ବାଲେଶ୍ୱର

ଅଙ୍ଗନୱାଡି କେନ୍ଦ୍ର, ଛତୁଆ ୟୁନିଟ୍‌ରେ ଚଢ଼ାଉ

ବାଲେଶ୍ୱର ଅଫିସ,୩୦ା୫: ବାଲେଶ୍ୱର ଜିଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଶନିବାର ସଦର ବ୍ଲକ ଅଧୀନ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିବା ସହ ପରିଖି ପଞ୍ଚାୟତରେ ଥିବା ମା’ ବନବିବି ଛତୁଆ ୟୁନିଟ୍‌ ଉପରେ ଅଚାନକ ଚଢ଼ାଉ କରିଥିଲେ। ଅଙ୍ଗନୱାଡ଼ି କେନ୍ଦ୍ରରେ…

୬ ଦିବ୍ୟାଙ୍ଗଙ୍କୁ ସହାୟତାର ହାତ

ସିମୁଳିଆ, ୩୦ା୫(ଡି.ଏନ.ଏ.): ନିର୍ବାଚନ ବେଳେ ନେତା ପ୍ରତିଶ୍ରୁତି ଦେଇ ପରେ ଭୁଲି ଯାଆନ୍ତି। ହେଲେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ସମିତିସଭ୍ୟ ମୁକ୍ତିକାନ୍ତ ପାଣିଗ୍ରାହୀ। ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ସମ୍ପେଇ ଗ୍ରାମର ୨ନଂ.…

ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଦୀଘା-ଜଳେଶ୍ୱର ରେଳପଥ

ଭୋଗରାଇ, ୩୦ା୫(ଡି.ଏନ.ଏ.): ଓଡ଼ିଶା-ପଶ୍ଚିମବଙ୍ଗ ଲୋକପ୍ରତିନିଧିଙ୍କ ଦୀର୍ଘଦିନର ଦାବି ହୋଇଆସୁଥିବା ଦୀଘା-ଜଳେଶ୍ୱର ବ୍ରଡ଼ଗେଜ ରେଳପଥ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଦକ୍ଷିଣପୂର୍ବ ରେଳ ଡିଭିଜନ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ରେଳଷ୍ଟେଶନରେ ବିଭାଗୀୟ…

୨ଲକ୍ଷର ଶାଗୁଆନ ଜବତ

ରୂପସା, ୩୦ା୫(ଡି.ଏନ.ଏ.): ବାଲେଶ୍ୱର ୬୦ ନଂ. ଜାତୀୟ ରାଜପଥର ବସ୍ତା ଥାନା ଅଧୀନ ମଥାନୀ ବାଇପାସ୍‌ ନିକଟ କଟିପୋଲଠାରେ ଶନିବାର ରାତିରେ ବନବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌ (ନଂ. ଓଡ଼ି୦୧ଏଏଚ୍‌-୦୯୨୪ ଓ ଓଡ଼ି୦୧ଏଜେ-୨୩୨୬)ରେ ଶାଗୁଆନ ଗଣ୍ଡି…

ନୂଆଗାଁରେ ସୁବ୍ରତ, ପଣ୍ଡଶୁଣିରେ ରାଜଶ୍ରୀ ବିଜୟୀ

ବାଲେଶ୍ୱର ଅଫିସ/ ବାହାନଗା,୨୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତରେ ସରପଞ୍ଚ ଏବଂ ବାହାନଗା ବ୍ଲକ ପଣ୍ଡାଶୁଣି ପଞ୍ଚାୟତରେ ସମିତିସଭ୍ୟ ପଦବୀ ଉପ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁରେ ସରପଞ୍ଚ ଭାବେ ସୁବ୍ରତ ଦାସ ଏବଂ ପଣ୍ଡାଶୁଣିରେ ସମିତିସଭ୍ୟା…

ହରପାର୍ବତୀଙ୍କ ବିବାହ ଲାଗି ଲଗ୍ନଧରା

ବାହାନଗା,୨୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ଖରିଦା ଗ୍ରାମରେ ଥିବା ବିଶାଳପୋଖରୀର ମା’ଶକ୍ତି ପୀଠ ପରିସରରେ ହରପାର୍ବତୀଙ୍କ ବିବାହ ନିମନ୍ତେ ଲଗ୍ନଧରା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କନ୍ୟା ପିତା ଭାବେ ଖରିଦା ଗ୍ରାମ ନିବାସୀ ହୃଷିକେଶ ଓଝା ଓ…

ଚିନାବାଦାମର ଅଭାବୀ ବିକ୍ରି

ଜଳେଶ୍ୱର, ୨୮ା୫ ଚିନାବାଦାମ ଚାଷ ଏକ ଅର୍ଥକାରୀ ଫସଲ। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଏହା ବ୍ୟାପକ ଚାଷ ହୋଇଥାଏ ା ବିହନ ମିଳିବା ଓ ଅମଳ ପରେ ବିକ୍ରି ସୁବିଧା ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି।…

ନକଲି ଏମ୍‌ଭିଆଇ ଗିରଫ

ଜଳେଶ୍ୱର, ୨୬।୫(ଡି.ଏନ.ଏ.): ୬୦ନଂ ଜାତୀୟ ରାଜପଥର ଜଳେଶ୍ୱର ନିକଟ ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟବର୍ତ୍ତୀ ଅଞ୍ଚଳରେ ଏମ୍‌ଭିଆଇ ପରିଚୟ ଦେଇ ଅର୍ଥ ଆଦାୟ କରୁଥିବା ପଶ୍ଚିମବଙ୍ଗ ସୋନାକଣି ଅଞ୍ଚଳର ଅରିନ୍ଦମ ମହାନ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅରିନ୍ଦମ ଗତବର୍ଷ ତୀର୍ଥଯାତ୍ରୀ…

୩ ନାବାଳକଙ୍କୁ ଉଦ୍ଧାର କଲା ଚାଇଲ୍ଡଲାଇନ

ସିମୁଳିଆ, ୨୬।୫(ଡି.ଏନ.ଏ.): ‘ଧରିତ୍ରୀ’ରେ ଖବର ପ୍ରକାଶ ହେବା ପରେ ବାଲେଶ୍ୱର ଜିଲା ସିମୁଳିଆ ଥାନା କହ୍ନେଇବିନ୍ଧା ପଞ୍ଚାୟତ କଇଁଶୀ ଆଦିବାସୀ ସାହିରେ ମା’ଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଥିବା ୩ ନାବାଳକ କୁଆଁର ମୁର୍ମୁ(୬), ଗୋବିନ୍ଦ ମୁର୍ମୁ(୮) ଓ ଡେରୁ ମୁର୍ମୁ(୯)…

ଅସୁରକ୍ଷିତ ପ୍ରାଣୀ ଚିକିତ୍ସାଳୟ

ଖଇରା, ୨୬।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ସରିବାର ପାଖାପାଖି ସାଢେ ୩ବର୍ଷ ବିତିଗଲାଣି। ନୂଆ କାନ୍ଥରେ ଶିଉଳି ଲାଗି ପୁରୁଣା ଭଳି ଦେଖାଗଲାଣି। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ସ୍ଥାଣୁ ହୋଇବସିଛି।…

ରବିଧାନର ଅଭାବୀ ବିକ୍ରି

ରୂପସା, ୨୫ା୫(ଡି.ଏନ.ଏ.) ବାଲେଶ୍ୱର ଜିଲାର ସଦର ଓ ବସ୍ତା ବ୍ଲକରେ ଚଳିତ ରବି ଋତୁରେ ଧାନ ଅମଳ ଶେଷ ହେବାକୁ ବସିଲାଣି। ହେଲେ ଏ ଯାଏ ଜିଲାରେ ସରକାରୀ ଧାନ ମଣ୍ଡି ଖୋଲୁ ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ…

୫ ଘଣ୍ଟା ଅବରୋଧ କଲେ ଦୁଇ ବ୍ଲକ ବାସିନ୍ଦା

ଜଳେଶ୍ୱର, ୨୪।୫ (ଡି.ଏନ.ଏ.) ଦୀର୍ଘବର୍ଷ ଧରି ଜଳେଶ୍ୱର ଓ ବାଲିଆପାଳ ବ୍ଳକର ଜୀବନରେଖା ଭାବେ ପରିଚିତ କପାସିଆ ରାସ୍ତା ଦୁରବସ୍ଥା ବଦଳୁ ନ ଥିବାରୁ ୨ବ୍ଲକର ବହୁ ପଞ୍ଚାୟତବାସୀ ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri