ବାଲିଯାତ୍ରା: ୮ ଦିନରେ ୮୬୮ ପ୍ଲଟ୍‌ ପଞ୍ଜୀକରଣ

କଟକ ଅଫିସ,୧୬ା୧୦: ଓଡ଼ିଶାର ଐତିହ୍ୟ ସହ ଜଡ଼ିତ ବାଲିଯାତ୍ରା ଏବେ ବ୍ୟବସାୟ ତଥା ମନୋରଞ୍ଜନର ଭିତ୍ତିଭୂମି ପାଲଟିଛି। ଚଳିତବର୍ଷ ବାଲିଯାତ୍ରାରୁ ଜିଲା ପ୍ରଶାସନ ରେକର୍ଡ ପରିମାଣର ଆୟ ବୃଦ୍ଧି ନିମନ୍ତେ ଲକ୍ଷ୍ୟ ରଖିଛି। ଯାହାକି ଅନ୍‌ଲାଇନ୍‌ ମାଧ୍ୟମରେ ବାଲିଯାତ୍ରା ପଡ଼ିଆର ପ୍ଲଟ୍‌ଗୁଡ଼ିକୁ ପ୍ରଦର୍ଶିତ କରି ବ୍ୟବସାୟୀଙ୍କ ଇଚ୍ଛା ମୁତାବକ ଲିଜ୍‌ ନେବା ନିମନ୍ତେ ହୋଇଥିବା ନିଲାମ ପ୍ରକ୍ରିୟାରୁ ସ୍ପଷ୍ଟ ହୋଇଛି। ନିଲାମ ପ୍ରକ୍ରିୟାକୁ ବିରୋଧ କରି ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ଜିଲା ପ୍ରଶାସନ ଦ୍ୱାରା ବ୍ୟବସାୟୀଙ୍କୁ ପ୍ଲଟ୍‌ ଆବଣ୍ଟନ ନିମନ୍ତେ ପଞ୍ଜୀକରଣ ପ୍ରକ୍ରିୟା ଅକ୍ଟୋବର ୮ରୁ ୧୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା। ହେଲେ ଅସମ୍ଭବ ଭିଡ ଯୋଗୁ ଏହି ପ୍ରକ୍ରିୟାକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଜିଲା ପ୍ରଶାସନ ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି। ତେବେ ୧୯ ତାରିଖରୁ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ପ୍ଲଟ୍‌ ଆବଣ୍ଟନ ନିମନ୍ତେ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିରେ ବର୍ଗଫୁଟ୍‌ ପ୍ରତି ସର୍ବନିମ୍ନ ୫୦ ଟଙ୍କା ଦର ରହିଥିବାବେଳେ ନିଲାମ ଡାକିବାବେଳେ ୫ଟଙ୍କା ହିସାବରେ ବଢ଼ାଇବାର ନିୟମ ରହିଛି। ଏହି କ୍ରମରେ ଶନିବାର ୯୦ଟି ଆବେଦନ ଗ୍ରହଣ କରାଯାଇଥିବାବେଳେ ମୋଟ ୧୪୦ଟି ପ୍ଲଟ୍‌ ପଞ୍ଜୀକୃତ ହୋଇଛି। ଗତ ୮ରୁ ୧୫ ତାରିଖ ଯାଏ ମୋଟ ୮୬୮ଟି ପ୍ଲଟ ନିଲାମ ପାଇଁ ପଞ୍ଜୀକରଣ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଏଥର କଟକ ବାଲିଯାତ୍ରାକୁ ସ୍ବଚ୍ଛ, ସବୁଜ ଓ ଭିଡ଼ମୁକ୍ତ କରିବା ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତଦନୁସାରେ ଅକ୍ଟୋବର ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ନିର୍ମଳ ଓ ସବୁଜ ବାଲିଯାତ୍ରା ଅଭିଯାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ପ୍ରତିଦିନ ଅପରାହ୍ନ ସାଢେ ୪ଟାରେ ମହାନଦୀ କୂଳର ଡଙ୍ଗା ଘାଟଠାରୁ ଗଡ଼ଗଡ଼ିଆ ଘାଟ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କରାଯିବ। ମହାନଦୀ ଆଳତିରେ କାର୍ଯ୍ୟକ୍ରମ ଶେଷ ହେବ। ଇତିମଧ୍ୟରେ ଦୀପାବଳି ଅମାବାସ୍ୟା ଦିନ ଉକ୍ତ କାର୍ଯ୍ୟକ୍ରମକୁ ବାଦ୍‌ ଦିଆଯାଇଛି। ଅନ୍ୟପକ୍ଷରେ ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚରେ ସାମିଲ ହୋଇଥିବା ଅଲ୍‌ ଓଡ଼ିଶା ଟେଣ୍ଟ୍‌ ଆଣ୍ଡ୍‌ ସପ୍ଲାୟର ଓନର୍ସ ଆସୋସିଏଶନ, କଟକ କ୍ଲଥ ଆଣ୍ଡ୍‌ ଲାଇଟ୍‌ ସପ୍ଲାୟର୍ସ ଆସୋସିଏଶନ, ବାଲିଯାତ୍ରା ବ୍ୟବସାୟୀ ସଂଘ, ମୀନାବଜାର ମହାସଂଘ ପ୍ରଶାସନ ନିଲାମ ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ ପ୍ରଭାବିତ ହେବା ଆଶଙ୍କା ଥିବାରୁ ବାଲିଯାତ୍ରା ବର୍ଜନ କରିବା ନିଷ୍ପତ୍ତି ସମ୍ପର୍କରେ ଆଗାମୀ ୧୮ ତାରିଖରେ ସ୍ପଷ୍ଟ କରିବେ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri