ଏଥର ଝିଅ ଆଗରେ

କଟକ ଅଫିସ,୧୯ା୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଏଥିସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇଛି। ଏଥର ରେକର୍ଡ ସଂଖ୍ୟକ ପାସ୍‌ ହାର ୯୬.୪୦% ରହିଛି। ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ ହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୯୫.୭୫% ରହିଛି। ୨ଲକ୍ଷ ୫୭ ହଜାର ୧୦୬ ଜଣ ଛାତ୍ରୀ ପାସ କରିଥିବା ବେଳେ ୨ ଲକ୍ଷ ୫୧ ହଜାର ୨୯୮ ଜଣ ଛାତ୍ର ପାସ କରିଛନ୍ତି। ୯୦%ରୁ ଅଧିକ ନମ୍ବର ରଖିଥିବା ଝିଅଙ୍କ ସଂଖ୍ୟା ୨,୨୫୪ ରହିଥିବା ବେଳେ ୯୦%ରୁ ଅଧିକ ନମ୍ବର ରଖିଥିବା ପୁଅଙ୍କ ସଂଖ୍ୟା ୧,୯୦୪ ରହିଛି। ୩,୨୨୨ଟି ସ୍କୁଲରେ ଶତପ୍ରତିଶତ
ପିଲା ପାସ କରିଛନ୍ତି।

କଟକ ଓ ଜଗତ୍‌ସିଂହପୁର ଜିଲାରେ ପାସ୍‌ହାର ସର୍ବାଧିକ ୯୭.୯୯% ରହିଛି। ମାଲ୍‌କାନଗିରି ଜିଲାରେ ସବୁଠାରୁ କମ୍‌ ରେଜଲ୍ଟ ହୋଇଛି। ଏଠାରେ ପାସ ହାର ୯୨.୬୩ % ରହିଛି। www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେଉଛି। ଆସନ୍ତା ୨୩ତାରିଖରୁ ରିଚେକିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।
କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଗୁରୁବାର ପୂର୍ବାହ୍ନରେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ପୁସ୍ତିକାକୁ ଉନ୍ମୋଚନ କରି ଫଳାଫଳ ପ୍ରକାଶ କରିଥିଲେ। ଚଳିତ ବର୍ଷ ପରୀକ୍ଷା ଫଳ ଭଲ ହୋଇଥିବାବେଳେ ରାଜ୍ୟରେ ୩,୨୨୨ଟି ସ୍କୁଲରେ ଶତ ପ୍ରତିଶତ ଫଳ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଗଣଶିକ୍ଷା ସଚିବ ଅଶ୍ୱଥୀ ଏସ୍‌, ବୋର୍ଡ ସଭାପତି ରାମାଶିଷ ହାଜରା ଓ ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ଚଳିତବର୍ଷ ମୋଟ ୫ଲକ୍ଷ ୨୭ହଜାର ୩୭୪ଜଣ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୫ଲକ୍ଷ ୧୬ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୮୬ଜଣଙ୍କୁ ଏମ୍‌ପି କରାଯାଇଥିବାବେଳେ ୫ଲକ୍ଷ ୮ହଜାର ୪୦୪ଜଣ ପାସ୍‌ କରିଛନ୍ତି। ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୪,୧୫୮ ଜଣ ଏ-୧ ଗ୍ରେଡରେ ପାସ୍‌ କରିଥିବାବେଳେ ୨୯ହଜାର ୮୩୮ଜଣ ଏ-୨, ୭୭ ହଜାର ୫୬୭ ଜଣ ବି-୧, ୧ଲକ୍ଷ ୧୮ ହଜାର ୭୫୦ ଜଣ ବି-୨, ୧ଲକ୍ଷ ୨୧ ହଜାର ୬୧୧ ଜଣ ସି , ୯୫ ହଜାର ୬ ଜଣ ଡି, ୬୧ ହଜାର ୪୭୪ ଜଣ ଇ ଓ ୭,୬୪୫ ଜଣ ଏଫ୍‌ ଗ୍ରେଡରେ ରହିଛନ୍ତି।
ସେହିପରି ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ଚଳିତବର୍ଷ ମଧ୍ୟମା ପରୀକ୍ଷା ନିମନ୍ତେ ୩,୬୨୭ ଜଣ ପଞ୍ଜୀକରଣ କରିଥିବାବେଳେ ୪୭୯ ଜଣ ପରୀକ୍ଷା ଦେଇ ନ ଥିଲେ। ସେଥିରୁ ୩,୧୧୭ ଜଣ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏ – ୧ରେ ୧୪ ଜଣ, ଏ – ୨ରେ ୫୮୯ ଜଣ, ବି-୧ରେ ୧୦୫୧ ଜଣ, ବି-୨ରେ ୮୩୪ ଜଣ, ସି ଗ୍ରେଡ୍‌ରେ ୪୭୫ ଜଣ, ଡି ଗ୍ରେଡ୍‌ରେ ୧୦୩ଜଣ, ଇ-ଗ୍ରେଡ୍‌ରେ ୫୧ଜଣ, ଏଫ୍‌ ଗ୍ରେଡ୍‌ରେ ୩୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତବର୍ଷ ମଧ୍ୟମା ପରୀକ୍ଷାରେ ପାସ୍‌ ହାର ୮୫.୯୪ ପ୍ରତିଶତ ରହିଛି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଦେବା ପାଇଁ ୫୦୧୮ ଜଣ ପଞ୍ଜୀକରଣ କରିଥିବାବେଳେ ୫୨୮ ଜଣ ପରୀକ୍ଷା ଦେଇ ନ ଥିଲେ। ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୭୪୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏ -୨ରେ ୨୧ ଜଣ , ବି-୧ରେ ୧୬୮ ଜଣ, ବି-୨ରେ ୭୧୬ ଜଣ, ସି ଗ୍ରେଡ୍‌ରେ ୯୧୩ ଜଣ, ଡି ଗ୍ରେଡ୍‌ରେ ୧,୨୦୪ ଜଣ, ଇ ଗ୍ରେଡ୍‌ରେ ୭୨୪ଜଣ, ଏଫ୍‌ ଗ୍ରେଡ୍‌ରେ ୭୦୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତବର୍ଷ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ପାସ୍‌ ହାର ୭୫.୦୭ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri