ଟି-ବ୍ରିଜ୍‌ରେ ଦଳାଚକଟା

ବଡ଼ମ୍ବା (ଡି.ଏନ୍‌.ଏ.)/ଆଠଗଡ଼(ସ୍ବ.ପ୍ର.)/କଟକ ଅଫିସ୍‌,୧୫।୧: ମକର ସଂକ୍ରାନ୍ତିରେ କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ଟି-ବ୍ରିଜ୍‌ରେ ଅଘଟଣ ଘଟିଛି। ବଡ଼ମ୍ବା ଥାନା ଅନ୍ତର୍ଗତ ସିଂହନାଥ ମନ୍ଦିରକୁ ସଂଯୋଗ କରୁଥିବା ଏହି ବ୍ରିଜ୍‌ ଉପରେ ଅସମ୍ଭାଳ ଭିଡ଼ ହେବାରୁ ଦଳାଚକଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତ ମହିଳା ହେଲେ ଜୟନ୍ତୀ ସ୍ବାଇଁ। ତାଙ୍କ ଘର ବାଙ୍କୀ ଡମପଡ଼ା ଅଞ୍ଚଳରେ। ଆହତମାନଙ୍କୁ ପ୍ରଥମେ ବଡ଼ମ୍ବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ୩ଜଣଙ୍କୁ କଟକ ବଡ଼ମେଡିକାଲ ଏବଂ ୨ଜଣଙ୍କୁ ଆଠଗଡ଼ ଉପଖଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ଘର ବଡ଼ମ୍ବା, ନରସିଂହପୁର, ତିଗିରିଆ, ବାଙ୍କୀ ଓ ଆଠଗଡ଼ ଅଞ୍ଚଳରେ। ସେମାନଙ୍କ ମଧ୍ୟରେ ମହିଳା, ପୁରୁଷ ଏବଂ ଛୋଟ ପିଲା ରହିଛନ୍ତି। ଦଳାଚକଟା ପରିସ୍ଥିତି ପାଇଁ ଶ୍ରଦ୍ଧାଳୁ ଏବଂ ଆହତଙ୍କ ସମ୍ପର୍କୀୟମାନେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି। ସିଂହନାଥଙ୍କୁ ଦର୍ଶନ କରିବା ପାଇଁ ଦେଢ଼ ଲକ୍ଷ ଲୋକଙ୍କ ଆଗମନ ହୋଇଥିବାବେଳେ ବ୍ରିଜ୍‌ ଏବଂ ପୀଠରେ ମାତ୍ର ୩ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଥିଲା। ସେଥିରୁ ଅଧିକାଂଶ ପୋଲିସ ମନ୍ଦିର ନିକଟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମଠାରେ ଉପସ୍ଥିତ ଥିବାରୁ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରି ନ ଥିଲା। ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ। ଚଳିତବର୍ଷ ଜିଲା ପରିଷଦ ସଭ୍ୟ ରବୀନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହେଉଥିଲା। ଏଥିରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସହଯୋଗ ରହିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଅତିଥି ଭାବେ ଯୋଗଦେଇଥିଲେ। କିନ୍ତୁ ପୋଲିସ ଓ ପ୍ରଶାସନ ଭିଡ଼କୁ ଦୃଷ୍ଟିରେ ନ ରଖି ସାଂସ୍କୃତିକ କାର୍ଯ୍ୟକ୍ରମରେ ମନ ଦେଇଥିଲା। ଫଳରେ ଏହି ଦୁଃଖଦ ଘଟଣା ଘଟିଲା ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ କହିଛନ୍ତି ଯେ ଲୋକଙ୍କ ଭିଡ଼ ଆଶାତୀତ ହେବାରୁ ଏଭଳି ଅଭାବନୀୟ ସ୍ଥିତି ସୃଷ୍ଟି ହେଲା। ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ଅଧିକାରୀ ଏବଂ ପୋଲିସ ପ୍ଲାଟୁନକୁ ପଠାଯାଇଛି। ଏପରି କି ସେଠାରେ ୧୪୪ ଧାରା ଜାରି କରିବାକୁ ଜିଲାପାଳ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ମହାନଦୀ ମଧ୍ୟରେ ଥିବା ସିଂହନାଥ ଦେବଙ୍କ ପୀଠରେ ମକର ସଂକ୍ରାନ୍ତିରେ ମକର ମେଳା ଅନୁଷ୍ଠିତ ହୋଇଥାଏ। ପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତ୍ୟେକ
ବର୍ଷ ବହୁ ଶ୍ରଦ୍ଧାଳୁ ନଦୀ ଭିତରେ ଚାଲି ଚାଲି ଯାଇଥାନ୍ତି। ଏପରି କି କେତେକେ ଡଙ୍ଗା ମାଧ୍ୟମରେ ଯାଇଥାନ୍ତି। ୨୦୨୧ ଡିସେମ୍ବର ୨୦ରେ ବଡ଼ମ୍ବା, ବୈଦେଶ୍ୱର ଏବଂ ନଦୀ ମଝିରେ ଥିବା ସିଂହନାଥ ପୀଠକୁ ସଂଯୋଗ କରିବାକୁ ମହାନଦୀରେ ଏକ ଟି-ସେତୁ ନିର୍ମାଣ ହୋଇଥିଲା। ଗତବର୍ଷ କରୋନା ଯୋଗୁ ଦର୍ଶନ ଉପରେ କଟକଣା ଥିବାରୁ ଚଳିତବର୍ଷ ଜନଗହଳି ହେବ ବୋଲି ଅନୁମାନ କରାଯାଇଥିଲା। ବୈଦେଶ୍ୱର ପଟୁ ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ଉଭୟ ବ୍ରିଜ୍‌ ଏବଂ ଫେୟାର ଓ୍ବେଦର(ବାଲିରେ ଚଲା ରାସ୍ତା)ର ବ୍ୟବସ୍ଥା କରାଯାଇଥିଲା। ମକର ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି ୩ ଦିନିଆ ମେଳାର ପ୍ରଥମ ଦିନ ଅର୍ଥାତ୍‌ ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗହଳି ସ୍ବାଭାବିକ ଥିଲା। ଏହା ପରଠାରୁ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଥିଲା। ଅଧିକାଂଶ ଲୋକ ବାଲି ଚଲା ରାସ୍ତାରେ ନ ଆସି ବ୍ରିଜ୍‌ ଉପର ଦେଇ ଆସିଥିଲେ। ଫଳରେ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଜାମ୍‌ ହୋଇଯାଇଥିଲା। ଅପରାହ୍ନ ପ୍ରାୟ ୪ଟା ବେଳକୁ ପ୍ରାୟ ଦେଢ଼ରୁ ୨ଲକ୍ଷ ଲୋକଙ୍କ ଭିଡ଼ ହେବାରୁ ବ୍ରିଜ୍‌ ଉପରେ ଦଳାଚକଟା ସୃଷ୍ଟି ହୋଇଥିଲା। ଲୋକମାନେ ଆଗପଛ ହୋଇ ନ ପାରିବାରୁ ଠେଲାପେଲା ହୋଇ କେତେକେ ତଳେ ପଡ଼ିଯାଇଥିଲେ। ଏତେ ସଂଖ୍ୟାର ଲୋକଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ପୋଲିସ ନ ରହିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଆହତମାନଙ୍କୁ ବଡ଼ମ୍ବା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଜୟନ୍ତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ପ୍ରଶାସନିକ ଏବଂ ପୋଲିସ ସହଯୋଗରେ ଲୋକଙ୍କୁ କିପରି ସହଯୋଗ କରାଯାଇପାରିବ ସେଥିପାଇଁ ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି।
ଅପରପକ୍ଷରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ରାତିରେ ଏସ୍‌ସିବି ମେଡିକାଲରେ ଆହତ ଶିଶୁମାନଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଜିଲାପାଳ ଗଣମାଧ୍ୟମକୁ କହିଛନ୍ତି, ଆକଳନଠାରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ସେତୁ ଉପରକୁ ଆସିଯିବାରୁ ଏଭଳି ଅଘଟଣ ଘଟିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ତେବେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିବାବେଳେ ରେଡ୍‌କ୍ରସ ପାଣ୍ଠିରୁ ଆହତଙ୍କୁ ୧୦ ହଜାର ଓ ମୃତକ ପରିବାରକୁ ୨୦ ହଜାର ଟଙ୍କା ସହାୟତା ଦିଆଯିବ ବୋଲି ଜିଲାପାଳ କହିଛନ୍ତି। ଅପରପକ୍ଷରେ ଏସ୍‌ସିବି ମେଡିକାଲର ଅଧୀକ୍ଷକ ଡା. ସୁଧାଂଶୁ ମିଶ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଏସ୍‌ସିବିରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ବେକ ସମେତ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ହୋଇଛି। ସେହିପରି ଅନ୍ୟ ଜଣେ ଶିଶୁଙ୍କ ସିଟି ସ୍କାନ କରାଯାଇଥିବାବେଳେ ଆଉ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଆହତମାନଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଏସ୍‌ସିବିରେ ଉପଲବ୍ଧ ରହିଛି। ଆବଶ୍ୟକ ଅନୁସାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ତେବେ ସର୍ଜରି, ଅର୍ଥୋପେଡିକ ଓ ନ୍ୟୁରୋସର୍ଜରି ବିଭାଗର ଡାକ୍ତର ଚିକିତ୍ସା ପାଇଁ ପ୍ରସ୍ତୁତ ଅଛନ୍ତି। ଆହୁରି ଅନ୍ୟ ଆହତମାନେ ଏସିବି ଆସୁଥିବା ଖବର ଥିବାରୁ ସେମାନଙ୍କ ଚିକିତ୍ସାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଶୋକ: ମୃତକଙ୍କ ଆତ୍ମୀୟଙ୍କ ପାଇଁ ୫ ଲକ୍ଷର ଅନୁକମ୍ପା ସହାୟତା ଘୋଷଣା
ଭୁବନେଶ୍ୱର,୧୪ା୧(ବ୍ୟୁରୋ)-ମକର ମେଳାରେ କଟକ ଜିଲା ବଡ଼ମ୍ବା ସିଂହନାଥ ପୀଠରେ ଶନିବାର ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri