ରାସ୍ତାରେ ଗଛ ଉପୁଡ଼ିଲା, ଘର ଭାଙ୍ଗିଲା

କଟକ ଅଫିସ/ଖୁଣ୍ଟୁଣୀ, ୨୦ା୫(ଡି.ଏନ୍‌.ଏ.): କଟକ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଖୁବ୍‌ ଜୋରରେ ପବନ ବହିବା ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଅନେକ ସ୍ଥାନରେ ଗଛ ଭାଙ୍ଗି ପଡିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଥିଲା। ଶୁକ୍ରବାର ମଧ୍ୟାହ୍ନରେ ଅସହ୍ୟ ଗରମ ଓ ଗୁଳୁଗୁଳି ହୋଇଥିଲା। ହେଲେ ସନ୍ଧ୍ୟାରେ ହଠାତ୍‌ ପବନ ବହିବା ସାଙ୍ଗକୁ ବର୍ଷା ହୋଇଥିଲା। ଲୋକମାନେ ତାତିରୁ ସାମାନ୍ୟ ଆଶ୍ୱସ୍ଥି ପାଇଥିଲେ। ହେଲେ ଝଡତୋଫାନରେ ତୁଳସୀପୁର, ବିଡାନାସୀ, କୃଷକ ବଜାର, ନୂଆପଡ଼ା ଅଞ୍ଚଳ ସମେତ ସତୀଚୌରା ରିଂବନ୍ଧ ରାସ୍ତା ପାର୍ଶ୍ୱରେ ଥିବା ଗଛଗୁଡିକ ଭାଙ୍ଗି ପଡିଥିଲା। ଫଳରେ ଯାତାୟତରେ ସମସ୍ୟା ହୋଇଥିଲା। ହାଇକୋର୍ଟ ବାର୍‌ ଆସୋସିଏଶନ ସମ୍ମୁଖରେ ବନ୍ଧା ଯାଇଥିବା ବାଉଁଶଗୁଡିକ ଉପୁଡି ପଡିଥିଲା। କଚେରି ରୋଡ୍‌ରେ ଏକ ଗଛଡାଳ ପଡି ହୋଡିଂ ଭାଙ୍ଗି ଯାଇଥିଲା। ଏପରି କି ବାଲିସାହି ବସ୍ତି ଅଞ୍ଚଳରେ ଘର ଭାଙ୍ଗିଯିବା ସହ ଆଜବେଷ୍ଟସ ଉଡି ଯାଇଥିବା ଦେଖିବାକୁ ମିଳିଥିଲା। ପବନର ବେଗ କମିବା ପରେ ଅଗ୍ନିଶମ କର୍ମଚାରୀମାନେ ରାସ୍ତାରୁ ଗଛଗୁଡିକ ହଟାଇଥିଲେ।
ସେହିପରି ଖୁଣ୍ଟୁଣୀ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଥିଲା। ପ୍ରବଳ ବେଗରେ ପବନ ବହିବାରୁ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଥିଲା। ଫଳରେ ଖୁଣ୍ଟୁଣୀ, ନଦୀକୂଳ, ଗୁରୁଡିଝାଟିଆ ଅଞ୍ଚଳ ଅନ୍ଧାରରେ ରହିଛି। ସମସ୍ତ ଯୋଗାଯୋଗ ଠପ ହୋଇଯିବାରୁ ନେଟ୍‌ ସେବା ବନ୍ଦ ରହିଛି। ରାତି ୧୦ଟା ପରେ ପୁନର୍ବାର ବର୍ଷା ହୋଇଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ସ୍ବାଭାବିକ ହେବା ସମ୍ଭବ ନୁହେଁ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଝଡତୋଫାନ୍‌ ଯୋଗୁ ଖୁଣ୍ଟୁଣୀ ଥାନା ନିକଟରେ କେତେକ ଦୋକାନର ଆଜବେଷ୍ଟସ ଉଡିଯାଇଥିଲା। କଣ୍ଡରେଇ ପଞ୍ଚାୟତ ଅନ୍ତର୍ଗତ ଡାଳୁଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ଗଛ ଉପୁଡିଯିବାରୁ ପାଚେରି ଭାଙ୍ଗିଯାଇଥିଲା। ଏଥିସହ ବିଦ୍ୟୁତ୍‌ ତାର ଛିଣ୍ଡି ପଡିଥିଲା। ସେହିପରି ବଡ଼ ଗଛ ଭାଙ୍ଗି ପଡିବାରୁ ଖୁଣ୍ଟୁଣୀ-କଣ୍ଡରେଇ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। କପୁରସିଂରୁ କଖଡ଼ିକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବାରୁ ଯାନବାହନ ଚଳାଚଳ ଠପ ହୋଇଯାଇଛି। ନୂଆପାଟଣା-ଆଠଗଡ଼ ରାସ୍ତାର ପ୍ରସନ୍ନାପୁରଠାରେ ଏକ ଆମ୍ବଗଛ ଭାଙ୍ଗି ପଡିବାରୁ ପ୍ରାୟ ୧ ଘଣ୍ଟା ପାଇଁ ଯାତାୟାତରେ ସମସ୍ୟା ହୋଇଥିଲା। ଅନେକ ସ୍ଥାନରେ ଚାଳ ଛପର ଉଡିଯାଇଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri