Posted inଭଦ୍ରକ

ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳ

ବାସୁଦେବପୁର,୨୩ା୫, (ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳ ବଙ୍ଗୋପସାଗର ତଟବର୍ତ୍ତୀ ସଂଲଗ୍ନ ନିର୍ବାଚନ ମଣ୍ଡଳୀ ଅଟେ। ଗତ ୧୯୯୯ ମହାବାତ୍ୟା ବେଳେ ଏହି ନିର୍ବାଚନ ମଣ୍ଡଳୀର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପରବର୍ତ୍ତୀ ସମୟରେ ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଓ ଭୟଙ୍କର ବନ୍ୟା, ବାତ୍ୟାରୁ ଜନଜୀବନକୁ ସୁରକ୍ଷିତ କରିବା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ବିଭାଗ ଆନୁକୂଲ୍ୟରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବାର ଯୋଜନା ହୋଇଥିଲା। ରାଜ୍ୟ ସରକାରଙ୍କର ଏହି ଯୋଜନା ପରବର୍ତ୍ତୀ ସମୟରେ ଧନଜୀବନ ରକ୍ଷା କ୍ଷେତ୍ରରେ ରକ୍ଷା କବଚ ସାଜିିଥିଲା। ତକତ୍ାଳୀନ ସମୟର ବାସୁଦେବପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟଶ୍ରୀ ରାଉତରାୟଙ୍କ ଉଦ୍ୟମରେ ବାସୁଦେବପୁର ଅଞ୍ଚଳରେ ପ୍ରାୟ ୩୯ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବାରେ ସଫଳ ହୋଇଥିଲେ। ବ୍ଲକର ୩୬ ପଞ୍ଚାୟତରେ ୩୮ଟି ଓ ପୌରପାଳିକାରେ ଗୋଟିଏକୁ ମିଶାଇ ମୋଟ ୩୯ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ସହଯୋଗରେ ୨୦୦୨ ମସିହାଠାରୁ ୪ଟି ପର୍ଯ୍ୟାୟକ୍ରମେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ବାତ୍ୟା ଆଶ୍ରୟସ୍ଥଳ ନିର୍ମିତ ହୋଇଛି। ଏଥିମଧ୍ୟରୁ ୩୮ଟି ବାତ୍ୟାଶ୍ରୟସ୍ଥଳକୁ ଜରୁରୀ ଯନ୍ତ୍ରପାତି ଯୋଗାଣ ହୋଇଥିବା ବେଳେ ବାଲିମେଦରେ ନୂତନ କରି ନିର୍ମିତ ବାତ୍ୟା ଆଶ୍ରୟସ୍ଥଳକୁ ଉପକରଣ ଯୋଗାଣ ହୋଇନାହିଁ। ତେବେ ଏହି ୩୮ଟି ବାତ୍ୟାଶ୍ରୟସ୍ଥଳକୁ ଯୋଗାଇ ଦିଆଯାଇଥିବା ଜେନେରେଟର୍‌, ଆସ୍କା ଲାଇଟି ସମେତ ବିଭିନ୍ନ ଆବଶ୍ୟକ ଉପକରଣ ୨୯ଟି ବାତ୍ୟାଶ୍ରୟସ୍ଥଳରେ ଅଚଳ ଓ ନଷ୍ଟ ହୋଇଗଲାଣି।
ବ୍ୟବହାର ଓ ରକ୍ଷଣାବେକ୍ଷଣ ଅଭାବରୁ ସମସ୍ତ ଉପକରଣ ଆଉ କାମରେ ଆସୁନାହିଁ। ସେହିପରି ପ୍ରତିବର୍ଷ ଜୁନ୍‌ ୧୯ ତାରିଖରେ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ଗଚ୍ଛିତ ଥିବା ଉପକରଣ ଯାଞ୍ଚ କେବଳ କାଗଜ କଲମରେ ସୀମିତ ରହୁଛି। ବିଭିନ୍ନ ବାତ୍ୟାଶ୍ରୟ ସ୍ଥଳରେ ଯନ୍ତ୍ରପାତି ଖରାପ ଓ ନଷ୍ଟ ହୋଇଯାଇଥିବା ବେଳେ ନୂତନ ଉପକରଣ ବାତ୍ୟା ଆଶ୍ରୟସ୍ଥଳକୁ ଯୋଗାଇ ଦିଆଯାଉନାହିଁ କି ଏହାର ତଦାରଖ ମଧ୍ୟ ଠିକ୍‌ ଭାବେ କରାଯାଉନାହିଁ। ସେହିପରି ବିଭିନ୍ନ ବାତ୍ୟାଶ୍ରୟସ୍ଥଳ ଦୀର୍ଘ ଦିନ ଧରି ମରାମତି ହୋଇ ନ ଥିବାରୁ ଏହା ଅସୁରକ୍ଷିତ ହୋଇପଡ଼ିଲାଣି। ଅନ୍ୟ କେତେକରେ କବାଟ ଝରକା ନଷ୍ଟ ହୋଇଥିବା ବେଳେ କାନ୍ଥ ଫାଟିବା ସହ ଲାଇଟ୍‌ ଓ ପାଣିରେ ଅବ୍ୟବସ୍ଥା ଯୋଗୁ ନଷ୍ଟ ହେବାକୁ ବସିଲାଣି। ବନ୍ୟା, ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅଞ୍ଚଳବାସୀ ଆଶ୍ରୟ ନେବାକୁ ବାତ୍ୟାଶ୍ରୟସ୍ଥଳ ଉପରେ ଭରସା କରିପାରୁନାହାନ୍ତି। ଅଚଳ ଯନ୍ତ୍ରପାତିକୁ ସଚଳ କରିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। ଏଦିଗରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ବାତ୍ୟା ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣ ଦିଗରେ ଗୁରୁତ୍ୱ ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଏମିତି ରାଗ ଯେ ଛାତ୍ରଙ୍କୁ ବିଛୁଆତିରେ ମାଡ଼ ମାରି ପ୍ୟାଣ୍ଟରେ ପୁରାଇ ଦେଇଥିଲେ, ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ 

କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri