ନିଶା ଖାଇବାକୁ ଟଙ୍କା ନ ଦେବାରୁ ବୃଦ୍ଧ ପିତାଙ୍କୁ ମାରିଲେ ପୁଅ
ଆଠଗଡ଼,୩୦।୪(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ବେଣ୍ଟପଦା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ଅପର୍ତ୍ତି ମହାନ୍ତିଙ୍କ ଲୁହାଛଡ଼ ଆକ୍ରମଣରେ ବୃଦ୍ଧ ପିତା ବାଲୁକେଶ୍ୱର ମହାନ୍ତି (୭୫)ଙ୍କର ମୃତ୍ୟୁ ଘଟିଛି। ଖବରପାଇ ଆଠଗଡ଼ ପୋଲିସ…
ରାସ୍ତା ନିର୍ମାଣରେ ଅନିୟମିିତତା
ନିଶ୍ଚିନ୍ତକୋଇଲି,୩୦।୪(ସ୍ବ.ପ୍ର.) ଗମନାଗମନର ସୁବିଧା ପାଇଁ ସରକାର ରାସ୍ତାଗୁଡିକୁ ପ୍ରଶସ୍ତୀକରଣ ଓ ଦୋହରାକରଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଛି। ଏ ନେଇ ପଞ୍ଚାୟତର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ…
ଗୁପ୍ତଧନ ଆଶା ଦେଖାଇ ଠକି ନେଇଥିଲେ ୬୨ ଲକ୍ଷ
କଟକ ଅଫିସ,୨୯।୪: କଟକ ସହରରେ ବି ଲୋକେ ଅନ୍ଧବିଶ୍ୱାସରେ ବୁଡ଼ି ରହିଛନ୍ତି। ଗୁଣିଗାରେଡ଼ି ମାଧ୍ୟମରେ ଗୁପ୍ତଧନ ପାଇବା ଆଶାରେ ଠକ ଯୁବକଙ୍କ ହାବୁଡ଼ରେ ପଡ଼ିଥିଲେ ରାଣୀହାଟ ଅଞ୍ଚଳର ଜଣେ ମହିଳା। ତାନ୍ତ୍ରିକ ସାଜି ମହିଳାଙ୍କଠାରୁ ୬୨ ଲକ୍ଷ ଟଙ୍କା ଠକି ନେଇଥିବା…
ଅଲୋଡ଼ା ମଧୁସୂଦନ ସଂଗ୍ରହାଳୟ
କଟକ ଅଫିସ,୨୮ା୪: ଶୁକ୍ରବାର ମଧୁବାବୁଙ୍କ ଜୟନ୍ତୀ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହେଲେ ତାଙ୍କ ସ୍ମୃତିରେ ନିର୍ମାଣ କରାଯାଇଥିବା କଟକ ଚଣ୍ଡୀଛକସ୍ଥିତ ମଧୁସୂଦନ ସଂଗ୍ରହାଳୟ ଏବେ ଅସ୍ଥିତ୍ୱ ହରାଇବାରେ ଲାଗିଛି। ରାତି ପାହିଲେ ଜୟନ୍ତୀ, ହେଲେ ଗୁରୁବାର ସଂଗ୍ରହାଳୟ…
କାଓନୋମିକ୍ସ ଟେକ୍ନୋଲୋଜିରେ ପୁନରୁଦ୍ଧାର ହେବ ଜଳାଶୟ
କଟକ ଅଫିସ,୨୮ା୪: କଟକ ସହରରେ ଅଧିକାଂଶ ଜଳାଶୟ ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ମଶାବଂଶ ବୃଦ୍ଧି ପାଉଛି। ଫଳରେ କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଏକ ଅଭିନବ ଉପାୟରେ ଜଳାଶୟଗୁଡିକୁ ବିଶୋଧନ କରି ବ୍ୟବହାର ଉପଯୋଗୀ ପାଇଁ ଯୋଜନା କରାଯାଇଛି। ଏନେଇ…
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ, ପୋଲିସ କମିଶନରଙ୍କୁ ନୋଟିସ
କଟକ ଅଫିସ,୨୬।୪: କଟକ, ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଅଧିକାଂଶ ବାୟୁ ପ୍ରଦୂଷଣ ଗାଡ଼ି ଚଳାଚଳ ଯୋଗୁ ହେଉଥିବା ନେଇ ଆଇନଜୀବୀ ଶିବଶଙ୍କର ମହାନ୍ତି ଓଡ଼ିଶା ମାନବାଧିକାର କମିଶନ (ଓଏଚ୍ଆରସି)ରେ ଏକ ମାମଲା…
ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ
କଟକ ଅଫିସ,୨୬।୪: ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗରେ ୫ ସଦସ୍ୟ ପଦ ଖାଲି ପଡ଼ିବା ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ବିଚାରପତି ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ…
ପଙ୍କୋଦ୍ଧାର ବିଳମ୍ବକୁ ନେଇ ଅସନ୍ତୋଷ
କଟକ ଅଫିସ,୨୬।୪: କଟକ ମହାନଗର ନିଗମ(ସିଏମ୍ସି)ର ବିଭିନ୍ନ ଓ୍ବାର୍ଡରେ ଦୁଇଟି ପର୍ଯ୍ୟାୟରେ ପଙ୍କୋଦ୍ଧାର କରାଯିବା କଥା। ଏଥିପାଇଁ ୩ଟି ଘରୋଇ ସଂସ୍ଥା(ମଞ୍ଜୁ, ପ୍ରତ୍ୟୁଷ ଓ ଜାଗୃତି)କୁ ଦାୟିତ୍ୱ ଦିଆଯାଇଛି। ହେଲେ ଏପ୍ରିଲ ମାସ ଶେଷ ହେବାକୁ ବସିଥିବାବେଳେ ପ୍ରଥମ ପର୍ଯ୍ୟାୟ ପଙ୍କୋଦ୍ଧାର…
ମାଟ୍ରିକ୍ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି ପ୍ରସଙ୍ଗ: ‘ବି’ ସେଟ୍ ପରୀକ୍ଷାର୍ଥୀଙ୍କୁ ୧୭ ମାର୍କ ମିଳିବା ଖବର ମିଥ୍ୟା: ରାମାଶିଷ
‘ବି’ ସେଟ୍ ପରୀକ୍ଷାର୍ଥୀଙ୍କୁ ୧୭ ମାର୍କ ମିଳିବା ଖବର ମିଥ୍ୟା: ରାମାଶିଷ କଟକ ଅଫିସ,୨୫ା୪- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ମୁଦ୍ରଣ ଜନିତ ତ୍ରୁଟି ପାଇଁ ସାମାଜିକ ବିଜ୍ଞାନ ‘ବି’ ସେଟ୍ ଛାତ୍ରୀଛାତ୍ରଙ୍କୁ ୧୭…
ମେ ପହିଲାରୁ ବଢ଼ିବ ଛେନା ଓ ପନିର୍ ମୂଲ୍ୟ
କଟକ ଅଫିସ,୨୫।୪: ଆସନ୍ତା ମେ ପହିଲାରୁ ଦୁଗ୍ଧ ଜାତ ଦ୍ରବ୍ୟ ଛେନା, ପନିର୍ ଓ ଖୁଆର ମୂଲ୍ୟ ମହଙ୍ଗା ହେବ। କଟକ ଜିଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘର ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଓମ୍ଫେଡ କ୍ଷୀର ଲିଟର ପ୍ରତି…
ରତ୍ନଭଣ୍ଡାର ଚାବି ହଜିବା ଘଟଣା: ଦୁଇପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ
କଟକ ଅଫିସ,୨୫।୪: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଯେଉଁ ନ୍ୟାୟିକ ତଦନ୍ତ ହୋଇଥିଲା, ତାର ରିପୋର୍ଟ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଦାୟର ମାମଲାର ମଙ୍ଗଳବାର ଶୁଣାଣି ହୋଇଛି । ମାମଲାର ଦୁଇ ପକ୍ଷ ମୁଖ୍ୟ ଶାସନ ସଚିବ ଏବଂ ଆଇନ…
ବାଣୀପଦାରେ ପାଉଁଶ ନ ପକାଇବାକୁ ଦାବି
ମଙ୍ଗୁଳି-ଜଗତପୁର, ୨୫।୪(ଡି.ଏନ୍.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ ବାଣୀପଦା ପଞ୍ଚାୟତର ସୀମାନ୍ତରେ ଦୀର୍ଘ ମାସ ହେବ ଚୌଦ୍ୱାରସ୍ଥିତ ଏକ ଘରୋଇ କମ୍ପାନୀରୁ ବାହାରୁଥିବା କୋଇଲା ପାଉଁଶ ପକାକୁ ବିରୋଧ କରି ଏଠାରେ ନ ପକାଇବାକୁ ଦାବି ହୋଇଛି। ଏ ନେଇ ସ୍ଥାନୀୟ ସମିତି…

