‘ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ତଦନ୍ତ କରୁ ଇଡି’

କଟକ ଅଫିସ,୧୫ା୧୦: ବହୁଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲା ଏବେ ହାଇକୋର୍ଟରେ ପହଞ୍ଚତ୍ଛି। ପୋଲିସ ତଦନ୍ତ ଆଗେଇ ପାରୁ ନ ଥିବାରୁ ମାମଲାର ତଦନ୍ତ ଭାର କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ଏ ସମ୍ପର୍କିତ ଜନସ୍ବାର୍ଥ ମାମଲା ରୁଜୁ କରାଯାଇ ଏହି ନିବେଦନ କରାଯାଇଛି। ଏଥିରେ ଇଡି ନିର୍ଦ୍ଦେଶକ, କେନ୍ଦ୍ର ଅର୍ଥ ସଚିବ, ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଆବେଦନରେ ଦର୍ଶାଯାଇଛି , କଳାହାଣ୍ଡି ଜିଲା ଲାଞ୍ଜିଗଡ଼ର ଏକ ଗରିବ ପରିବାରରୁ ଆସି ଭୁବନେଶ୍ୱରରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ ଅର୍ଚ୍ଚନା ନାଗ। ବିବାହିତା ମହିଳା ହୋଇଥିଲେ ମଧ୍ୟ ନିଜେ ଯୌନ କାର୍ଯ୍ୟରେ ଜଡ଼ିତ ହେବା ସହ ଦିଲ୍ଲୀ, ମୁମ୍ବାଇ, କୋଲକାତାରୁ ଦେହଜୀବୀ ଆଣି ନିଜ ଘର ଓ ହୋଟେଲରେ ଯୌନ କାର୍ଯ୍ୟରେ ସାମିଲ କରାଉଥିଲେ। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇ ବ୍ଲାକ୍‌ମେଲ କରି ରାଜନେତା, ବ୍ୟବସାୟୀ, ପୋଲିସ ଅଧିକାରୀ, ପ୍ରଶାସନିକ ଅଧିକାରୀ, ରେଳ ଅଧିକାରୀ, ସିନେମା ପ୍ରଯୋଜକ, ବିଲଡର ଓ ଅନ୍ୟାନ୍ୟ ଧନଶାଳୀ ବ୍ୟକ୍ତିଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଉଥିଲେ। ୨୦୧୬ରେ ପ୍ରଥମେ ଖଣ୍ଡଗିରି ଥାନା ଅଞ୍ଚଳର ଏକ ଭଡ଼ା ଘରେ ରହି ବିଉଟି ପାର୍ଲରରେ କାର୍ଯ୍ୟ କରିଥିଲେ। ସେହି ସମୟରେ ଘର ମାଲିକଙ୍କୁ ସେକ୍ସ ଜାଲରେ ଫସାଇ ମୋଟା ଅଙ୍କର ଅର୍ଥ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ଫସାଇ ପ୍ରଚୁର ଅର୍ଥ ରୋଜଗାର କରିଥିଲେ। ସେହି ଅର୍ଥରେ ସେ ଭୁବନେଶ୍ୱର ସତ୍ୟ ବିହାରରେ ରାଜକୀୟ ପ୍ରାସାଦ, ଫାର୍ମ ହାଉସ, ପୁରୁଣା କାର ଶୋରୁମ, ଗାଁରେ ସରକାରୀ ଜମିରେ ବିରାଟ ଅଟାଳିକା, କୋଟି କୋଟି ଟଙ୍କାର ସୁନା ଓ ହୀରା ଅଳଙ୍କାର, ଦାମୀଦାମୀ କାର ଆଦି କରିପାରିଛନ୍ତି। ତାଙ୍କ କଳା ସାମ୍ରାଜ୍ୟରେ ଶାସକ ଦଳର ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ପୋଲିସ ଉଚ୍ଚ ଅଧିକାରୀ, ପ୍ରଭାବଶାଳୀ ଆଇଏଏସ୍‌, ସୁନା ବ୍ୟବସାୟୀ, ବିଲଡର ଓ ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତି ଜଡ଼ିତ ଥିବାବେଳେ କୋଟି କୋଟି ଟଙ୍କାର ଆର୍ଥିକ କାରବାର ହୋଇଛି। ଥାନାରେ ଅର୍ଚ୍ଚନା ସମେତ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ ହୋଇଛି। ଅର୍ଚ୍ଚନାଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରି ଜେଲ ପଠାଇଥିଲେ ବି ତଦନ୍ତ ଆଗେଇ ପାରିନାହିଁ। ରାଜ୍ୟ ପୋଲିସ ମାମଲାର ତଦନ୍ତ ଠିକ ଭାବେ କରିପାରିବେ ନାହିଁ। ଓଡ଼ିଶା ଭଳି ଏକ ଗରିବ ରାଜ୍ୟରେ ଲୋକେ ସ୍ବାସ୍ଥ୍ୟ, ଶିକ୍ଷା, ବାସଗୃହ ଓ ଖାଦ୍ୟ ନ ପାଇ ଭୋକ ଉପାସରେ ମୃତ୍ୟୁବରଣ କରୁଥିବାବେଳେ ସେମାନଙ୍କ ଟଙ୍କାରେ ନେତା, ମନ୍ତ୍ରୀ, ଅଫିସର ଯୌନ କାମନା ମେଣ୍ଟାଉଛନ୍ତି। ତେଣୁ ଇଡି ଦ୍ୱାରା ମାମଲାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଅର୍ଚ୍ଚନାଙ୍କ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରି ସରକାରୀ ତହବିଲରେ ମିଶାଇବା ପାଇଁ ନିବେଦନ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଥର ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଷ୍ଣୁବ୍ରତ

ବାସୁଦେବପୁର,୨୯ା୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପୁନର୍ବାର ଏହି ନିର୍ବାଚନ ମଣ୍ଡଳୀରୁ...

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri