ବାଲିଯାତ୍ରା: ୮ ଦିନରେ ୮୬୮ ପ୍ଲଟ୍‌ ପଞ୍ଜୀକରଣ

କଟକ ଅଫିସ,୧୬ା୧୦: ଓଡ଼ିଶାର ଐତିହ୍ୟ ସହ ଜଡ଼ିତ ବାଲିଯାତ୍ରା ଏବେ ବ୍ୟବସାୟ ତଥା ମନୋରଞ୍ଜନର ଭିତ୍ତିଭୂମି ପାଲଟିଛି। ଚଳିତବର୍ଷ ବାଲିଯାତ୍ରାରୁ ଜିଲା ପ୍ରଶାସନ ରେକର୍ଡ ପରିମାଣର ଆୟ ବୃଦ୍ଧି ନିମନ୍ତେ ଲକ୍ଷ୍ୟ ରଖିଛି। ଯାହାକି ଅନ୍‌ଲାଇନ୍‌ ମାଧ୍ୟମରେ ବାଲିଯାତ୍ରା ପଡ଼ିଆର ପ୍ଲଟ୍‌ଗୁଡ଼ିକୁ ପ୍ରଦର୍ଶିତ କରି ବ୍ୟବସାୟୀଙ୍କ ଇଚ୍ଛା ମୁତାବକ ଲିଜ୍‌ ନେବା ନିମନ୍ତେ ହୋଇଥିବା ନିଲାମ ପ୍ରକ୍ରିୟାରୁ ସ୍ପଷ୍ଟ ହୋଇଛି। ନିଲାମ ପ୍ରକ୍ରିୟାକୁ ବିରୋଧ କରି ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ଜିଲା ପ୍ରଶାସନ ଦ୍ୱାରା ବ୍ୟବସାୟୀଙ୍କୁ ପ୍ଲଟ୍‌ ଆବଣ୍ଟନ ନିମନ୍ତେ ପଞ୍ଜୀକରଣ ପ୍ରକ୍ରିୟା ଅକ୍ଟୋବର ୮ରୁ ୧୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା। ହେଲେ ଅସମ୍ଭବ ଭିଡ ଯୋଗୁ ଏହି ପ୍ରକ୍ରିୟାକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଜିଲା ପ୍ରଶାସନ ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି। ତେବେ ୧୯ ତାରିଖରୁ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ପ୍ଲଟ୍‌ ଆବଣ୍ଟନ ନିମନ୍ତେ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିରେ ବର୍ଗଫୁଟ୍‌ ପ୍ରତି ସର୍ବନିମ୍ନ ୫୦ ଟଙ୍କା ଦର ରହିଥିବାବେଳେ ନିଲାମ ଡାକିବାବେଳେ ୫ଟଙ୍କା ହିସାବରେ ବଢ଼ାଇବାର ନିୟମ ରହିଛି। ଏହି କ୍ରମରେ ଶନିବାର ୯୦ଟି ଆବେଦନ ଗ୍ରହଣ କରାଯାଇଥିବାବେଳେ ମୋଟ ୧୪୦ଟି ପ୍ଲଟ୍‌ ପଞ୍ଜୀକୃତ ହୋଇଛି। ଗତ ୮ରୁ ୧୫ ତାରିଖ ଯାଏ ମୋଟ ୮୬୮ଟି ପ୍ଲଟ ନିଲାମ ପାଇଁ ପଞ୍ଜୀକରଣ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଏଥର କଟକ ବାଲିଯାତ୍ରାକୁ ସ୍ବଚ୍ଛ, ସବୁଜ ଓ ଭିଡ଼ମୁକ୍ତ କରିବା ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତଦନୁସାରେ ଅକ୍ଟୋବର ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ନିର୍ମଳ ଓ ସବୁଜ ବାଲିଯାତ୍ରା ଅଭିଯାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ପ୍ରତିଦିନ ଅପରାହ୍ନ ସାଢେ ୪ଟାରେ ମହାନଦୀ କୂଳର ଡଙ୍ଗା ଘାଟଠାରୁ ଗଡ଼ଗଡ଼ିଆ ଘାଟ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କରାଯିବ। ମହାନଦୀ ଆଳତିରେ କାର୍ଯ୍ୟକ୍ରମ ଶେଷ ହେବ। ଇତିମଧ୍ୟରେ ଦୀପାବଳି ଅମାବାସ୍ୟା ଦିନ ଉକ୍ତ କାର୍ଯ୍ୟକ୍ରମକୁ ବାଦ୍‌ ଦିଆଯାଇଛି। ଅନ୍ୟପକ୍ଷରେ ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚରେ ସାମିଲ ହୋଇଥିବା ଅଲ୍‌ ଓଡ଼ିଶା ଟେଣ୍ଟ୍‌ ଆଣ୍ଡ୍‌ ସପ୍ଲାୟର ଓନର୍ସ ଆସୋସିଏଶନ, କଟକ କ୍ଲଥ ଆଣ୍ଡ୍‌ ଲାଇଟ୍‌ ସପ୍ଲାୟର୍ସ ଆସୋସିଏଶନ, ବାଲିଯାତ୍ରା ବ୍ୟବସାୟୀ ସଂଘ, ମୀନାବଜାର ମହାସଂଘ ପ୍ରଶାସନ ନିଲାମ ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ ପ୍ରଭାବିତ ହେବା ଆଶଙ୍କା ଥିବାରୁ ବାଲିଯାତ୍ରା ବର୍ଜନ କରିବା ନିଷ୍ପତ୍ତି ସମ୍ପର୍କରେ ଆଗାମୀ ୧୮ ତାରିଖରେ ସ୍ପଷ୍ଟ କରିବେ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Gen Zଙ୍କ ସହ Gen Alphaଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି, ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ Gen Z ଏବଂ Gen Alphaଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri