ଭଦ୍ରକରେ ୮୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭଦ୍ରକ ଅଫିସ,୬ା୮: ଗୁରୁବାର ଭଦ୍ରକରେ ପୁଣି ୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୪୫ ଜଣ ସ୍ଥାନୀୟ ସଂକ୍ରମିତ। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୦୫ରେ ପହଞ୍ଚିଥିବା ଜିଲା…
ଭଦ୍ରକ ଗାନ୍ଧୀପଡ଼ିଆରେ ଭୂମିପୂଜନ: ୫ ପ୍ଲାଟୁନରୁ ଅଧିକ ପୋଲିସ ମୁତୟନ
ଭଦ୍ରକ ଅଫିସ,୬ା୮- ଅଯୋଧ୍ୟାରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଉପଲକ୍ଷେ ବୁଧବାର ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଐତିହାସିକ କାର୍ଯ୍ୟକୁ ଅଧିକ ସ୍ମରଣୀୟ ଏବଂ ସ୍ବାଗତ କରିବା ଉଦ୍ଦେଶ୍ୟରେ ଭଦ୍ରକର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ…
ରାସ୍ତାକଡ଼ରେ ଚା’ ବିକୁଛନ୍ତି ଯାତ୍ରା କଳାକାର
ପଦ୍ମପୁର, ୬ା୮(ଡି.ଏନ୍.ଏ.): ମହାମାରୀ କରୋନା ବିରୋଧରେ ସାରା ଦେଶ ଲଢ଼ୁଥିବା ବେଳେ ନିମ୍ନ ମଧ୍ୟବିତ୍ତ ପରିବାର ଓ କଳାକାରମାନେ ପେଟକୁ ଦାନା ପାଉନାହାନ୍ତି। ଯାତ୍ରା, ପାଲା, ଦାସକାଠିଆ, ନୃତ୍ୟ ମାଧ୍ୟମରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଥିବା କଳାକାରମାନେ…
ଭଦ୍ରକ କଟସାହି ପଞ୍ଚାୟତର ୩ ୱାର୍ଡ ଆଜିଠାରୁ ଶଟ୍ଡାଉନ
ଧାମନଗର,୫।୮(ଡି.ଏନ୍.ଏ.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ସରପଞ୍ଚ ଅଞ୍ଜନା ଲେଙ୍କା ପଞ୍ଚାୟତର ୩ଟି ଓ୍ବାର୍ଡ ୧,୨,୩ କୁ ବୁଧବାରଠାରୁ ଶଟ୍ଡାଉନ ଘୋଷଣା କରିଛନ୍ତି। ଧାମନଗର କୋଅପରେଟିଭ ବ୍ୟାଙ୍କର ଜଣେ କର୍ମଚାରୀ ପଜିଟିଭ ବାହାରିବା…
ନର୍ଦ୍ଦମା ପାଣିରେ ସାହି ବାସିନ୍ଦା : ରାସ୍ତାରେ ଶୋଇ ଜଣାଇଲେ ନୀରବ ପ୍ରତିବାଦ
ଭଦ୍ରକ ଅଫିସ, ୫ା୮-ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଚରମ୍ପା ଓ ଏରେଇ ପଞ୍ଚାୟତର ଆର୍ଟିଓ ଅଫିସ ସଂଲଗ୍ନ ଆଦିବାସୀପଡ଼ା ବାସିନ୍ଦା ସବୁକ୍ଷେତ୍ରରେ ଉପେକ୍ଷିତ ହୋଇରହିଛନ୍ତି। ଏଠାକାର ଲୋକେ ଦୀର୍ଘଦିନ ହେଲା ବିଦ୍ୟୁତ୍ ସେବାରୁ ବଞ୍ଚିତ ରହିଥିବା ବେଳେ ଏବେ ନର୍ଦ୍ଦମା ପାଣି…
ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବହିର୍ବିଭାଗ ୨ ଦିନ ଶଟଡାଉନ
ବନ୍ତ,୪।୮(.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ମଙ୍ଗଳବାର ଓ ବୁଧବାର ୨ ଦିନ ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ବହିର୍ବିଭାଗକୁ ଶଟଡାଉନ ଘୋଷଣା କରାଯାଇଛି ।
ଭଣ୍ଡାରିପୋଖରୀରୁ ୩ ପଜିଟିଭ ଚିହ୍ନଟ: ରହଣିଆ ପଞ୍ଚାୟତର ୩ ୱାର୍ଡ ୭ ଦିନ ଶଟ୍ଡାଉନ
ଭଣ୍ଡାରିପୋଖରୀ,୪।୮(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରୁ ମଙ୍ଗଳବା ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରହଣିଆ ପଞ୍ଚାୟତ ରାଣିଗଡ଼ିଆ ଗ୍ରାମରୁ ୨ ଜଣ ରହିଥିବା ବେଳେ ଆକୁଲିକଣା ଗ୍ରାମରୁ ଜଣେ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି। ଏହା ପରେ ରହଣିଆ…
ଅମାନବୀୟ ଘଟଣା: ଯୁବକଙ୍କୁ ଅଧା ଲଣ୍ଡାକରି ଗାଁରେ ବୁଲାଇଲେ, ପାଣି ମାଗିବାରୁ ପରିସ୍ରା ପିଆଇଲେ
ଭଦ୍ରକ ଅଫିସ, ୪।୮: ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ବାଉଁଶବାଗ ଗ୍ରାମରେ ଏକ ଅମାନବୀୟ କାଣ୍ଡ ଘଟିଛି। ବିବାହିତାଙ୍କ ସହ ସମ୍ପର୍କ ରଖିବାକୁ ନେଇ ୧୭ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଜଣେ ଯୁବକଙ୍କୁ ଅଧା ଲଣ୍ଡା କରାଇବା ସହ ଜୋତାମାଳ ପିନ୍ଧାଇ,…
ବଜ୍ରପାତ ନେଲା ୭ ଜୀବନ
ବାଲେଶ୍ୱର ଅଫିସ/ ରେମୁଣା/ସଜନାଗଡ/ ଚାନ୍ଦବାଲି/ଭଦ୍ରକ ଅଫିସ/କେନ୍ଦୁଝର, ୪। ୮(ଡି.ଏନ.ଏ./ସ୍ବ.ପ୍ର.) ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ହୋଇ ଅକାଳରେ ୭ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଭଉଣୀଭାଇ ଅଛନ୍ତି। ରାଖୀ ପୂର୍ଣ୍ଣିମା ଅବସରରେ ଏଭଳି ଦୁଃଖଦ ଘଟଣା ସ୍ଥାନୀୟ…
ସ୍ଲୁଇସ୍ ଗେଟ୍ର ଫାଟକ ମରାମତି କଲେ ଚାଷୀ
ପଦ୍ମପୁର, ୪ା୮(ଡି.ଏନ୍.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତର ମେଳକସାହି ଠାରେ ଅବସ୍ଥିତ ସ୍ଲୁଇସ ଗେଟର ଫାଟକକୁ ସୋମବାର ଚାଷୀ ମାନେ ମିଳିତ ଉଦ୍ୟମରେ ମରାମତି କରିଛନ୍ତି। କଞ୍ଚୁଡ଼ି ନଦୀ ଉପରେ ଅବସ୍ଥିତ ଏହି ସ୍ଲୁଇସ ଗେଟ୍ ଉପରେ ଜଳସେଚନ…
ରାତି ୭ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ
ଭଦ୍ରକ ଅଫିସ,୩ା୮- ଅଗଷ୍ଟ ୧ ତାରିଖଠାରୁ ଅନ୍ଲକ୍-୩ ଆରମ୍ଭ ହୋଇଛି। ଏଥିରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ କେତେକ କଟକଣାକୁ କୋହଳ କରାଯାଇଥିବା ବେଳେ ଆଉ କେତେକ କଟକଣା ଅନ୍ଲକ-୨ ଭଳି ବଳବତ୍ତର ରହିଛି। ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ…
୪ବର୍ଷ ହେଲା ଚାଲିଛି ଜାଗା ଖୋଜା
ଭଦ୍ରକ ଅଫିସ, ୨ା୮-ଭଦ୍ରକ ଜିଲାରେ କ୍ରୀଡ଼ା କ୍ଷେତ୍ରରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ ରହିଛି। ଜିଲା ପ୍ରଶାସନ ଏନେଇ ଆବଶ୍ୟକ ତପତ୍ରତା ଦେଖାଉନାହିଁ। ସ୍ଥାନ ଅଭାବ ଆଳରେ ବାଟବଣା ହେଉଛି ଯୋଜନା। ଫଳରେ କ୍ରୀଡାବିତ୍ମାନେ ଉପେକ୍ଷିତ ହେଉଛନ୍ତି। ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପାଇଁ…
Archives


