଟପୁରସ୍ଥିତ ଏସ୍‌ଭି ନିର୍‌ତାରର କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରଫେସର ଡା. ପତିତପାବନ ମହାନ୍ତିଙ୍କୁ କୋଲକାତାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଲୋକୋମୋଟର ଡିଜାବିଲିଟିଜ୍‌ (ଏନ୍‌ଆଇଏଲ୍‌ଡି)ର କାର୍ଯ୍ୟକାରୀ ନିର୍ଦ୍ଦେଶକ…

ପଟ୍ଟାମୁଣ୍ଡାଇ କେନାଲରେ ୩ ଯୁବକ ଭାସିଯିବା ଘଟଣା: ୨ ମୃତଦେହ ମିଳିଲା, ଜଣଙ୍କର ପତ୍ତା ମିଳୁନି

କଟକ ଅଫିସ,୧୩ା୧୦: କଟକ ଜିଲା ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଧବାର ୩ ଯୁବକ ଭାସି ଯାଇଥିଲେ। ଗୁରୁବାର ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଦ୍ୱୟ ତ୍ରିଲୋଚନ ମହଲା ଓ ବାଦଲ ସାହୁ। ତ୍ରିଲୋଚନଙ୍କ ଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?