Posted inଭଦ୍ରକ

୪ବର୍ଷ ହେଲା ଚାଲିଛି ଜାଗା ଖୋଜା

ଭଦ୍ରକ ଅଫିସ, ୨ା୮-ଭଦ୍ରକ ଜିଲାରେ କ୍ରୀଡ଼ା କ୍ଷେତ୍ରରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ ରହିଛି। ଜିଲା ପ୍ରଶାସନ ଏନେଇ ଆବଶ୍ୟକ ତପତ୍ରତା ଦେଖାଉନାହିଁ। ସ୍ଥାନ ଅଭାବ ଆଳରେ ବାଟବଣା ହେଉଛି ଯୋଜନା। ଫଳରେ କ୍ରୀଡାବିତ୍‌ମାନେ ଉପେକ୍ଷିତ ହେଉଛନ୍ତି। ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପାଇଁ ଦୀର୍ଘ ୪ବର୍ଷ ଧରି ଚାଲିଛି ଜାଗା ଖୋଜା। କ୍ରୀଡାବିତ୍‌ମାନେ ନିଜ ଉଦ୍ୟମରେ ଯାହା ଅଭ୍ୟାସ କରି ରାଜ୍ୟସ୍ତରୀୟ ତଥା ଅନ୍ତର୍ଜାତୀୟ ସ୍ତରକୁ ଯାଉଛନ୍ତି। ହେଲେ ଜିଲା ତରଫରୁ କ୍ରୀଡ଼ାପ୍ରେମୀମାନଙ୍କୁ ଉପଯୁକ୍ତ ପଡ଼ିଆ କିମ୍ବା ଦୈନିକ ଅଭ୍ୟାସ ପାଇଁ କୌଣସି ଭିତ୍ତିଭୂମି ଯୋଗାଇବାରେ ଜିଲା ପ୍ରଶାସନ ବିଫଳ ହୋଇଛି।
ରାଜ୍ୟ ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ତରଫରୁ ଖେଲୋ ଇଣ୍ଡିଆ ସ୍କିମ୍‌ ଅଧୀନରେ ଜିଲା ମୁଖ୍ୟାଳୟରେ ଇଣ୍ଟିଗ୍ରେଟେଡ ସ୍ପୋଟର୍‌ସ କମ୍ପ୍ଲେକ୍ସ ସ୍ଥାନ ଚୟନ ପାଇଁ ପ୍ରଶାସନକୁ ୨୦୧୭ ଅକ୍ଟୋବରରୁ ଚିଠି ହେଲାଣି ହେଲେ ବର୍ତ୍ତମାନ ସୁଦ୍ଧା ସ୍ଥାନ ଚିହ୍ନଟ ହୋଇପାରିନାହିଁ। ପ୍ରାୟ ୧୫ଏକର ସରକାରୀ ଜାଗା ଥିବା ସ୍ଥାନରେ ଏହି କମ୍ପ୍ଲେକ୍ସ ନିର୍ମାଣ କରାଯିବା ପାଇଁ ନିର୍ଦ୍ଦେଶ ରହିଛି। ଭଦ୍ରକ ସହର କିମ୍ବା ୫ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ଏହି କମ୍ପ୍ଲେକ୍ସ ପାଇଁ ସେବେଠୁ ଜାଗା ଖୋଜାଚାଲିଛି। ଜିଲା କ୍ରୀଡ଼ା ଅଧିକାରୀଙ୍କ ତରଫରୁ ଜିଲାପାଳଙ୍କ ଦସ୍ତଖତ କରାଯାଇ ଭଦ୍ରକ ତହସିଲଦାରଙ୍କୁ ତୁରନ୍ତ ଜାଗା ଚିହ୍ନଟ କରିବା ପାଇଁ ୨୦୧୭ ଅକ୍ଟୋବରରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସ୍ପୋଟ୍ସର୍ର୍ କମ୍ପ୍ଲେକ୍ସ ମଧ୍ୟରେ ସିନ୍ଥେଟିକ ଆଥ୍‌ଲେଟିକ ଟ୍ରାକ୍‌, ସିନ୍ଥେଟିକ ହକି କୋର୍ଟ, ଫୁଟବଲ କୋର୍ଟ, ସୁଇମିଂପୁଲ୍‌, ମଲ୍‌ଟିପରପୋଜ ଇନ୍‌ଡୋର ହଲ୍‌, ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଆବଶ୍ୟକ ଭିତ୍ତିଭୂମି ଥିଲା ଭଳି ଏହି କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଯଦି ୧୫ଏକର ଜାଗା ନ ମିଳେ ଅନ୍ତତଃପକ୍ଷେ ୨ଟି ସ୍ଥାନରେ ୭ଏକର ଲେଖାଏ ଜାଗା ଚିହ୍ନଟ କରିବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ା ହେଲେ କୌଣସି ସ୍ଥାନ ଚିହ୍ନଟ ହୋଇପାରିନାହିଁ ା ଭଦ୍ରକ ଜିଲାରେ କ୍ରୀଡ଼ା ଓ କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି। ଜିଲା ମୁଖ୍ୟାଳୟରେ କ୍ରୀଡ଼ାପ୍ରେମୀଙ୍କ ପାଇଁ ଜିଲା ପ୍ରଶାସନ ତରଫରୁ ଷ୍ଟାଡିୟମ ନାହିଁ। ଯଦିଓ ନେହେରୁ ଷ୍ଟାଡିୟମ ରହିଛି କିନ୍ତୁ ଜିଲା ସ୍କୁଲ ମାଲିକାନାରେ ଥିବାରୁ ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇ ଭିତ୍ତିଭୂମିର ଉନ୍ନତି କରାଯାଇପାରୁନାହିଁ। ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି। ୩ରୁ ୪ମାସ ନେହେରୁ ଷ୍ଟାଡିୟମରେ ପାଣି ଜମି ରୁହେ। ଷ୍ଟାଡିୟମ୍‌କୁ ଲାଗି ନିର୍ମାଣାଧୀନ ଡ୍ରେନେଜ କାମ ଦୀର୍ଘ ୫ବର୍ଷ ହେଲା ସରୁନାହିଁ। ଫଳରେ ଦୀର୍ଘ ୫ବର୍ଷ ଧରି ଷ୍ଟାଡିୟମ୍‌ରେ ସ୍ବାଧୀନତା ଦିବସ ପାଳନ ହୋଇପାରୁନାହିଁ। କ୍ରୀଡ଼ା ଅଭ୍ୟାସରେ ସମସ୍ୟା ସହିତ ବର୍ଷରେ ଥରେ ସ୍ବାଧୀନତା ଦିବସ ମଧ୍ୟ ପାଳନ ହୋଇପାରେ ନାହିଁ। ଏଣୁ ଜିଲା ପ୍ରଶାସନ ବିଗତବର୍ଷ ଭଦ୍ରକ କଲେଜ ପଡିଆରେ ଜିଲାସ୍ତରୀୟ ପରେଡ ଆୟୋଜନ କରିଥିଲା। ମୁଖ୍ୟ କଥା ହେଲା ନେହେରୁ ଷ୍ଟାଡିୟମକୁ ପୁନରୁଦ୍ଧାର କରାଯାଉନାହିଁ କାହିଁକି ବୋଲି କ୍ରୀଡାବିତ୍‌ମାନେ ପ୍ରଶ୍ନ କରିଛନ୍ତି।  ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ କହିଛନ୍ତି ଯେ, ଏହି ଷ୍ଟାଡିୟମ ଜିଲା ସ୍କୁଲ ମାଲିକାନାରେ ଥିବାରୁ ଏହାର ପୁନରୁଦ୍ଧାର କରାଯାଇପାରୁନାହିଁ। ପ୍ରଶାସନିକ ସ୍ତରରେ ଆନ୍ତରିକତା ଓ ସମନ୍ବୟର ଅଭାବ କାରଣରୁ ଏହାର ପୁନରୁଦ୍ଧାର ହୋଇପାରୁ ନ ଥିବା କ୍ରୀଡ଼ାବିତ୍‌ ବିଜୟ ପାଣି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri