ପାହାଡ଼ରେ ବସିଲା ଟାୱାର

ଖଇରା,୧୪।୬ (ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡ଼ର ୧୬.୫ବର୍ଗ କିମି ଅଞ୍ଚଳରେ ହାତୀଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିବାକୁ ଓ ହାତୀ ଆକ୍ରମଣରୁ ପାହାଡ଼ତଳି ବସ୍ତିବାସିନ୍ଦାକୁ ସୁରକ୍ଷା ଦେବାକୁ ବଡ଼ବିଲ ଗ୍ରାମ ନିକଟସ୍ଥ ପାହାଡ଼ରେ ଏକ ଟାୱାର ପ୍ରତିଷ୍ଠା କରାଯାଇଛି। ଉକ୍ତ ଟାୱାର କାର୍ଯ୍ୟକ୍ଷମ ହେବା ପରେ ଭୟରେ ଦିନ କାଟୁଥିବା ୫ ପଞ୍ଚାୟତବାସୀଙ୍କୁ ସାମାନ୍ୟ ଆଶ୍ୱସ୍ଥି ମିଳିଛ। ୧୦ବର୍ଷ ମଧ୍ୟରେ ହାତୀପଲ ପାହାଡ଼ ସଂଲଗ୍ନ ବିଭିନ୍ନ ଗ୍ରାମକୁ ପଶିଆସି ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟାଇ ଚାଲିଥିବାରୁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇ ଆସୁଥିଲା। ବନବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଅନୁଧ୍ୟାନ କରାଯିବା ସହ ଆଗୁଆ ସତର୍କ ସୂଚନା ପାଇଁ ଉକ୍ତ ଟାୱାର ବସାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଜାନୁଆରୀ ମାସରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ନିକଟରେ ଶେଷ ହେବା ସହ କାର୍ଯ୍ୟକ୍ଷମ ମଧ୍ୟ ହୋଇଛି। ଏଥିପାଇଁ ୨୦ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏ ସମ୍ପର୍କରେ ରେଞ୍ଜର ବବିତା ସୋରେନଙ୍କୁ ପଚାରିବାରୁ ଟାଓ୍ବାର ପ୍ରତିଷ୍ଠା ହେବା ଦ୍ୱାରା ହାତୀମାନଙ୍କର ଗତିବିଧି ଜାଣିବା ସହ ବନ୍ୟଜନ୍ତୁ ଶିକାରୀମାନଙ୍କୁ ଠାବକରି ସେମାନଙ୍କୁ ଧରାଯାଇପାରିବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨ବର୍ଷ ତଳେ ହାତୀ ଆକ୍ରମଣରେ କୁଟୀରପାଳ ଗ୍ରାମର ଜଟିଆ ନାଇକି ଓ କିଛି ଦିନ ତଳେ କଇଥଗଡ଼ିଆ ଗ୍ରାମର ସୋମବାରୀ ସିଂ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ। ଏନେଇ ପାହାଡ଼ ତଳି ଅଞ୍ଚଳ ବାସିନ୍ଦା ଭୟରେ ଜୀବନ ବିତାଉଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଇଡ୍‌କଲ ଡିଏମ୍‌ ଗୟା ସାଁନ୍ତରା ଗିରଫ

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ଇଡ୍‌କଲ ଡେପୁଟି ମ୍ୟାନେଜର(ଡିଏମ୍‌) ଗୟା ସାଁନ୍ତରାଙ୍କୁ ଗୁରୁବାର ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି।...

ଦୁର୍ଘଟଣାରେ ଚାଲିଗଲା ବାପ, ଝିଅଙ୍କ ଜୀବନ

ବାଲିଗୁଡା,୬।୭(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଜକିକିଆ ନିକଟ ୫୯ନଂ. ଜାତୀୟ ରାଜପଥରେ ସୋମବାର ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକରେ ବସିଥିବା...

ହାତୀ ନେଲା ବୃଦ୍ଧଙ୍କ ଜୀବନ

ପାଇକମାଳ,୨୫।୧୦(ଡି.ଏନ୍‌.ଏ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅଧୀନ ରସମୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।...

ଆଖି ବୁଜିଲା ବାଘୁଣୀ ରେଣୁକା

ବାରଙ୍ଗ, ୨୨।୪ (ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଅନ୍ୟତମ ଆକର୍ଷଣ ବାଘୁଣୀ ରେଣୁକାର ବୁଧବାର ମୃତ୍ୟୁ ଘଟିଛି। ରେଣୁକା ଦୀର୍ଘଦିନ ଧରି ଅସୁସ୍ଥ ଥିବା କାରଣରୁ...

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୫ା୩ (ବ୍ୟୁରୋ): ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ଶହୀଦନଗର ଥାନା ପୋଲିସ ଗିରଫ କରିଛି। ସେ ହେଲେ...

କରୋନା କଟକଣା: ଲୋକସେବା ଭବନ ପାସ୍‌ ବନ୍ଦ; ଥଣ୍ଡାଜ୍ୱର ଥିଲେ ଛୁଟିରେ ରହିପାରିବେ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ଭୂତାଣୁ ସଂକ୍ରମଣ ଏବେ ସାରା ବିଶ୍ୱର ନିଦ ହଜାଇଛି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି। ରାଜ୍ୟରେ ମଧ୍ୟ ଜଣେ...

ବିମାନବନ୍ଦରରୁ ଅଧକୋଟି ଟଙ୍କାର ସୁନା ଜବତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ପୁଣି ଜଣେ ଯାତ୍ରୀଙ୍କଠାରୁ ୧୩୧୦.୬୫୦ ଗ୍ରାମର ଦୁଇଟି ସୁନା ବିସ୍କୁଟ ଜବତ କରାଯାଇଛି। ଏହି ସୁନା...

ବିନା ଷ୍ଟାର୍‌ କ୍ୟାମ୍ପେନରରେ ପ୍ରଚାର

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ରାଜ୍ୟରେ ପୌର ଭୋଟ୍‌ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ୧୪ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି। ପ୍ରଚାର ପାଇଁ...

Advertisement
Archives

Model This Week