ରାସ୍ତାକଡ଼ରେ ଚା’ ବିକୁଛନ୍ତି ଯାତ୍ରା କଳାକାର

ପଦ୍ମପୁର, ୬ା୮(ଡି.ଏନ୍‌.ଏ.): ମହାମାରୀ କରୋନା ବିରୋଧରେ ସାରା ଦେଶ ଲଢ଼ୁଥିବା ବେଳେ ନିମ୍ନ ମଧ୍ୟବିତ୍ତ ପରିବାର ଓ କଳାକାରମାନେ ପେଟକୁ ଦାନା ପାଉନାହାନ୍ତି। ଯାତ୍ରା, ପାଲା, ଦାସକାଠିଆ, ନୃତ୍ୟ ମାଧ୍ୟମରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଥିବା କଳାକାରମାନେ ଏବେ ଅସହାୟ ହୋଇ ପଡ଼ିଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତର ବୈକୁଣ୍ଠପୁର ଗ୍ରାମରେ। ଯାତ୍ରା ତ୍ରିରଙ୍ଗାରୁ କଳାକାର ଜୀବନ ଆରମ୍ଭ କରିଥିବା ଏହି ଗ୍ରାମର ରୁନୁ ମହାପାତ୍ର ଏବେ ଜଣେ ଆଗଧାଡ଼ିର କଳାକାର। କୋଣାର୍କ ଗଣନାଟ୍ୟରେ ୨୦୦୨ ରୁ ୨୦୧୯ ଦୀର୍ଘ ୧୭ ବର୍ଷର ଅଭିନୟ ଜୀବନରେ ଡ୍ୟାନ୍ସଠାରୁ ହାସ୍ୟ ଅଭିନେତ୍ରୀ ଭାବରେ ସେ ବେଶ ପରିଚିତ। କୋଣାର୍କ ଗଣନାଟ୍ୟର ବଦ୍‌ନାମ ହେଲି ତୋରି ପାଇଁ, କାଇଁଚ ମାଳି, ବ୍ରହ୍ମ ଚଣ୍ଡାଳ, ଆଖି ଅବୁଝାକୁ ଲୁହ ଅବୁଝା, ଦୁଃଖ ଦେଇଗଲା ଦରଦୀ ବନ୍ଧୁ ନାଟକ ଦେଖିଥିବା ଦର୍ଶକ ରୁନୁଙ୍କର ନାଚ ଓ କମେଡ଼ି ଭୁଲି ପାରିବେନି। ତେବେ କରୋନା ମହାମାରୀ ଆରମ୍ଭ ହେବା ପରେ ଯାତ୍ରା ପରିବେଷଣ ବନ୍ଦ ହେବାରୁ ସେ ଫେରିଛନ୍ତି ନିଜ ଘରକୁ। ଘରେ ଭିନ୍ନକ୍ଷମ ବାପା ନିଶିକାନ୍ତ ରାଉତ ଓ ଅସୁସ୍ଥ ମା’ ତପତି। ସେମାନଙ୍କର ଔଷଧ ଖର୍ଚ୍ଚ ସହ ଦୁଇ ଓଳି ଖାଇବାର ଚିନ୍ତା। ଶେଷରେ ବାଛି ନେଲେ ରାସ୍ତାକଡ଼ରେ ପଲିଥିନ ଟାଣି ଏକ ଛୋଟ ଚା ଦୋକାନ ସହ ତେଲଭାଜି ଓ ବିସ୍କୁଟ ବିକିବା ପାଇଁ। ଦୈନିକ ୨୦୦ରୁ ୩୦୦ ଟଙ୍କା ରୋଜଗାର କରି ବାପା, ମା, ସ୍ବାମୀ ଓ ଛୋଟ ଝିଅର ଭରଣ ପୋଷଣ କରୁଛନ୍ତି। ସ୍ବାମୀ ଲିଟୁ ଯାତ୍ରା କଳାକାରମାନଙ୍କର ପରିଚାଳନା କରୁଥିବା ବେଳେ କାମ ବନ୍ଦ ଯୋଗୁଁ ସେ ମଧ୍ୟ ରୁନୁଙ୍କୁ ଦୋକାନରେ ସହଯୋଗ କରୁଛନ୍ତି। ଯେଉଁ କଳାକାରମାନଙ୍କୁ ଦେଖିବା ପାଇଁ ଦର୍ଶକମାନେ ଶହ ଶହ ଟଙ୍କାର ଟିକେଟ୍‌ କିଣି ଲମ୍ବାଧାଡ଼ି ଲଗାଉଥିଲେ ସେମାନେ ଏବେ ଫୁଟ୍‌ପାଥରେ ସ୍ବଳ୍ପ ରୋଜଗାରରେ ନିଜର ଜୀବିକା ନିର୍ବାହ କରିବା କଷ୍ଟକର ହୋଇପଡ଼ିଛି। ଏଭଳି ସ୍ଥିତିରେ ସରକାର ସହାୟତାର ହାତ ନ ବଢ଼ାଇଲେ କଳାକାରମାନଙ୍କର ବଞ୍ଚତ୍ବା ଦୁର୍ବିସହ ହୋଇପଡ଼ିବ ବୋଲି ରୁନୁ ନିଜର ପ୍ରତିକ୍ରିୟା ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri