ଆଜି ବାଲେଶ୍ୱର ବନ୍ଦ

ବାଲେଶ୍ୱର ଅଫିସ,୧୬।୬: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଗୁରୁବାର ବିଭିନ୍ନ ସଂଗଠନ ପକ୍ଷରୁ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ କରାଯାଇଛି। ଦିବାଲୋକରେ ଚୋରି, ରାହାଜାନି ସହ ଗୁଳିକାଣ୍ଡ ଯୋଗୁ ଜନସାଧାରଣ ଆତଙ୍କିତ ହୋଇପଡିଛନ୍ତି। ରାହାଜାନି ଓ ଆତଙ୍କ ଆଜି ଏ ସ୍ତରରେ ପହଞ୍ଚିଛି ଅପରାଧୀମାନେ ମନଇଚ୍ଛା ଲୁଟ କରୁଛନ୍ତି। ଏପରି ଘଡିସନ୍ଧି ମୁହୂର୍ତ୍ତରେ ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ପୋଲିସ ପ୍ରଶାସନର ଏପରି ନିଷ୍କ୍ରିୟତାକୁ ବିରୋଧ କରି ପ୍ରାୟ ୬୨ଟି ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦ ପାଳନ କରିଛନ୍ତି। ବନ୍ଦ ଯୋଗୁ ଆଜି ସକାଳୁ ସହରରେ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡ଼ି ଚଳାଚଳ ଠପ ହୋଇଯାଇଛି ।
ବାଲେଶ୍ୱରରେ ବିଷାକ୍ତ ନିଶା କାରବାର ଯୁବ ସମାଜକୁ ବିପଥଗାମୀ କରିଚାଲିଛି। ଜିଲାରେ ନିର୍ଦ୍ଦିଷ୍ଟ କେତେକ ଥାନା ଅଧିକାରୀ ନିଶା କାରାବାରରେ ଜଡିତ ରହି ବର୍ଷ ବର୍ଷ ଧରି ଫେରାର ଅଛନ୍ତି। ପୋଲିସ ଏହି ଅଭିଯୁକ୍ତ ଅଧିକାରୀଙ୍କୁ ଧରୁ ନାହିଁ। ଏଠାରେ ଆଇନର ଶାସନ ନାହିଁ। ବାଲେଶ୍ୱର ସହରର ଜଣେ ଥାନା ଅଧିକାରୀ ଲାଞ୍ଚ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି। ଆଇନ ଶୃଙ୍ଖଳା ସୁଧାର କରିବା ପାଇଁ ଉଭୟ ସରକାର ପଦକ୍ଷେପ ନେବା ଦିଗରେ ପୂର୍ବାହ୍ନ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦ ପାଇଁ ବାଲେଶ୍ୱର ସିଭିଲ୍‌ ସୋସାଇଟି, ଦି ବାର୍‌ ଆସୋସିଏଶନ୍‌ ଅଫ୍‌ ବାଲେଶ୍ୱର, ବରିଷ୍ଠ ନାଗରିକ ମଞ୍ଚ, ବାଲେଶ୍ୱର ପଥ ବିକ୍ରେତା ସଂଘ, ଏଆଇଟିୟୁସି, ସିଆଇଟିୟୁ, ଆଇଏନ୍‌ଟିୟୁସି, ଟିୟୁସିସି ସମେତ ବିଭିନ୍ନ ଶ୍ରମିକ ସଂଗଠନ, ବାମପନ୍ଥୀ ଓ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବାଲେଶ୍ୱର ବ୍ୟବସାୟୀ ସଂଘ, ପେଟ୍ରୋଲ ପମ୍ପ ସଂଘ, ବାଲେଶ୍ୱର ଚାମ୍ବର ଅଫ୍‌ କମର୍ସ ସମେତ ଅନେକ ଗଣ ସଂଗଠନ ପକ୍ଷରୁ ଏହି ସାମୂହିକ ପ୍ରତିବାଦରେ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ୫ ଦେଶକୁ ସୁନାମୀ ଚେତାବନୀ

ପାନାମା,୧୦।୧୦: ମଧ୍ୟ ଆମେରିକୀୟ ଦେଶ ପାନାମାର ଦକ୍ଷିଣ ଉପକୂଳ ନିକଟରେ ଶୁକ୍ରବାର ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ପାନାମା…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?