ଜଙ୍ଗଲରୁ ମହିଳା କ୍ରିକେଟରଙ୍କ ଝୁଲନ୍ତା ମୃତଦେହ ଜବତ

କଟକ ଅଫିସ/ଖୁଣ୍ଟୁଣୀ (ଡି.ଏନ.ଏ.),୧୪ା୧: ଦୁଇ ଦିନ ହେବ ନିଖୋଜ ଥିବା ସିନିୟର ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ(୨୬)ଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲରୁ ପୋଲିସ ଜବତ କରିଛି। ମୃତଦେହ ଝୁଲୁଥିବା ସ୍ଥାନଠାରୁ କିଛି ଦୂରରେ ରାଜଶ୍ରୀ ବ୍ୟବହାର କରୁଥିବା ଏକ ସ୍କୁଟି ଓ ସ୍କୁଟି ଡିକିରୁ ଡାଇରି ମିଳିଛି। ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ। ମଙ୍ଗଳାବାଗ ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ଗୁରୁଡ଼ିଝାଟିଆ ପୋଲିସ ସହାୟତାରେ ଘଟଣାର ତଦନ୍ତ ଚଳାଇଛି। ଏସ୍‌ସିବି ମେଡିକାଲରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ତାଙ୍କ ମୁଣ୍ଡ ଓ ମୁହଁରେ କ୍ଷତଚିହ୍ନ ରହିଛି। ତାଙ୍କ ବାମ ଗୋଡ ଚପଲ ଗଛରେ ଲାଗିଥିବାବେଳେ ଡାହାଣ ଗୋଡ ଭୂଇଁରେ ଲାଗିଥିବା ଓ ଚପଲଟି ତଳେ ପଡିଥିବା ଦେଖିବାକୁ ମିଳିଥିଲା। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
ପୁରୀ ଜିଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ଭୁଆଗାଁର ଗୁଣନିଧି ସ୍ବାଇଁଙ୍କ ଝିଅ ରାଜଶ୍ରୀ ତାଙ୍କ କୋଚ୍‌ଙ୍କ ମାଧ୍ୟମରେ କଟକଠାରେ କ୍ରିକେଟ ପ୍ରଶିକ୍ଷଣ ଶିବିରରେ ଥିଲେ। ଆସନ୍ତା ୧୫ରେ ପଣ୍ଡିଚେରୀଠାରେ ହେବାକୁ ଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟର ପ୍ରଥମ ୩ଟି ମ୍ୟାଚ୍‌ ପାଇଁ କଟକ ବଜ୍ରକବାଟି ରୋଡ଼ଠାରେ ୨୫ ଜଣ ଖେଳାଳିଙ୍କୁ ନେଇ ଏକ ଶିବିର ଚାଲିଥିଲା। ଗତ ୧୦ ତାରିଖରେ ଓଡ଼ିଶା ଦଳର ନାମ ତାଲିକା ଘୋଷଣା ହୋଇଥିଲା। ହେଲେ ରାଜଶ୍ରୀଙ୍କ ନାମ ସେଥିରେ ନ ଥିଲା। ଏହା ଜାଣିବା ପରେ ସେ ହତୋତ୍ସାହିତ ହୋଇ ପଡ଼ିଥିଲେ। ୧୧ ତାରିଖ ସକାଳେ ତାଙ୍କୁ ଅଭ୍ୟାସ ପାଇଁ ଟାଙ୍ଗୀସ୍ଥିତ ଡ୍ରିମ୍ସକୁ ଯିବାକୁ କହିବାରେ ସେ ଘରକୁ ଯାଉଛନ୍ତି କହି ପଳାଇ ଆସିଥିଲେ। ତା’ପରଠାରୁ ସେ ନ ଫେରିବାରୁ କୋଚ୍‌ ପୁଷ୍ପାଞ୍ଜଳି ବାନାର୍ଜୀ ତାଙ୍କ ଘର ସହ ଯୋଗାଯୋଗ କରିଥିଲେ। ହେଲେ ସେ ନିଜ ଘରେ କିମ୍ବା କଟକ ସିଡିଏସ୍ଥିତ ଭଡାଘରେ ନ ଥିବା କୋଚ୍‌ ଜାଣିବାକୁ ପାଇଥିଲେ। ଏହାପରେ ସେ ରାଜଶ୍ରୀଙ୍କ ନିଖୋଜ ନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ରାଜଶ୍ରୀ ମୋବାଇଲର ଲୋକେସନ ଠାବ କରିବାକୁ ପୋଲିସ ଉଦ୍ୟମ କରିଥିଲା। ଖୁଣ୍ଟୁଣୀ ବନାଞ୍ଚଳର ଜଣେ ହାତୀ ଟ୍ରାକର ୧୨ ତାରିଖ ସକାଳୁ ବ୍ରାହ୍ମଣବସ୍ତ ଜଙ୍ଗଲ ମଧ୍ୟରେ ସନ୍ଦେହଜନକ ଭାବେ ଏକ ସ୍କୁଟି ଥୁଆ ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଗୁରୁଡ଼ିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ଏନେଇ ମଙ୍ଗଳାବାଗ ପୋଲିସକୁ ଜଣାଇଥିଲେ। ସାରେ ଉଭୟ ପୋଲିସ ଜଙ୍ଗଲରେ ସ୍କୁଟି ଦେଖି ବହୁ ଖୋଜାଖୋଜି କରିଥିଲେ ମଧ୍ୟ କିଛି ପାଇ ନ ଥିଲେ। ହାତୀଙ୍କ ଚଳାଚଳ ସମୟ ହୋଇଥିବାରୁ ପୋଲିସ ଫେରିଆସିଥିଲା। ପୁଣି ଶୁକ୍ରବାର ସକାଳୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟି ଥିବା ସ୍ଥାନରୁ ପ୍ରାୟ ୩୦୦ ଶହ ମିଟର ଦୂର ଏକ ଗଛରେ ରାଜଶ୍ରୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲା। ମଧ୍ୟାହ୍ନରେ ସାଇଣ୍ଟିଫିକ ଟିମ୍‌ ଓ ମାଜିଷ୍ଟ୍ରେଟଙ୍କ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଗୁରୁଡ଼ିଝାଟିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ରଞ୍ଜନ କୁମାର ପ୍ରଧାନ କହିଛନ୍ତି। ଅପରପକ୍ଷରେ ମଙ୍ଗଳାବାଗ ଥାନାଧିକାରୀ ସୁଧାଂଶୁ ଜେନା କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଏହା ଆତ୍ମହତ୍ୟା କି ନୁହେଁ ସ୍ପଷ୍ଟ ହେବ।
ଅପରପକ୍ଷରେ ରାଜଶ୍ରୀଙ୍କୁ ମାରି ଝୁଲାଇ ଦିଆଯାଇଥିବା ଓ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା କହିଛନ୍ତି, ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ। ବର୍ତ୍ତମାନର ପ୍ରଦର୍ଶନ, ପୂର୍ବ ରେକର୍ଡକୁ ଆଧାର କରି ଚୟନ କରାଯାଏ। ରାଜଶ୍ରୀ ୨୫ ଜଣଙ୍କ ଭିତରେ ଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଚୟନ ହୋଇଥିବା ୧୬ ଜଣଙ୍କ ଭିତରେ ସେ ନ ଥିଲେ। ପ୍ରଥମ ୩ଟି ମ୍ୟାଚ ପାଇଁ ୧୬ ଜଣିଆ ଟିମ ଚୟନ କରାଯାଇଥିଲା। ରାଜଶ୍ରୀଙ୍କ ମୃତ୍ୟୁ ଖବର ଶୁଣି ଆମେ ମର୍ମାହତ। ଓସିଏର ଜଣେ ପଞ୍ଜୀକୃତ ଖେଳାଳିଙ୍କୁ ଆମେ ହରାଇଲୁ। କୌଣସି ଖେଳାଳି ଏପରି ଚରମ ପଦକ୍ଷେପ ନ ନେବାକୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ଥମିବ ପ୍ରଚାର

ଭୁବନେଶ୍ୱର,୧୧।୫: ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ମେ’ ୧୩ ଅନୁଷ୍ଠିତ ହେବ। ତେବେ ମତଦାନ ପାଇଁ ଆଜି ପ୍ରଚାର ସରିବ । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର...

ନାମାଙ୍କନ ଦାଖଲ ବେଳେ ସାମ୍ନାକୁ ଆସିଲା ବଡ଼ ସତ୍ୟତା, ବର୍ଷାଙ୍କର ରହିଛି ୮ ନାଁ

ଭୁବନେଶ୍ୱର,୧୧।୫: ବଡ଼ଚଣା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶୁକ୍ରବାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବର୍ଷା ଦାଖଲ କରିଥିବା ସତ୍ୟପାଠ...

ଇନ୍‌ଷ୍ଟାଗ୍ରାମ୍‌ରେ ପାଣ୍ଡିଆନ୍‌

ଭୁବନେଶ୍ୱର, ୧୧।୫(ଅନିଲ ଦାସ): ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳର ନିର୍ବାଚନ ଇସ୍ତାହାର ସମ୍ପର୍କରେ ଯୁବପିଢ଼ିଙ୍କୁ ସୂଚନା ଦେଇ ଭୋଟ...

ଧର୍ମେନ୍ଦ୍ର ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି: ଲେନିନ୍‌

ସମ୍ବଲପୁର,୧୧ା୫(ପ୍ରମୋଦ ବହିଦାର): ଆଗାମୀ ୧୨ ବର୍ଷ ମଧ୍ୟରେ ଓଡ଼ିଶାକୁ ସମଗ୍ର ଦେଶରେ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ପ୍ରଣବ-ଧର୍ମେନ୍ଦ୍ର କୋଳାକୋଳି

ସମ୍ବଲପୁର,୧୧।୫ (ଭବାନୀଶଙ୍କର ଭୋଇ): ପବିତ୍ର ଅକ୍ଷୟତୃତୀୟା ଅବସରରେ ସମ୍ବଲପୁରର ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠାପର୍ବ ସମ୍ପନ୍ନ ହୋଇଛି। ତେବେ ଥାଳଉଠା ପର୍ବ ଅବସରରେ ସମ୍ବଲପୁରର...

ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ, ରାଜଗାଙ୍ଗପୁର, ରାଉରକେଲା୧୧ା୫(ଜୟ ନାରାୟଣ ମେଣ୍ଡୁଳି/ ଅଶୋକ ପାଣି/ ଦିନେଶ ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କୁ ଭଲ ପାଆନ୍ତି। ରାଜ୍ୟର ସବୁ ବର୍ଗର ଲୋକଙ୍କ...

ଭାଜପା ସରକାର ଆସିଲେ ରାମରାଜ୍ୟ ହେବ: ରାଜନାଥ

ରଣପୁର,୧୧ା୫(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ବିଜୟ ସଂକଳ୍ପ ସମାବେଶ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ଗର୍ଭବତୀଙ୍କୁ ୪ କି.ମି. ଚଲାଇନେଲେ

ଭବାନୀପାଟଣା,୧୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଜନନୀ ଯନ୍ତ୍ରଣାର ଏକ ଚିତ୍ର ସାମ୍‌ନାକୁ ଆସିଛି। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri