ଅମାନତ ରାଶି ଫେରାଉନାହାନ୍ତି ବିଡିଓ

କଟକ ସଦର,୨୨ା୫(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅଞ୍ଚଳରେ ୨୦୦୯ ପରଠାରୁ କରାଯାଇଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ କାର୍ଯ୍ୟ ନିର୍ବାହୀ(ଶ୍ରମିକ ପ୍ରତିନିଧି)ମାନଙ୍କଠାରୁ ଅମାନତ ରାଶି ରଖାଯାଇଥିଲା। ଇତିମଧ୍ୟରେ ୧୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଉକ୍ତ ଟଙ୍କା ବ୍ଲକ ପ୍ରଶାସନ ଫେରସ୍ତ କରୁନାହିଁ ବୋଲି କଟକ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅମ୍ବର କରଙ୍କ ନିକଟରେ ଶନିବାର ଶ୍ରମିକ ପ୍ରତିନିଧିମାନେ ଲିଖିତ ଅଭିଯୋଗ କରିଥିଲେ। ଫଳରେ ଅମାନତ ରାଶି ବାବଦକୁ କାଟି ରଖାଯାଇଥିବା ୫୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା କାହାର ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପଲ୍ଲୀସଭା ଦ୍ୱାରା ମନୋନୀତ ଶ୍ରମିକ ପ୍ରତିନିଧିମାନେ କରିଥିଲେ। ସେମାନେ ଚୁଡାନ୍ତ ବିଲ୍‌ ପଇଠ କରିବାବେଳେ ମୋଟ ବ୍ୟୟ ଅଟକଳର ୫ ପ୍ରତିଶତ ଅମାନତ ବାବଦକୁ ବ୍ଲକ କର୍ତ୍ତୃପକ୍ଷ କାଟି ରଖିଥିଲେ। ଅଡିଟ୍‌ ସରିବା ପରେ ମଧ୍ୟ ଉକ୍ତ ଟଙ୍କା ଶ୍ରମିକ ପ୍ରତିନିଧିମାନଙ୍କୁ ବିଡିଓ ଫେରସ୍ତ କରୁନାହାନ୍ତି। ଅନ୍ୟପକ୍ଷରେ ୨୦୧୩ରୁ ଅମାନତ ରାଶି କାଟିବା ବ୍ୟବସ୍ଥାକୁ ପଞ୍ଚାୟତିରାଜ ବିଭାଗ ଉଠାଇ ଦେଇଛି। ତଥାପି ଉକ୍ତ ବ୍ଲକ ଅଞ୍ଚଳରେ ଶ୍ରମିକ ପ୍ରତିନିଧିମାନଙ୍କଠାରୁ ଉନ୍ନୟନ କାର୍ଯ୍ୟ ବାବଦକୁ ଅମାନତ ରାଶି କାଟି ରଖାଯାଉଛି। ୨୦୧୮ରୁ ପଞ୍ଚାୟତ ଓ ବ୍ଲକ ପକ୍ଷରୁ ଉନ୍ନୟନ କାର୍ଯ୍ୟ ବିଭାଗୀୟ ତତ୍ତ୍ୱାବଧାନରେ କରାଯାଉଛି। ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କ ନାମରେ କାର୍ଯ୍ୟାଦେଶ ରହୁଥିବାରୁ ସେମାନଙ୍କ ଅମାନତ ରାଶିକୁ ଠିକ୍‌ ସମୟରେ ଫେରସ୍ତ କରି ଦିଆଯାଉଛି। ହେଲେ ଅତୀତରେ ଥିବା ଟଙ୍କା ବିଡିଓ କାହା ସ୍ବାର୍ଥରେ ଅଟକାଇ ରଖିଛନ୍ତି, ତାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି। ମୁଖ୍ୟ ଉନ୍ନୟନ ଅଧିକାରୀ କର ଅଭିଯୋଗପତ୍ରକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଡିଓଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡିଛି। ଅପରପକ୍ଷରେ ଅମାନତ ରାଶି ଫେରସ୍ତ ହୋଇ ନ ଥିବା କଥା ବିଡିଓ ରାଜୀବ ଲୋଚନ ପରିଡ଼ା ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri