ଭଦ୍ରକ

ବାଦ୍‌ ପଡିଥିବା ତାଲିକାଭୁକ୍ତ ଉପଭୋକ୍ତାଙ୍କୁ ମିଳିବ ସଂଯୋଗ

ତିହିଡ଼ି, ୨୨ା୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୧୩ ହଜାର ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ରାଜୀବ ଜ୍ୟୋତି ଓ ସୌଭାଗ୍ୟ ଜ୍ୟୋତି ଯୋଜନାରେ ଏସବୁ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଇତିମଧ୍ୟରେ...

୨୦ବର୍ଷ ହେଲା ମରାମତି ହୋଇନି ନାଳ: ୪ଶହ ଏକର ଚାଷଜମିରେ ପାଣି ପଶୁଛି

ବନ୍ତ, ୨୨।୧(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ବଡବର୍ଚ୍ଚିକୟାଁ ଉତ୍ତର ପାର୍ଶ୍ୱସ୍ଥ ବିଶଲକଣା, କୁସୁନନଗର ଆଦି ଅଞ୍ଚଳରୁ ଜଳ ନିଷ୍କାସନ ହେବାକୁ ଥିବା ମୁଖ୍ୟ ନାଳକୁ ମରାମତି କରାଯାଉ ନ ଥିବାରୁ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବଡବର୍ଚ୍ଚିକୟାଁ,...

ମୋବାଇଲ ଚୋରଙ୍କୁ ପୋଲିସ ଜିମା

ବନ୍ତ, ୨୧।୧(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ସାପ୍ତାହିକ ହାଟଠାରେ ଜଣେ ମୋବାଇଲ ଚୋରଙ୍କୁ ଧରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି। ରବିବାର ସାନବର୍ଚ୍ଚିକୟାଁ ଗ୍ରାମର ଯୁଧିଷ୍ଠିର ଦାସ ବନ୍ତ ସାପ୍ତାହିକ ହାଟରେ ପରିବା କିଣୁଥିବା ବେଳେ ଜଣେ ଯୁବକ ତାଙ୍କ...

ବିଦ୍ୟୁତ୍‌ ବିଲ୍‌ ଦେଇଥିବା ଭିକ୍ଷୁକଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ୍‌,୨୧।୧: ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ କରି ନ ଥିବା ଉପଭୋକ୍ତା ଉପରେ ସେସୁ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବିଦ୍ୟୁତ ବିଲ୍‌ ପଇଠ ଲାଗି ସେସୁ କାର୍ଯ୍ୟାଳୟରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ବିଲ୍‌ ପଇଠ କରି...

ବରାଳପୋଖରୀରେ ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା

ଭଦ୍ରକ ଅଫିସ,୨୧।୧: ଭଦ୍ରକ ଜିଲା ଚରମ୍ପା ବରାଳପୋଖରୀ ଗାଁ ୨ ନମ୍ବର ୱାର୍ଡରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବନ୍ଦନା ବାରିକଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଛି। ରାତିରେ ଗୁହାଳରେ ଅଗ୍ନିକାଣ୍ଡ ଘଟି ଘରକୁ...

ଟ୍ରେନ୍‌ ଆଗକୁ ଡେଇଁଲେ ନାବାଳିକା: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭଦ୍ରକ ଅଫିସ, ୨୧।୧- ବିଜୟୱାଡାରୁ ହାଓ୍ବଡା ଅଭିମୁଖେ ଯାଉଥିବା ହମ୍‌ସଫର୍‌ ଏକ୍ସପ୍ରେସ୍‌ ସମ୍ମୁଖକୁ ଡେଇଁ ସୋମବାର ଅପରାହ୍ନରେ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି। ମୃତା ନାବାଳିକାଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଆତ୍ମହତ୍ୟାର କାରଣ ମଧ୍ୟ ଜଣାପଡ଼ି ନାହିଁ। ହମ୍‌ସଫର୍‌ ଏକ୍ସପ୍ରେସ୍‌ର...

ପ୍ରତିଭା ଦେଇଛି ସ୍ବତନ୍ତ୍ର ପରିଚୟ

ବାସୁଦେବପୁର,୨୧।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ଭୈରବପୁର ଗ୍ରାମର ଶିଳ୍ପୀ ରବୀନ୍ଦ୍ର ମହାରଣା। ନିଜର ପ୍ରତିଭା ବଳରେ ସମଗ୍ର ଜିଲା ଓ ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ଶିଳ୍ପୀ ଜୀବନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ରୁ ଊର୍ଦ୍ଧ୍ୱ...

ବାଇକ୍‌ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାସୁଦେବପୁର,୨୦।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବୁର ନୀଳମଣି ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ଏକ ବାଇକ୍‌ ଡିକି ଭାଙ୍ଗି ଦୁର୍ବୃତ୍ତ ୧ଲକ୍ଷ ୯୯ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସାନ କୃଷ୍ଣପୁର ଗ୍ରାମର ତାପସ ଦାସ ମଧ୍ୟାହ୍ନରେ ବ୍ୟାଙ୍କରୁ...

ସିମେଣ୍ଟ ଗୋଦାମରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବନ୍ତ,୨୦।୧(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ବଜାରରେ ଥିବା ଏକ ସିମେଣ୍ଟ ଗୋଦାମରେ ସୋମବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟଛି। ଏଥିରେ ୧ ହଜାରରୁ ଊର୍ଦ୍ଧ୍ୱ ସିମେଣ୍ଟ ବସ୍ତା ପୋଡିଯାଇଛି। ଖବରପାଇ ଆଗରପଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ...

ପୋଖରୀରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ

ଭଦ୍ରକ ଅଫିସ, ୧୯।୧- ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ରବିବାର ରମ୍ଭିଳା ଗ୍ରାମର ଜଣେ ନାବାଳିକାଙ୍କ ମୃତଦେହ ଚରମ୍ପା ରେଲୱେ ଲାଇନକଡ଼ ଏକ ପୋଖରୀରୁ ଉଦ୍ଧାର କରିଛି। ମୃତା ନାବାଳିକା ଗ୍ରାମର ଶ୍ୟାମସୁନ୍ଦର ବିହାରୀଙ୍କ ଝିଅ ଲିଜାରାଣୀ(୧୫) ବୋଲି ଜଣାପଡ଼ିଛି।...

ଧୁଷୂରୀ ପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ ପରଲୋକ

ଧାମନଗର,୧୯।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୂରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଜୟ ଦାସଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଶୁକ୍ରବାର ସନ୍ଧ୍ୟାରେ ଅଜୟ ୟୁକୋ ବ୍ୟାଙ୍କରୁ ଫେରୁଥିବା ବେଳେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା ।...

ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା

ତିହିଡ଼ି,୧୯।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ବଣ୍ଟନ ଦାୟିତ୍ୱରେ ଥିବା ରିଟେଲର ହିତାଧିକାରୀଙ୍କଠାରୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ନେଉଥିବା ଦର୍ଶାଯାଇଛି। ପଞ୍ଚାୟତର ହିତାଧିକାରୀମାନେ ଶନିବାର ଜିଲାପାଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri